ମାଦଳା ପାଞ୍ଜି

ମାଦଳାପାଞ୍ଜି

ଆର୍ତ୍ତବଲ୍ଲଭ ମହାନ୍ତି

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀ ସମିତି ଗ୍ରନ୍ଥ – ୧

 

 

ମୁଖବନ୍ଧ

ଟ୍ରେନିଂ ସ୍କୁଲରେ ସଂସ୍କୃତ ପରିବର୍ତ୍ତରେ ଉଚ୍ଚଧରଣର ଓଡିଆ ସାହିତ୍ୟ ପ୍ରବର୍ତ୍ତନ କରିବାର ଉପଯୋଗିତା ଉପଲବ୍ଧି କରି ୧୯୩୦ ମସିହାରେ ବିହାର-ଓଡ଼ିଶାର ଡିରେକ୍ଟର ପଂକସ୍ ସାହେବ ପ୍ରଚୀନ ଗଦ୍ୟ ଓ ପଦ୍ୟ ସଂବଳିତ ଗୋଟିଏ ଗ୍ରନ୍ଥ ସଂକଳନ କରିବାକୁ ମୋତେ ଅନୁରୋଧ କରିଥିଲେ । ସେହି ଉଦ୍ଦେଶ୍ୟ ସାଧନ ନିମିତ୍ତ ମାଦଳାପାଞ୍ଜିର କେତେକ ଅଂଶ, କେତେକ ଶିଳାଲିପି, କେତେକ ବାରବ୍ରତ କଥା ଓ ଅନ୍ୟାନ୍ୟ ପ୍ରାଚୀନ ଗଦ୍ୟ ସହିତ ପ୍ରାଚୀନ ପଦ୍ୟ କେତେକ ସନ୍ନିବେଶିତ କରି ‘ଗଦ୍ୟପଦ୍ୟାଦର୍ଶ’ ନାମକ ଖଣ୍ଡିଏ ଗ୍ରନ୍ଥ ୧୯୩୨ ମସିହାରେ ପ୍ରକାଶିତ ହେଲା ।

ମାଦଳାପାଞ୍ଜି ପାଠକରିବା ନିମିତ୍ତ ପଂକସ୍ ସାହେବ ପୁରୀ ରାଜାଙ୍କୁ କହି ମୋତେ ସୁବିଧା କରାଇ ଦେଲେ । ଏହି ସମୟରେ ରାୟବାହାଦୁର ଅଜୟ ଚନ୍ଦ୍ର ଦାସ ପୁରୀ ଦେଉଳର ମେନେଜର ଥିଲେ । ରାଜା ଓ ଅଜୟ ବାବୁଙ୍କ ଆନୁକୁଲ୍ୟରେ ତଡ଼ାଉକରଣ ଓ ଦେଉଳକରଣଙ୍କ ଗୃହରୁ ମାଦଳାପାଞ୍ଜିର ଗୋଟିଏ ପାଣ୍ଡୁଲିପି ଲେଖି ଆଣିଥିଲେ । ଉତ୍କ ପାଣ୍ଡୁଲିପିରେ ସନ୍ତୁଷ୍ଟ ନ ହୋଇ ମୁଁ ରାଜା ଓ ଅଜୟ ବାବୁଙ୍କୁ ତଡ଼ାଉକରଣ, ଦେଉଳକରଣ ଓ ପୁରୀ ରାଜାଙ୍କ ଉଆସରେ ଥିବା ମାଦଳାପାଞ୍ଜିମାନଙ୍କର ପ୍ରତିଲିପି ସଂଗ୍ରହ କରିବା ନିମିତ୍ତ ଅନୁରୋଧ କଲି । ଅଜୟ ବାବୁ ଜଣେ କର୍ମଚାରୀ ନିଯୁକ୍ତ କରି ଉକ୍ତ ପାଞ୍ଜିତ୍ରୟର ପ୍ରତିଲିପି ସଂଗ୍ରହ କଲେ ଓ ମୋର ଅନୁରୋଧକ୍ରମେ ତାକୁ ମୋ ନିକଟକୁ ପଠାଇ ଦେଇଥିଲେ । ଗଦ୍ୟପଦ୍ୟାଦର୍ଶରେ ମାଦଳାପାଞ୍ଜିର ଯେଉଁ ଅଂଶମାନ କରାଯାଇଅଛି, ସେସବୁ ମୋଦ୍ୱାରା ଆନୀତ ପାଣ୍ଡୁଲିପି ଓ ପୁରୀ ରାଜବାଟୀରୁ ପଠାହୋଇଥିବା ପାଣ୍ଡୁଲିପି ସାହାଯ୍ୟରେ ସଂକଳିତ ହୋଇଅଛି ।

୧୯୩୯ ମସିହାରେ ଓଡ଼ିଶା ସରକାର ପ୍ରାଚୀନ ଗ୍ରନ୍ଥମାନଙ୍କର ମୁଦ୍ରଣ କରିବାରେ ଅଭିଳାଷୀ ହୋଇ ଉତ୍କଳର ସାହିତ୍ୟିକ ସମିତିମାନଙ୍କ ନିକଟକୁ ଗ୍ରନ୍ଥପ୍ରକାଶ ନିମିତ୍ତ ଆବେଦନ କରିବା ପାଇଁ ପତ୍ର ଲେଖିଥିଲେ । ପ୍ରାଚୀ ସମିତି କେତେକ ଉପାଦେୟ ସଂସ୍କୃତ ଓ ଓଡ଼ିଆଗ୍ରନ୍ଥ ସହିତ ମାଦଳାପାଞ୍ଜିକୁ ପଠାଇଥିଲେ । ସରକାର ଏ ମାଦଳାପାଞ୍ଜିର ମୁଦ୍ରଣ ନିମିତ୍ତ ପ୍ରାଚୀ ସମିତିକୁ ଦୁଇଶତ ଟଙ୍କା ପ୍ରଦାନ କରିବାରୁ ତାଙ୍କରି ଆନୁକୂଲ୍ୟରେ ପାଞ୍ଜିତ୍ରୟର ସାହାଯ୍ୟରେ ଗୋଟିଏ ନୂତନ ପାଣ୍ଡୁଲିପି ହୋଇଗଲା ଓ ଗ୍ରନ୍ଥଟି ପ୍ରକାଶିତ ହେଲା । କଳାପାହାଡ଼ ଦ୍ୱାରା ମାଦଳାପାଞ୍ଜି ପୋଡ଼ା ଯାଇଥିଲା ବୋଲି କେତେକ ଐତିହାସିକ ମତପ୍ରକାଶ କରନ୍ତି । କିନ୍ତୁ ଏ ମତ ଠିକ ନୁହେଁ । ପୋଥିପୋଡ଼ିବା କଳାପାହାଡ଼ର ଉଦ୍ଦେଶ୍ୟ ନଥିଲା। ହିନ୍ଦୁ ଦେବଦେବୀଙ୍କୁ ନଷ୍ଟକରି ହିନ୍ଦୁଧର୍ମର ଅସାରତା ଦେଖାଇବା ତାହାର ଉଦ୍ଦେଶ୍ୟ ଥିଲା । ତତ୍ପରେ ବହୁକାଳରୁ ତଡ଼ାଉକରଣ ଓ ଦେଉଳକରଣଙ୍କ ଦ୍ୱାରା ଯେଉଁ ପାଞ୍ଜି ଲିଖିତ ହୋଇ ସେମାନଙ୍କ ଗୃହରେ ରକ୍ଷିତ ହୋଇ ଆସୁଅଛି, କଳାପାହାଡ଼ ସେମାନଙ୍କ ଘରକୁ ଯାଇ ସେଗୁଡ଼ିକୁ ପୋଡ଼ିଦେବା ଅସମ୍ଭବ ବୋଲି ବୋଧହୁଏ । ପୁନଶ୍ଚ ଯେଉଁ ତାଳପତ୍ରରେ ସେ ପାଞ୍ଜି ଲେଖାହୋଇଛି ତାହା ବହୁତ ପ୍ରାଚୀନ ବୋଲି ମନେହୁଏ ।

ରାଜା ମଦନ ମହାଦେବଙ୍କଠାରୁ ପ୍ରଥମ ମୁକୁନ୍ଦ ଦେବଙ୍କ ପର୍ଯ୍ୟନ୍ତ ଅର୍ଥାତ୍ ତ୍ରୟୋଦଶ ଶତାବ୍ଦୀଠାରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ମାଦଳାପାଞ୍ଜିରେ ଯେ ବିବରଣୀ ଅଛି ତାହା ସଂପୂର୍ଣ୍ଣ ସତ୍ୟ ଓ ବିଶ୍ୱାସଯୋଗ୍ୟ । କେଶରୀବଂଶ ରାଜତ୍ୱ ବିଷୟରେ ଆଧୁନିକ କୌଣସି କୌଣସି ଐତିହାସିକ ସନ୍ଦୀହାନ । ସେମାନେ କହନ୍ତି-୮୦୦ ଖ୍ରୀଷ୍ଟାବ୍ଦ ପରେ ମହାଶିବଗୁପ୍ତ ବା ଯଯାତି ଓଡ଼ିଶାରେ ରାଜତ୍ୱ କରିଥିଲେ । କିନ୍ତୁ ମାଦଳାପାଞ୍ଜିରେ ଯଯାତି ପ୍ରାୟ ୫୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିବା କଥା ଉଲ୍ଲେଖ ଅଛି । ଲଲାଟକେଶରୀ ଓ ଉଦ୍ୟତ ବା ବସୁକଳ୍ପ କେଶରୀ ରାଜାମାନଙ୍କର କୀର୍ତ୍ତି, ଶିଳାଲିପି ଓ କିମ୍ବଦନ୍ତୀକୁ ଅଗ୍ରାହ୍ୟ କରି ହେବ ନାହିଁ । ତହୁଁ ମହାଶିବଗୁପ୍ତ ବା ଯଯାତି ଯେ ଯଯାତି କେଶରୀ ଏହା କହିବା ଭ୍ରମ । ମାତ୍ର ମାଦଳାପାଞ୍ଜିମାନଙ୍କରେ ମଧ୍ୟ କେଶରୀବଂଶ ରାଜାମାନଙ୍କର ସମୟ ଓ କ୍ରମରେ ତାରତମ୍ୟ ଦେଖାଯାଏ । ସୋମବଂଶ, କେଶରୀବଂଶ ରାଜାମାନଙ୍କ ମଧ୍ୟରେ ଭଞ୍ଜବଂଶ, କରବଂଶ ରାଜାମାନେ ଗୃହୀତ ହେବା ସମ୍ଭବପର । ଏ ବିଷୟ ଐତିହାସିକମାନଙ୍କର ଆଲୋଚ୍ୟ ।

ମାଦଳାପାଞ୍ଜି ପାଠ କଲେ ଏହା ଜଣାଯାଏ ଯେ, ଚୁଡ଼ାଙ୍ଗଦେବଙ୍କ ପରକାଳରୁ ଧାରାବାହିକରୂପେ ମାଦଳାପାଞ୍ଜି ଲିଖିତ ହୋଇଅଛି । ଶ୍ରୀ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ରେ ମାଦଳାପାଞ୍ଜିର କେତେକ ଅଂଶ ଉଦ୍ଧୃତ ହୋଇଅଛି । ସେଥିରେ ସୋମବଂଶ ଓ କେଶରୀବଂଶର କେତେକ ରାଜାଙ୍କର ନାମ ଆମ୍ଭେମାନେ ଦେଖିବାକୁ ପାଉଁ । ତାହା ଆମ୍ଭମାନଙ୍କ ଦ୍ୱାରା ପ୍ରାପ୍ତ ମାଦଳାପାଞ୍ଜିରେ ପରିପୃଷ୍ଟ ହୁଏ ନାହିଁ । ବୋଧହୁଏ, ସେ ଅନ୍ୟ କୌଣସି ପାଞ୍ଜି ଗ୍ରହଣ କରିଅଛନ୍ତି-

ରାମଚନ୍ଦ୍ରଦେବଙ୍କଠାରୁ ଯେ ଭୋଇବଂଶ ରାଜତ୍ୱ କଲେ, ତାହା ମାଦଳାପାଞ୍ଜିରେ ଯଦୁବଂଶ ବୋଲି ଲିଖିତ ହୋଇଅଛି। କିନ୍ତୁ ପଟିଆ ରାଜବଂଶାବଳୀରେ ଲିଖିତ ଅଛି ଯେ ରାମଚନ୍ଦ୍ରଦେବ କଟକ ଜିଲାସ୍ଥ ଶୁକ୍ଳେଶ୍ୱର ନିବାସୀ ବୀର ବେହୁରକ ନାମକ ଜଣେ ନାଗସ ଗୋତ୍ରୀୟ କରଣଙ୍କର ସନ୍ତାନ ଥିଲେ ଓ ରାଜାଙ୍କର ଅନୁଗ୍ରହରୁ ଗାଦି ପାଇଥିଲେ ଏବଂ ସେହି ବଂଶରୁ ପଟିଆ ରାଜବଂଶ, ରାଡ଼ଙ୍ଗ ବକ୍‌ସିବଂଶ ଏବଂ ଭୋଇବଂଶ ଉଦ୍ଭୂତ ହୋଇଥିଲେ ।

ମାଦଳାପାଞ୍ଜିର ଅନ୍ୟାନ୍ୟ ବିଷୟମାନ ଆଲୋଚନା କରିବାକୁ ଆମ୍ଭେମାନେ ବିରତ ହେଲୁଁ । କାରଣ ଏ ବିଷୟ ବିଚାର କରିବାର ଏ ସ୍ଥଳ ନୁହେଁ, ତାହା ଐତିହାସିକମାନଙ୍କର କାର୍ଯ୍ୟ । ସେଥିପାଇଁ ମାଦଳାପାଞ୍ଜିସ୍ଥିତ ବିଷୟମାନଙ୍କର ସତ୍ୟାସତ୍ୟ ନିରୂପଣ କରିବାର ଭାର ଆମ୍ଭେମାନେ ଐତିହାସିକମାନଙ୍କ ଉପରେ ଅର୍ପଣ କଲୁଁ ।

ଗଞ୍ଜାମ ଅଞ୍ଚଳରୁ ଆଉ ଗୋଟିଏ ପାଞ୍ଜି ମିଳିଥିଲା । ତାହା ଭ୍ରମ ପ୍ରମାଦପୂର୍ଣ୍ଣ ହେଲେହେଁ ସାଧାରଣଙ୍କ କୌତୁହଳ ଉଦ୍ଦୀପନ, ପ୍ରାଚୀନ ଗଦ୍ୟର ଏକପ୍ରକାର ଶୈଳୀ ପ୍ରଦର୍ଶନ ଓ ଯତ୍‌କିଞ୍ଚିତ୍‌ ଐତିହାସିକ ଉପାଦାନ ଉପସ୍ଥାପନ ନିମିତ୍ତ ମାଦଳାପାଞ୍ଜି ସହିତ ମୁଦ୍ରଣ କଲୁଁ ।

                                                      ଆର୍ତ୍ତବଲ୍ଲଭ ମହାନ୍ତି

                                                      ୧୧ ।୯ ।୧୯୪୦

 

ଅଗ୍ରଲେଖ

ମାଦଳାପାଞ୍ଜି ଭାରତୀୟ ଗଦ୍ୟ ସାହିତ୍ୟର ଏକ ବିସ୍ମୟ । ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ଏହା ଆଦ୍ୟ ଆଧୁନିକ ରୂପ । ଜଗନ୍ନାଥ ମନ୍ଦିରର ବିବରଣୀ ଏଥିରେ ଲିପିବଦ୍ଧ ହୋଇଅଛି । ଦେଉଳ କରଣ, ତଢ଼ାଉ କରଣ ଓ କୋଷ୍ଠ କରଣ ଏହାକୁ ଲେଖୁଥିଲେ । ଏହା ମୋଟାମୋଟି ତିନି ଭାଗରେ ବିଭକ୍ତ, ଯଥା - ୧. ରାଜାମାନଙ୍କର ରାଜଭୋଗ ବିବରଣୀ, ୨. ଜଗନ୍ନାଥ ମନ୍ଦିରର ନିର୍ମାଣ ଇତିହାସ, ସେବାପୂଜା, ବିଧି ବ୍ୟବସ୍ଥା, ସେବକମାନଙ୍କର କର୍ତ୍ତବ୍ୟ ଏବଂ ଆୟବ୍ୟୟ ତାଲିକା, ୩. ମନ୍ଦିରକୁ କେନ୍ଦ୍ର କରି ଘଟିଯାଇଥିବା କେତେକ ଘଟଣାବଳୀ । ଓଡ଼ିଶାର ରାଜନୈତିକ ଉତ୍ଥାନ ଓ ପତନ ସହିତ ଶ୍ରୀଜଗନ୍ନାଥଙ୍କ ସେବା, ପୂଜା ଓ ମହିମା ସମ୍ପର୍କରେ ବହୁ ପ୍ରାମାଣିକ ତଥ୍ୟ ପ୍ରଦାନ କରିଆସିଥିବା ମାଦଳାପାଞ୍ଜିର ନାମକରଣ ସମ୍ବନ୍ଧରେ ବହୁ ଆଲୋଚକ ଓ ଗବେଷକ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି ।

୧. ଐତିହାସିକ ମନମୋହନ ଚକ୍ରବର୍ତ୍ତୀ ଏସିଆଟିକ୍ ସୋସାଇଟିର ଗବେଷଣା ପତ୍ରିକାରେ ( J.A.S.B.- 1897 - Part III-IV - Language and Literature of Orissa) ମାଦଳାପାଞ୍ଜିର ସାହିତ୍ୟିକ ମୂଲ୍ୟକୁ ଅସ୍ୱୀକାର କରିଥିଲେ ହେଁ, ଏହା ବଂଶାବଳୀର ଏକ ନିଖୁଣ ଚିତ୍ର ବୋଲି ସ୍ୱୀକାର କରିଛନ୍ତି । ତାଙ୍କ ମତାନୁସାରେ ‘ମାଦଳା’ ଶବ୍ଦ ‘ମୁଦଲ’ ଶବ୍ଦରୁ ଆସିଅଛି । ପ୍ରତିଦିନ ସେବା ପୂଜା ପରେ ମନ୍ଦିରର ବନ୍ଦ ଦ୍ୱାରକୁ ମୁଦ ଦେବା ବା ସିଲ୍ କରିବା ଲୋକର ନାମ ମୁଦ୍ରସ୍ତ। ଅଭିଲେଖଗୁଡ଼ିକରେ ‘ମୁଦଲ’ ଶବ୍ଦ ବା ତାହାର ରୂପାନ୍ତର ବିଶେଷର ପ୍ରୟୋଗ ଓ ‘ମୁଦ୍ରସ୍ତ’ ସହିତ ତା’ର ତୁଳନାରୁ ସେ ‘ମୁଦଲ’ଶବ୍ଦରୁ ମାଦଳା ଶବ୍ଦ ସୃଷ୍ଟି ହୋଇଥିବା ପ୍ରମାଣ କରିଛନ୍ତି ।

୨. ଗବେଷକ ଉମା ପ୍ରସାଦ ଚାନ୍ଦ, ଜଗବନ୍ଧୁ ସିଂହ, ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ, ପଣ୍ଡିତ ସଦାଶିବ ରଥଶର୍ମା ଓ ଐତିହାସିକ ରାଖାଲ୍ ଦାସ୍ ବାନାର୍ଜୀ ପ୍ରଭୃତି ‘ମାଦଳା’ ଶବ୍ଦର ଅର୍ଥକୁ ବାଦ୍ୟଯନ୍ତ୍ର ବା ଢୋଲ ଭାବରେ ଗ୍ରହଣ କରିଛନ୍ତି । ପୂର୍ବକାଳରେ ଯେକୌଣସି ପୁସ୍ତକ ତାଳପତ୍ରରେ ଲୁହା ଲେଖନୀରେ ଲେଖାଯାଉଥିଲା । ଏହି ତାଳପତ୍ର ଖେଦାଗୁଡ଼ିକୁ ମୃଗଛାଲରେ ଗୋଲାକାର ଭାବେ ବାନ୍ଧି କରି ସାଇତି ରଖାଯାଉଥିଲା । ଏହାର ସ୍ୱରୂପ ମାଦଳା ବାଦ୍ୟଯନ୍ତ୍ର ପରି ହୋଇଥିବାରୁ ଏହି ପାଞ୍ଜିର ନାମ ମାଦଳାପାଞ୍ଜି ହେଉଛି ବୋଲି ଗବେଷକମାନେ ମତବ୍ୟକ୍ତ କରିଥାନ୍ତି ।

R.D.Banerjee ତାଙ୍କର History of Orissa ପୁସ୍ତକରେ ଲେଖିଛନ୍ତି “Madala means a drum, and the records of the temple of Jagannath are called so, because they are tied together in form of round bundle resembling the drum, called Madala in India.”

୩. ଥ୍ରଷ୍ଟନ ସାହେବଙ୍କ ମତାନୁସାରେ ଓଡ଼ିଶାରେ ‘ମୁଦଲେ’ ବା ‘ମାଦଳା’ ଏକ ରାଜକୀୟ ଉପାଧି । ଏହି ଉପାଧିଧାରୀମାନେ ରାଜକୀୟ ଘୋଷଣା ଲେଖୁଥିଲେ ଓ ପ୍ରଚାର କରୁଥିଲେ । ସେମାନେ ଜଗନ୍ନାଥ ମନ୍ଦିରର ବ୍ୟବସ୍ଥାକୁ ତାଳପତ୍ର ପୋଥିରେ ଲେଖୁଥିବାରୁ ତାହା ମାଦଳାପାଞ୍ଜି ରୂପେ ପରିଚିତ ।

୪.ଐତିହାସିକ, ଗବେଷକ ଅନିରୁଦ୍ଧ ଦାସଙ୍କ ମତାନୁସାରେ ‘ମୁଦଲ ସିଦ୍ଧି’ ଗ୍ରନ୍ଥର ‘ମୁଦଲ’ ଶବ୍ଦ ଅନୁକରଣରେ ମାଦଳାପାଞ୍ଜି ନାମକରଣ ହୋଇଛି ।

୫. ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତାନୁଯାୟୀ ‘ମାଦଳା’ ଶବ୍ଦଟି ତେଲୁଗୁ ‘ମୋଦଳ’ ଓ ‘ମୋଦଲୁଗାଁ’ ଶବ୍ଦରୁ ଆସିଅଛି । ଏହି ଶବ୍ଦ ଦୁଇଟିର ଅର୍ଥ ହେଲା, ଯଥାକ୍ରମେ- ‘ପ୍ରଥମ’ ଓ ‘ଆରମ୍ଭରୁ’, ଏହି ଦୃଷ୍ଟିକୋଣରୁ ବିଚାରକଲେ ମାଦଳାପାଞ୍ଜିର ଅର୍ଥ ହେବ- ଯେଉଁ ପାଞ୍ଜିରେ ପ୍ରଥମରୁ ସମସ୍ତ ଘଟଣା ସଂକଳନ କରାଯାଇଛି ଅଥବା ଆରମ୍ଭରୁ ଯେଉଁ ପାଞ୍ଜି ଲେଖା ହୋଇ ଆସୁଅଛି । ଅଧ୍ୟାପକ ଗଗନେନ୍ଦ୍ର ନାଥ ଦାଶ ଏହି ମତକୁ ସମର୍ଥନ କରିଛନ୍ତି।

ତେବେ ‘ମାଦଳା’ ର ଆଭିଧାନିକ ଅର୍ଥ ଅପୂର୍ଣ୍ଣ ବା ଖଣ୍ଡିଆ । ଓଡ଼ିଶାର ଜାତୀୟ ଜୀବନର ପ୍ରାଣ ଶ୍ରୀଜଗନ୍ନାଥ ଅସପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମଧ୍ୟ ମାଦଳା କୁହାଯାଏ । ଏହି ପାଞ୍ଜି ତାଙ୍କୁ ହିଁ କେନ୍ଦ୍ର କରି ଲେଖାଯାଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଅଧିକ ଯଥାର୍ଥ ବୋଧହୁଏ । କାଶ୍ମୀରର ରାଜତରଙ୍ଗିଣୀ, ଆସାମର ବୁରୁଞ୍ଜି, ସିଂହଳର ଧାତୁବଂଶ, ମରହଟ୍ଟା ସାହିତ୍ୟର ଲୀଳା ଚରିତ୍ର ଓ ଗୋବିନ୍ଦ ପ୍ରଭୁ- ଚରିତ୍ର ଭଳି ଉତ୍କଳର ମାଦଳାପାଞ୍ଜି ଏକ ଐତିହାସିକ ସୃଷ୍ଟି । ଏଥିରେ ବର୍ଣ୍ଣିତ କେଶରୀ ବଂଶ ସମ୍ବନ୍ଧୀୟ ବିବରଣୀ ପରବର୍ତ୍ତୀ କାଳରେ ସମ୍ପୂର୍ଣ୍ଣ ପ୍ରମାଦପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଛି । ସେହିପରି ଗଙ୍ଗ ଓ ସୂର୍ଯ୍ୟବଂଶ ସମ୍ପର୍କୀୟ ବହୁ ବିବରଣୀ ସମ୍ପୂର୍ଣ୍ଣ କାଳ୍ପନିକ । ଅବଶ୍ୟ ନକଲକାରମାନଙ୍କ ଅସାବଧାନତା ଓ କଲ୍ପନାବିଳାସିତ ଯୋଗୁ ଏପରି ପ୍ରମାଦ ଅପରିହାର୍ଯ୍ୟ । ଯାବତୀୟ କାଳ୍ପନିକ ଓ କିମ୍ବଦନ୍ତୀମୂଳକ ବିବରଣୀ ସତ୍ତ୍ୱେ ମାଦଳାପାଞ୍ଜି ଯୁଗ ଯୁଗ ଧରି ଐତିହାସିକ ସତ୍ୟ ଉଦ୍‌ଘାଟନରେ ସାହାଯ୍ୟ କରିଆସିଛି ।

ଏହି ପ୍ରସଙ୍ଗରେ ଷୋଡ଼ଶ ଶତାବ୍ଦୀରେ ରଚିତ ବଙ୍ଗ ଦେଶର ‘କୁଳଜୀ ଗ୍ରନ୍ଥମାଳା’ ଉଲ୍ଲେଖନୀୟ । ପ୍ରାଚୀନ ବଙ୍ଗ ସାହିତ୍ୟର ପ୍ରାଚୀନତମ ଗଦ୍ୟ ଲେଖା ରୂପେ ଏହାକୁ ଗ୍ରହଣ କରାଯାଇଥାଏ । ଏହି ବଂଶାବଳୀ ଅର୍ଦ୍ଧ ସତ୍ୟ ଓ ଜନଶ୍ରୁତି ଆଧାରରେ ଲିଖିତ । ବଂଶମର୍ଯ୍ୟାଦା ଅଭିମାନୀ ଲୋକଙ୍କ ହସ୍ତରେ ଏହି ସବୁ ଗ୍ରନ୍ଥ ବିକୃତ ଆକାରରେ ବିବୃତ ହେବା ସ୍ୱାଭାବିକ । ତେଣୁ ଏହା ଐତିହାସିକ ସାକ୍ଷ୍ୟ ହିସାବରେ ଗ୍ରହଣଯୋଗ୍ୟ ନୁହେଁ । ପୁନଶ୍ଚ ମାଦଳାପାଞ୍ଜି ସହିତ ଏହା ଆଦୌ ତୁଳନୀୟ ନୁହେଁ । ମଧ୍ୟଯୁଗର କେଉଁ ଗୌରବମୟ ଅତୀତରେ କେତେକ ଆଭିଜାତ୍ୟସମ୍ପନ୍ନ ବଂଶ ନିଜ ସମ୍ପର୍କରେ କପୋଳକଳ୍ପିତ କାହାଣୀ ଲିପିବଦ୍ଧ କରିଥିଲେ । ଭାରତର ସର୍ବାଞ୍ଚଳରେ ଏପରି ବଂଶାନୁଚରିତର ରାଶି ରାଶି ଉଦାହରଣ ମିଳିପାରିବ । ଏଗୁଡ଼ିକର କୌଣସି ପରମ୍ପରା ନାହିଁ । କାଳକ୍ରମେ ବଂଶର ଅବସାନ ସଙ୍ଗେ ସଙ୍ଗେ ଏ ଲେଖାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଯାଉଛି । ମାତ୍ର ମାଦଳାପାଞ୍ଜିର ଏକ ଦୀର୍ଘ ପରମ୍ପରା ରହିଆସିଛି । ଆଜି ବି ଶ୍ରୀମନ୍ଦିରର ଦେଉଳକରଣ ଓ ତଢ଼ାଉକରଣମାନେ ପାଞ୍ଜି ରଚନା କରୁଛନ୍ତି । ତେଣୁ ପାରମ୍ପରିକତା ଓ ଧାରାବାହିକତା କେବଳ ମାଦଳାପାଞ୍ଜି ଲେଖାରେ ପରିଲକ୍ଷିତ ହୁଏ । ଭାରତର ଅନ୍ୟ କୌଣସି ସାହିତ୍ୟରେ ଏହିପରି ଧାରାବାହିକ ଗଦ୍ୟ ଲେଖା ଉପଲବ୍ଧ ହୁଏ ନାହିଁ ।

ଦ୍ୱାଦଶ ଶତାବ୍ଦୀରେ ମରହଟ୍ଟା ସାହିତ୍ୟର ଆଦିଯୁଗ (ଯାଦବଯୁଗ) ରେ ‘ମହୁନୁଭବ’ ନାମକ ଏକ ଧର୍ମ-ଆନ୍ଦୋଳନ ସମ୍ପ୍ରଦାୟର ଅଭ୍ୟୁଦୟ ହୋଇଥିଲା । ଏହି ସମ୍ପ୍ରଦାୟର ସ୍ରଷ୍ଟା ଥିଲେ ଚକ୍ରଧର ନାମକ ଜଣେ ଆଧ୍ୟାତ୍ମିକ ସାଧକ । ଏହି ସମ୍ପ୍ରଦାୟର ଲୋକମାନେ ଭଗବାନ କୃଷ୍ଣ ଦତ୍ତାତ୍ରେୟଙ୍କ ସହିତ ସମ୍ପ୍ରଦାୟର ସ୍ରଷ୍ଟା ଚକ୍ରଧରଙ୍କୁ ଗଭୀର ଭକ୍ତି ସହକାରେ ପୂଜା କରିଥାନ୍ତି । ‘ଲୀଳା-ଚରିତ୍ର’ ଓ ‘ଗୋବିନ୍ଦ ପ୍ରଭୁ-ଚରିତ୍ର’ ଏମାନଙ୍କର ପବିତ୍ର ଗ୍ରନ୍ଥ । ମହିମଭଟ୍ଟ ଏହି ଗ୍ରନ୍ଥ ଦ୍ୱୟର ଲେଖକ । ତ୍ରୟୋଦଶ ଶତାବ୍ଦୀରେ ରଚିତ ଏହି ଗ୍ରନ୍ଥଦ୍ୱୟରେ ଚକ୍ରଧରଙ୍କ ଜୀବନଚରିତ, ଆଧ୍ୟାତ୍ମିକ ସାଧନା ଓ ଉପଦେଶାତ୍ମକ ବାଣୀ ସରଳ ଗଦ୍ୟ ମାଧ୍ୟମରେ ଲିଖିତ ହୋଇଛି । ଶିଷ୍ୟ ପରମ୍ପରାକ୍ରମେ ଏହି ‘ମହାନୁଭବ’ ସମ୍ପ୍ରଦାୟର ସାଧକଗଣ ଗଦ୍ୟ ଶୈଳୀରେ ନିଜ ସମ୍ପ୍ରଦାୟର ଧର୍ମଧାରଣାକୁ ଲିପିବଦ୍ଧ କରୁଥିଲେ । ମାତ୍ର ପରବର୍ତ୍ତୀ କାଳରେ ଏମାନଙ୍କର ପ୍ରଭାବ ହ୍ରାସ ପାଇବାରୁ ଏ ଲେଖାର ମଧ୍ୟ ଇତିଶ୍ରୀ ହୋଇଗଲା । ତେଣୁ ଉତ୍କଳର ମାଦଳାପାଞ୍ଜି ସହିତ ଏହାକୁ ତୁଳନା କରାଯାଇ ନପାରେ ।

ଊନବିଂଶ ଶତାବ୍ଦୀର ପ୍ରାକ୍କାଳରେ ଓଡ଼ିଶାର ଇତିହାସ ପ୍ରଣୟନ କଲାବେଳେ ସେ କାଳର ପଣ୍ଡିତମାନେ ମାଦଳାପାଞ୍ଜିକୁ ଏକମାତ୍ର ନିର୍ଭରଯୋଗ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରିଥିଲେ । କାରଣ ଏଥିରେ ମନ୍ଦିରର ଆୟ, ବ୍ୟୟ, ରୀତିନୀତି, ରାଜଭୋଗ ଇତିହାସ ପ୍ରଭୃତି ନାନା କଥା ପ୍ରଦତ୍ତ ହୋଇଛି । ପରବର୍ତ୍ତୀ ସମୟରେ ମାଦଳାପାଞ୍ଜିର ବହୁ ତଥ୍ୟ ଭ୍ରାନ୍ତିପୂର୍ଣ୍ଣ ଥିବା ପ୍ରମାଣିତ ହୋଇଛି । ଏ ସମ୍ପର୍କରେ ଐତିହାସିକ ମନମୋହନ ଚକ୍ରବର୍ତ୍ତୀ ଲେଖିଛନ୍ତି - “Hence the test is found full of mistakes and cannot be relied upon unless corroborated by other evidence”. (J.A.S.B., 1895, P. 128). ତାଙ୍କ ମତରେ ଶହେ ବର୍ଷ ମଧ୍ୟରେ ପୋଥିଗୁଡ଼ିକ ଅନ୍ୟୁନ ୩/୪ ଥର ନକଲ ହେଉଥିବାରୁ ତାରିଖ ଓ ଅଙ୍କଗୁଡ଼ିକରେ ପରିବର୍ତ୍ତନ ଘଟିଥିବ । ମୁସଲମାନ ଓ ମୋଗଲ ଆକ୍ରମଣ ଯୋଗୁଁ ତିନି ଦେବତାଙ୍କୁ ବାରମ୍ବାର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବାରୁ ମନ୍ଦିରର ସେବା ପୂଜା ଓ ବିଧି ବ୍ୟବସ୍ଥାରେ ବିଭ୍ରାଟ ଘଟିଥିବ। ତେଣୁ ମାଦଳାପାଞ୍ଜିର ସତ୍ୟତା ପ୍ରମାଣ-ଯୋଗ୍ୟ ନୁହେଁ ।

ଡଃ ହରେକୃଷ୍ଣ ମହତାବ କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ କହିଛନ୍ତି - “country At the end, when the last Ganga King was lost in sexual pleasure, Kapilendra, a general at the south forcibly occupied the throne and started his career”. କିନ୍ତୁ ମାଦଳାପାଞ୍ଜି କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ ଭିନ୍ନ ମତ ପ୍ରଦାନ କରେ ଯାହାକି ଗ୍ରହଣଯୋଗ୍ୟ ନୁହେଁ । ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମାଦଳାପାଞ୍ଜିରେ ବର୍ଣ୍ଣିତ ମର୍କତ କେଶରୀ ପ୍ରସଙ୍ଗର ସତ୍ୟତା ସମ୍ବନ୍ଧରେ ସନ୍ଦେହ ପ୍ରକାଶ କରିଛନ୍ତି । ଡଃ ନବୀନ କୁମାର ସାହୁ ମାଦଳାପାଞ୍ଜିରେ ରାମଚନ୍ଦ୍ରଦେବଙ୍କ ସମ୍ପର୍କରେ ପଞ୍ଜିକାରଙ୍କର ବିଶେଷ ସ୍ପଷ୍ଟ ଧାରଣା ନଥିଲା ବୋଲି କହିଛନ୍ତି ।

ପୁନଶ୍ଚ ଶିଳାଲେଖଗୁଡ଼ିକରେ ଲିପିବଦ୍ଧ ହୋଇଥିବା ଘଟଣାବଳୀ ସହିତ ମାଦଳାପାଞ୍ଜିର ଘଟଣାବଳୀର ସାମ୍ୟରକ୍ଷା ଅନେକତ୍ର ରହୁ ନଥିବାରୁ ଐତିହାସିକମାନେ ପାଞ୍ଜିର ତଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ । ଏହାର କାରଣ ପ୍ରାଚୀନ କାଳରେ ଏ ଦେଶର ଇତିହାସ ଲିପିବଦ୍ଧ ହେଉ ନଥିଲା । ତେଣୁ କାଳକ୍ରମେ ଐତିହାସିକ ଘଟଣା କିମ୍ବଦନ୍ତୀରେ ପରିଣତ ହୋଇଯିବା ସ୍ୱାଭାବିକ । ପଞ୍ଜିକାରମାନଙ୍କ ସମ୍ମୁଖରେ କୌଣସି ଐତିହାସିକ ଉପାଦାନ ନଥିବା ଯୋଗୁଁ ସେମାନେ ବ୍ୟକ୍ତିଗତ ଜ୍ଞାନ, ଲୋକକଥା, କିମ୍ବଦନ୍ତୀ ଆଦିକୁ ନିଶ୍ଚୟ ଆଶ୍ରୟ କରିଥିବେ । ଯଦ୍ଦ୍ୱାରା ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟ ମଧ୍ୟ ଐତିହାସିକ ସତ୍ୟତାଠାରୁ ଦୂରେଇ ଯାଇଛି । ପଞ୍ଜିକାରମାନେ ମଧ୍ୟ ସଠିକ୍ ତାରିଖ, ମାସ ବା ବର୍ଷ ମଧ୍ୟ ଉଲ୍ଲେଖ କରିପାରି ନାହାନ୍ତି । ଫଳରେ ବହୁ ଭ୍ରମାତ୍ମକ ଓ ଉଦ୍ଭଟ ତଥା ଅଲୌକିକ ତଥ୍ୟର ପରିବେଷଣ କରାଯାଇଛି । ଏଥିରେ କିଛି ଅସ୍ୱାଭାବିକତା ନାହିଁ । ତେବେ ଐତିହାସିକମାନେ ଇତିହାସ ପ୍ରଣୟନ କଲାବେଳେ ମାଦଳାପାଞ୍ଜିରୁ ସତ୍ୟର ଅନୁସନ୍ଧାନ କରିବା ଆବଶ୍ୟକ ।

ମାଦଳାପାଞ୍ଜି ଇତିହାସ ରଚନାର ପ୍ରାରମ୍ଭିକ ପ୍ରୟାସ । ଏଥିରେ ଅନେକ ଅଲୌକିକ ଓ ଉଦ୍ଭଟ ଘଟଣା ଥିଲେ ମଧ୍ୟ ଐତିହାସିକ ଉପାଦାନ ଯେ ଏଥିରେ ରହିଛି, ତାହା ଅସ୍ୱୀକାର କରିହେବ ନାହିଁ । ହୁଏତ ଦୂର ଅତୀତର ଝଟଣା ପଞ୍ଜିକାରମାନଙ୍କ ଦ୍ୱାରା ପ୍ରକ୍ଷିପ୍ତ ହୋଇଛି । କିନ୍ତୁ ନିକଟ ଅତୀତର ଘଟଣାରେ ନିଶ୍ଚିତଭାବେ ଅନେକ ସତ୍ୟତା ରହିଛି । ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଷୋଡ଼ଶ ଶତାବ୍ଦୀ ପୂର୍ବର ଘଟଣାଗୁଡ଼ିକ ଲୋକଶ୍ରୁତି ଓ କିମ୍ବଦନ୍ତୀକୁ ନେଇ ଲିଖିତ । ଏହାପରେ ଗଙ୍ଗବଂଶ ରାଜତ୍ୱ କାଳରେ ପୁରୀ ମନ୍ଦିର, କୋଣାର୍କ ମନ୍ଦିର ଓ ବହୁ କୂପ, ପୁଷ୍କରିଣୀ, ବନ୍ଧବାଡ଼ କଥା ରାଜ୍ୟ ଜୟର ବୃତ୍ତାନ୍ତ ଦେଖିବାକୁ ମିଳେ । ସେହିପରି ଦ୍ୱିତୀୟ ଅନଙ୍ଗଭୀମଦେବଙ୍କର ଭବିଷ୍ୟତ ରାଜାମାନଙ୍କ ନିମିତ୍ତଉଦ୍ଦିଷ୍ଟ ଘୋଷଣାରୁ ଓଡ଼ିଶାର ସୀମାରେଖା, ରାଜସ୍ୱ, ଶାସନ ପ୍ରଣାଳୀ, ସୈନ୍ୟବାହିନୀର ବ୍ୟୟ, ଦେବତା ବ୍ରାହ୍ମଣମାନଙ୍କ ପ୍ରତି ସମ୍ମାନବୋଧ ତଥା ସମକାଳୀନ ସମାଜର ରାଜନୈତିକ, ସାମାଜିକ ଓ ଧାର୍ମିକ ପରମ୍ପରାର ଚିତ୍ର ଦେଖିବାକୁ ମିଳେ । ଏହା ବ୍ୟତୀତ ପୁରୁଷୋତ୍ତମ ଦେବ, ମୁକୁନ୍ଦ ଦେବ ପ୍ରମୁଖ ଗଜପତିଙ୍କ ଶାସନକାଳରେ ରାଜ୍ୟର ସାମରିକ ସାମର୍ଥ୍ୟ, ରାଜନୈତିକ ପରିବେଶ ସମ୍ପର୍କରେ ସୂଚନା ମିଳେ । ତେଣୁ କେତେକ ଅତିରଞ୍ଜନ ସତ୍ତେ୍ୱ ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ ସ୍ୱୀକାର୍ଯ୍ୟ । ୧୯୨୯ରେ ପ୍ରକାଶିତ ‘ପ୍ରାଚୀନ ଉତ୍କଳ’ ପୁସ୍ତକରେ ସୁସାହିତ୍ୟିକ ଓ ଗବେଷକ ଜଗବନ୍ଧୁ ସିଂହ ମାଦଳାପାଞ୍ଜି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ମାଦଳାପାଞ୍ଜିକୁ ତାଳପତ୍ର ପୋଥିରୁ ଉଦ୍ଧାର କରି, ଏହି ଗ୍ରନ୍ଥର ବହୁଳ ଉଦ୍ଧୃତାଂଶ ଦେଇ, ସେ ଏହାର ସାରବତ୍ତା ପ୍ରମାଣ କରିଛନ୍ତି । ଜଣେ ଖାଣ୍ଟି ଐତିହାସିକ ହିସାବରେ ଅନ୍ଧାନୁସରଣ ନ କରି କହିଛନ୍ତି - “ଉତ୍କଳ ରାଜବଂଶ ବିଷୟ ମାଦଳାପାଞ୍ଜିରେ ଲେଖାଅଛି । ମାଦଳାପାଞ୍ଜିରେ ଯେ ଭ୍ରମ ନଥିବ ବା ନାହିଁ ମୁଁ ଏହା କହୁନାହିଁ । ମାଦଳାପାଞ୍ଜି ଅପେକ୍ଷା ଅନ୍ୟ ଅକାଟ୍ୟ ପ୍ରମାଣ ପାଇଲେ ମାଦଳାପାଞ୍ଜିର ଲିଖିତ ବିଷୟକୁ ଯେ ତ୍ୟାଗ କରିବାକୁ ହେବ ନାହିଁ ଏକଥା ମୁଁ କହୁନାହିଁ । କିନ୍ତୁ ଅନ୍ୟ କୌଣସି ବିଶ୍ୱାସଯୋଗ୍ୟ ପ୍ରମାଣ ନଥିଲେ ମାଦଳାପାଞ୍ଜିକୁ ଅବିଶ୍ୱାସ କରିବାର କିଛି କାରଣ ନାହିଁ ।”

ପ୍ରାଚୀନ ‘ଗଦ୍ୟପଦ୍ୟାଦର୍ଶ’ ପୁସ୍ତକ ୧୯୩୨ ଖ୍ରୀଷ୍ଟାବ୍ଦରେ ସଂକଳିତ ହୋଇଥିଲା । ଏହି ଗ୍ରନ୍ଥର ଇଂରାଜୀ ମୁଖବନ୍ଧରେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି, ମାଦଳାପାଞ୍ଜି ଯଯାତିକେଶରୀଙ୍କ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସଂକଳନ ଗୋପାଳଚନ୍ଦ୍ର ପ୍ରହରାଜ ତାଙ୍କର ଅଭିଧାନର ଇଂରାଜୀ ମୁଖବନ୍ଧରେ ମାଦଳାପାଞ୍ଜିର ରଚନାକାଳ ଏକାଦଶ ଖ୍ରୀଷ୍ଟାବ୍ଦ ବୋଲି ଗ୍ରହଣ କରିଛନ୍ତି । ସମୟକ୍ରମେ ପାଞ୍ଜିର ଭାଷାରେ କେତେକ ପରିବର୍ତ୍ତନ ସଂଘଟିତ ହୋଇଥିଲେ ହେଁ, ତାହା ଯେ ଅତୁଟ ଭାବରେ ବହୁ ପ୍ରାଚୀନ ଓଡ଼ିଆ ଭାଷାକୁ ସଂରକ୍ଷିତ କରିଆସିଛି, ଏଥିରେ ସନ୍ଦେହ ନାହିଁ । ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ଗଦ୍ୟପଦ୍ୟାଦର୍ଶର ମୁଖବନ୍ଧରେ ସ୍ଥିର ମତରେ ପହଞ୍ଚିଛନ୍ତି ଯେ ମାଦଳାପାଞ୍ଜି ଚୋଡ଼ଗଙ୍ଗଙ୍କ ସମୟରେ ଆରମ୍ଭ ହୋଇଥିଲା । ତାଙ୍କର ଏହି ମତକୁ ସମର୍ଥନ କରି ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ କହିଛନ୍ତି ଯେ ଚୋଡ଼ଗଙ୍ଗ ଦେବ ମାଦଳାପାଞ୍ଜିର ଉତ୍ପତ୍ତି ପାଇଁ ଦାୟୀ । ପ୍ରାଚୀନ ଅଭିଲେଖ କିମ୍ବା ଗ୍ରନ୍ଥରୁ ଏ ସମ୍ବନ୍ଧରେ କୌଣସି ପ୍ରାମାଣିକ ତଥ୍ୟ ମିଳୁ ନଥିଲେ ମଧ୍ୟ ଜନଶ୍ରୁତିରେ ପ୍ରଚଳିତ ଏହି କଥାକୁ ଏକାବେଳେକେ ଅବିଶ୍ୱାସ କରାଯାଇ ନପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ବିଶିଷ୍ଟ ବଙ୍ଗୀୟ ଗବେଷକ ପଣ୍ଡିତ ଡକ୍ଟର ସୁନୀତି କୁମାର ଚାଟାର୍ଜୀ ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନର କଟକ ଅଧିବେଶନରେ ସଭାପତି ଅଭିଭାଷଣରେ ମାଦଳାପାଞ୍ଜିକୁ ଭାରତୀୟ ସାହିତ୍ୟର ଅନ୍ୟତମ ଗୌରବ ବୋଲି ଘୋଷଣା କରି ଏହାର ରଚନାକାଳ ଏକାଦଶ ଖ୍ରୀଷ୍ଟାବ୍ଦ ବୋଲି ସ୍ୱୀକାର କରିଛନ୍ତି । ଐତିହାସିକ ହରେକୃଷ୍ଣ ମହତାବ ତାଙ୍କର ‘ଓଡ଼ିଆ ଇତିହାସ’ ଗ୍ରନ୍ଥରେ ଭୋଇ ବଂଶ ରାଜା ରାମଚନ୍ଦ୍ର ଦେବଙ୍କ ସମୟରୁ ମାଦଳାପାଞ୍ଜି ଲେଖା ଆରମ୍ଭ ହୋଇଥିଲା ବୋଲି ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଗଙ୍ଗବଂଶ ଆରମ୍ଭରୁ ମାଦଳାପାଞ୍ଜି ଲେଖା ଆରମ୍ଭ ହେବା ଆଦୌ ସମ୍ଭବ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି । ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ ମାଦଳାପାଞ୍ଜି ବର୍ଣ୍ଣିତ କେଶରୀ ଓ ଗଙ୍ଗବଂଶୀୟ ରାଜାଙ୍କ ବିବରଣୀ ଭୁଲ ବୋଲି ପ୍ରମାଣିତ କରିଛନ୍ତି । ମାଦଳାପାଞ୍ଜିରେ ପୁରୀ ମନ୍ଦିରର ନିର୍ମାତା ପୁରୁଷୋତ୍ତମ ବୋଲି ଉଲ୍ଲେଖ ଅଛି । କିନ୍ତୁ ଦାସଗୋବା ତାମ୍ରପଟାରୁ ପୁରୀ ମନ୍ଦିର ଚୋଡ଼ଗଙ୍ଗଦେବଙ୍କ ଦ୍ୱାରା ନିର୍ମିତ ହୋଇଥିବା ପ୍ରମାଣିତ ହୋଇଛି । ବାସ୍ତବରେ ଅନଙ୍ଗଭୀମଦେବ ଯେଉଁ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ, ତାହା ମାଧବ ଗ୍ରାମର ବୋଲି କଟକ ନଗରୀ ଗ୍ରାମର ତମ୍ବା ପଟାରୁ ଜଣାଯାଉଛି । ସେହିପରି ନୃପକେଶରୀ କଟକ ନଗର ନିର୍ମାଣ କରିଥିଲେ ଏବଂ ମର୍କତ କେଶରୀ ପଥରବନ୍ଧ ନିର୍ମାଣ କରିଥିଲେ ବୋଲି ମାଦଳାପାଞ୍ଜିରେ ବର୍ଣ୍ଣିତ ଅଛି । ଅଥଚ ନାଗରୀ ତାମ୍ରପଟାରୁ ପ୍ରମାଣିତ ହେଉଛି ଯେ ୧୨୩୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଅନଙ୍ଗଭୀମଦେବ ଅଭିନବ ବାରାଣସୀ କଟକ ପ୍ରତିଷ୍ଠା କରିଥିଲେ । ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମଦେବ “ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର” ଉପାଧି ବ୍ୟବହାର କରୁଥିଲେ । ମାତ୍ର ଇତିହାସରୁ ଜଣାଯାଏ ଯେ ଏହି ପଦବୀ ଅନଙ୍ଗଭୀମଦେବଙ୍କ ବେଳକୁ ଆରମ୍ଭ ହୋଇ ନଥିଲା । ବହୁକାଳ ପରେ ସୂର୍ଯ୍ୟବଂଶର ରାଜାମାନେ ଏହା ବ୍ୟବହାର କରୁଥିଲେ । ଏହିସବୁ କାରଣରୁ ମାଦଳାପାଞ୍ଜି ଷୋଡ଼ଶ ଶତାବ୍ଦୀରେ ରଚିତ ହୋଇଥିବା ଅନୁମାନ କରାଯାଏ ।

ଅଧିକାଂଶ ଆଲୋଚକ ମାଦଳାପାଞ୍ଜି, ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଙ୍କ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା ବୋଲି ମତବ୍ୟକ୍ତ କରିଥିଲେ ହେଁ ତାହା ଗ୍ରହଣଯୋଗ୍ୟ ମନେ ହୁଏନା । କାରଣ ଓଡ଼ିଶା ଇତିହାସରେ ଗଙ୍ଗ ରାଜତ୍ୱକାଳ ଅତ୍ୟନ୍ତ ଗୌରବମୟ । ପୁନଶ୍ଚ ଏହି ବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେବ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଶାସକ ଥିଲେ । ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । ଅଭିଲେଖାରୁ ଜଣାଯାଏ ଯେ ସ୍ୱନାମଧନ୍ୟ ଚୋଡ଼ ରାଜା ରାଜେନ୍ଦ୍ରଚୋଳଙ୍କ କନ୍ୟା ରାଜ ସୁନ୍ଦରୀ ତାଙ୍କର ମାତା ଥିଲେ ଓ ତାଙ୍କର ପିତାଙ୍କ ନାମ ଦେବେନ୍ଦ୍ର ବର୍ମଣ ରାଜରାଜ । ଅଥଚ ମାଦଳାପାଞ୍ଜିରେ ତାଙ୍କୁ ରାଣ୍ଡିପୁଅ କୁହାଯାଇଛି । ସେହିପରି ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ ଇତିହାସ ଓ ମାଦଳାବାଞ୍ଜି ମଧ୍ୟରେ ଆକାଶପାତାଳ ପ୍ରଭେଦ ପରିଲକ୍ଷିତ ହୁଏ । ମାଦଳାପାଞ୍ଜିରେ ତାଙ୍କୁ ଜଣେ ଗୋରୁ ଜଗୁଆଳ ଓ ଖପରାଚଟା ଭିକାରି ଭାବରେ ଚିତ୍ରିତ କରାଯାଇଛି । ବାସ୍ତବରେ ଗଙ୍ଗବଂଶର ଶେଷ ରାଜା ନିଃସନ୍ତାନ ଥିବାରୁ କପିଳେନ୍ଦ୍ର ସ୍ୱ ବାହୁପରାକ୍ରମରେ ଉତ୍କଳ ସିଂହାସନ ଅଧିକାର କରିଥିଲେ ଏବଂ ସୁଦୃଢ଼ ରଣନୀତି ଅବଲମ୍ବନ କରି ଗଙ୍ଗାଠାରୁ ସୁଦୂର ପେନାର ନଦୀ ପର୍ଯ୍ୟନ୍ତ ରାଜ୍ୟର ସୀମା ବୃଦ୍ଧି କରି ପାରିଥିଲେ ।

ଏହିପରି ବିଭିନ୍ନ ରାଜବଂଶ ସମ୍ବନ୍ଧରେ ବହୁ ଅସମ୍ମାନିତ ଓ କାଳ୍ପନିକ କାହାଣୀ ମାଦଳାପାଞ୍ଜିରେ ବର୍ଣ୍ଣିତ ଥିବାରୁ ଏହାର ଐତିହାସିକତା ସମ୍ବନ୍ଧରେ ଆଲୋଚକମାନେ ସନ୍ଦେହ ପ୍ରକାଶ କରିବା ସ୍ୱାଭାବିକ । ପାଞ୍ଜିର ଲେଖକ ଜଣେ ଅଧସ୍ତନ କର୍ମଚାରୀ ହୋଇଥିବାରୁ, ସେ ରାଜାମାନଙ୍କର ପ୍ରଶସ୍ତି ଲେଖିଥିଲେ ଆଶ୍ଚର୍ଯ୍ୟ ହେବାର କାରଣ ନଥିଲା । ମାଦଳାପାଞ୍ଜିର ସମୟ ନିରୂପଣ କରି ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହା ଷୋଡ଼ଶ ଶତାବ୍ଦୀର ଶେଷ ଭାଗର ଲେଖା ପରି ମନେହୁଏ ବୋଲି ମତବ୍ୟକ୍ତ କରିଛନ୍ତି । ସମ୍ଭବତଃ ମୁକୁନ୍ଦଦେବଙ୍କ ପୁତ୍ର ଓ ଦନାଇ ବିଦ୍ୟାଧରଙ୍କ ପୁତ୍ର ରାମଚନ୍ଦ୍ରଙ୍କ ମଧ୍ୟରେ ସିଂହାସନ ଲାଭ ନିମନ୍ତେ ଯେଉଁ ବିବାହ ହୋଇଥିଲା, ତାକୁ କେନ୍ଦ୍ର କରି ମାଦଳାପାଞ୍ଜିର ଜନ୍ମ ହୋଇଥାଇପାରେ ବୋଲି ସେ କହିଛନ୍ତ । ଏ ସମ୍ବନ୍ଧରେ ସେ ଅନ୍ୟ କେତେକ କାରଣ ମଧ୍ୟ ଦର୍ଶାଇଛନ୍ତି । ଯଥା-

୧. ଗଙ୍ଗ ଶାସକ ଚୋଡ଼ଗଙ୍ଗ ଏବଂ ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ ପାଞ୍ଜିରେ ବହୁ କାଳ୍ପନିକ କଥା ରହିଛି ।

୨. ଦ୍ୱାଦଶ ଶତାବ୍ଦୀର ଅନଙ୍ଗଭୀମଦେବଙ୍କ ମୁଦଲରେ ‘କଳବର୍ଗେଶ୍ୱର’ ବୋଲି ଅଭିହିତ କରାଯାଇଛି । ବାହମନୀ ରାଜ୍ୟର ଦ୍ୱିତୀୟ ରାଜଧାନୀ ‘କୁଲବର୍ଗ’ରୁ ‘କଳବର୍ଗେଶ୍ୱର’ ଶବ୍ଦଟି ସୃଷ୍ଟି ହୋଇଥିଲା । କିନ୍ତୁ ଚତୁର୍ଦ୍ଦଶ ଶତାବ୍ଦୀ ପୂର୍ବରୁ ମୁସଲମାନ ଶାସିତ ବାହମନୀ ରାଜ୍ୟର ଅସ୍ତିତ୍ୱ ମଧ୍ୟ ନଥିଲା । ତେଣୁ ଅନଙ୍ଗଭୀମଦେବଙ୍କ କାଳରେ ପାଞ୍ଜି ରଚିତ ହୋଇନଥିଲା ବୋଲି ନିଶ୍ଚିତ ଭାବରେ କୁହାଯାଇପାରେ ।

୩. ମାଦଳାପାଞ୍ଜିରେ ମୋଗଲ, ପଠାଣ, ଜମିଦାର, ନବାବ, ଲସ୍କର, ପାତିସା (ବାଦ୍ସା) ଆଦି ଶବ୍ଦ ବାରମ୍ବାର ବ୍ୟବହୃତ ହୋଇଥିବାର ପରିଲକ୍ଷିତ ହୁଏ । ମୋଗଲ ଶାସନ କାଳରେ ଏହା ଲେଖାଯାଇଥିବାରୁ ଏହି ଶବ୍ଦଗୁଡ଼ିକର ବହୁଳ ବ୍ୟବହାର ସ୍ୱାଭାବିକ ।

୪. ଶେଷରେ ଡଃ ପାଣିଗ୍ରାହୀ କହିଛନ୍ତି ଯେ ଷୋଡ଼ଶ ଶତାବ୍ଦୀ ପୂର୍ବର ଯେଉଁସବୁ କଥା ପାଞ୍ଜିରେ ଉଲ୍ଲେଖ ଅଛି, ସେ ସବୁରେ କୌଣସି ଐତିହାସିକ ସତ୍ୟତା ନାହିଁ । ସେସବୁ କେବଳ କିମ୍ବଦନ୍ତୀ ପରିପୂର୍ଣ୍ଣ ।      

ଡଃ ପାଣିଗ୍ରାହୀଙ୍କ ମତକୁ ସମର୍ଥନ କରି ଆଲୋଚକ ରମେଶ ପ୍ରସାଦ ମହାପାତ୍ର ମଧ୍ୟ ଏହାର ରଚନାକାଳ ଷୋଡ଼ଶ ଶତାବ୍ଦୀର ଶେଷାର୍ଦ୍ଧ ବୋଲି ନିରୂପଣ କରିଛନ୍ତି । କାରଣ ଗଙ୍ଗ ଓ ସୁର୍ଯ୍ୟବଂଶ ଅମଳରେ ପାଞ୍ଜି ଲିଖିତ ହୋଇଥିଲେ ଲିଖନକାର ସେହି ବଂଶ ସମ୍ବନ୍ଧରେ ଏଭଳି ଅପପ୍ରଚାର କରିବାକୁ ସାହସ କରି ନଥାନ୍ତେ ।

ମାଦଳାପାଞ୍ଜିର ଭାଷା ଶିଳାଲେଖର ଭାଷାଠାରୁ ଅଧିକ ଉନ୍ନତ ଓ ସରଳ । ପାଞ୍ଜିରେ ବ୍ୟବହୃତ ଭାଷାକୁ ତିନି ଭାଗରେ ବିଭକ୍ତ କରାଯାଇପାରେ, ଯଥା- ୧. ସାଧାରଣ ଭାଷା, ୨. ମୁଦଲର ଭାଷା, ଯାହା ସଂସ୍କୃତ ଶବ୍ଦବହୁଳ ଓ ଦୀର୍ଘ ତଥା ଜଟିଳ ବାକ୍ୟରେ ବ୍ୟବହାର କରାଯାଇଛି, ୩ . ଘୋଷଣାର ଭାଷା, ଯାହା ଅନେକ ଗୁଡ଼ିଏ କ୍ଷୁଦ୍ରବାକ୍ୟର ସମ୍ମିଶ୍ରଣ । ଦୃଷ୍ଟାନ୍ତ ସ୍ୱରୂପ -

୧. ସାଧାରଣ ଭାଷା- ସେଠାରୁ କେତେ ଦିନ ଉତ୍ତାରୁ ରାଜାଙ୍କୁ ବ୍ରହ୍ମହତ୍ୟା ଲାଗିଲା । ସେ ସକାଶୁଁ ବ୍ରାହ୍ମଣମାନେ ନମସ୍କାର ନ ଘେନିଲେ, ଦେବାର୍ଚ୍ଚନ ନକଲେ, ଏ ରାଜା ବହୁତ କାକୁସ୍ଥ ହୋଇଲେ । (ଅନଙ୍ଗଭୀମଦେବ)

୨. ମୁଦଲର ଭାଷା- ଶ୍ରୀ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଅଭିରାଏ ଭୂତ ଭୈରବୀ ଦୁଃଶାସନ ଅନିକରଣ ରାଉତରାୟ ଅତୁଳ ବଳ ପରାକ୍ରମ ସଂଗ୍ରାମ ସହସ୍ରବାହୁ ଧୂମକେତୁ ଶ୍ରୀ ଅନଙ୍ଗଭୀମ ମହାରାଜାଙ୍କର......ଇତ୍ୟାଦି । (ଅନଙ୍ଗଭୀମଦେବ)

୩. ଘୋଷଣାର ଭାଷା- ଭୋ ଭବିଷ୍ୟ ମହାରାଜାମାନେ ମୁଁ ଯେମନ୍ତ ପ୍ରକାରେ ଭିଆଣ କରିଦେଉଅଛି ଏଥିକି ତୁମ୍ଭେମାନେ ନପୁଣି ବୋଲ ସେ ଦେଇଗଲେ ଆମ୍ଭର କି ହୋଇଲା, ଆମ୍ଭେ କିମ୍ପା ଦେବୁ ।

ଅଶିକ୍ଷିତ ଲିଖନକାରମାନେ ମାଦଳାପାଞ୍ଜି ରଚନା କରୁଥିଲେ ହେଁ, ସେମାନଙ୍କ ମଧ୍ୟରୁ କେହି କେହି ଚିନ୍ତାଶୀଳ ବ୍ୟକ୍ତି କବିତ୍ୱ ଶୈଳୀରେ ମାଦଳାପାଞ୍ଜି ଲେଖିବାକୁ ଚେଷ୍ଟା କରିଛନ୍ତି । ଉଦାହରଣ ସ୍ୱରୂପ- ପୁରୁଷୋତ୍ତମ ଦେବଙ୍କ ବିବରଣୀରେ ଲେଖାଅଛି- “ଦରଶନ କରି ପ୍ରତିଜ୍ଞା କରି ବୋଇଲେ ଦୁରିଆକୁ ଆଉ ତୁମ୍ଭେ ରଖି ନ ପାରିବ ଶଙ୍ଖେ ପୁରାଇ ଚକ୍ରେ ଉହାଡ଼ିଲେ, ଅବଶ୍ୟ ମାରିବୁ ଗୋସ୍ୱାଇଁ । ଏତେ ବୋଲି ହମିରେ କଟକକୁ ଗଲେ, ପୁରୁଷୋତ୍ତମ ଦେବଙ୍କୁ ବାରତା ହୋଇଲା ।”

ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ ‘ଉତ୍କଳ ପୁତ୍ର’ ପତ୍ରିକାରେ ଲେଖିଛନ୍ତି- “ମାଦଳାପାଞ୍ଜିର ଭାଷଣରେ ଦ୍ୱାଦଶ ଶତାବ୍ଦୀଠାରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଯେଉଁ ଭାଷା ପରିଲକ୍ଷିତ ହୁଏ, ସେଥିରେ ଭାଷାର ଧାରାବାହିକତା ବା କ୍ରମବିକାଶର ଚିହ୍ନ ପରିଲକ୍ଷିତ ହୁଏ ନାହିଁ । ବିଖ୍ୟାତ ଭାଷାତତ୍ତ୍ୱବିତ୍ ଡଃ ସୁନୀତି କୁମାର ଚାଟାର୍ଜୀ ତା ୨୫.୧୨.୧୯୭୪ ମସିହାରେ ‘ନିଖିଳ ଭାରତ ବଂଗ ସାହିତ୍ୟ ସମ୍ମିଳନୀ’ର ସଭାପତି ଅଭିଭାଷଣରେ କଟକଠାରେ ମାଦଳାପାଞ୍ଜି ସମ୍ପର୍କରେ କହିଛନ୍ତି- “ପୁରୀ ମନ୍ଦିରେର ଓ ସଙ୍ଗେ ସଙ୍ଗେ ଓଡ଼ିଶାର ଇତିହାସ ଲିପିବଦ୍ଧ ହଇତେଥାକେ ମାଦଳପାଞ୍ଜି ନାମକ ଏକ ସ୍ମରଣ ହଇତେଇ ଏଇ ପାଞ୍ଜି ଲିପିବଦ୍ଧ ହଇତେଥାକେ x x x ଖୁଣ୍ଟିନାଣ୍ଟି ବ୍ୟାପାରେ ଭୁଲଭ୍ରାନ୍ତି ଦୋଷତ୍ରୁଟି ଥାକିଲେ ଓ ପାଞ୍ଜିତେ ଯେ ଅନ୍ତତଃ ମଧ୍ୟଯୁଗେର ଉଡ଼ିଆ ଗଦ୍ୟେର ମୂଲ୍ୟବାନ ନିଦର୍ଶନ ରଖିତ ହଇଆଛେ ତାହା ସ୍ୱୀକାର କରିତେଇ x x x ଏଖାନେ ରାଜାର ମୁଖ ନିଃସୃତ ଏକାଦଶ ଦ୍ୱାଦଶ ଶତକେ ଉଡ଼ିଆ ଭାଷାର ପ୍ରାଞ୍ଜଳତା, ପ୍ରସାଦଗୁଣ ଓ ପ୍ରକାଶ ଶକ୍ତି ଦେଖିୟା ସାଧୁବାଦ ଦିତେ ହୟ, ଯେ ଉଡ଼ିଆ ଜାତି ଭାରତେର କୃତି ଦେଉଳ ବା ମନ୍ଦିର ଗଠନେ ନିୟୋଜତି ହଇୟାଛିଲ, ବାସ୍ତୁବିଦ୍ୟାର ଓ ଭାସ୍କର୍ଯ୍ୟର ଉନ୍ନତି ପରାକାଷ୍ଠା ଯେ ଜାତି ପ୍ରଦର୍ଶନ କରିୟାଛିଲ, ତାହାଦେର ଉପଯୁକ୍ତ ଏଇ ଭାଷା । ମାଦଳାପାଞ୍ଜି ସମ୍ବନ୍ଧୀୟ ଏହି ରାଜ ଉକ୍ତି ଭାରତୀୟ ସାହିତ୍ୟେର ଏକଟି ବିଶେଷ ଲକ୍ଷଣୀୟ କୃତି ।”

ତତ୍କାଳୀନ ସାହିତ୍ୟିକ ଭାଷା ଓ ମାଦଳାପାଞ୍ଜିରେ କ୍ୱଚିତ୍ ଦେଖିବାକୁ ମିଳେ । ଶବ୍ଦ ସଂଯୋଜାନରେ ମଧ୍ୟ କୌଣସି ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୁଏ ନାହିଁ । ମାଦଳାପାଞ୍ଜି ସାହିତ୍ୟ ପରି ନିର୍ଦ୍ଦିଷ୍ଟ ଶୈଳୀକୁ ଅବଲମ୍ବନ କରି ନାହିଁ । ତତ୍କାଳୀନ ପଦ୍ୟ ସାହିତ୍ୟ, ଗଦ୍ୟ ସାହିତ୍ୟ, ବ୍ରତ କଥା ସାହିତ୍ୟ ମୁଖ୍ୟତଃ ଅଶିକ୍ଷିତ ପାଠକ ଗୋଷ୍ଠୀଙ୍କୁ ଶୁଣାଇବା ଉଦ୍ଦେଶ୍ୟରେ ରଚିତ ହୋଇଥିବାରୁ ସେଗୁଡ଼ିକ ଆବୃତ୍ତିଧର୍ମୀ । ଜଗନ୍ନାଥ ଦାସଙ୍କ ତୁଳାଭିଣା, ବଳରାମ ଦାସଙ୍କ ବ୍ରହ୍ମଗୀତା, ନାରାୟଣ ନନ୍ଦଙ୍କ ରୁଦ୍ରସୁଧାନିଧି ସ୍ଥୂଳ ଶବ୍ଦବହୁଳ ଓ ପାଣ୍ଡିତ୍ୟପୂର୍ଣ୍ଣ । ସାହିତ୍ୟିକ ଭାଷା ସହିତ ମାଦଳାପାଞ୍ଜିର ଭାଷା ତୁଳନୀୟ ନହେଲେ ମଧ୍ୟ ଆଧୁନିକ ଓଡ଼ିଆ ଗଦ୍ୟ ଭାଷାର ଏହା ନିକଟବର୍ତ୍ତୀ ହୋଇପାରିଛି-

ପଞ୍ଜିକାରଙ୍କ ଆଗରେ କୌଣସି ଐତିହାସିକ ଉପାଦାନ ନଥିଲା । ସେଥିପାଇଁ ସେମାନେ ଲୋକକଥା ଓ କିମ୍ବଦନ୍ତୀ ଉପରେ ନିର୍ଭର କରୁଥିଲେ । ପୁନଶ୍ଚ ସେମାନଙ୍କର ସ୍ୱୀୟ ସୃଜନଶୀଳତା ଓ କଳ୍ପନାବିଳାସିତା ଯୋଗୁ ଅନେକ ଲେଖନକାରଙ୍କ ଦ୍ୱାରା ବହୁ ସୁନ୍ଦର କାହାଣୀ ସୃଷ୍ଟି ହୋଇପାରିଛି । ଆହୁରି ମଧ୍ୟ ଅନେକ ସ୍ଥଳରେ ବହୁ ଉଦ୍ଭଟ ଓ ଅଲୌକିକ ଘଟଣାବଳୀ ଲିପିବଦ୍ଧ ହୋଇଅଛି । ସେଗୁଡ଼ିକର କୌଣସି ସତ୍ୟତା ନଥିଲେ ମଧ୍ୟ ଆନନ୍ଦ ଉପଭୋଗ କରିବାର ଉପାଦାନ ରହିଛି । ବହୁ କାହାଣୀରେ ତତ୍କାଳୀନ ସମାଜର ଚିତ୍ର ପ୍ରତିଫଳିତ । କେବଳ ସେତିକି ନୁହେଁ, ମାଦଳାପାଞ୍ଜିର କଥାବସ୍ତୁ ପରବର୍ତ୍ତୀ କାଳର ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଆସିଛି । ଡଃ ଖଗେଶ୍ୱର ମହାପାତ୍ର ବିଶ୍ୱାସ କରନ୍ତି ଯେ ପାଞ୍ଜିର ବିଷୟବସ୍ତୁ ସାରଳା ମହାଭାରତ ଉପରେ ପ୍ରଭାବ ବିସ୍ତାର କରିଛି ।

ପୂର୍ବକାଳରେ ରାଜଦରବାରରେ ରାଜକବି, ରାଜଜ୍ୟୋତିଷ, ରାଜ ପୁରୋହିତ ଓ ଗଳ୍ପସାଗରମାନେ ନିଯୁକ୍ତି ଲାଭ କରୁଥିଲେ । ରାଜାଙ୍କୁ ଖୁସି କରିବା ପାଇଁ ଗଳ୍ପ ସାଗର ଓ ବିଦୂଷକମାନେ ନାନା ଗଳ୍ପ ଓ ହାସ୍ୟରସ କଥା କହି ରାଜାଙ୍କୁ ନିମଜ୍ଜିତ କରି ରଖୁଥିଲେ । ଏହି ପରିପ୍ରେକ୍ଷୀରେ ଚୋଡ଼ଗଙ୍ଗଦେବଙ୍କ ସମୟରେ ନିତେଇ ଧୋବଣୀ କଥା, ନିଜ କନ୍ୟା ପ୍ରତି ଅବୈଧ ପ୍ରଣୟଜନିତ କୌଶଲ୍ୟା ଗଙ୍ଗ ପୁଷ୍କରଣୀ ଖନନ କଥା, ମଦନ ମହାଦେବଙ୍କ ସମୟରେ ବୌଦ୍ଧ ଶ୍ରମଣ ଓ ବ୍ରାହ୍ମଣଙ୍କ ପରୀକ୍ଷା କଥା, ଅନଙ୍ଗଭୀମଙ୍କ ବ୍ରହ୍ମହତ୍ୟା କଥା, ଭାନୁଦେବଙ୍କ ସମୟରେ ପଶୁପାଳକ କଥା, ବୀର ଭାନୁଦେବଙ୍କ ସମୟରେ ଅନ୍ଧ ଦଇତା ଦାସ କଥା, କପିଳେନ୍ଦ୍ର ଦେବଙ୍କ ସମୟରେ ନାଗସାପ ପ୍ରସଙ୍ଗ, କାଶିଆ କପିଳା ଭେଟ ପ୍ରସଙ୍ଗ, ଖପରା ଚଟା ପ୍ରସଙ୍ଗ, ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ କାଞ୍ଚି ଅଭିଯାନ କଥା, ପ୍ରତାପରୁଦ୍ର ଦେବଙ୍କ ସମୟରେ ବଣିର ପ୍ରସଙ୍ଗ ପ୍ରଭୃତି ବହୁ କାହାଣୀ ମାଦଳାପାଞ୍ଜିରେ ଦେଖିବାକୁ ମିଳେ । ଏସବୁ ପ୍ରସଙ୍ଗ ଲିପିବଦ୍ଧ କଲାବେଳେ ପଞ୍ଜିକାରର କବିମାନସ କାର୍ଯ୍ୟ କରିଛି । ସେ ନିଜ କଳ୍ପନା ଦ୍ୱାରା କୌଣସି ଏକ ଘଟଣାକୁ ସୁନ୍ଦର ଭାବେ ସଜାଇ ରଖିବାକୁ ଚେଷ୍ଟା କରିଥିଲେ ହେଁ, ଏଥିରେ ସାମାଜିକ ଆଦର୍ଶବୋଧ, ନୀତିବୋଧ ଓ ଧାର୍ମିକ ବିଶ୍ୱାସ ଆପେ ଆପେ ଚାଲିଆସିଛି ।

ପଞ୍ଜିକାରମାନେ ସାଧାରଣ ଲୋକବିଶ୍ୱାସରେ ଯେଉଁ କାହାଣୀ ବା ଘଟଣାଗୁଡ଼ିକୁ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି, ତାହା ପରବର୍ତ୍ତୀ କାଳର ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଆସିଛି । ଏପର୍ଯ୍ୟନ୍ତ ଓଡ଼ିଶାରେ ନିତେଇ ଧୋବଣୀ କଥାର ଗୁରୁତ୍ୱ ସାମାଜିକ ଜୀବନରେ ଦେଖିବାକୁ ମିଳେ । ସାଧାରଣତଃ ମାଆମାନେ ପିଲାମାନଙ୍କୁ ଡର-ଚମକିବା ଆଦିରୁ ରକ୍ଷା କରିବା ପାଇଁ ଗୁଣିଗାରେଡ଼ିର ଆଶ୍ରୟ ନେଇଥାନ୍ତି । ଏହି ଗୁଣିଗାରେଡ଼ି ସାଧାରଣତଃ ଧୋବା, ହରିଜନ ଆଦି ନିମ୍ନଶ୍ରେଣୀର ଲୋକମାନେ କରିଥାନ୍ତି । ତେଣୁ ପାଞ୍ଜିରେ କଳ୍ପନା ଓ ବାସ୍ତବତାର ସମନ୍ୱୟ ପରିଲକ୍ଷିତ ହୁଏ । ୧୭ଶ ଶତାବ୍ଦୀରେ ପୁରୁଷୋତ୍ତମ ଦାସ ଯେଉଁ କାଞ୍ଚିକାବେରୀ କାବ୍ୟ ରଚନା କରିଥିଲେ, ସେଥିରେ କାଞ୍ଚି ଗଣେଶ କଥା, ସାନ ବିପ୍ର ଓ ବଡ଼ ବିପ୍ର କଥା, ମାଣିକ ଗଉଡୁଣୀ କଥା, ଛେରାପହଁରା କଥା ଉଲ୍ଲେଖ ରହିଛି । ତାଙ୍କ ରଚିତ ହରିହର ଭେଟ କାବ୍ୟରେ ଜଗନ୍ନାଥ ଓ ଶିବଙ୍କର ସମନ୍ୱୟ ବୃତ୍ତାନ୍ତ ବର୍ଣ୍ଣିତ ହୋଇଛି । ବଳରାମ ଦାସଙ୍କ ଭାବସମୁଦ୍ର, ମହାଦେବ ଦାସଙ୍କ ‘ନୀଳାଦ୍ରି ମହୋଦୟ’, ଲୋକନାଥ ବିଦ୍ୟାଧରଙ୍କ ନୀଳାଦ୍ରି ମହୋତ୍ସବ, ଦୀନକୃଷ୍ଣ ଦାସଙ୍କ ଜଗମୋହନ ଛାନ୍ଦ, ସ୍ନାନ ଚଉତିଶା, ଚକ୍ରପାଣି ପଟ୍ଟନାୟକଙ୍କର ଗୁଣ୍ଡିଚା ଚମ୍ପୂ, ସାଲବେଗଙ୍କ ଭଜନ ପ୍ରଭୃତିରେ ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରାର ପ୍ରଭାବ ରହିଆସିଛି । କୃପାସିନ୍ଧୁ ଦାସ ଚତୁର୍ଦ୍ଧାମୂର୍ତ୍ତି ବର୍ଣ୍ଣନା କାବ୍ୟରେ ଜଗନ୍ନାଥଙ୍କ ମୂର୍ତ୍ତିତତ୍ତ୍ୱ କଥା ପାଞ୍ଜିରୁ ଆହରଣ କରିଛନ୍ତି । ବଡ଼ମ୍ବା ରାଜାଙ୍କ କ୍ଷେତ୍ର ମାହାତ୍ମ୍ୟରେ ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ବର୍ଣ୍ଣିତ । ଜଗନ୍ନାଥ ଦାସଙ୍କ ନିତ୍ୟ ନୀଳାଦ୍ରିବିଳାସ, ଦାରୁବ୍ରହ୍ମ ଗୀତାରେ ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ଓ ସେବା, ଉପାସନା ବିଧି ମାଦଳାପାଞ୍ଜି ଅନୁରୂପ । ମାଗୁଣୀ ଦାସ, ଦାମୋଦର ଦାସ, ନୀଳାମ୍ବର ଦାସଙ୍କ ଦେଉଳତୋଳା କାବ୍ୟରାଜିରେ ଗାଲମାଧବ କଥା ମାଦଳାପାଞ୍ଜିରୁ ଆହୃତ । ଚାନ୍ଦ ଦାସଙ୍କ ‘ଗୋପୀ ଚନ୍ଦନ’ କାବ୍ୟରେ ବର୍ଣ୍ଣିତ ରାମଚନ୍ଦ୍ର ଦେବ ଦ୍ୱିତୀୟ ବା ଅଭିନବ ଇନ୍ଦ୍ରଦ୍ୟୁମ୍ନ ପଦବୀ ମାଦଳାପାଞ୍ଜିରୁ ଆସିଅଛି । ୧୭ଶ ଶତାବ୍ଦୀରେ ଜଗନ୍ନାଥ ନାରାୟଣ ଦେବଙ୍କ ଲିଖିତ ‘ଗଙ୍ଗାଯାତ୍ରା ବିବରଣୀ’ ପୁସ୍ତକରେ ଜଗନ୍ନାଥଙ୍କର ପାତାଳି ହେବା ଘଟଣା ଯାହା ବର୍ଣ୍ଣିତ ହୋଇଛି, ତାହା ମାଦଳାପାଞ୍ଜିର ଯଯାତିକେଶରୀ ପ୍ରସଙ୍ଗରୁ ଆନୀତ ।

ଆଧୁନିକ ଯୁଗରେ ରାଜା ଚୋଡ଼ଗଙ୍ଗଦେବ ଓ କୌଶଲ୍ୟା କାହାଣୀକୁ କବିବର ରାଧାନାଥ ‘ପାର୍ବତୀ’ କାବ୍ୟରେ ବର୍ଣ୍ଣନା କରିଛନ୍ତି । ରାଧାନାଥଙ୍କ ଚିଲିକା କାବ୍ୟରେ ବର୍ଣ୍ଣିତ ରକ୍ତବାହୁ ପ୍ରସଙ୍ଗ ମାଦଳାପାଞ୍ଜିର କାଞ୍ଚିଯାତ୍ରା ପ୍ରସଙ୍ଗ ଅବଲମ୍ବନରେ ରଚିତ । ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ବନ୍ଦୀର ଆତ୍ମକଥା ଓ ରେଳ ଉପରେ ଚିଲିକା ଦର୍ଶନ କବିତାରେ କାଞ୍ଚି ଯୁଦ୍ଧଯାତ୍ରା କାଳରେ ଶ୍ରୀଜଗନ୍ନାଥ, ବଳଭଦ୍ରଙ୍କର ସୈନିକ ବେଶକୁ ସ୍ମରଣ କରି ଲେଖିଛନ୍ତି -

      “ନିଜେ ନିରଞ୍ଜନ ଜଗତ ଈଶ୍ୱର, ଧରିଣ ସୈନିକ ନର କଳେବର,

      ଉତ୍କଳର ଯଶ ପ୍ରତିଷ୍ଠା ରକ୍ଷଣେ, ବିଜେ କଲେ ଘୋର ସମର ପ୍ରାଙ୍ଗଣେ ।”

                                          (ରେଳ ଉପରେ ଚିଲିକା ଦର୍ଶନ)

ସେ ମଧ୍ୟ କାଞ୍ôଜ ଗଣେଶ କଥା ନିଜ କାବ୍ୟରେ ସୂଚନା ଦେଇଛନ୍ତି । ଏହି କାଞ୍ôଜ ଅଭିଯାନ ଘଟଣାକୁ ଆଧାର କରି ରାମଶଙ୍କର ରାୟ ‘କାଞ୍ଚିକାବେରୀ’, ଗୋଦାବରୀଶ ମିଶ୍ରଙ୍କ ‘ପୁରୁଷୋତ୍ତମ ଦେବ’ ଓ କାଳୀଚରଣ ପଟ୍ଟନାୟକ ‘ଅଭିଯାନ’ ନାଟକ ରଚନା କରିଛନ୍ତି । ଗୋଦାବରୀଶ ମିଶ୍ରଙ୍କ ‘ମୁକୁନ୍ଦଦେବ’ ଓ ଅଶ୍ୱିନୀ କୁମାର ଘୋଷଙ୍କର ‘କଳାପାହାଡ଼’ ନାଟକରେ ମାଦଳାପାଞ୍ଜି ବର୍ଣ୍ଣିତ ମୁକୁନ୍ଦଦେବ ଘଟଣାର ପ୍ରଭାବ ପଡ଼ିଅଛି । ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’ ଓ ନୀଳାଦ୍ରିବିଜୟ, ଉପନ୍ୟାସ ଦ୍ୱୟ ଓ ବେଣୁଧର ରାଉତଙ୍କ ‘ଛତା’ କବିତାରେ ମାଦଳାପାଞ୍ଜିର ପ୍ରଭାବ ପରିଲକ୍ଷିତ । ପଞ୍ଜିକାରମାନେ ସାହିତ୍ୟିକ ନଥିଲେ କିମ୍ବା ସାହିତ୍ୟ ସୃଷ୍ଟି ସେମାନଙ୍କର ଲକ୍ଷ୍ୟ ନଥିଲା । ତେବେ ବି ସେମାନଙ୍କର କଳ୍ପନାବିଳାସିତ ଓ କାହାଣୀ ଉପସ୍ଥାପନର କଳା ଆଜି ପର୍ଯ୍ୟନ୍ତ ଓଡ଼ିଶାର ସାହିତ୍ୟିକମାନଙ୍କୁ ପ୍ରଭାବିତ କରି ଆସୁଥିବାରୁ ମାଦଳାପାଞ୍ଜିର ସାହିତ୍ୟିକ ଅବଦାନକୁ ଅସ୍ୱୀକାର କରାଯାଇ ନପାରେ । ମାଦଳାପାଞ୍ଜି ପୁସ୍ତକ ପ୍ରାଚୀସାହିତ୍ୟ ସମିତି ଦ୍ୱାରା ସମ୍ପାଦିତ ହୋଇ ୧୯୪୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ହୋଇଥିଲା । ମାଦଳାପାଞ୍ଜିର ସାହିତ୍ୟିକ ଓ ଐତିହାସିକ ମୂଲ୍ୟ ସହିତ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସଂପର୍କିତ ବହୁ ତଥ୍ୟ ଓ ବିବରଣୀ ଲିପିବଦ୍ଧ ଥିବାରୁ ଏହାର ପୁନଃ ପ୍ରକାଶନ ଅତ୍ୟାବଶ୍ୟକ ହୋଇଉଠୁଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଅତୀତରେ ପ୍ରକାଶିତ ହୋଇଥିବା ଅନେକ ପୁସ୍ତକ ବର୍ତ୍ତମାନ ମିଳୁନଥିବାରୁ ସେ ସବୁ ଉପାଦେୟ ପୁସ୍ତକ ଓଡ଼ିଶାର କେତେକ ପ୍ରକାଶକଙ୍କ ଦ୍ୱାରା ପୁନଃ ପ୍ରକାଶିତ ହେବାଲାଗି ସ୍ଥିର ହୋଇଛି । ପ୍ରଥମ କରି ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ମାଦଳାପାଞ୍ଜି ଶ୍ରୀଯୁକ୍ତ ସହଦେବ ପ୍ରଧାନ (ଫ୍ରେଣ୍ଡ୍ସ୍ ପବି୍ଲଶର୍ସ, କଟକ)ଙ୍କ ଦ୍ୱାରା ପ୍ରକାଶିତ ହେଉଥିବାରୁ ସେ ଧନ୍ୟବାଦର ପାତ୍ର ।

 

ସୁରେନ୍ଦ୍ର ନାଥ ଦାଶ

ଆବାହକ

ବିଶ୍ୱବିଦ୍ୟାଳୟ ପ୍ରକାଶନ

ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ

ଉତ୍କଳ ବିଶ୍ୱବିଦ୍ୟାଳୟ

 

କେଶରୀ ବଂଶ ରାଜାମାନଙ୍କ ରାଜତ୍ୱକାଳ

 

ଯଯାତି-

୧ମ-ପାଞ୍ଜି-ମତେ

୫୭

ବର୍ଷ

 

୨ୟ

୬୮

 

 

୩ୟ

୫୨

୪୪୮ ଶକାବ୍ଦ ପର୍ଯ୍ୟନ୍ତ

ସୂର୍ଯ୍ୟ-

୧ମ

୩୦

 

 

୨ୟ

୨୬

 

 

୩ୟ

୫୭

୫୦୫

ଅନନ୍ତ-

୧ମ

୧୪

 

 

୨ୟ

୨୪

 

 

୩ୟ

୪୦

୫୪୫

ଲଲାଟ-

୧ମ

୪୦

 

 

୨ୟ

୪୦

 

 

୩ୟ

୫୪

୫୯୯

କନକ-

୧ମ

୨୪

 

 

୨ୟ

୧୭

 

 

୩ୟ

୧୬

୬୧୫

ନର-

୧ମ

୧୩

 

 

୨ୟ

୧୮

 

ଅନନ୍ତ-

୩ୟ

୬୨୩

 

 

 

ନରଙ୍କ ସ୍ଥାନରେ

ଗଙ୍ଗ-

୧ମ

୨୫

 

ପଦ୍ମ-

୨ୟ

୧୯

ଗଙ୍ଗଙ୍କ ସ୍ଥାନରେ

 

୩ୟ

୫”

୬୨୮ ଶକାବ୍ଦ ପର୍ଯ୍ୟନ୍ତ

ବୃଦ୍ଧ-

୧ମ

୪୦

 

 

୩ୟ

୬୩୭

ଧ୍ରୁବ-

୨ୟ

-

 

ବଟ-

୧ମ

୨୬

 

 

୨ୟ

୧୫

 

 

୩ୟ

୧୧

୬୪୮

ଗଜ-

୧ମ

୨୫

 

 

୩ୟ

୧୨

୬୬୦ ଶକାବ୍ଦ ପର୍ଯ୍ୟନ୍ତ

ରାଜ-

୨ୟ

 

 

ବସନ୍ତ-

୧ମ

 

୨ ବର୍ଷ ୭ ମାସ

 

୩ୟ

 

୨ ବର୍ଷ ୭୬୨

ଗନ୍ଧର୍ବ-

୧ମ

 

୧୭ ବର୍ଷ ୭ ମାସ ୯ ଦିନ

 

୩ୟ

 

୧୪ ବର୍ଷ ୬୭୬ ଶକାବ୍ଦ ପର୍ଯ୍ୟନ୍ତ

ଜନ୍ମେଜୟ-

୧ମ

 

୧୪ ବର୍ଷ

 

୩ୟ

 

୯ ବର୍ଷ ୬୯୫ ଶକାବ୍ଦ ପର୍ଯ୍ୟନ୍ତ

କୃଷ୍ଣ-

୨ୟ

 

ଭରଥଙ୍କ ପୂର୍ବେ

ଗଣ-

୨ୟ

 

୮ ବର୍ଷ

ଭରଥ-

୧ମ

 

୨୫ ବର୍ଷ ୬ ମାସ ୨ ଦିନ

 

୨ୟ       

୧୫

 

 

୩ୟ      

 

୧୫ ବର୍ଷ ୭୦୦ ଶକାବ୍ଦ ପର୍ଯ୍ୟନ୍ତ

କବି-

୧ମ       

 

୨୭ ବର୍ଷ ୧୦ ମାସ ୧ ଦିନ

 

୨ୟ

 

୧୨ ବର୍ଷ

 

୩ୟ       

 

୧୪ ବର୍ଷ୭୧୪ ଶକାବ୍ଦ ପର୍ଯ୍ୟନ୍ତ

କାମ-

୧ମ       

 

୨୪ ବର୍ଷ ୮ ମାସ ୨ ଦିନ

 

୨ୟ      

 

୧୬ ବର୍ଷ

 

୩ୟ       

 

୧୯ ବର୍ଷ ୭୩୩ ଶକାବ୍ଦ ପର୍ଯ୍ୟନ୍ତ

କୋଶଳ-

୧ମ

 

୨୫ ବର୍ଷ ୨ ଦିନ

 

୨ୟ

 

 

 

୩ୟ      

୧୮ ବର୍ଷ ୭୫୧ ଶକାବ୍ଦ ପର୍ଯ୍ୟନ୍ତ

ଚଣ୍ଡ-

୧ମ      

୧୭ ବର୍ଷ ୬ ମାସ ୮ ଦିନ

 

୨ୟ      

୧୭

 

୩ୟ      

୧୭ ବର୍ଷ ୭୬୮ ଶକାବ୍ଦ ପର୍ଯ୍ୟନ୍ତ୍

ପ୍ରଚଣ୍ଡ-

୧ମ       

୧୫ ବର୍ଷ ୨ ମାସ ୭ ଦିନ

 

୨ୟ       

୧୫ ବର୍ଷ

 

୩ୟ       

୧୯ ବର୍ଷ ୭୮୭ ଶକାବ୍ଦ ପର୍ଯ୍ୟନ୍ତ

ଧ୍ରୁବ ବା ଧ୍ରୁବ-

୧ମ      

୨୨ ବର୍ଷ ୬ ମାସ ୪ ଦିନ

 

୨ୟ      

୨୨ ବର୍ଷ

ଅମୃତ-

୩ୟ      

୧୦ ବର୍ଷ ୭୯୭ ଶକାବ୍ଦ ପର୍ଯ୍ୟନ୍ତ

ବିଜୟ-

୧ମ       

୨୨ ବର୍ଷ ୩ ମାସ ୧୮ ଦିନ

 

୨ୟ      

୧୦ ବର୍ଷ

 

୩ୟ       

୧୫ ବର୍ଷ ୮୧୧ ଶକାବ୍ଦ ପର୍ଯ୍ୟନ୍ତ

ଚଣ୍ଡପାଳ-

୧ମ       

୧୮ ବର୍ଷ ୩ ମାସ ୨ ଦିନ

 

୨ୟ       

୧୨ ବର୍ଷ

 

୩ୟ      

୧୪ ବର୍ଷ ୮୨୬ ଶକାବ୍ଦ ପର୍ଯ୍ୟନ୍ତ

ମଧୁସୂଦନ ”

୧ମ      

 

୧୨ ବର୍ଷ ୪ ମାସ ୬ ଦିନ

 

୨ୟ       

୧୦ ବର୍ଷ

 

୩ୟ      

୧୬ ବର୍ଷ ୮୪୨ ଶକାବ୍ଦ ପର୍ଯ୍ୟନ୍ତ

ଧର୍ମ-

୧ମ      

୨୭ ବର୍ଷ ୬ମାସ ୭ଦିନ

 

୨ୟ       

୧୯ ବର୍ଷ

ଭୌମ-

୩ୟ       

 

୧୦ ବର୍ଷ ୮୫୨ ଶକାବ୍ଦ ପର୍ଯ୍ୟନ୍ତ

ଜୟ-

୧ମ      

 

୩୦ ବର୍ଷ ୩ ମାସ ୩ ଦିନ

 

୨ୟ       

 

୭ ବର୍ଷ

 

୩ୟ      

 

୧୧ ବର୍ଷ ୮୬୩ ଶକାବ୍ଦ ପର୍ଯ୍ୟନ୍ତ

ନୃପ-

୧ମ       

 

୧୯ ବର୍ଷ ୭ମାସ ୧୨ ଦିନ

 

୨ୟ       

 

୧୪ ବର୍ଷ

 

୩ୟ      

 

୧୨ ବର୍ଷ ୮୭୫ ଶକାଦ୍ଦ ପର୍ଯ୍ୟନ୍ତ

ମକର ବା ମର୍କତ-

୧ମ       

 

୫ ବର୍ଷ ୨ ମାସ ୧୪ ଦିନ

 

୨ୟ       

 

୬ ବର୍ଷ

 

୩ୟ

 

୧୨ ବର୍ଷ ୮୭୫ ଶକାବ୍ଦ ପର୍ଯ୍ୟନ୍ତ

ତ୍ରିପୁର-

୧ମ

 

୧୮ ବର୍ଷ ୩ ମାସ ୩ ଦିନ

 

୩ୟ       

 

୧୦ ବର୍ଷ ୮୯୯ ଶକାବ୍ଦ ପର୍ଯ୍ୟନ୍ତ

ଘ୍ରଟ-

୨ୟ       

 

ମର୍କତକେଶରୀଙ୍କ ପରେ

ମାଧବ-

୧ମ      

 

୧୪ବର୍ଷ ୮ ମାସ ୧୨ ଦିନ

 

୩ୟ       

 

୧୨ ବର୍ଷ ୯୧୧ ଶକାବ୍ଦ ପର୍ଯ୍ୟନ୍ତ

ମଦନ-

୨ୟ      

 

ତ୍ରିପୁର ଓ ମାଧବଙ୍କ ସ୍ଥାନରେ

 

 

ଗୋବିନ୍ଦ-

୧ମ      

୮ ବର୍ଷ ୯ ମାସ ୧୮ ଦିନ

 

୨ୟ       

୭ ବର୍ଷ

 

୩ୟ       

୧୦ ବର୍ଷ ୯୨୧ ଶକାବ୍ଦ ପର୍ଯ୍ୟନ୍ତ

ନୃତ୍ୟ-

୧ମ       

୧୪ ବର୍ଷ ୨ ମାସ ୧୫ ଦିନ

 

୩ୟ      

୧୪ ବର୍ଷ ୯୩୫ ଶକାବ୍ଦ ପର୍ଯ୍ୟନ୍ତ

ଅନଙ୍ଗ-

୨ୟ      

୬ ବର୍ଷ ଗୋବିନ୍ଦଙ୍କ ପରେ

ନରସିଂହ-

୧ମ       

୧୨ ବର୍ଷ ୬ ମାସ ୧୮ ଦିନ

 

୨ୟ       

      -

 

୩ୟ       

୧୧ ବର୍ଷ ୯୪୬ ଶକାବ୍ଦ ପର୍ଯ୍ୟନ୍ତ

କୃମ-

୧ମ       

୧୮ ବର୍ଷ ୪ମାସ ୧୮ ଦିନ

 

୩ୟ       

୧୦ ବର୍ଷ ୯୫୬ ଶକାବ୍ଦ ପର୍ଯ୍ୟନ୍ତ

ରାମ-

୨ୟ       

୬ ବର୍ଷ ନରସିଂହଙ୍କ ପରେ

ଗୋକର୍ଣ୍ଣ-

୧ମ       

୧୫ ବର୍ଷ ରାମଙ୍କ ପରେ, ମଚ୍ଛପଙ୍କ ପୂର୍ବେ

ମଚ୍ଛ-

୧ମ       

୧୭ ବର୍ଷ ୯ ମାସ ୨୩ ଦିନ

 

୨ୟ      

୮ ବର୍ଷ ଗୋକର୍ଣ୍ଣଙ୍କ ପରେ

 

 

ବରାହଙ୍କ ପରେ

 

୩ୟ       

୧୬ ବର୍ଷ ୯୭୨ ଶକାବ୍ଦ ପର୍ଯ୍ୟନ୍ତ

ବରାହ-

୧ମ       

୨୧ ବର୍ଷ ୮ ମାସ ୧୪ ଦିନ

 

୨ୟ       

୧୪ ବର୍ଷ

 

୩ୟ       

୧୫ ବର୍ଷ ୯୮୭ ଶକାବ୍ଦ ପର୍ଯ୍ୟନ୍ତ

ବାମନ-

୧ମ       

୧୩ ବର୍ଷ ୨ ମାସ ୧୭ ଦିନ

 

୨ୟ       

୧୩ ବର୍ଷ ୧୦୦୦ ଶକାବ୍ଦ ପର୍ଯ୍ୟନ୍ତ

ରାଜ-

୨ୟ       

୧୭ ବର୍ଷ ବରାହଙ୍କ ପରେ ଚନ୍ଦ୍ରଙ୍କ ପୂର୍ବେ

ପରଶୁ-

୧ମ       

୨ ବର୍ଷ ୩ ମାସ ୧୧ ଦିନ

 

୩ୟ       

୨ ବର୍ଷ ୧୦୦୨ ଶକାବ୍ଦ ପର୍ଯ୍ୟନ୍ତ

ଚନ୍ଦ୍ର-

୧ମ       

୧୫ ବର୍ଷ ୮ ମାସ

 

୨ୟ       

୬ ବର୍ଷ ରାଜଙ୍କ ପରେ

 

୩ୟ       

୧୨ ବର୍ଷ ୧୦୧୪ ଶକାବ୍ଦ ପର୍ଯ୍ୟନ୍ତ

ସୁଜନ-

୧ମ       

୮ ବର୍ଷ ୧୦ ମାସ

 

୩ୟ       

୭ ମାସ ୧୦୨୧ ଶକାବ୍ଦ ପର୍ଯ୍ୟନ୍ତ

ଯଦୁ-

୨ୟ       

୮ ବର୍ଷ ଚନ୍ଦ୍ରଙ୍କ ପରେ

ମାଳତୀ-

୧ମ       

୯ ବର୍ଷ ୮ ମାସ ୧୦ ଦିନ

 

୩ୟ       

୫ ବର୍ଷ ୧୦୨୬ ଶକାବ୍ଦ ପର୍ଯ୍ୟନ୍ତ

ଭୁବନ-

୨ୟ       

ଯଦୁଙ୍କ ପରେ

ପୁରଞ୍ଜୟ-

୧ମ      

୩ ବର୍ଷ ୯ ମାସ ୫ ଦିନ

 

୩ୟ      

୩ ବର୍ଷ ୧୦୨୯ ଶକାବ୍ଦ ପର୍ଯ୍ୟନ୍ତ

ଭୀମ-

୨ୟ       

୮ ବର୍ଷ ଭୁବନଙ୍କ ପରେ

ବସୁକଳ୍ପ-

୧ମ       

୧୨ ବର୍ଷ ୭ ମାସ ୧୯ ଦିନ

 

୩ୟ       

୧୨ ବର୍ଷ ୧୦୪୧ ଶକାବ୍ଦ ପର୍ଯ୍ୟନ୍ତ

ଲକ୍ଷ୍ମଣ-

୨ୟ       

୭ ବର୍ଷ ଭୀମଙ୍କ ପରେ

ଇନ୍ଦ୍ର-

୧ମ       

୩ ବର୍ଷ ୨ ମାସ ୫ ଦିନ

 

୩ୟ       

୪ ବର୍ଷ ୧୦୪୫ ଶକାବ୍ଦ ପର୍ଯ୍ୟନ୍ତ

ଘଟ-

୧ମ       

୫ ବର୍ଷ ଲକ୍ଷ୍ମଣଙ୍କ ପରେ

ଧ୍ରୁବ-

୨ୟ       

୨ ବର୍ଷ ଘଟଙ୍କ ପରେ

ବସନ୍ତ-

୨ୟ       

୨ ବର୍ଷ

ଶୂନ୍ୟ-

୧ମ      

୩ ବର୍ଷ ୨ ମାସ ୧୧ ଦିନ

 

 

୯ ବର୍ଷ ୧୦୫୪ ଶକାବ୍ଦ ପର୍ଯ୍ୟନ୍ତ

 

ଗଙ୍ଗବଂଶ ରାଜାମାନଙ୍କ ରାଜତ୍ୱ କାଳ

 

ଚୁଡ଼ଗଙ୍ଗ ଦେବ-

୧ମ       

୬୨ ବର୍ଷ ୨ ମାସ ୨ ଦିନ

 

୨ୟ        ””

୨୪ ବର୍ଷ

 

୩ୟ       

୨୦ ବର୍ଷ ୧୦୭୪ ଶକାବ୍ଦ ପର୍ଯ୍ୟନ୍ତ

ଗଙ୍ଗେଶ୍ୱର ଦେବ-

୧ମ       

୯ ବର୍ଷ

 

୨ୟ       

୧୨ ବର୍ଷ

 

୩ୟ       

୧୪ ବର୍ଷ ୧୦୮୮ ଶକାବ୍ଦ ପର୍ଯ୍ୟନ୍ତ

ଏକଜାଟା କାମ ଦେବ-

୧ମ       

୭ ବର୍ଷ

 

୨ୟ       

୧୨ ବର୍ଷ

 

୩ୟ       

୫ ବର୍ଷ

ମଦନ ମହାଦେବ-

୧ମ       

୧୫ ବର୍ଷ

 

୨ୟ       

୨୬ ବର୍ଷ

 

 

(ରାଜରାଜେଶ୍ୱର ନାମରେ)

 

୩ୟ       

୪ ବର୍ଷ ୧୦୯୭ ଶକାବ୍ଦ ପର୍ଯ୍ୟନ୍ତ

ଅନଙ୍ଗଭୀମ ଦେବ-      

୧ମ       

୧୭ ବର୍ଷ

 

୨ୟ       

୨୭ ବର୍ଷ

 

୩ୟ       

୨୭ ବର୍ଷ ୧୧୨୪ ଶକାବ୍ଦ ପର୍ଯ୍ୟନ୍ତ

ରାଜରାଜେଶ୍ୱର ଦେବ-

୧ମ       

୧୦ ବର୍ଷ

 

୩ୟ       

୩୫ ବର୍ଷ ୧୧୫୯ ଶକାବ୍ଦ ପର୍ଯ୍ୟନ୍ତ

ଭୀମସେନ ଦେବ-

୨ୟ       

୨୫ ବର୍ଷ

ଲାଙ୍ଗୁଳା ନରସିଂହଦେବ-

୧ମ      

୨୬ ବର୍ଷ

 

୨ୟ      

୧୮ ବର୍ଷ

 

୩ୟ

୪୫ ବର୍ଷ ୧୨୦୪ ଶକାବ୍ଦ ପର୍ଯ୍ୟନ୍ତ

କବି ନରସିଂହ ଦେବ-

୧ମ

୨୫ ବର୍ଷ

 

୩ୟ

୨୫ ବର୍ଷ

ବୀର ନରସିଂହ ଦେବ-

୨ୟ ”      

୨୫ ବର୍ଷ

ପ୍ରତାପ ନରସିଂହ ଦେବ-

୧ମ”      

୩୧ ବର୍ଷ ୧ ମାସ

 

୨ୟ

 

 

୩ୟ

୨୦ ବର୍ଷ ୧୨ ୪୯ ଶକାବ୍ଦ ପର୍ଯ୍ୟନ୍ତ

ବୀରଖରକାଳ ନରସିଂହଦେବ-

୧ମ ”      

୧ ବର୍ଷ ୧ ମାସ

କବିକାନ୍ତ ନରସିଂହଦେବ-

୩ୟ ”      

୨ ବର୍ଷ ପ୍ରତାପ ନରସିଂହଙ୍କ ପରେ

 

 

୧୨୫୧ ଶକାବ୍ଦ ପର୍ଯ୍ୟନ୍ତ

କବିକାନ୍ତ ଦେବ-

୨ୟ ”      

୯ ବର୍ଷ

କଜଳା ନରସିଂହ ଦେବ-

୧ମ

୧ମାସ ୧୩ ଦିନ ବୀର

 

 

ଖରକାଳ ନରସିଂହଙ୍କ ପରେ

 

୩ୟ

୧ ବର୍ଷ ୧୨୫୨ ଶକାବ୍ଦ ପର୍ଯ୍ୟନ୍ତ

ସଖି ନରସିଂହ ଦେବ-

୨ୟ ”      

କବିକାନ୍ତ ନରସିଂହଙ୍କ ପରେ

ଶଙ୍ଖଭାଣୁ ନରସିଂହଦେବ-

୧ମ

୨୭ ବର୍ଷ କଜଳା ନରସିଂହଙ୍କ ପରେ

 

୨ୟ

ସଖି ନରସିଂହଙ୍କ ପରେ

 

୩ୟ

୭ ବର୍ଷ କଜଳା ନରସିଂହଙ୍କ ପରେ

 

 

୧୨୫୯ ଶକାବ୍ଦ ପର୍ଯ୍ୟନ୍ତ

ନିଶଙ୍କ ଭାନୁଦେବ-

୧ମ ଓ ୨ୟ

୧୬ ବର୍ଷ

 

୩ୟ      

୨୪ ବର୍ଷ      ୧୨୮୩ ଶକାବ୍ଦ ପର୍ଯ୍ୟନ୍ତ

ବଳୀଭାନୁ ଦେବ-

୧ମ ”      

୨୬ ବର୍ଷ      

 

୨ୟ ”      

-

 

୩ୟ ”      

୨୧ ବର୍ଷ      ୧୩୦୪ ଶକାବ୍ଦ ପର୍ଯ୍ୟନ୍ତ

ବୀରଭାନୁ ଦେବ-

୧ମ ”      

୨ ବର୍ଷ ୪ ମାସ ୯ ଦିନ

 

୨ୟ ”      

୧୨ ବର୍ଷ

 

୩ୟ ”      

୧୯ ବର୍ଷ      ୧୩୨୩ ଶକାବ୍ଦ ପର୍ଯ୍ୟନ୍ତ

କଳିଭାନୁ ଦେବ-

୧ମ ”      

୧୪ ବର୍ଷ      

 

୨ୟ ”      

୧୦ ବର୍ଷ

 

୩ୟ ”      

୧୩୩୬ ଶକାବ୍ଦ ପର୍ଯ୍ୟନ୍ତ

ଅକଟାଅବଟାଭାନୁଦେବ-

୧ମ ”      

୧୪ ବର୍ଷ

 

୨ୟ ”      

୩୦ ବର୍ଷ      ମତ୍ତଭାନୁଙ୍କ ପରେ

 

୩ୟ ”      

୧୫ ବର୍ଷ      ୧୩୫୧ ଶକାବ୍ଦ ପର୍ଯ୍ୟନ୍ତ

ମତ୍ତଭାନୁଦେବ-

୧ମ ”      

୨୩ ବର୍ଷ ୬ ମାସ

 

୨ୟ ”      

୧୪ ବର୍ଷ କଳିଭାନୁଙ୍କ ପରେ

 

୩ୟ ”      

୨୩ ବର୍ଷ ୧୩୭୪ ଶକାବ୍ଦ ପର୍ଯ୍ୟନ୍ତ

କପିଳେନ୍ଦ୍ର ଦେବ-

୧ମ ”      

୩୨ ବର୍ଷ

 

୩ୟ ”      

୨୭ ବର୍ଷ      ୧୪୦୧ ଶକାବ୍ଦ ପର୍ଯ୍ୟନ୍ତ

ପୁରୁଷୋତ୍ତମ ଦେବ-

୧ମ ”      

୩୦ ବର୍ଷ ୧ ମାସ

 

୨ୟ ”      

୨୫ ବର୍ଷ

 

୩ୟ ”      

୨୫ ବର୍ଷ      ୧୪୨୬ ଶକାବ୍ଦ ପର୍ଯ୍ୟନ୍ତ

ପ୍ରତାପରୁଦ୍ର ଦେବ-

୧ମ ”      

୩୬ ବର୍ଷ ୬ ମାସ

 

୨ୟ ”      

୨୮ ବର୍ଷ

 

୩ୟ ”      

୨୮ ବର୍ଷ      ୧୪୫୪ ଶକାବ୍ଦ ପର୍ଯ୍ୟନ୍ତ

କାଳୁଆ ଦେବ-

୧ମ ”      

୧ ବର୍ଷ ୫ ମାସ ୩ ଦିନ

 

୨ୟ ”      

-

 

୩ୟ ”      

୧ ବର୍ଷ      ୧୪୫୫ ଶକାବ୍ଦ ପର୍ଯ୍ୟନ୍ତ

କଖାରୁଆପ୍ରତାପ ଦେବ-

୧ମ ”      

୩ ମାସ

 

୩ୟ ”      

୧ ବର୍ଷ      ୧୪୫୬ ଶକାବ୍ଦ ପର୍ଯ୍ୟନ୍ତ

ଗୋବିନ୍ଦ ବିଦ୍ୟାଧର-

୧ମ ଓ ୨ୟ ”

୧୧ ବର୍ଷ ୭ ମାସ

 

୩ୟ ”      

୭ ବର୍ଷ      ୧୪୬୩ ଶକାବ୍ଦ ପର୍ଯ୍ୟନ୍ତ

ଚକ୍ରପ୍ରତାପ ଦେବ-

୧ମ ଓ ୨ୟ ”

୧୨ ବର୍ଷ ୬ ମାସ

 

୩ୟ ”      

୮ ବର୍ଷ      ୧୪୭୧ ଶକାବ୍ଦ ପର୍ଯ୍ୟନ୍ତ

ନରସିଂହ ଜେନା-

୧ମ ”      

୧ ବର୍ଷ ୨ ମାସ ୧୨ ଦିନ

 

୩ୟ ”      

୧ ବର୍ଷ      ୧୪୭୨ ଶକାବ୍ଦ ପର୍ଯ୍ୟନ୍ତ

ରଘୁରାମ ଛୋଟରାଏ-

୧ମ ”      

୨ ବର୍ଷ ୧୦ ମାସ

 

୩ୟ ”      

୧ ବର୍ଷ      ୧୪୭୩ ଶକାବ୍ଦ ପର୍ଯ୍ୟନ୍ତ

ମୁକୁନ୍ଦ ଦେବ-

୧ମ ”      

୮ ବର୍ଷ ୫ ମାସ

 

୩ୟ ”      

୮ ବର୍ଷ      ୧୪୮୧ ଶକାବ୍ଦ ପର୍ଯ୍ୟନ୍ତ

ରଘୁବଂଶ ଛୋଟରାଏ-

୧ମ ”      

୯ ବର୍ଷ ୩ ମାସ ୨୬ ଦିନ

ଗଉଡ଼ିଆ ଗୋବିନ୍ଦଦେବ-

୩ୟ ”      

୨ ବର୍ଷ      ୧୪୮୩ ଶକାବ୍ଦ ପର୍ଯ୍ୟନ୍ତ

ଅରାଜକତା-

୩ୟ ”      

୧୯ ବର୍ଷ      ୧୫୦୨ ଶକାବ୍ଦ ପର୍ଯ୍ୟନ୍ତ

 

 

ଭୋଇବଂଶ ରାଜାମାନଙ୍କ ରାଜତ୍ୱକାଳ

 

ରାମଚନ୍ଦ୍ର ଦେବ-

୧ମ ”      

୩୨ ବର୍ଷ

 

୩ୟ ”      

୨୯ ବର୍ଷ      ୧୫୩୧ ଶକାବ୍ଦ ପର୍ଯ୍ୟନ୍ତ

ପୁରୁଷୋତ୍ତମ ଦେବ-

୧ମ ”      

୨୨ ବର୍ଷ

 

୩ୟ ”      

୨୧ ବର୍ଷ      ୧୫୫୨ ଶକାବ୍ଦ ପର୍ଯ୍ୟନ୍ତ

ନରସିଂହ ଦେବ-

୧ମ ”      

୨୬ ବର୍ଷ      

 

୩ୟ ”      

୨୫ ବର୍ଷ      ୧୫୭୭ ଶକାବ୍ଦ ପର୍ଯ୍ୟନ୍ତ

ଗଙ୍ଗାଧର ଦେବ-

୧ମ ”      

୩ ମାସ ୨୧ ଦିନ

 

୩ୟ ”      

୧ ବର୍ଷ      ୧୫୭୮ ଶକାବ୍ଦ ପର୍ଯ୍ୟନ୍ତ

ବଳଭଦ୍ର ଦେବ-

୧ମ ”      

୯ ବର୍ଷ

 

୩ୟ ”      

୮ ବର୍ଷ      ୧୫୮୬ ଶକାବ୍ଦ ପର୍ଯ୍ୟନ୍ତ

ମୁକୁନ୍ଦ ଦେବ-

୧ମ ”      

୩୩ ବର୍ଷ ୧୦ ମାସ

 

୩ୟ ”      

୨୮ ବର୍ଷ      ୧୬୧୪ ଶକାବ୍ଦ ପର୍ଯ୍ୟନ୍ତ

ଦିବ୍ୟସିଂହ ଦେବ-

୧ମ ”      

୨୭ ବର୍ଷ ୫ ମାସ ୧୧ ଦିନ

 

୩ୟ ”      

୨୩ ବର୍ଷ       ୧୬୩୭ ଶକାବ୍ଦ ପର୍ଯ୍ୟନ୍ତ

ହରେକୃଷ୍ଣ ଦେବ-

୧ମ ”      

୪ ବର୍ଷ ୧୦ ମାସ ୨୦ ଦିନ

 

୩ୟ ”      

୫ ବର୍ଷ      ୧୬୪୨ ଶକାବ୍ଦ ପର୍ଯ୍ୟନ୍ତ

ଗୋପୀନାଥ ଦେବ-

୧ମ ”      

୬ ବର୍ଷ ୧୦ ମାସ ୮ ଦିନ

 

୩ୟ ”      

୭ ବର୍ଷ      ୧୬୪୯ ଶକାବ୍ଦ ପର୍ଯ୍ୟନ୍ତ

ରାମଚନ୍ଦ୍ର ଦେବ-

୧ମ ”      

୧୦ ବର୍ଷ ୭ ମାସ ୧୮ ଦିନ

 

୩ୟ ”      

୧୧ ବର୍ଷ      ୧୬୬୦ ଶକାବ୍ଦ ପର୍ଯ୍ୟନ୍ତ

ବୀରକେଶରୀ ଦେବ-

୧ମ ”      

୪୩ ବର୍ଷ

 

୩ୟ ”      

୪୩ ବର୍ଷ      ୧୭୦୩ ଶକାବ୍ଦ ପର୍ଯ୍ୟନ୍ତ

ଦିବ୍ୟସିଂହ ଦେବ-

୧ମ ”      

୧୮ ବର୍ଷ      ୧୭୨୧ ଶକାବ୍ଦ ପର୍ଯ୍ୟନ୍ତ

ମୁକୁନ୍ଦ ଦେବ-

୧ମ ୨ୟ ଓ ୩ୟ

୧୯ ବର୍ଷ      ୧୭୪୦ ଶକାବ୍ଦ ପର୍ଯ୍ୟନ୍ତ

ରାମଚନ୍ଦ୍ର ଦେବ-

୧ମ ୨ୟ ଓ ୩ୟ

୧୭୪୩ ଶକାବ୍ଦ ପର୍ଯ୍ୟନ୍ତ

 

ମାଦଳାପାଞ୍ଜି

୧. ରାଜଭୋଗ-ଇତିହାସ

କୋଟିବ୍ରହ୍ମା ପ୍ରଳୟ ଯେବେ ହୋଇ ତେବେହେଁ ଶ୍ରୀପୁରୁଷୋତ୍ତମ ନ ତେଜନ୍ତି ଦେବରାଏ-। ବ୍ରହ୍ମାଙ୍କୁ ଦିବସକେ ବିଷ୍ଣୁ ଦ୍ୱାଦସ ଅବତାର । ସଂସାର ଯେ ଭିଆଇଲେ ବେଦବର । ସତ୍ୟ, ତ୍ରେତୟା, ଦ୍ୱାପର, କଳି, ଏରୂପେ ଚାରି ଯୁଗରେ ଗଣ୍ଡାଏ ହୋଅଇ । ଏରୂପେ ସହସ୍ର ଗଣ୍ଡାରେ ବ୍ରହ୍ମାଙ୍କ ଦିବସେ ହୋଅଇ । ଏହି ଦିବସ ରାତ୍ରେ ତିରିସ ଦିବସରେ ମାସେ ହୋଅଇ । ତେବେ ସେ ନିଦ୍ରା ଯାନ୍ତି ବେଦପତି । ଏହି ଦିବସ ରାତ୍ରେ ତିରିସ ଦିବସରେ ମାସେ ହୋଇ । ଏ ମାସରେ ବାରମାସରେ ବରସେ ବୋଲାଇ । ଏହି ବରସ ସଏ ଅଷ୍ଟଉତ୍ତର ବରସରେ ବ୍ରହ୍ମା ନାସ ଯାଇ । ଯେତେବେଳେ ବ୍ରହ୍ମା ନାସ ଯାଇ ତେତେବେଳେ ପ୍ରଳୟ ହୋଅଇ । ଜଳ ଦସଦିସ ଘୋଟଇ । ଏରୂପେ ଉତ୍ତପତି ପ୍ରଳୟ ହୋଇଲେ ତହୁଁ ବିଷ୍ଣୁ ଅନନ୍ତ ସଜ୍ଜାରେ ସୋଇଲେ । ଦିବସେ ଯାଇ ଏ ବରସରେ ସତ୍ୟଯୁଗ ବରସ ୧୭୨୮୦୦୦୦..... । ଏ ଯୁଗ ଭୋଗକଲେ ଛଅ ରଜା । ଛଅ ରୁହି ଧର୍ମ ସାହାସ୍ର କରି ସତ୍ୟ ପ୍ରତିପାଳି ଭୋଗକଲେ ପ୍ରଥମେ ବଳୀ ରଜା ବ ୫୦୦,୦୦୦ । ବେଣୁ ରଜା ଭୋଗକଲେ ବ ୩୦୦,୦୦୦ । ସିବ ରଜା ଭୋଗକଲେ ବ ୧୨୮,୦୦୦ । ମାନଧାତା ଭୋଗକଲେ ବ ୪୦୦,୦୦୦। ପରରବା ଭୋଗକଲେ ବ ୨୦୦,୦୦୦ । ଜାନୁଘଣ୍ଟା ପ୍ରସୁରାମ ଭୋଗକଲେ ବ ୨୦୦,୦୦ । ଗାଏ ଛଅ ରାଜା ଭୋଗକଲେ ସତ୍ୟଯୁଗ ବରସ ୧୭୨୮,୦୦୦-।

ତ୍ରେତୟା ଯୁଗ ବରସ ୧୨୯୬,୦୦୦... ଏ ଯୁଗ ଭୋଗ କଲେ ରଜା ୨୫ । ତ୍ରେତୟା ଯୁଗ । ପ୍ରଥମରେ ଏ ଯୁଗରେ ଭୋଗକଲେ ଅଷ୍ଟ ବ୍ରହ୍ମଦେବ । ଭୋଗକଲେ ବରସ ୮୫,୦୦୦ । ମିତ୍ରବେଦ ଭୋଗକଲେ ବରସ ୮୦,୦୦୦। କସ୍ୟପଦେବ ଭୋଗ କଲେ ବରସ ୭୮,୦୦୦ । ଶ୍ରୀ ଦିଲୀପ ଦେବ ଭୋଗକଲେ ବରସ ୬୮,୦୦୦ । ସୂର୍ଯ୍ୟଦେବ ଭୋଗକଲେ ବରସ ୬୦,୦୦୦ । ଶ୍ରୀହରି ଚନ୍ଦନ ରାଜା ଭୋଗକଲେ ବରସ ୫୮,୦୦୦ । ଶ୍ରୀ ଗାନ୍ଧାରଦେବ ଭୋଗକଲେ ବରସ ୫୪,୦୦୦ । ଶ୍ରୀ ହରିବେଣୁ ଦେବ ଭୋଗକଲେ ବରସ ୬୦,୦୦୦ । ଯୁଗଦେବ ଭୋଗକଲେ ବରସ ୫୭,୦୦୦ । ଆରଣ୍ୟଦେବ ଭୋଗକଲେ ବରସ ୫୯,୦୦୦ । ବଇସୁନିଦେବ ଭୋଗକଲେ ବରସ ୫୦,୦୦୦ । ସୁରେନ୍ଦ୍ରଦେବ ଭୋଗକଲେ ବରସ ୫୨,୦୦୦ । ସତମନୁଦେବ ଭୋଗକଲେ ବରସ ୫୫,୦୦୦। ପୃଥୁରାଜା ଭୋଗକଲେ ବରସ ୫୪,୦୦୦ । ଜୀବନ୍ୟାସଦେବ ଭୋଗକଲେ ବରସ ୫୫,୦୦୦ । ଶ୍ରୀ ମାନଧାତା ଭୋଗକଲେ ବରସ ୫୨,୦୦୦ । ସଗର ରାଜା ଭୋଗକଲେ ବରସ ୪୪,୦୦୦ । ଋତୁପନ ରାଜା ଭୋଗକଲେ ବରସ ୫୩,୦୦୦ । ଭାଗୀରଥି ଭୋଗକଲେ ବରସ ୪୭,୦୦୦ । ତ୍ରିବଳୀଦେବ ଭୋଗକଲେ ବରସ ୪୮,୦୦୦ । ରଘୁଦେବ ଭୋଗକଲେ ବରସ ୫୦,୦୦୦ । ଅଜଦେବ ଭୋଗକଲେ ବରସ ୪୮,୦୦୦ । ଦସରଥ ଭୋଗକଲେ ବରସ ୧୯,୦୦୦ । ଶ୍ରୀ ରାମଦେବ ଭୋଗକଲେ ବରସ ୧୧,୦୦୦ । ଏ ରାଜା ସ୍ୱଦେହ ଘେନି ସ୍ୱର୍ଗକୁ ଗଲେ ବରସ ୧୨୯୬,୦୦୦ ।

ଦ୍ୱାପରଯୁଗ ବରସ ୮୬୪,୦୦୦.... । ଏ ଯୁଗ ଭୋଗକଲେ ରାଜା ୩୦.... । ପ୍ରସାଦଦେବ ଭୋଗକଲେ ବରସ ୫୭,୦୦୦ । ବେଣୁଦେବ ଭୋଗକଲେ ବରସ ୫୨,୦୦୦ । ନିରଞ୍ଜନଦେବ ଭୋଗକଲେ ବ ୩୫,୦୦୦ । ବ୍ରହ୍ମାନନ୍ଦ ଭୋଗକଲେ ବ ୩୦,୦୦୦ । ସୁରଥ ଦେବ ଭୋଗକଲେ ବ ୩୨,୦୦୦ । ମଣିଦେବ ଭୋଗକଲେ ବ ୩୪,୦୦୦ । ମେଦଦେବ ଭୋଗକଲେ ବ ୩୨,୦୦୦ । ଅନରଣ୍ୟଦେବ ଭୋଗକଲେ ବ ୩୩,୦୦୦ । ସିଦ୍ଧରାଜା ଭୋଗକଲେ ବ ୩୫,୦୦୦ । ବଇବସୁତ ମନୁ ଭୋଗକଲେ ବ ୩୩,୦୦୦ । ନଘୋସ ଭୋଗକଲେ ବ ୩୨,୦୦୦ । ଯୁଗଦେବ ଭୋଗକଲେ ବ ୩୦,୦୦୦ । ମନୁରାଜା ଭୋଗକଲେ ବ ୩୫,୦୦୦ । ଅତ୍ରୀ ରାଜା ଭୋଗକଲେ ବ ୩୨,୦୦୦ । ତ୍ରିପୁର ଦେବ ଭୋଗକଲେ ବ ୩୭,୦୦୦ । ବୟସମାନ ରାଜା ଭୋଗକଲେ ବ ୨୮,୦୦୦ । ସରପଦେବ ଭୋଗକଲେ ବ ୩୫,୦୦୦ । ବଳିଦେବ ଭୋଗକଲେ ବ ୧୦,୦୦୦ । ଦୁସ୍ୟନ୍ତ ରାଜା ଭୋଗକଲେ ବ ୩୦,୦୦୦ । ଭରତ ରାଜା ଭୋଗକଲେ ବ ୨୮,୦୦୦ । ମନମଥ ରାଜା ଭୋଗକଲେ ବ ୧୩,୦୦୦ । ସରବ ରାଜା ଭୋଗକଲେ ବ ୧୧,୦୦୦ । ଭାସ୍କର ଦେବ ଭୋଗକଲେ ବ୨୮,୦୦୦ । ବ୍ୟାଧିରାଜା ଭୋଗକଲେ ବ ୧୮,୦୦୦ । କଣୁ ରାଜା ଭୋଗକଲେ ବ ୩୨,୦୦୦ । ସାଏଁତନୁ ରାଜା ଭୋଗକଲେ ବ ୩୨,୦୦୦ । ବିଚିତ୍ରବୀର୍ଯ୍ୟ ଭୋଗକଲେ ବ ୨୨,୦୦୦ । ପଣ୍ଡୁ ରାଜା ଭୋଗକଲେ ବ ୧୮,୦୦୦ । ଯୁଜେଷ୍ଟୀ ଦେବ, ଦୁର୍ଯୋଧନ ଭୋଗକଲେ ବ ୫୨,୦୦୦- ଗାଏ ତିରିସ ରାଜାରେ ଭୋଗକଲେ ବ ୮୬୪,୦୦୦ ।

କଳିଯୁଗ ବରସ ୪୩୨,୦୦୦.... । ବହୁତ ରାଜାରେ ଭୋଗ କଲେ । ପାପା ଆଚରି ଅଳପେ ନାସ ଗଲେ । ପ୍ରଥମ ପାଟ କଳିଯୁଗକୁ ବାନ୍ଧି ଜୁଜେଷ୍ଟୀ ଦେବ ଭୋଗକଲେ ବ ୧୧୨ ।

ଏ ସ୍ୱଦେହ ଘେନି ସ୍ୱର୍ଗକୁ ଗଲେ । ଏହାଙ୍କ ନାତି ପରିକ୍ଷିତ ରାଜା ଭୋଗକଲେ ବ ୭୫୭-। ଏ ରାଜାଙ୍କୁ ବ୍ରାହ୍ମଣର ସାପେ ତକ୍ଷକ ଡଂଶିଲା । ଏହାଙ୍କ ପୁଅ ଜନମେଜଏ ଭୋଗକଲେ ବ ୫୮୨ । ଏ ରାଜା ବାପାଙ୍କ ଛଳେ ସର୍ପ ଯଜ୍ଞ କଲେ । ତକ୍ଷକର ବହୁତ ବଂଶ ନାସ କଲେ । ଏହାଙ୍କ ପୁଅ ସଙ୍କରଦେବ ଭୋଗକଲେ ବ ୪୮୦ । ଏହାଙ୍କ ପୁଅ ଗଉତମଦେବ ଭୋଗକଲେ ବ ୫୭୩-। ଏ ରାଜା ଗୋଦାବରୀ ତୀର୍ଥ କଲେ । ଏହାଙ୍କ ପୁଅ ମହୀନ୍ଦ୍ରଦେବ ଭୋଗକଲେ ବ ୨୧୫ । ଏ ରାଜା ରାଜମହୀନ୍ଦ୍ର ଗଡ଼ ବନ୍ଧାଇଲେ । ଏହାଙ୍କ ପୁଅ ସସୋକ ଦେବ ଭୋଗକଲେ ବ ୧୫୦ । ଏହାଙ୍କ ପୁଅ ସରସଂଖଦେବ ଭୋଗକଲେ ବ ୧୨୫ । ଏ ରାଜା ସରସଂଖିଆ ପୋଖରୀ ଖୋଳାଇଲେ । ଏହାଙ୍କ ପୁଅ ଭୋଜଦେବ ଭୋଗକଲେ ବ ୧୨୭ । ଏହା ରାଜା ଉପାଏ ଚକ୍ରବର୍ତ୍ତୀ ମହାନାଟକ ସୋଳକ କଲେ । ଗଛ କଟାଇ ନଇରେ ନାବ ଭିଆଇଲେ । ସେ ବୀରବିକ୍ରମାଜିତ ଭୋଗକଲେ ବରସ ୧୩୫ । ଏ ରାଜାଙ୍କୁ ଅଷ୍ଟବେତାଳ ସାହା ହୋଇଥାନ୍ତି । ସତେ ଯୋଜନ ନିତ୍ୟାନି ବୁଲନ୍ତି । କର୍ମାର୍ଜିତ ଭୋଗକାଲ ବ ୧୧୫ । ବଟୁକେସର ଭୋଗକଲେ ବ ୭୦ । ତ୍ରିଭୁବନଦେବ ଭୋଗକଲେ ବ ୬୩ । ଏ ରଜା କଲେ କଉଡ଼ି, ଗଣ୍ଡା, ବୋଡ଼ି, କାହାଣ । ଏହାଙ୍କ ପୁଅ ନିର୍ମଳ ଦେବ ଭୋଗକଲେ ବ ୭୦। ଏହାଙ୍କ ପୁଅ ଭୀମଦେବ ଭୋଗକଲେ ବ ୬୫-। ସୋଭନ ଦେବ ଭୋଗକଲେ ବ ୯୬ । ଏହି ମହାରାଜାଙ୍କ ଅ୨ଙ୍କେ ଡିଲିରୁ ରକ୍ତବାହୁ ଆସିବା ବାରତାକୁ ପରମେସରଙ୍କୁ ସୁନୁପୁର ଗୋପଲୀ ଘେନିଗଲେ । ସେଠାରେ ମଣ୍ଡପ ଗୋଟିଏ କରି ବିଜେ କରାଇଲେ ବ ୪୫ । ଏଥିଉତ୍ତାରେ ମୁଗଲେ ପ୍ରବଳ ହୋଇଲାକୁ ସେବକେ ସେଠାରେ ପରମେସରଙ୍କୁ ପାତାଳି କରି ଉପରେ ଗଛ ଲଗାଇ ରାଜ୍ୟ ଅନ୍ତର ହୋଇଗଲେ । ପାତିସାଙ୍କ ଅମୁରା ରକତବାହୁ ଶ୍ରୀପୁରୁସୋତମ ବୁଲି ଅଇଲା । ସମୁଦ୍ର ଥୋକାଏ ଧୁରମାଡ଼ି ଅଇଲା । ଏ ରାଜା ଅନେକ ଜୁଝ କଲେ । ରହି ନ ପାରି ଝାଡ଼ଖଣ୍ଡ ଭିତରେ ରହିଲେ-। ଏ ଭୋଗକଲେ ବ ୯୬ ।

ଶ୍ରୀ ଚନ୍ଦ୍ର କରଦେବ ଭୋଗକଲେ ବ ୧୩ ରସ । ଏ ଉତ୍ତାରୁ ହତପାଟ ହୋଇ ମୁଗଲେ ଭୋଗକଲେ ବ ୩୫ । ଗାଏ ପରମେସର ପାତାଳି ହୋଇ ରହିଲେ ବ ୧୪୪ (୯୬+୧୩+୩୫) ଗାଏ ସୋମବଂଶ ରାଜା ପାଟ ୧୮ରେ ଭୋଗକଲେ ବ ୩୭୮୩ । ଏହି ଦିନଠାରୁ ଦିଲିରେ ପାତିସା ହୋଇଲେ ।

 

ଯଯାତି କେଶରୀ

ଏଠାରୁ କେଶରୀ ପାଟରାଜା ହୋଇଥିଲେ । ପ୍ରଥମ ପାଟ ଯଯାତି କେଶରୀ ହୋଇଲେ । ଏ ରାଜା ସୂରବନ୍ତ ମହାଦାନୀ । ଏ ମହାରାଜାଙ୍କ ଅ ୧୧ ଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି ? ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ । ସୋମୋଦ୍ର ମାଡ଼ି ଅଇଲାକୁ ଅପାର ଦିନ ହୋଇଲା । ଶ୍ରୀ ପର୍ମେସରଙ୍କୁ ପାତାଳୀ କରି ସୁନୁପୁର ଗଲେ । ସେଠାରେ ଖଣ୍ଡାଇତଙ୍କୁ ପଚାରିଲେ । ସେମାନେ କହିଲେ ଆମ୍ଭେ ଗାଁତବ ନୋହୁ । ଆମ୍ଭ ବାପା ଅଜା କହନ୍ତି ଦିଅବର ଏହି । ଏଥିତଳେ ଦିଅଁଙ୍କୁ ପୋତିଥିଲେ । ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ । ପର୍ମେସରଙ୍କୁ ବାହାର କଲେ । ସେ ଦିନେ ଶ୍ରୀ ମୂର୍ତ୍ତିମାନ ମାଟିଖାଇ ଛିନ୍ନଭିନ୍ନ ହୋଇଛନ୍ତି । ଦେଅମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରୋଇ ମୁଦାଇଲେ । ଏ ଉରାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରିବନ୍ଧରେ ଥିଲେ । ପତିମାନେ ରତନପୁର ସୀମାରେ ଥିଲେ । ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପର୍ମେସରଙ୍କୁ ସୁମୂର୍ତ୍ତି । କରାଇଲେ । ଏ ଘଟଣାବେଳେ ରାଜା ଅଧିକ ସେବକ ତାଟି ଭିତର କଲେ । ଗଛକଟା କଟୁରିଆ ବ୍ରାହ୍ମଣ ପାଞ୍ଚ ସେବା । ଏହାଙ୍କ ଗୋତ୍ର ବଛସ । ଜ୫ଣକୁ ଝ୧୦ଣ । ପତିମାନଙ୍କର ଏଗାରହ ଜଣକୁ ଛଅଜଣ । ଦଇତାମାନଙ୍କର ଉଲୁକ ଗୋତ୍ର । ଜ୮ଣକୁ ଜ୮ଣ ପରିଛା ଗାଏ ଚବିସ ଜଣ । ଶ୍ରୀ ପୁରୁସୋତମେ ସଙ୍ଖନାଭି ମଣ୍ଡଳେ ହା୩୮ଥ କରି ପଟୋଳ ଗୋଟାଏ ଢୋଳି ପ୍ରତିଷ୍ଠାକରି ପରମେସରଙ୍କୁ ବିଜେ କରାଇଲେ । ଏହି ଅନୁକୂଳେ ଭୁବନେସ୍ୱର ଦେଉଳକୁ ସୁଭ ଦେଲେ । ଏହି ରାଜା ଭୋଗକଲେ ମ ୫୭ ରସ ।

୨ୟ ପାଞ୍ଜି ମତେ, - ଏ ଉତ୍ତାରୁ ରାଜା ଦେଉଳ ଗୋଟିଏ ସୁଭକଲେ । ୩୮ ହାତ କରି ଦେଉଳ ଗୋଟିଏ କରି ପ୍ରତିଷ୍ଠା କରି ପରମେସରଙ୍କୁ ବିଜେ କରାଇଲେ । ଏ ମହାରାଜାଙ୍କ ଅ୫୯ଙ୍କେ ମେସ ୨୫ ନେ ସିଂଘାସନେ ବିଜେ କରାଇଲେ । ଏହି ଦିନେ ବିମଳାଙ୍କ ଦେଉଳ ହା ୧୮ ତ ମାପରେ ତୋଳାଇଲେ । ଏହି ମାପରେ ପରମ ଲକ୍ଷ୍ମୀଙ୍କ ଦେଉଳ ତୋଳାଇଲେ । ଏହି ଅନୁକୂଳେ ଭୁବନେସ୍ୱରଙ୍କ ଦେଉଳ କୈଳାସ ଘଟଣା ସୁଭ ଦେଲେ । ଏ ରାଜା ଭୋଗକଲେ ଅ ୮୪ଙ୍କକୁ ବ୬୮ରସ ।

୩ୟ ପାଞ୍ଜିମତେ, -ଏ ରାଜା ଭୋଗକଲେ ବ୫୨ରସ-ସ୪୪୮ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଏ ଉତ୍ତାରୁ ସୂର୍ଯ୍ୟ କେଶରୀ ଭୋଗକଲେ ୩୦ ବରସ । ଏ ରାଜା ଭୁବନେସ୍ୱର ଦେଉଳ ତୋଳାଉଥିଲେ ।

୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ସୂର୍ଯ୍ୟ କେଶରୀ ରାଜା ରାଜ୍ୟ କଲେ । ଏ ରାଜାଙ୍କ ଅ୨୩ଙ୍କେ ସୁକ ବ୍ରାହ୍ମଣବଂସ ଅଠପୁରୁସ ଦିଲ୍ଲୀରେ ଅମଳ କଲେ,.... ନିରଂସ ହୋଇଲେ । ଏହିଦିନ ଆଦ୍ୟରୁ ପାତିସା ଦିଲ୍ଲୀ ଗାଦିରେ ବସିଲେ । ଏ ରାଜା ଭୁବନେସର ଦେଉଳ ତୋଳାଉଥିଲେ । ଏ ଆବାହନ ହୋଇଗଲେ । ଏ ଆବାହନ ହୋଇଲେ । ଏ ଭୋଗକଲେ ଅ ୩୩ ଙ୍କକୁ ବ୨୬ ରସ ।

୩ୟ ପାଞ୍ଜି ମତେ,-ବ ୫୭ ରସ ସକାବ୍ଦ ୫୦ ପର୍ଯ୍ୟନ୍ତ ।

 

 

ଅନନ୍ତ କେଶରୀ

୧ମ ପାଞ୍ଜି ମତେ,-ଏ ଉତ୍ତାରୁ ଅନନ୍ତ କେଶରୀ ଭୋଗକଲେ ବରସ ୧୪ । ଏ ଭୁବନେସର ଦେଉଳ ତୋଳାଉଥିଲେ ।

୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ଅନନ୍ତ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଭୁବନେସର ଦେଉଳ ତୋଳାଉଥିଲେ । ଏ ରାଜାଙ୍କ ଅ୧୭ଙ୍କେ ବତାସ କଲା । ଏ ରାଜା ଭୋଗ କଲେ ଅ ୨୯ଙ୍କକୁ ବ ୨୪ ରସ ।

୩ୟ ପାଞ୍ଜି ମତେ, -ଏ ରାଜା ଭୋଗ କଲେ ବ ୪୦ରସ ସ୫୪୫ କାବ୍ଦ ପର୍ଯ୍ୟନ୍ତ ।

ଲଲାଟ କେଶରୀ

୧ମ ପାଞ୍ଜି ମତେ, -ଏଥି ଉତ୍ତାରେ ଲଲାଟ କେଶରୀ ଭୋଗକଲେ । ଭୁବନେସର ଦେଉଳ ତିନିପାଟରେ ତୋଳାଇ ଏ ମହାରାଜା ପ୍ରତିଷ୍ଠା କଲେ । ଏ ଭୋଗ କଲେ ବ ୪୦ ରସ ।

୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ଲଲାଟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ପ୍ରତାପୀ ଧର୍ମସିଳ । ଏ ରାଜା ଭୁବନେସର ଦେଉଳ ନିର୍ମାଣ କଲେ । ଏ ଦେଉଳ ତିନିପାଟରେ ନିର୍ମାଣ ହେଲା ।

ରାଜା ଦେଉଳ ପ୍ରତିଷ୍ଠା କଲେ । ଏ ଦେଉଳ ଆଗ ବିଲରେ ସକ୍ତି ଥିଲେ । ମହାପ୍ରଭୁଙ୍କର ଆଜ୍ଞା ହୋଇଲା । ଏ ସକ୍ତି ଛାମୁ ଦ୍ୱାରେ ନ ଗଲା । ଅପଣା ଉଚ୍ଛାରେ ରାତ୍ରିଲାଗି ହୋଇଲେ । ଆରଦିନ ରାଜା ଦେଖି ବଡ଼ ଆନନ୍ଦ ହୋଇଲେ । ଏ ରାଜା ଅନେକ ପୁଷ୍କରଣୀ ଓ କୂପ କଲେ । ଏ ରାଜା ଭୋଗ କଲେ ଅ ୪୯ ଙ୍କକୁ ବ ୪୦ ରସ । ଏ ରାଜାଙ୍କ ଅ ୨୭ଙ୍କ ମୀନ ଦି ୨୫ ନେ ସରିକି ଭୁବନେସର ଦେଉଳ ପ୍ରତିଷ୍ଠା ହୋଇଲା । ଏ ଦିନ ସରିକି ସକାବ୍ଦ ୫୮୮ । ଲଲାଟ କେଶରୀଙ୍କ ବାକୀ ବ ୧୮ ରସ ।

୩ୟ ପାଞ୍ଜି ମତେ, -ଲଲାଟ କେଶରୀ ବ ୫୫-ସ ୫୯୯ କାବ୍ଦ ପର୍ଯ୍ୟନ୍ତ ।

କନକ କେଶରୀ

୧ମ ପାଞ୍ଜି ମତେ, -ଏ ଉତ୍ତାରୁ କନକ କେଶରୀ ଭୋଗକଲେ ବ ୨୪ । ଏ ରାଜାଙ୍କ ନଅରରେ କନକ ବୃସଟି ହୋଇଲା ।

୨ୟ ପାଞ୍ଜି ମତେ, -ଏ ରାଜା ଭୋଗ କଲେ ଅ ୨୧ ଙ୍କ କୁ ବ ୧୭ ।

୩ୟ ପାଞ୍ଜି ମତେ, -ଏ ରାଜା ଭୋଗ କଲେ । ୧୬-ସ ୬୧୫ କାବ୍ଦ ପର୍ଯ୍ୟନ୍ତ ।

ମାଦଳା ପାଞ୍ଜି

ନର କେଶରୀ

୧ମ ପାଞ୍ଜି ମତେ, -ଏତ୍ତାରୁ ନର କେଶରୀ ଭୋଗ କଲେ ବ ୧୩ ।

୨ୟ ପାଞ୍ଜି ମତେ, -ଏ ରାଜା ବଡ଼ ବିସ୍ଟୁଁ ପରାୟଣ ହୋଇଲେ । ଏ ରାଜା ଭୋଗ ଅ ୨୨ ଙ୍କକୁ ବ ୧୮ ।

୩ୟ ପାଞ୍ଜି ମତେ, -କନକ କେଶରୀଙ୍କ ପରେ ଅନନ୍ତ କେଶରୀ ଭୋଗକଲେ ବ୮ର୍ଷ-ସ ୬୨୩ କାବ୍ଦ ପର୍ଯ୍ୟନ୍ତ ।

୧ ମ ପାଞ୍ଜି ମତେ, -ଗଙ୍ଗ କେଶରୀ ଭୋଗକଲେ ବ ୨୫ ।

୨ୟ ପାଞ୍ଜି ମତେ, -ଗଙ୍ଗ କେଶରୀଙ୍କ ସ୍ଥାନରେ ପଦ୍ମ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବୀରସୁର ହୋଇଲେ । ଏ ରାଜା ଇନ୍ଦ୍ରଦ୍ୟୁମ ଚାରିପାଖେ ପାବଚ୍ଛ ବନ୍ଧାଇଲେ । ନୀଳକଣ୍ଠେସରଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗକଲେ ଅ ୨୩ଙ୍କକୁ ବ ୧୯ ।

୩ୟ ପାଞ୍ଜି ମତେ, ଅନନ୍ତ କେଶରୀଙ୍କ ପରେ ପଦ୍ମ କେଶରୀ ଭୋଗକଲେ ବ ୪୦-ସ ୬୨୮ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ବୃଦ୍ଧ କେଶରୀ ଭୋଗକଲେ ବ ୪୦ ।

୨ୟ ପାଞ୍ଜି ମତେ, -ଧ୍ରୁବ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଦେଉଳ ଜୀର୍ଣ୍ଣ ଉଦ୍ଧାରଣ କଲେ ।

୩ୟ ପାଞ୍ଜି ମତେ, -ବୃଦ୍ଧ କେଶରୀ ରାଜ୍ୟ କଲେ ବ ୯-ସ ୬୩୭ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ବଟ କେଶରୀ ଭୋଗକଲେ ବ ୨୬ ।

୨ୟ ପାଞ୍ଜି ମତେ, -ଏ ରାଜା ଅର୍ଦ୍ଧସ୍ୱସନୀ ଦେଉଳ ତୋଳାଇଲେ ଏ ରାଜା ଭୋଗକଲେ ଅ୧୭ଙ୍କୁ ବ ୧୫ ।

୩ୟ ପାଞ୍ଜି ମତେ, -ଏ ଭୋଗକଲେ ବ ୧୧-ସ ୬୪୮ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଗଜ କେଶରୀ ଭୋଗକଲେ ବ ୨୫ । ଏ ରାଜା ଭୁଇଁ ବାଟିକୁ (କର) ଘେନାଇଲେ କା୫ ହାଣ ।

୨ୟ ପାଞ୍ଜି ମତେ, -ଏ ରାଜାଙ୍କ ନାମ ରାଜ କେଶରୀ । ଏ ରାଜା ପ୍ରଜାଙ୍କୁ ପୁତ୍ରସମ କରି ପାଳିଲେ ।

୩ୟ ପାଞ୍ଜି ମତେ, -ଗଜ କେଶରୀ ଭୋଗକଲେ ବ୧୨-ସ ୬୬୦ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ବସନ୍ତ କେଶରୀ ଭୋଗକଲେ ବ ୨ । ୭ ।

୨ୟ ପାଞ୍ଜିରେ ବିସୟ ଛାଡ଼ ଅଛି ।

୩ୟ ପାଞ୍ଜି ମତେ, -ବସନ୍ତ କେଶରୀ ଭୋଗକଲେ ବ୨-ସ୬୬୨ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଗନ୍ଧର୍ବ କେଶରୀ-ଭୋଗକଲେ ବ୧୭ । ୭। ୯ ଦିନ ।

୩ୟ ପାଞ୍ଜି ମତେ, -ଗନ୍ଧର୍ବ କେଶରୀ ଭୋଗକଲେ ବ୧୪-ସ୬୭୬ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଜନ୍ମେଜୟ କେଶରୀ ଭୋଗକଲେ ବ୧୪-ସ୬୭୬ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଏ ଭୋଗଗଲେ ବ୯-ସ ୬୮୫ କାବ୍ଦ ପର୍ଯ୍ୟନ୍ତ ।

୨ୟ ପାଞ୍ଜି ମତେ, -ଭରଥ କେଶରୀଙ୍କ ପୂର୍ବେ ୨ ଜଣ ରାଜାଙ୍କ ଛଲ୍ଲେଖ ଅଛି ।

କୃଷ୍ଣକେଶରୀ ରାଜା ରାଜ୍ୟ କଲେ । ଏ ରାଜା ଚଣ୍ଡେସରଙ୍କ ଦେଉଳ ତୋଳାଇ ବେଢା କଲେ । ତତ୍ପରେ ଗଣ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବିଦ୍ୟାବନ୍ତ ହୋଇଲେ । ଏ ରାଜା ଭୋଗକଲେ ଅ୧୦ଙ୍କକୁ ବ ୮ ।

୧ମ ପାଞ୍ଜି ମତେ, -ଭରଥ କେଶରୀ ଭୋଗକଲେ ବ ୨୫।୬।୨ ଦିନ ।

୨ୟ ପାଞ୍ଜି ମତେ, -ଭରଥ କେଶରୀ ବହୁତ ଅଧର୍ମ କଲେ । ଏ ରାଜା ଭୋଗକଲେ ଅ ୧୮ଙ୍କକୁ ବ ୧୫ ।

୩ୟ ପାଞ୍ଜି ମତେ, -ଏ ଭୋଗକଲେ ବ୧୫-ସ ୭୦୦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -କବି କେଶରୀ ଭୋଗକଲେ ବ ୨୭।୧୦।୧ ।

୨ୟ ପାଞ୍ଜି ମତେ, -ଏ ରାଜା ବହୁତ ପାଠସାଠ କଲେ । ଏ ରଜା ଭୋଗକଲେ ଅ ୧୪ଙ୍କକୁ ବ ୧୨ ।

୩ୟ ପାଞ୍ଜି ମତେ, - ଏ ଭୋଗକଲେ ବ ୧୪-ସ ୭୯୪ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଏ ଉତ୍ତାରୁ କାମ (କାମକ) କେଶରୀ ଭୋଗକଲେ ବ ୨୪ ମା ୮/୨ ଦିନ ।

୨ୟ ପାଞ୍ଜି ମତେ, -ଏ ରାଜା କାମରେ ଉନ୍ନତ୍ତହେଲେ । ଏ ରାଜା ଭୋଗକଲେ ଅ୧୯ଙ୍କକୁ ବ ୧୬ ।

୩ୟ ପାଞ୍ଜି ମତେ-ଏ ରାଜା ବ ୧୯ ରାଜ୍ୟକଲେ ସ ୭୩୩ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ କୋସଳ କେଶରୀ ଭୋଗ କଲେ ବ ୨୫।୦।୧ ଦିନ ।

୨ୟ ପାଞ୍ଜି ମତେ - ଏ ରାଜା ବଡ଼ ଧାମକ ହୋଇଲେ । ମାର୍କଣ୍ଡେସରଙ୍କ ଦେଉଳ ତୋଳାଇଲେ । ଏ ପୋଖରୀ ପଚ୍ଛିମବାହୀ ପଥର ପାଚେରୀ କଲେ ।

୩ୟ ପାଞ୍ଜି ମତେ-ଏ ବ ୧୮ ଭୋଗ କଲେ ସ ୭୫୧ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ ଚଣ୍ଡ କେଶରୀ ଭୋଗ କଲେ ବ ୧୭।୬।୮ ଦିନ ।

୨ୟ ପାଞ୍ଜି ମତେ-ଏ ରାଜା ଚଣ୍ଡେସରଙ୍କ ଦେଉଳ ତୋଳାଇଲେ । ଏ ରାଜା ବଡ଼ ସର୍ବଗ୍ୟଁ ହୋଇଲେ । ଏ ରାଜା ଭୋଗ କଲେ ଅ ୧୪ଙ୍କକୁ ବ ୧୨ ।

୩ୟ ପାଞ୍ଜି ମତେ-ଏ ରାଜା ବ ୧୭ ଭୋଗ କଲେ ସ ୭୬୮ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ପ୍ରଚଣ୍ଡ କେଶରୀ ଭୋଗ କଲେ ବ ୧୫।୨।୭ ଦିନ ।

୨ୟ ପାଞ୍ଜି ମତେ-ଏ ରାଜା ବଡ଼ ପ୍ରତାପୀ ହୋଇଲେ । ଏ ରାଜା ତୋଟା ଗୋପୀନାଥଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗ କଲେ ଅ ୧୮ ଙ୍କକୁ ବ ୧୫ ।

୩ୟ ପାଞ୍ଜି ମତେ- ଏ ରାଜା ବ ୧୯ ରାଜ୍ୟ କଲେ ସ ୭୮୭ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, - ଉତ୍ତାରୁ ଧ୍ରୁବ ବା ଧ୍ରୁମ କେଶରୀ ଭୋଗକଲେ ବ ୨୭।୬।୪ ।

୨ୟ ପାଞ୍ଜି ମତେ, -ଏ ରାଜା ବଡ଼ ଦାନୀ । ଅଷ୍ଟ ଅବଧାନୀ ହୋଇଲେ । ଏ ରାଜା କପୋତେସରଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗକଲେ ଅ ୨୮ ଙ୍କକୁ ବ ୨୨ ।

୩ୟ ପାଞ୍ଜି ମତେ, -ପ୍ରଚଣ୍ଡ କେଶରୀଙ୍କ ପରେ ଅମୃତ କେଶରୀ ରାଜ୍ୟ କଲେ । ବ ୧୦କୁ ସ ୭୯୭ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଏଥି ଉତ୍ତାରୁ ବିଜୟ କେଶରୀ ଭୋଗ କଲେ ୨୨।୩।୧୮ ଦିନ ।

୨ୟ ପାଞ୍ଜି ମତେ, -ଉତ୍ତାରୁ ବିଜୟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ସୁରବନ୍ତ ଦୟାଳୁ । ଏ ରାଜା ଅର୍କବଟଠାରେ ଜପ କଲେ । କଣାରେଖାଠାରେ ମଣ୍ଡପ କଲେ । ଏ ରାଜା ଭୋଗ କଲେ ଅ ୧୨ ଙ୍କକୁ ୧୦ ବରସ ।

୩ୟ ପାଞ୍ଜି ମତେ, -ବିଜୟ କେଶରୀ ରାଜା ରାଜ୍ୟ କଲେ ବ ୧୫ ସ ୮୧୨ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଚଣ୍ଡପାଳ କେଶରୀ ଭୋଗକଲେ ବ ୧୮।୩।୨ ଦିନ ।

୨ୟ ପାଞ୍ଜି ମତେ, - ଏଥି ଉତ୍ତାରୁ ଚଣ୍ଡପାଳ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଧର୍ମସୀଳ । ଏ ରାଜା ଭୋଗକଲେ ଅ୧୪ ଙ୍କକୁ ବ ୧୨ ।

୩ୟ ପାଞ୍ଜି ମତେ, -ଚଣ୍ଡପାଳ କେଶରୀ ବ ୧୪-ସ୮୨୬ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜିମତେ, -ମଧୁସୂଦନ କେଶରୀ ବ ୧୨ ।୪।୭ ଦିନ ।

୨ୟ ପାଞ୍ଜି ମତେ, -ମଧୁସୂଦନ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଦୁସ୍ଟ ଆଚରଣ କଲେ । ଭଳ ଭଳ ଲୋକଙ୍କୁ ନାସ କଲେ-। ଏ ରାଜା ଭୋଗକଲେ ଅ୧୨ଙ୍କ କୁ ବ ୧୦ ।

୩ୟ ପାଞ୍ଜି ମତେ, -ମଧୁସୂଦନ କେଶରୀ ବ ୧୬-ସ ୪୮୨ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଧର୍ମ କେଶରୀ ଭୋଗକଲେ ବ ୨୭।୭।୭ ଦିନ ।

୨ୟ ପାଞ୍ଜି ମତେ, -ଧର୍ମ କେଶରୀ ରାଜା ବଡ଼ ଧାର୍ମିକ, ବିଦ୍ୟାବନ୍ତ । ଏ ରାଜା ଭୋଗକଲେ ଅ ୧୩ ଙ୍କକୁ ବ ୧୯ ।

୩ୟ ପାଞ୍ଜି ମତେ, -ମଧୁସୂଦନ କେଶରୀଙ୍କ ପରେ ଭୌମ କେଶରୀ । ଏ ରାଜା ଭୋଗକଲେ ବ ୧୦ କୁ ସ୮୫୨ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ଧର୍ମ କେଶରୀଙ୍କ ପରେ ଜୟ କେଶରୀ । ଏ ଭୋଗକଲେ ବ ୩୦।୩।୩ ।

୨ୟ ପାଞ୍ଜି ମତେ-ନୃପ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବୈଷ୍ଣବ ଆଚରଣ କଲେ । ଏ ରାଜା ବଡ଼ଦେଉଳ ଆଗେ ନାରାୟଣୀଙ୍କ ଦେଉଳ ତୋଳାଇଲେ । ମହାପ୍ରଭୁଙ୍କର ବହୁତ ଯାତ୍ରା ପର୍ବ କଲେ । ଏ ରାଜା ଭୋଗକଲେ ଅ ୨୨ ଙ୍କକୁ ବ ୧୪ ।

୩ୟ ପାଞ୍ଜି ମତେ, -ଭୌମ କେଶରୀଙ୍କ ପରେ ଜୟ କେଶରୀ ରାଜ୍ୟ କଲେ ବ ୧୧ କୁ ସ ୮୨୩ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ନୃପ କେଶରୀ ଭୋଗ କଲେ ବ ୧୯।୭।୧୨ ଦିନ ।

୨ୟ ପାଞ୍ଜି ମତେ, -ନୃପ କେଶରୀଙ୍କ ପରେ ଜୟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଜମିଦାରମାନଙ୍କ ସଙ୍ଗେ ବହୁତ ଦ୍ୱନ୍ଦ କଲେ । ଏ ରାଜା ଚଉଦ୍ୱାରେ ନଅର କଲେ । ଏ ରାଜା ଭୋଗକଲେ ଅ୯ଙ୍କ କୁ ବ ୭ ବର୍ଷ ।

୩ୟ ପାଞ୍ଜି ମତେ, -ନୃପ କେଶରୀ ଭୋଗକଲେ ବ ୧୬କୁ ସକାବ୍ଦ ୮୭୫ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ, -ମକର (ବା ମର୍କତ) କେଶରୀ ଭୋଗ କଲେ ବ ୫।୨।୧୪ ଦିନ ।

୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ମର୍କତ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ମହାନଦୀ ଭିତରେ ବାରବାଟି କିଲା କଲେ । ଏ ରାଜା ବାରବାଟି ଦ୍ୱାରେ କଟକଚଣ୍ଡୀ କଲେ । ଆଗେ ବଜାର ବସାଇଲେ । ଏ ରାଜା ଭୋଗକଲେ ଅ ୮ ଙ୍କକୁ ବ ୬ର୍ଷ ।

୩ୟ ପାଞ୍ଜି ମତେ, -ବ୧୪-ସ୮୮୯ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ତ୍ରିପୁର କେଶରୀ ଭୋଗ କଲେ ବ ୧୮।୩।୩ ଦିନ ।

ଞ୍ଚ ୨ୟ ପାଞ୍ଜି ମତେ-

୩ୟ ପାଞ୍ଜି ମତେ, -ତ୍ରିପୁର କେଶରୀ ଭୋଗ କଲେ ବ ୧୦ ସ ୮୯୯ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ- ମାଧବ କେଶରୀ ଭୋଗ କଲେ ବ୧୪ମା ୮ ସ ଦି ୧୨ନ ।

୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୧୨-ସ୧୧ କାବ୍ଦ ।

୨ୟ ପାଞ୍ଜି ମତେ-ତ୍ରିପୁର ଓ ମାଧବ କେଶରୀଙ୍କ ସ୍ଥାନରେ ମଦନ କେଶରୀ ରାଜ ରାଜ୍ୟ କଲେ । ଏ ରାଜା ମହାନଦୀ ଭିତରେ ଧବଳେଶ୍ୱରଙ୍କ ଦେଉଳ ତୋଳାଇଲେ । ଏ ଭୋଗ କଲେ ଅ ୨୧ଙ୍କକୁ ବ-

୧ମ ପାଞ୍ଜି ମତେ, -ଗୋବିନ୍ଦ କେଶରୀ ଭୋଗ କଲେ ବ ୮।୯।୧୮ ଦିନ ।

୨ୟ ପାଞ୍ଜି ମତେ-ଗୋବିନ୍ଦ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ସେତଗଙ୍ଗା ଚାରିପାଖରେ ପାବଚ୍ଛ କରି ପାଚେରୀ କଲେ । ଏଥିରେ ମଚ୍ଛମାଧବ ଦେଉଳ କଲେ । ସେତ ମାଧମ ଦେଉଳ କଲେ ଏ ରାଜାଙ୍କୁ ଗଙ୍ଗା ପ୍ରସନ୍ନ ହେଲେ । ଏ ରାଜା ଭୋଗ କଲେ ଅ ୯ଙ୍କ କୁ ବ ୭ ରସ ।

୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୧୦ ରସ ସ ୯୨୧ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ନୃତ୍ୟ କେଶରୀ ଭୋଗକଲେ ବ ୧୪।୨।୧୫ ଦିନ ।

 

* ୨ୟ ପାଞ୍ଜି ମତେ ମର୍କତ କେଶରୀଙ୍କ ପରେ ଘଟ କେଶରୀଙ୍କ ରାଜା ରାଜ୍ୟ କଲେ । ଏ କଟକରେ (ଲାଲବାଗ) କଚେରୀ କଲେ । ଏ ରାଜାଙ୍କ ସଳା ନବଘନ ସିଂଘ ରାଏ ରାଜାଙ୍କୁ କହିଲେ । “ବଡ଼ କୀତ୍ତିୀକଲ” ତହିଁକି ରାଜା କହିଲେ ତୁମ୍ଭେ କିଛି କୀର୍ତ୍ତି କର । ତହିଁକି ସେ କହିଲେ ତୁମ୍ଭ ଶ୍ରୀନବରୁ କିଛି ଟଙ୍କା ଦେଲେ ମୁଁ କୀର୍ତ୍ତି କରନ୍ତି” ତହିଁକି ରାଜା ସନମତ କଲେ । ରାଜା ଟଙ୍କା ଦେଲେ । ସେଠାରୁ ନବଘନ ସିଂଘେ ଏ ଟଙ୍କା ନେଇ ପର୍ବତ ଉପରେ ଦେଉଳ ତୋଳାଇଲେ । ତହୁଁ କିଛିଦିନ ଗଲା ଉତ୍ତାରୁ ରାଜା କହିଲେ ତୁମ୍ଭ କୀର୍ତ୍ତି ଦେଖାଅ । ସେଠାରୁ ରାଜାଙ୍କୁ ସେ କୀର୍ତ୍ତି ଦେଖାଇଲେ । ରାଜା ଦେଖିଲେ ପର୍ବତ ଉପରେ ଦେଉଳ ତୋଳା ହୋଇଛି । ତହିଁକି ରାଜା “ଗାଣ୍ଡିଆଭଣ୍ଡ” ବୋଲି ପଦ ଦେଲେ । ସେଦିନୁ “ଗାଣ୍ଡିଆଭଣ୍ଡ” ବୋଲି ପର୍ବତ ବୋଲାଇଲା । ସେଠାରୁ ନବଘନ ସିଂଘେ ବଡ଼ ସଙ୍କୋଚ ପାଇଲେ । କଟକ ଦୁଇବାହି ମହାନଦୀତଡ଼ା ପଥର ବନ୍ଧାଇଲେ । ସେ ଧୋଇ ନ ଯିବ ବୋଲି ତାହା ରାଜା ଦେଖି ବଡ଼ ହୃଷ୍ଟ ହେଲେ । ଏ ରାଜା ଭୋଗ କଲେ ଅ ୧୨ ଙ୍କ କୁ ବ-

୨ୟ ପାଞ୍ଜି ମତେ-ଗୋବିନ୍ଦ କେଶରୀଙ୍କ ପରେ ଅନଙ୍ଗ କେଶରୀ ରାଜା ରାଜ୍ୟ କଲେ । ଏ କପାଳମୋଚନଙ୍କ ଦେଉଳ ତୋଳାଇଲେ । ଏ ଭୋଗକଲେ ଅ ୮ ଙ୍କକୁ ବ ୬ ।

୩ୟ ପାଞ୍ଜି ମତେ- ନୃତ୍ୟ କେଶରୀ ରାଜା ଭୋଗକଲେ ବ ୧୪ ରସକ ସ ୯୩୫ କାବ୍ଦ-

୧ମ ପାଞ୍ଜି ମତେ- ନରସିଂହ କେଶରୀ ଭୋଗକଲେ ବ ୧୨।୬।୧୮ ଦିନ ।

୨ୟ ପାଞ୍ଜି ମତେ- ନରସିଂହ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ମହାପ୍ରଭୁଙ୍କଠାରେ ବଡ଼ ଭକ୍ତି କଲେ । ବହୁତ ଭୋଗ କଲେ । ବହୁତ ଅଳଙ୍କାର କଲେ । ପରଜାଙ୍କୁ ପୁତ୍ରସମ କରି ପାଳିଲେ ।

୩ୟ ପାଞ୍ଜି ମତେ- ନରସିଂହ କେଶରୀ ଭୋଗ କଲେ ବ ୧୧ ରସକୁ ସ ୯୪୬ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ- କୃମ କେଶରୀ ଭୋଗକଲେ ବ ୧୮।୪।୧୮ ଦିନ ।

୨ୟ ପାଞ୍ଜି ମତେ- ନରସିଂହ କେଶରୀଙ୍କ ପରେ ରାମ କେଶରୀ ରାଜା ରାଜଞ କଲେ । ଏ ରାଜା ବଡ଼ ପ୍ରତାପୀ ହୋଇଲେ ବାଲିଅନ୍ତଠାରେ ପଥର କବାଟ କଲେ । ଏ ଭୋଗକଲେ ଅ ୮ ଙ୍କକୁ ବ ୬ ।

୧ମ ପାଞ୍ଜି ମତେ- ରାମ କେଶରୀଙ୍କ ପରେ ଓ ମଚ୍ଛ କେଶରୀଙ୍କ ପୂର୍ବେ ଗୋକର୍ଣ୍ଣକେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ କୃପଣ ପଣ କଲେ । ପରଜାଙ୍କୁ ତଣ୍ଡିଲେ । ଏ ରାଜା ଭୋଗ କଲେ ଅ ୧୮ଙ୍କକୁ ୧୫ ବରସ ।

୨ୟ ପାଞ୍ଜି ମତେ- କୃମ କେଶରୀ ଭୋଗ କଲେ ୧୦ ବରସ ସ୯୫୬ କାବ୍ଦ ପର୍ଯ୍ୟନ୍ତ

୧ମ ପାଞ୍ଜି ମତେ- ମଚ୍ଛ କେଶରୀ ଭୋଗକଲେ ବ ୧୭।୯।୨୩ ଦିନ ।

୨ୟ ପାଞ୍ଜି ମତେ- ଗୋକର୍ଣ୍ଣ କେଶରୀଙ୍କ ପରେ ଓ ବରାହ କେଶରୀଙ୍କ ପୂର୍ବେ ମଚ୍ଛ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବାରିହାନାଥଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗ କଲେ ଅ ୧୦ଙ୍କକୁ ବ ୮ ରସ ।

୩ୟ ପାଞ୍ଜି ମତେ- ମଚ୍ଛ କେଶରୀ ଭୋଗ କଲେ ବ ୧୬ରସକୁ- ସ ୯୭୨ କାବ୍ଦ ପର୍ଯ୍ୟନ୍ତ । ଏ ରାଜ ଗଙ୍ଗୁଆ ନଦୀରେ ଅଠରନଳା କଲେ ।

୧ମ ପାଞ୍ଜି ମତେ- ବରାହ କେଶରୀ ଭୋଗ କଲେ ବ ୨୧।୮।୧୪ ଦିନ ।

୨ୟ ପାଞ୍ଜି ମତେ- ବରାହ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ପୋଖରୀ ଖୋଳାଇଥିଲେ । ଗଙ୍ଗୁଆ ନଦୀରେ ଅଠରନଳା ବସାଇଲେ । ଏ ରାଜା ସାଡ଼ଙ୍ଗ (ସାରଙ୍ଗ) ଗଡ଼ କଲେ । ଏ ଗଡ଼ ପଥର କାନ୍ଥ କରି କାଙ୍ଗୁଲା ବସାଇଲେ       ଚାରିପାଖେ ନାଳୀ ଖୋଳାଇଲେ । ବହୁତ କୂଅ ଏ ଗଡ଼େ ଖୋଳାଇଲେ । ଏ ରାଜା ଭୋଗକଲେ ଅ ୧୭ଙ୍କକୁ ବ ୧୪-

୩ୟ ପାଞ୍ଜି ମତେ- ଏ ରାଜା ଭୋଗ କଲେ ବ ୧୫ ରସ- ସ ୯୮୭ କାବ୍ଦ ।

୧ମ ପାଞ୍ଜି ମତେ- ବାମନ କେଶରୀ ଭୋଗକଲେ ବ ୧୩।୨।୧୭ ଦିନ ।

୨ୟ ପାଞ୍ଜି ମତେ- ବରାହ କେଶରୀଙ୍କ ପରେ ଓ ଚନ୍ଦ୍ର କେଶରୀଙ୍କ ପୂର୍ବେ ରାଜ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଭୂମି ମା ୧ଣକୁ କର କା ୧ ହାଣ ଲେଖାଏଁ ନେଲେ । ଏ ରାଜା ଭୋଗକଲେ ଅ ୧୯ଙ୍କକୁ ବ ୧୭ ରସ ।

୩ୟ ପାଞ୍ଜି ମତେ- ବାମନ କେଶରୀ ଭୋଗ କଲେ ବ ୧୩ ରସକୁ ସ ୧୦୦୦ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ- ପରସୁ କେଶରୀ ଭୋଗକଲେ ବ ୨ ରସ ମା ୩ ସ ଦି୧୧ନ ।

୨ୟ ପାଞ୍ଜି ମତେ- ରାଜ କେଶରୀଙ୍କ ପରେ ଚନ୍ଦ୍ର କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଶାସ୍ତ୍ର ବାହାର କରି ଅଷ୍ଟଚଣ୍ଡୀଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗକଲେ ଅ ୮ଙ୍କକୁ ବ ୬ ରସ ।

୩ୟ ପାଞ୍ଜି ମତେ- ପରସୁ କେଶରୀ ଭୋଗକଲେ ବ ୨ ରସ-ସ ୧୦୦୨ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ- ଚନ୍ଦ୍ର କେଶରୀ ଭୋଗକଲେ ବ ୧୫।୮ ମାସ ।

୩ୟ ପାଞ୍ଜି ମତେ- ଚନ୍ଦ୍ର କେଶରୀ ଭୋଗ କଲେ ବ ୧୨ ରସ ସ ୧୦୧୪ କାବ୍ଦ ।

୧ମ ପାଞ୍ଜି ମତେ- ଚନ୍ଦ୍ର କେଶରୀଙ୍କ ପରେ ସୁଜନ କେଶରୀ ରାଜା ଭୋଗ କଲେ ବ ୮।୧୦ ମାସ ।

୨ୟ ପାଞ୍ଜି ମତେ- ଚନ୍ଦ୍ର କେଶରୀଙ୍କ ପରେ ଯଦୁ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଗଙ୍ଗାକୂଳେ ତୁଳସୀପୁର ଶାସନ କଲେ । ଏଠାରେ କୋଟରମା ଗଡ଼ ବାନ୍ଧିଲେ । ଏ ଭୋଗ କଲେ ଅ ୧୦ ଙ୍କକୁ ବ ୮ ରସ ।

୩ୟ ପାଞ୍ଜି ମତେ- ସୁଜନ କେଶରୀ ଭୋଗକଲେ ବ ୭ ରସ- ସ ୧୦୨୧ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ମାଳତୀ କେଶରୀ ଭୋଗ କଲେ ବ ୯।୮।୧୦ ଦିନ ।

୨ୟ ପାଞ୍ଜି ମତେ-ଯଦୁ କେଶରୀଙ୍କ ପରେ ଭୁବନ କେଶରୀ ରାଜ ରାଜ୍ୟ କଲେ । ଏ ମହାରାଜ ବଡ଼ ପ୍ରତାପୀ, ବୀର, ଶୂର । ସୁନୁପୁର, ସମଲପୁର ମାରି ସମଲାଇଙ୍କ ଦେଉଳ ତୋଳାଇଲେ । ଏ ରାଜା ଭୋଗ କଲେ-

୩ୟ ପାଞ୍ଜି ମତେ-ମାଳତୀ କେଶରୀ ଭୋଗ କଲେ ବ ୫ ରସ-ସ ୧୦୨୬ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ ପୁରଞ୍ଜୟ କେଶରୀ ରାଜା ରାଜ୍ୟ କଲେ ବ ୩।୯।୫ ଦିନ, ଏ ରାଜାଙ୍କ ଅମଳେ ଈଶ୍ୱର ପାର୍ବତୀ ଏକାମ୍ବର ବନର ଏ ସ୍ଥାନରେ ମନୁଷ୍ୟ ହୋଇ ଜନ୍ମ ହୋଇଲେ-

୨ୟ ପାଞ୍ଜି ମତେ-ଭୁବନ କେଶରୀଙ୍କ ପରେ ଭୀମ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଦେବୀ ଉପାସକ । ମାରକଣ୍ଡସର ପୂର୍ବ ବାହିରେ ସାତ ଭଉଣୀକୁ ବସାଇଲେ । ଏ ରାଜା ଭୋଗ କଲେ ଅ୧୦ ଙ୍କକୁ ବ ୮-

୩ୟ ପାଞ୍ଜି ମତେ-ଏ ରାଜା ପୂରଂଜୟ କେଶରୀ ଭୋଗ କଲେ ବ୩-ସ ୧୦୨୯ କାବ୍ଦ ପର୍ଯନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ ବସୁକଳ୍ପ କେଶରୀ ମହାରାଜା । ଏହାଙ୍କ ଭାର୍ଯ୍ୟା ତୁଳାବତୀ ରାଣୀ । ଏ କୃତ୍ତିବାସଙ୍କ ଦେଉଳ ପୂର୍ବପେଟୋଳ ବଇସମ ହୋଇ ପଡ଼ିଲାକୁ ଏ ଭଙ୍ଗାଇ ତୋଳାଇଲେ । ଏ ରାଜା ଭୋଗ କଲେ ବ୧୨।୭।୧୯ ଦିନ ।

୨ୟ ପାଞ୍ଜି ମତେ-ଭୀମ କେଶରୀଙ୍କ ପରେ ଲକ୍ଷଣ କେଶରୀ ରାଜା ରାଜ୍ୟ କଲେ । ଏ ବେଲେସରଙ୍କ ଦେଉଳ ବେଢା କୂଅ ପୋଖରୀ କଲେ । ଏ ରାଜା ଭୋଗ କଲେ ଅ୯ଙ୍କକୁ ବ ୭ ରସ ।

୩ୟ ପାଞ୍ଜି ମତେ-ଏ ବସୁକଳ୍ପ କେଶରୀ ରାଜା ଭୋଗ କଲେ ବ୧୨ ରସ ସ-୧୦୪୧ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ ଇନ୍ଦ୍ର କେଶରୀ ରାଜା ଭୋଗ କଲେ ବ ୩।୨।୫ ଦିନ । ଏ କେଦାରେସର ଦେବଙ୍କୁ ଉପାସନା କରି ସନ୍ୟାସ ହେଲେ ।

୨ୟ ପାଞ୍ଜି ମତେ-ଲକ୍ଷଣ କେଶରୀଙ୍କ ପରେ ଘଟ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ବିନ୍ଧାଣୀ ବହୁତ କାମରେ ଦୃଷ୍ଟି ଦେଲେ । ଏ ବିମ୍ବଳା ବାହାରେ ସାସ୍ତ୍ର ବାହାର କରି ରୋହିଣୀ କୁଣ୍ଡ କଲେ । ବଟେସରଙ୍କ ଦେଉଳ କଲେ । ଏ ଭୋଗକଲେ ଅ ୭ଙ୍କକୁ ବ ୫ ରସ ।

୩ୟ ପାଞ୍ଜି ମତେ-ଏ ରାଜା ଇନ୍ଦ୍ର କେଶରୀ ଭୋଗ କଲେ ବ ୪ ରସ-ସ ୧୦୪୫ କାବ୍ଦ-। ଏ ରାଜ କେଦାରେସର-ଦେବଙ୍କୁ ଉପାସନା କଲେ ସନ୍ୟାସ ହୋଇଲେ-

୨ୟ ପାଞ୍ଜି ମତେ-ଘଟ କେଶରୀଙ୍କ ପରେ ଧ୍ରୁବ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଈସାନେସରଙ୍କ ଦେଉଳ ତୋଳାଇଲେ ଏଥି ଉତ୍ତର ପାଖରେ ମୁଗୁନି ପଥର ଅଣାଇ ମଣ୍ଡପ କଲେ । ବ୍ରାହ୍ମଣ ବ୍ରହ୍ମଚାରୀ ସନ୍ୟାସୀ ଅନୁଷ୍ଠାନ କରିବାକୁ ସ୍ଥାନ କଲେ । ଏ ଉତ୍ତାରେ ବସନ୍ତ କେଶରୀ ରାଜା ରାଜ୍ୟ କଲେ । ଏ ରାଜାଙ୍କ ଦେହକେ ବାସୁଦେବ ବାହନପତିଙ୍କ ସଙ୍ଗେ... କରିପାରୁ । ଏଥିକି ରାଜା ବାହନପତିଙ୍କି ସଭାରୁ ଉଠାଇ ଦେଲେ । ସେଠାରୁ ବାହନପତି ଯାଇ ଅନୁଷ୍ଠାନ କରି ବର ପାଇ ଦକ୍ଷିଣକୁ ଗଲେ । ସେଠାରୁ ଚୁଡ଼ଗଙ୍ଗଙ୍କୁ ଆଣିଲେ । ଏ କଟକ ମାଡ଼ି ବସିଲା । ବସନ୍ତ କେଶରୀ ରାଜା ରାଜ୍ୟ ଛାଡ଼ି ଗଲେ । ଏ ରାଜା ଭୋଗ କଲେ ଅ ୩ଙ୍କକୁ ୨ ବରସ । ଗାଏ କେଶରୀ ରାଜା ୪୪ ପାଟକୁ ଭୋଗକଲେ ୬୦୦ ବରସ ।


ଚୁଡ଼ଗଙ୍ଗ ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରୁ ଶୂନ୍ୟ କେଶରୀ ରାଜା ଭୋଗକଲେ ବ ୩।୨।୧୧ ଦିନ । ଏ କୃତ୍ତିବାସେ ତପ କଲେ । ଏ ସିଦେ୍ଧସର କଳ୍ପ କେଶରୀ ହୋଇଲେ । ଗାଏ କେଶରୀ ପ୪୪୯ଙ୍କକୁ ଭୋଗ କଲେ ବ ୧୮୨୩।୯।୧୯ ଦିନ । ଶ୍ରୀ ସିଦେ୍ଧସର କଳ୍ପ ରାଜା ବ୍ରାହ୍ମଣ ବାସୁଦେବ ରଥଠାରୁ ଥରେ ଟଙ୍କି ନେଇ ଆଉ ଥରେ ପଠାଣ ଜଣକୁ ଲେଖି ଦେଲାକୁ ଏ ବାସୁଦେବ ରଥଠାରୁ ଥରେ ଟଙ୍କି ନେଇ ଆଉ ଥରେ ପଠାଣ ଜଣକୁ ଲେଖି ଦେଲାକୁ ଏ ବାସୁଦେବ ରଥ ରାଜାଙ୍କୁ କହିଲେ “ମୁଁ ଟଙ୍କି କଉଡ଼ି ହେଇଅଛି । ଏବେ ପଠାଣ ଜଣେ ଉଲ୍ଲର ଲଗାଉଛି ।” ରାଜା କହିଲେ “ତୁ ବାସୁ ସେ ପଠାଣ ଜାଣେ ।” ଏମନ୍ତ ଶୁଣି ସେ ବ୍ରାହ୍ମଣ ବାସୁଦେବ ରଥ ଭୁବନେସ୍ୱରଙ୍କୁ ସେବା କଲେ । ଭୁବନେସ୍ୱର ଦେବ ପ୍ରସନ୍ନ ହୋଇଲେ । ଏ ବାସୁଦେବ ରଥେ ଜଣାଇଲେ କେଶରୀ ରାଜତ୍ୱ ନ କରିବେ । ଏଥକୁ ଭୁବନେସର ଦେବଙ୍କ ଆଗାଁ ହୋଇଲା । ତୁ ଦକ୍ଷିଣ ଯାଇ ଗୋକର୍ଣ୍ଣେସର ବୀର୍ଯ୍ୟରୁ ଯେ ରାଣ୍ଡିପୁଅ ଚୋରଗଙ୍ଗା ଅଛି ତାକୁ ଆମ୍ଭ ଆଗାଁରେ ଆଣି ଓଡ଼ିସାରେ ରାଜତ୍ୱ କରାଇବୁ । ଏମନ୍ତକୁ ସେ ବ୍ରାହ୍ମଣ ଦକ୍ଷିଣ ଯାଇ ଦେଖିଲା ରାଣ୍ଡିପୁଅ ଚୋରଗଙ୍ଗା ଟୋକାଙ୍କ ସାଙ୍ଗରେ ଖେଳରେ ରାଜା ହୋଇଅଛି । ପାଖକୁ ସେ ଟୋକାଙ୍କ ବାହାରେ ଅନ୍ୟ ଲୋକ ଯିବାର ନାହିଁ । ସେ ବ୍ରାହ୍ମଣ ଟୋକାଙ୍କ ଆଗରେ କହିଲା ଓଡ଼ିଶାରୁ ବ୍ରାହ୍ମଣ ଜଣେ ଆସିଅଛି । ସେ ଟୋକା ଚୋରଗଙ୍ଗାକୁ କହିଲାକୁ ଖପରାରେ ଖପରା ଖଣ୍ଡିଏ ଲେଖି ସେ ଟୋକାମୂଳେ ଦେଲା । କହିଲା ଅବକାସ ନାହିଁ । ଖର୍ଚ୍ଚ ନେଇ ରହ । ଏରୂପେ ଦିନ ପନ୍ଦର ଉତ୍ତରୁ ଯେଉଁ ଗୁଡ଼ିଆ ଠାକୁ ଲେଖିଥିଲା ସେ ଗୁଡ଼ିଆ ପୁଅ କହିଲା ଚୋରଗଙ୍ଗଠାରେ କେତେ କଉଡ଼ି ଦେଇଅଛୁ । ତାକୁ କହିଲା ମୋ କଉଡ଼ି ବ୍ରାହ୍ମଣ ଖାଉ । ଆଚ୍ଛା ଦିନ ପନ୍ଦର ଗଲା ଉତ୍ତାରୁ ବ୍ରାହ୍ମଣ ପଚାରିଲା, ସେ ବ୍ରାହ୍ମଣ କହିଲା ‘ଭୁବନେସର ଦେବ ଆଗାଁ ଦେଇଅଛନ୍ତି ତୁମ୍ଭେ ଓଡ଼ିସାରେ ରାଜା ହେବ’ ଏମନ୍ତ ଶୁଣି ସନମତ କଲା । ମା’କୁ କହିଲା, ମା କହିଲା, ମୋ ସଙ୍ଗାତ ନେତେଇ ଧୋବଣୀ ସାଙ୍ଗେ ଭେଟ ହୋଇ ଯିବୁ । ଏଥକୁ ସେ ନେତେଇ ଧୋବଣୀକୁ ଦେଖିଲା ଭାତ ରାନ୍ଧୁଅଛି । ଗୋଡ଼ ଗୋଟିଏ ଜାଳୁଅଛି । ଏହା ଡାକ ସୁଣି କୋଡ଼ ପୁଅକୁ ଚୁଲିରେ ଦେଇ ଏହାକୁ କଥା କହିଲା । ଏ ଚୋରଗଙ୍ଗା କହିଲା ମୋତେ ମା’କହିଲା ମାଉସୀ ସାଙ୍ଗରେ ଭେଟ ହୋଇ ଯିବାକୁ । ତାକୁ ପଚାରିଲା, କି ଖାଇଅଛୁ । ଏ କହିଲା ‘କିଛି ଖାଇ ନାହିଁ ।’ ଏ କହିଲା, ବାରିରେ କଦଳୀ ଅଛି ଖାଆ । ସେ କଦଳୀ ଖାଉଥିଲା ଧୋବଣୀ ପଚାରିଲା କେତେ ଖାଇଲୁ । ସେ କହିଲା ୧୮ ଗୋଟି ଖାଇଲି । ଧୋବଣୀ କହିଲା “ଏତେକି ହଉ” ତାଠାରୁ ମନ୍ତ୍ର-ସିଦ୍ଧ କରି ଆସି ବାଟରେ ସିଅଳ ଚିହ୍ନିଲାକୁ ଏ ସିଅଳକୁ ବର ଦେଇ ହାଣି ପକାଇଲେ । ଗୋକେର୍ଣ୍ଣସର ବୀର୍ଯ୍ୟ ଗଙ୍ଗାଦେବୀ ଗର୍ଭୁ ସମ୍ଭୁତ । ଗଙ୍ଗବଂଶରୁ-ଜାତ ଆଦି ପାଟ ଚୁଡ଼ଗଙ୍ଗ ଦେବ । ଏ ଚୁଡ଼ଗଙ୍ଗ ଦେବ ଦେବ ବେତାଳ ସାଧ୍ୟ । ନିତାଲମା ନଗ୍ରଦେବୀ କିଳତା ମହାପଶୁ ମନିନ୍ତ କେଶରୀବଂଶ ରାଜା ସିଦ୍ଧକଳ୍ପ କେଶରୀ ରାଜାଙ୍କୁ ଉଚ୍ଛନ୍ନ କରାଇ ରାଜାକଲା । କନ୍ୟ ୧୩ ଦିନ କୃଷ୍ଣ ତ୍ରୟୋଦସୀ ଗୁରୁବାର ଦିନ ନାଟ ବେଶରେ ଆସି କଟକ ମାଡ଼ିବସି ରାଜା ହୋଇଲା । ବାସୁଦେବ ବାହନପତି ମହାପାତ୍ର ହୋଇଲା । ଯାଜପୁର-କଟକେ ପ୍ରବେସ ହୋଇଲା । ପ୍ରଥମେ ରହିଲେ ପଞ୍ଚମ କଟକ ବାଣରାସି ହୋଇ ଓଡ଼ିସା ଗୋସାଣୀମାନ କିଳିଲେ । ସେ ରାଜ୍ୟ ଭୋଗ କଲେ ବ ୬୬।୨।୨ ଦିନ ।

୨ୟ ପାଞ୍ଜି ମତେ-ଏ ଉତ୍ତରୁ ଚୁଡ଼ଗଙ୍ଗ ରାଜା ହୋଇଲେ କନ୍ୟ ଦି ୧୩ ନ ସୁକ୍ଳପକ୍ଷ ଗୁରୁବାର ଦିନ ରାଜା ହୋଇଲେ । ବାସୁଦେବ ବାହନପତି ପାତ୍ର ହୋଇଲେ । ଚୁଡ଼ଗଙ୍ଗ କର୍ଣ୍ଣାଟ ଦେସରୁ ଆସି କଟକ ମାଡ଼ି ବସି କନ୍ୟା ଦି ୨୫ ଦେ ଗୁରୁବାର ପଞ୍ଚମୀ ଦିନ ରାଜା ରାଜ୍ୟ କଲେ । ଯାଜପୁରଠାରେ ପ୍ରଥମ ନବର କରି । ତହୁଁ ଆସି ଓଡ଼ିସା ଗୋସାଣୀଙ୍କୁ ସମସ୍ତ କିଳିଲେ । ଏ ରାଜା ସାବର ବିଦ୍ୟାରେ ପରିପୂର୍ଣ୍ଣ । ଏହାଙ୍କ ଆଗେ ଚଢ଼ାଇ ଉଡ଼ିଯାଇ ନ ପାରେ । ଏ ଚୁଡ଼ଙ୍ଗ ସାହୀରେ ପୋଖରୀ ଖୋଳାଇଲେ । ଏହାଙ୍କ ରାଣୀ ମିଟୁଆଣୀ ପୋଖରୀ ଖୋଳାଇଲେ । ଏ ରାଜା ଭୋଗକଲେ ଅ ୨୯ ଙ୍କକୁ ବ ୨୪ ରସ ।

୩ୟ ପାଞ୍ଜି ମତେ-ଏ ଚୁଡ଼ଗଙ୍ଗ ଦେବ ରାଜା ଭୋଗ କଲେ ବ ୨୦ ରସ ସ ୧୦୭୪ କାବ୍ଦ । ଏ ରାତା ବହୁତ ଯନ୍ତ୍ର ମନ୍ତ୍ର ମାନ ଜାଣନ୍ତି ।

୧ମ ପାଞ୍ଜି ମତେ, -ଏ ଉତ୍ତାରୁ ଗଙ୍ଗେଶ୍ୱର ଦେବ ଭୋଗ କଲେ । ଗଙ୍ଗାରୁ ଗୋଦାବରୀ ଯାଏ ଏକଛତ୍ର କଲେ । ଏ ରାଜାଙ୍କୁ ମୁଣ୍ଡଛେଚି ରାଣୀମାନେ ମାଇଲେ । ସେ ରାଜ୍ୟ ଭୋଗକଲେ ବ ୯ ରସ ।

୨ୟ ପାଞ୍ଜି ମତେ, -ଏ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ଏକଛତ୍ର କଲେ । ଏ ରାଜା ବ୍ରାହ୍ମଣମାନଙ୍କୁ ପଚାରିଲେ “ଯଉ ଫଳ ଉପୂଜାଇ ସେ ଫଳ ଖାଇ କି ନ ଖାଇ ।” ତହିଁକି ବ୍ରାହ୍ମଣେ ବୋଇଲେ ଯେ ଫଳ ଉପୁଜାଇ ସେ ଫଳ ଖାଇ । ସେଠାରୁ ରାଜା ଝିଅଙ୍କ ସଙ୍ଗେ ଅଙ୍ଗସଙ୍ଗ ହେଲେ । ସେ ଝିଅ ଗର୍ଭବାସ ହେଲେ । ତହିଁ ସକାସୁଁ ସେ କଥା ପ୍ରଘଟ ହେଲା । ସେଠାରୁ ରାଜା ବ୍ରାହ୍ମଣଙ୍କୁ ପଚାରିଲେ ତହିଁକି ବ୍ରାହ୍ମଣମାନେ କହିଲେ । “ତୁମ୍ଭେ ଝିଅଙ୍କ ସଙ୍ଗେ ଅଙ୍ଗସଙ୍ଗ ହେଲ । ଏ କଥା ଗହିତ ହେଲା । ଏ କଥା ଉଚିତ ନୁହଁଇ, ତହିଁକି ରାଜା ପଚାରିଲେ ଏଥି କି ପ୍ରାଶ୍ଚିତ୍ତ । ତହିଁକି ବ୍ରାହ୍ମଣ କହିଲେ “ଦୁଇମାଠିଆ ପାଣି ଘେନି ଚାଲିଯିବ, ତାହା ଗୋଡ଼ରୁ ଯେଉଁଠାରୁ ରୁଧିର ଜାତ ହେବ ସେଇଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବ, ମଧ୍ୟରେ ଦୀପଦଣ୍ଡି ହେବ । ତହିଁ ଭିତରେ ସେ ଝିଅ ରହିବ । କାହାରି ମୁଖ ନ ଚାହିଁବ ଏମନ୍ତ ସେ ତାହାଙ୍କ ଦିହକ ରହିବେ । ତୁମ୍ଭ ଉପସ୍ଥ କଟା ହୋଇ ହୁମ (ହୋମ ହୋଇଯିବ । ତେବେ ସେ ତହିଁରେ ଦୋଷଯିବ ।” ସେଠାରୁ ସେ ରାଜା ଏହା ଶୁଣି ଝିଅଙ୍କ ହାତରେ କାଖରେ ପାଣି ଦୁଇମାଠିଆ ଦେଇ ଚଳାଇଲେ । ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟ ଲୋକେ ଶୁଣି ବହୁତ ଉପହାସ କଲେ । ରାଜା ବଡ଼ ସଙ୍କୋଚ ପାଇଲେ ଏ ଝିଅକୁ ନଅରକୁ ନେଲେ । ଏ ଉତ୍ତାରୁ ଝିଅଙ୍କୁ ଯେଉଁଯାଏ ବୁଲାଇ ରକତ ଗୋଡ଼ରୁ ବହି ନଥିଲା (ତାହାର) ସୀମାନ୍ତ ଘେନି ପୋଖରୀ (ଖୋଳାଇ) ଦୀପଦଣ୍ଡି କଲେ । ଦୀପଦଣ୍ଡି କରି ଝିଅକୁ ଆଣି ତହିଁରେ ରଖିଲେ । ରାଣୀମାନେ ରାଜାଙ୍କ ମୁଣ୍ଡ ଛେଚି ମାଇଲେ । ସେଇଦିନୁ ପୋଖରୀ କୌସଲ୍ୟାଗଙ୍ଗ ବୋଲାଇଲା । ଏ ରାଜା ଭୋଗକଲେ ଅ ୧୪ଙ୍କକୁ ବ ୧୨ ରସ । ଏ ରାଣୀହଂସ ଭୋଗ କଲେ ଅ୧୧ଙ୍କକୁ ବ ୯ ରସ ।

୧ମ ପାଞ୍ଜି ମତେ-ଏ (ଏକ ଜଟା କାମ ଦେବ) ଭୋଗ କଲେ ବ ୭ ରସ । ରାଜା ହୋଇବାଯାଏଁ ଅନ୍ନବସ୍ତ୍ରବାନ ଦାନ ଦେଉଥିଲେ ।

୨ୟ ପାଞ୍ଜି ମତେ-(ଏ ଉତ୍ତାରୁ ଏକଜଟା କାମଦେବ ରାଜା ରାଜ୍ୟ କଲେ) ଏ ରାଜା ବଡ଼ ବୈଷ୍ଣବ ଆଚରଣ କଲେ । ଏ ରାଜା ରାଣୀ ମହାଦେଈମାନଙ୍କୁ ଅନ୍ନବସ୍ତ୍ର ଦେଉଥିଲେ । ଏ ରାଜା ଚୁଡ଼ଙ୍ଗସାହୀ ମଧୁପୁର ପଟଣାରେ ଠାକୁରଙ୍କୁ ବିଜେ କରାଇଲେ । ଏ ଦିନ ବଡ଼ ଦେଉଳକୁ ଶୁଭ ଦେଲେ । ସେହିଦିନୁ ଠାକୁରଙ୍କୁ ଶୀତଳ ମୁଣୋହି ଭୋଗ ହେଉଥିଲା । ଏ ରାଜା ଭୋଗ କଲେ ଅ ୧୪ଙ୍କକୁ ବ ୧୨ ରସ ।

୩ୟ ପାଞ୍ଜି ମତେ-ଏ ଉତ୍ତରୁ ଏକଜଟା କାମଦେବ ଭୋଗ କଲେ ବ୫ ରସ ସ୧୦୯୩କାବ୍ଦ । ଏ ରାଜା ବଡ଼ ଦେଉଳ ତୋଳାଇବା ପାଇର୍ ଶୁଭ ଦେଲେ ।

୧ମ ପାଞ୍ଜି ମତେ-ମଦନ ମହାଦେବ ଭୋଗ କଲେ ବ ୧୫ । ଏ ରାଜା ସିରାଇ ଦଣ୍ଡପାଟର ସହଜପାରି ଗ୍ରାମ କଟକ କରିଥିଲେ ଏ ଲେମ୍ବେଇ ଦଣ୍ଡପାଟରେ ଅଛନ୍ତି । କାଳୁପଡ଼ା ବିନେ୍ଧ୍ୟଶ୍ୱରୀ ପର୍ବତ ଉପରେ ବିଷ୍ଣୁସ୍ୱାମୀଲିଙ୍ଗ ଏହାଙ୍କ ପଶ୍ଚିମ ଦିଗରେ ସାଆଳା ପର୍ବତ ଓ ପାଆଁରା ପର୍ବତ ଏପାଶେ ବଣିବକ୍ରେଶ୍ୱର ପର୍ବତ, ଯମୁନା ଝାଡ଼ପଡ଼ା ପର୍ବତ । ପାରଙ୍ଗ ଦଣ୍ଡପାଟେ ଅରାଗଡ଼ ପର୍ବତ, ଧଉଳି ପର୍ବତ, ଏ ସବୁ ପର୍ବତ କନ୍ଦରାମାନରେ ଚୌରାଅସି ଗୁମ୍ଫାମାନ କରି ସିଦ୍ଧ ବୌଦ୍ଧମାନେ ରହି ଅଛନ୍ତି । ଏମାନେ ସର୍ବଜ୍ଞ । ଏକ ଦିନକରେ ରାଜାଙ୍କ ରାଣୀମାନେ ବୋଇଲେ ବଡ଼ ସର୍ବଜ୍ଞ । ଇଥିକି ରାଜା ବୋଇଲେ ବୌଦେ୍ଧ କି ସର୍ବଜ୍ଞ, ବ୍ରାହ୍ମଣମାନେ ବଡ଼ । ଏଥକୁ ରାଣୀଏ ବୋଇଲେ ବୌଦ୍ଧମାନଙ୍କୁ ବ୍ରାହ୍ମଣମାନଙ୍କୁ ପରୀକ୍ଷା କର, କିଏ ସର୍ବଜ୍ଞ, କାହାର ବଚନ ପ୍ରମାଣ । ଏଥକୁ କେହି ନ ଜାଣନ୍ତି । ହାଣ୍ଡି ଗୋଟିକେ ସର୍ପ ଗୋଟାଏ ପୂରାଇ ମୁଦାଇ ବୌଦ୍ଧମାନଙ୍କୁ ବ୍ରାହ୍ମଣମାନଙ୍କୁ ରାଜା ହକାରାଇ ଅଣାଇଁ ଆଗେ ବୌଦ୍ଧମାନଙ୍କୁ ପଚାରିଲେ-ଏ ହାଣ୍ଡିରେ କି ଅଛି କହ । ଏଥକୁ ବୌଦ୍ଧମାନେ କହିଲେ । ମହାରାଜା, ଏ ହାଣ୍ଡିରେ ସର୍ପ ଗୋଟିଏ ଅଛି । ଏହା ଶୁଣି ରାଜାଙ୍କୁ ରାଣୀ ତୁନି କରି କହିଲେ । ରାଜା ହାରିଲେ । ଏଥକୁ ରାଜା ଲାଜ ପାଇଲେ । ବ୍ରାହ୍ମଣମାନଙ୍କୁ ପଚାରିଲେ । ବ୍ରାହ୍ମଣମାନେ ବିଚାରିଲେ । ଏମାନେ ସର୍ବଜ୍ଞ, ଏହାଙ୍କ ବଚନ ମିଥ୍ୟା ନୋହଇ । ଆମ୍ଭେମାନେ କି କହିବା ଏମନ୍ତ ବିଚାରି କହିଲେ । ମହାରାଜା, ଏ ହାଣ୍ଡିରେ ଭସ୍ମଗୁଡ଼ିଏ ଅଛି । ଏମନ୍ତକୁ ରାଜା ହାଣ୍ଡି ଫେଡ଼ାଇ ଦେଖିଲା ବେଳକୁ ସର୍ପ ନାହିଁ ପାଉଁସଗୁଡ଼ାଏ ଅଛି । ଏହା ଦେଖି ରାଜା ରାଣୀଙ୍କି ବୋଇଲେ, ବୋଲୁଥିଲ ବୌଦ୍ଧ ବଡ଼ ବୋଲି, ଦେଖ ବ୍ରାହ୍ମଣମାନଙ୍କ ବଚନ । ଏମନ୍ତ ବୋଲି ବୌଦ୍ଦମାନଙ୍କର ରାଜା ମୁଣ୍ଡ ଛେଚାଇବା ବେଳକୁ ବୌଦ୍ଧମାନେ ରାଜାଙ୍କୁ ଶାପ୍ୟ ଦେଇ ପର୍ବତ ଗୁମ୍ଫାମାନଙ୍କରୁ ବାହାର ହୋଇ ଅରଣ୍ୟକୁ ଗଲେ । ଏ ରାଜା ପରମେଶ୍ୱରଙ୍କୁ ସେବା କରି ବ୍ରାହ୍ମଣମାନଙ୍କୁ ପରିପାଳନ କରି ରାଜ୍ୟ କଲେ ୧୫ ବରସ । ଏ ମହାରାଜାଙ୍କ ୨ ଅଙ୍କରେ ଅଲାରନାଥ ଦେଉଳ ତୋଳା ହୋଇଥିଲା । ଏକ ଦିନରେ ରାଜା ଶ୍ରୀ ନଗରୁ ବିଜେ କରି ଆସିବା ବେଳକୁ ଏ ପର୍ବତ ପାଖେ ବଣିଚଢ଼ାଇ ମଣିମା ମଣିମା ବୋଲି ଏ ଗଛରୁ ସେ ଗଛରେ ବସଇ । ଏଥକୁ ରାଜା ଆଜ୍ଞ ଦେଲେ ବଣି ବକ୍ରୋକ୍ତି କରୁଅଛି; ଏଠାରେ କିଏ ଅଛି ଦେଖ । ଏଥକୁ ମଣି ଭିତରେ ଦେଖିଲେ ଅରଣ୍ୟରେ ହିରଣ୍ୟଗର୍ଭ ଶମ୍ଭୁଗୋଟିଏ ଅଛି । ରାଜା ପଚାରିଲେ-ଏ ଦିଅଙ୍କ ନାମ କି । ଏଥକୁ ଏ ଗ୍ରାମ ଲୋକମାନେ କହିଲେ, କେଉର୍ କାଳରେ ଏଥି ସାମଲେଶ୍ୱର ହୋଇ ମହାଦେବ ଥିଲେ ବୋଲି ବୋଲନ୍ତି । ରାଜା ବୋଲନ୍ତି ବଣି ଯେ ବକ୍ରୋକ୍ତି କରି ଡାକିଲା ଏ ଦେବଙ୍କ ନାମ ବଣିବକ୍ରେଶ୍ୱର ଦେବ ହୋଇଲା ।

୨ୟ ପାଞ୍ଜି ମତେ-ମଦନ ମହାଦେବଙ୍କ ନାମ ରାଜରାଜେଶ୍ୱର । ଏ ରାଜା ଭୋଗ କଲେ ଅ ୩୨ଙ୍କକୁ ବ ୨୬ ରସ ।

୩ୟ ପାଞ୍ଜି ମତେ-ଏ ରାଜା ଅଲାରନାଥ ଦେଉଳ କଲେ । ଏ ରାଜା ବୌଦ୍ଦମାନଙ୍କୁ ମାରି ଉଚ୍ଛନ୍ନ କରିଦେଲେ । ଏ ରାଜ ବଡ଼ ଦେଉଳ ତୋଳାଉଥିଲେ । ପ୍ରଥମ ଓ ତୃତୀୟ ପାଞ୍ଜି ମତେ-ଏ ଉତ୍ତରୁ ୟାଙ୍କ ଭାଇ ଅନଙ୍ଗ ଭୀମଦେବ ରାଜତ୍ୱକଲେ ୨୭ ବରସ ୧ ମାସ ୧ ଦିନ । ଏହାଙ୍କ ପୁଅ ଅନଙ୍ଗ ଭୀମ ଦେବ ଏହାଙ୍କ ଇଚ୍ଛାରେ କହିଲେ । ଆମ୍ଭ ନାଆ ପୁରୁଷେତ୍ତମ ଦେବେ । ଏ ନଗର କଟକେ ଥାଇ ଶ୍ରୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଦେବଙ୍କୁ ସମସ୍ତ ସମର୍ପି ରାଉତପଣେ ଥାଆନ୍ତି । ଏ ଭୋଗକଲେ ବ ୨୧୫।୬ ଦିନ । ଅନଙ୍ଗଭୀମ ଦେବ ଓ ପୁରୁଷୋତ୍ତମ ଦେବ ମଧ୍ୟ ରାଜା ୨ ଅଙ୍କ ଅଭିଷେକ ନ ହେଲେ । ଓଡ଼ିଶା ରାଜ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏମନ୍ତ କହି ଅଭିଷେକ ନୋହିଲେ ।

 

ଅନଙ୍ଗଭୀମ ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରେ ଅନଙ୍ଗଭୀମ ଦେବଙ୍କ ସାନଭାଇ ଭୀମ ପରିରାଏଙ୍କୁ ଭୀମନଗର ଦଣ୍ଡପାଟୁଂ ଆଣି ରଜା କଲେ । ଏ ଦୂତୀ ଅନଙ୍ଗଭୀମ ଦେବ ହୋଇଲେ । ଏ ରଜା ନଗର ଚଉଦ୍ୱାରେ କଟକେ ବିଜେ କରିଥାନ୍ତି । ଏମନ୍ତରେ ଏକ ଦିନରେ ରଜାଏ ବିଜେ କରି ଆସି ମହାନଦୀ ପାର ହୋଇ ଏ ନଦୀରୁ ଦକ୍ଷିଣତୀରେ ଦେଖିଳେ କୋଦଣ୍ଡା ଦଣ୍ଡପାଟର ବାରବାଟି ଗ୍ରାମରେ ବିଶ୍ୱେଶ୍ୱର ସନିଧେ ଶାମଳା ପକ୍ଷିକି ବଗ ମାଡ଼ି ବସିଅଛି । ଏହା ଦେଖି ରଜାଏ ବଡ଼ ଆଶ୍ଚର୍ଯ୍ୟ ପାଇ ଶୁଭଯୋଗ ଦିନରେ ଏ ବାରବାଟି ଗ୍ରାମରେ ଶୁଭ ଦେଇ ନଅର ତୋଳାଇ କଟକ କରି ଏ କଟକ ନାମ ବାଣରାଶୀ କଟକ ବୋଲି ନାମ ଦେଇ ନଗର ଚଉଦ୍ୱାର କଟକ ଛାଡ଼ି ଆସି କଟକ କରି ରହିଲେ । ଥୋକାଏ ବରଷ ଗଲା ଉତ୍ତାରେ ଏକ ଦିନକର ରାତ୍ରରେ ରଜା ପରମେଶ୍ୱରଙ୍କୁ ସପନରେ ଦେଖିଲାକୁ ପରମେଶ୍ୱରଙ୍କୁ ଦରଶନ କରିବାକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ବିଜେ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦରଶନ କରି ଛାମୁରେ ଶାଢ଼ି ପ୍ରସାଦ ଲାଗି ହୋଇ ଶ୍ରୀନବରେ ବିଜେ କରି ମୁଦଲ କରାଇଲେ । ଏ ମୁଦଲର ଭାଷା ଶ୍ରୀବୀର ଶ୍ରୀଗଜପତି ଗଉଡେଶ୍ୱର ନବକୋଟି କର୍ଣ୍ଣାଟ କଲବରଗେଶ୍ୱର ଅଭିରାଏ ଭୂତ ଭୈରବ ଦୁସହ ଦୁଶାସନ ଅନୀକରଣେ ରାଉତରାଏ ଅତୁଳ ବଳ ପରାକ୍ରମ ସଂଗ୍ରାମ ସହସ୍ରବାହୁ ଧୂମକେତୁ ଶ୍ରୀ ଅନଙ୍ଗଭୀମ ଦେବ ମହାରାଜାଙ୍କର ବିରଳ ଅ ୧୫ ଙ୍କ ଶ୍ରାହି ଫଗୁଣ ଶୁକ୍ଳ ଦ୧୦ଶମୀ ତତ୍କାଳ ଏକାଦଶୀ ଗୁରୁବାରେ ଶ୍ରୀପୁରୁଷୋତ୍ତମ କଟକେ ଶ୍ରୀନବର ଦକ୍ଷିଣ ଘରେ ଦେବାର୍ଚ୍ଚନ ଅବକାଶେ ଅଭିନବ ଯଯାତିନଗର ବିଷ୍ଣୁ ଶ୍ରୀପାଦ ମୁଦଲେ ପୁର ଚୌରୀ ନବରେ ବାଙ୍କିଆରେ ବିଜେ ସମୟ ପାଶ ପାତ୍ର ପରମହଂସ ବାଜପେଇ ଦାମୋଦର ପୁରୋହିତ, ମହାପାତ୍ର ନୀଳକଣ୍ଠ ରାଏଗୁରୁ, ମହାପାତ୍ର ବଳଭଦ୍ର ପ୍ରହରାଜ, ମହାପାତ୍ର ଚଇନି ପାଟଯୋଷି, ମହାପାତ୍ର ଦାମୋଦର ପଣ୍ଡା, ପାତ୍ର ଗଙ୍ଗାଧର ପଣ୍ଡା, ପାତ୍ର ଚକ୍ରଧର ପଣ୍ଡା, ପାତ୍ର ବିଦ୍ୟାଧର ପଣ୍ଡା, ପାତ୍ର ଜଗନ୍ନାଥ ପଣ୍ଡା, ପାତ୍ର ନୀଳକଣ୍ଠ ପଣ୍ଡା, ପାତ୍ର ଭୀମକର ପଣ୍ଡା, ପାତ୍ର ଗୋପୀନାଥ ପଣ୍ଡା, ପାତ୍ର ବଳଭଦ୍ର ପଣ୍ଡା, ପାତ୍ର ପୁରୀ ଦାସ ମିଶ୍ର, ଜେନା ବଡ଼ରାଏ ନରସିଂଘ ଦେଓ, ଅଜୟ ଦେଓ, ପରିରାଏ ଅନନ୍ତ ଦେଓ, ପରିରାଏ ଈଶ୍ୱର ଦେଓ, ପରିଚାଏ ଶତ୍ରୁ ଦେଓ, ପରିରାଏ ହରିହର ଦେଓ, ପରିରାଏ ରାମ ଦେଓ, ପୋର ପାଞ୍ଜିଧର ପରୀକ୍ଷା ମିଥୁନି ପଣ୍ଡା, ପୋର ଶ୍ରୀକରଣ ସୁରୁଯ ପୁରନାୟକ, ମାରକଣ୍ଡ ମହାସେନାପତି ସମସ୍ତ ପାତ୍ର ଖଟନ୍ତି । ବୁଢ଼ାଲେଙ୍କା ଥାଇ ଠାକୁରେ ପୁରୁଣ ହୋଇ, ଏମନ୍ତ ବୋଲି ତରଫ କରାଇଲେ ।

ଞ୍ଚ ଠାକୁରେ ଏମନ୍ତେ ବୋଲିଛନ୍ତି ଯେ-

ସେ ଭବିଷ ମହାରାଜାମାନେ ଦେବତା ବ୍ରାହ୍ମଣଙ୍କୁ, ବଳ ଭଣ୍ଡାରକୁ, ରାଜନୀତିଚଏକୁ ମଧ୍ୟ କରି ମୁଂ ଯେମନ୍ତ ପ୍ରକାରେ ଭିଆଣ କରି ଦେଉଅଛି ଏତିକି ତୁମ୍ଭେମାନେ ନ ପୁଣି ବୋଲ ସେ ଦେଇଗଲେ ଆମ୍ଭର କି ହୋଇଲା, ଆମ୍ଭେ କିମ୍ପା ଦବୁ ଏମନ୍ତ ନ ବୋଲିବ । ଏ ତ ଓଡ଼ିଶା ରାଇଜ ଯେ କେଶରୀ ରାଜାମାନଙ୍କୁ ଆଦିକରି ଗଙ୍ଗବଂଶେ ଆମ୍ଭ ଛପାଟ ସରିକି ରାଜ୍ୟ ଆଏ ହେଉଥିଲା ପୂର୍ବଦିଗେ ଅର୍କକ୍ଷେତ୍ର ସୋମୋଦ୍ର ତୀରଠାରୁ ପଶ୍ଚିମେ ଭୀମନଗର ଦଣ୍ଡପାଟ ସରିକି ଦକ୍ଷିଣେ ଆଏ ହେଉଥିଲା ଦକ୍ଷିଣେ ମହୋଦଧି ଉତ୍ତର ତୀରଠାରୁ କାଆଂସାଂ ସରିକି ଦକ୍ଷିଣେ ଆଏ ହୋଉଥିଲା । ଉତ୍ତରେ କାଆଂସାଂ ବାଆଂସାଂଠାରୁ ଦକ୍ଷିଣେ ଋଷିକୋଇଲା ନଦୀ ସରିକି । ଜିତ ସୁନା ପନ୍ଦର ଲକ୍ଷମାଢ଼େ ଏହି ଖଣ୍ଡମଣ୍ଡଳ ହୋଇ ଆଏ ହୋଉଥିଲା । ଏମନ୍ତ ରାଜ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଦାରବିନ୍ଦ ପ୍ରସାଦେ ବ୍ରାହ୍ମଣମାନଙ୍କର କଲ୍ୟାଣେ ଖଣ୍ଡାରେ ଯଶ କରି ଭୁଇଆଂ ପୁରାଣମାନଙ୍କୁ ଜୟ କରି ଆଏ କଲୁ । ଉତ୍ତର ଦିଗେ କାଆଂସାଂ ବାଆଂସାଂ ଠାରୁ ଦନାଇବୁଡ଼ି ନଈ ସରିକି ଦକ୍ଷିଣେ ଆଏ କଲୁ ଋଷିକୋଇଲା ନଦୀଠାରୁ ରାଜମହୀନ୍ଦ୍ର ଦଣ୍ଡପାଟ ସରିକି । ପଶ୍ଚିମେ ଆଏ କଲୁ ଭୀମନଗର ଦଣ୍ଡପାଟ ଠାରୁ ବଉଦ ସୀମା ସୁନୁପୁର ସରିକି । ଏ ତିନି ଦିଗରୁ ରାଇଜ ଆଏ କଲି ଜିତ ସୁନା ୨୦ ଲକ୍ଷ ମାଢ଼ । ଗାଏ ଦୁଇ ପଦକୁ ଜିତ ସୁନା ୩୫ ଲକ୍ଷ ମାଢ଼ ଆଏ ହୋଇଲାକୁ ଦେବତା ବ୍ରାହ୍ମଣକୁ ନାନା ନିଯୋଗକୁ ବଳ ପୋଷିବାକୁ ରାଜନୀତିକି ଭଣ୍ଡାର ସରିବାକୁ ନାନାବଏକୁ ମଧ୍ୟ କରି ଭିଆଣ କରି ଦେଲୁ । ଭୋ ମହାରାଜାମାନେ ତୁମ୍ଭେମାନେ ଏହା ଅନ୍ୟଥା ନ କରିବ । ହରିଲାର ତ ପାପ ଶ୍ରୁତି ସ୍ମୃତି ବଚକମାନରେ ଶୁଣୁଥିବ । ଏଥକୁ ତୁମ୍ଭେମାନେ ଯେବେ ବଳୀଆର ପଣ କରି ଲୋଭ ବଶରେ ହରିବ ତେବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଜରଣକୁ ଦ୍ରୋହ କଲାରୁ ଯେ ପାପ ତାହା ପାଇବ । ମୁଂ ଯାହା ଯଉଂପ୍ରକାରେ ଭିଆଣ କରି ଦେଉଅଛି ଦେବତା ବ୍ରାହ୍ମଣଙ୍କ ଭୋଗ କରାଇ ସେ ପ୍ରକାରେ ପରିପାଳନ କରୁଥିବ । ସନ୍ତାନମାନଙ୍କୁ କଉଡ଼ି ଭାଗ ବରତନ, ମାହୁନ୍ତମାନଙ୍କୁ ଦଶମାସି ଟଙ୍କା ବରତନ, ବାଣୁଆ ପାଇକମାନଙ୍କୁ ଦଶମାସି ଭୂମି ଭାଗେ ଓହୋରି ବରତନ ନିଯୋଗ ସେବକମାନଙ୍କୁ ଆଉ ସମସ୍ତ ସେବକମାନଙ୍କୁ ମଧ୍ୟ କରି ଭୂମିରେ ଜିତ ସୁନା ବର୍ତ୍ତନ ଦେଇ ପରିବାର ପୋଷୁଥିବ । ଭଣ୍ଡାର ସରିବାକୁ ଯେଉଁ ପ୍ରକାରେ ରାଜ୍ୟରୁ ଘେନିବାକୁ ଭିଆଇଲା ଅଛି ସେ ପ୍ରକାରେ ଭଣ୍ଡାର ସରୁ ଥିବା ରାଜ୍ୟ ଯଉଁ ପ୍ରକାର ଭୂଇଁ ଭଳିରେ ମାଢ଼ ମୂଳକରି ସୁନା ଭିଆଇଲା ଅଛି ସେହି ପ୍ରକାରେ ପୁଷ୍ଟି ନଷ୍ଟି ଦେଖି କରଘେନି ପରଜାଙ୍କୁ ପରିପାଳନ କରି ପୃଥିବୀ ଭୋଗକରି ସୁଖେ ସ୍ୱର୍ଗକୁ ଯିବ । ଭୋ ମହାରାଜାମାନେ ସବୁଠାକୁ ଧର୍ମହିଁ ସେ କାରଣ । ରାଜ୍ୟରୁ ଏମନ୍ତ ମୁଦଲ କରାଇ ପାତ୍ରମାନଙ୍କୁ ଏମନ୍ତ ଆଜ୍ଞା ଦେଲେ । ଭୂୟାଂ ପୁରାଣମାନଙ୍କୁ ଭୁଜରେ ଜୟ କରି ରାଜ୍ୟ ଜିଣି ଆଣିଲା ବାହାରେ ଯେ ଭଣ୍ଡାର ଧନମାନ ଅଣା ହୋଇଲା ସୁନା ୪୦ ଲକ୍ଷ ମାଢ଼ ରତନମାନ ଆଣି ହୋଇଲା । ମୂଳ ପ୍ରମାଣେ ମାଢ଼ ୭ ଲକ୍ଷ ୮୮ ହଜାର । ଗାଏ ଦୁଇ ପଦକୁ ମାଢ଼ ଲ ୪୭୮୮୦୦୦କ୍ଷ ଆଣି ହୋଇଲା । ଏ ଆମ୍ଭର ଅରଜିତ ପଦାର୍ଥ । ଏଥୁଂ ଆମ୍ଭେ ଥୋକାଏ ପ୍ରମେଶ୍ୱରଙ୍କ ଆଡ଼ତିରେ ଲଗାଇବାକୁ ଏଥକୁ ଆମ୍ଭେମାନେ ଏମନ୍ତ କଳ୍ପନା କରୁଅଛୁଁ ଯଯାତି ରାଜା ଯୋଉଁ ପଟଳ ତୋଳାଇ ପ୍ରମେଶ୍ୱରଙ୍କୁ ବିଜେ କରାଇ ଅଛନ୍ତି ସେ ପାଟଳ ଗୋଟିଏ ଅତି ବଇଷମ ହୋଇଲା ଏହା ଭାଙ୍ଗି ଶଏ ହାଥ ଉଚ୍ଚେ ପ୍ରସାଦ ଗୋଟିଏ ତୋଳାଇବାକୁ ପରମେଶ୍ୱରଙ୍କୁ । ଆୟତନ ଭିତର ଦେବତାମାନଙ୍କର ଦେଉଳ ଗୋଟାମାନ ଆନ କରି ତୋଳାଇବା । ଏଥକୁ ଥୋକାଏ ସୁନା ଦବା । ପ୍ରମେଶ୍ୱରଙ୍କ ତଡ଼ାଉମାନ ଖଟଣି ଯୋଗାଡ଼ମାନଙ୍କୁ ମଧ୍ୟ କରି ଥୋକାଏ ସୁନା ଥୋକାଏ ରତନ ଦେବା ଏମନ୍ତ ଆମ୍ଭେ ବିଚାରିଅଛୁ । ଏଥକୁ ପାତ୍ରମାନେ ଜଣାଇଲେ ଦେଓ ଏମନ୍ତ ଯେବେ ବିଚାରିବା ହୋଇଅଛ ଏଡ଼େ ହୋଇ ତ କଥା ନାହିଁ । ଏକଥାକୁ ବଡ଼ ବେଗ ଅବଧାନ ହୋଉ; ଧର୍ମସ୍ୟ ତ୍ୱରିତା ଗତି, ଧର୍ମ ବିଚାରିଲେ ବଡ଼ ବେଗ କରି । ଏତେ କେବଳ ଜଣାଉଅଛୁଁ । ପ୍ରସାଦ ଯେ ଶଏ ହାଥ ଉଚ୍ଚେ କରିବ ବୋଲି ବିଚାରିବା ହୋଇଅଛି । ଶରୀର ନିତ୍ୟ ନୋହଇ ଏ ଅନିତି ଦେହ । ଏ ବହୁତ କାଳ ଲାଗିବ । ଏଥୁଁ ଦଶହାତ ତୁଟି ନଉ ହାତ ହୋଇ ପ୍ରାସାଦ ହୋଇଲେ ବଡ଼ ବେଗ ହୋଇବ । ଏଥକୁ ରାଜା ଏ ଆଗ୍ୟାଂ ଦେଲେ, ବିଚାରିବାରୁ ତୁଟିଲେ ଦୋଷ ହୋଇବ ପରା । ଏଥକୁ ପାତ୍ରମାନେ ଚଣାଇଲେ ଦେଓ ବିଘ୍ନ ହୋଇ ରହିଲେ ସେ ସବୁହିଁ ଅସାର ହୋଇବ । ଏଥକୁ ଠାକୁରେ ଆଗ୍ୟାଂ ଦେଲେ ହୋଉ, ନଉହାତ ଉଚ୍ଚେ ପ୍ରାସାଦ ହୋଉ । ଏମନ୍ତକୁ ଶିଳ୍ପୀ ଶାସ୍ରମାନ ଦେଖ, କେଉଁ ପ୍ରାସାଦ ହେଲେ ବିଷ୍ଣୁ ଯୋଗ୍ୟ । ଏଥକୁ ଭଟ୍ଟ ମିଶ୍ରମାନେ କହିଲେ ପ୍ରାସାଦ ଯେ ଛତିଶ ପ୍ରକାରେ । ଏଥକୁ କୋଡ଼ିଏ ପ୍ରକାରେ ପ୍ରସାଦ ଶ୍ରେଷ୍ଠ, ଏଥିଭିତରୁ ଶ୍ରୀବତ୍ସ ଖଣ୍ଡଶାଳ ହୋଇ ଯେଉଁ ପ୍ରାସାଦ ସେ ପ୍ରସାଦ ହରିର ବଡ଼ ପ୍ରିୟ । ଏହା ଶୁଣି ରଜାଏ ଆଗ୍ୟାଂ ପ୍ରସାଦ ଦେଲେ ଏହି ପ୍ରାସାଦ ଉଚ୍ଚ କରାଇବା । ଏଥକୁ ଦେଉଳ ତୋଳାକୁ ଦେଲେ ପରମହଂସ ବାଜପୋଇ ମୂଳେ ସୁନା ୧୦ ଲକ୍ଷ ମାଢ଼ । ପ୍ରମେଶ୍ୱରଙ୍କ ଅଳଙ୍କାରକୁ ସୁନା ୨ ଲକ୍ଷ ୫୦ ହଜାର ମାଢ଼ । ଗାଏ ୨ ପଦକୁ ସୁନା ମାଢ଼ ୧୨ ଲକ୍ଷ ୫୦ ହଜାର ଏ ଦେଉଳ ତୋଳାକୁ ଶୁଭ ଦେଲେ । ୧୫ ଅଙ୍କ ଫଗୁଣ ଶୁକ୍ଳ ଦଶମୀ ତତ୍କାଳ ଏକାଦଶୀ ଗୁରୁବାର ବେଳ ୧୪ ଦଣ୍ଡ କରି ପ୍ରମେଶ୍ୱରଙ୍କୁ ସମ୍ପୂର୍ଣ୍ଣେ ବୃକ୍ଷ ଲଗ୍ନେ ଅଭିଜିତ ମୁହୂର୍ତ୍ତେ ତୋଳାଇ ଦେଉଳ ପ୍ରତିଷ୍ଠା ବିଜେ କରାଇ ଭୋଗ ମଡ଼ଫୁଲ ଭିଆଇଲେ ।

ଏ ରାଜ୍ୟଯାକ ନଳ କଲେ । ଗଙ୍ଗା କୂଳରୁ ଗୋଦାବରୀ ଯାଏ ସୁରନଦୀ କୂଳରୁ ବେଣୀ ନଦୀଯାଏ । ଏ ରାଜା ଆଏ ହୋଏ ଯେତେ ଯାଏ ନଳି ପାଇଲା ଦଣ୍ଡା ଗୋପନ୍ଥ କଣିଆ ଉଣିଆ ନଦୀ ପର୍ବତ ଭୂମି ୬୨ ଲକ୍ଷ ୨୮ ସହସ୍ର ବାଟି ।

ଦଣ୍ଡା ଗୋପନ୍ଥ କଣିଆ ଉଣିଆ ନଦୀ ପର୍ବତ ମଧ୍ୟ ୧୪ ଲକ୍ଷ ୮୦ ସହସ୍ର ବାଟି ଯାଇ ରହଣି ୪୭ ଲକ୍ଷ ୪୮ ସହସ୍ର ବାଟି ତା ରାଜାଙ୍କର କୋଠେ ବରତନ ବଏ ୨୪ ଲକ୍ଷ ୩୦ ହଜାର ବାଟି ରହଣି ୨୦ ଲକ୍ଷ ୧୮ ହଜାର ବାଟି । ଏଥକୁ ମହାରାଜାଙ୍କୁ ଫଉଦ ଅଟନ୍ତି ଦନ୍ତା ମତ୍ତା ମାଖୁନା ହାଥୁଣୀ ମଧ୍ୟ ଦୁଇ ହଜାର ପାଞ୍ଚଶ ଘର । ଚଉଦ ପ୍ରତିରେ ରାଉତ ଘୋଡ଼ା ବାଖର । ୨୦ ହଜାର ବାଣୁଆ, ଧନୁକୀ, ଫଡ଼ିକାର, ଇଟିକାର; ମଧ୍ୟ ପାଇକ ୩ ଲକ୍ଷ ।

ଏ ରାଜା ଛଡ଼ିଶା ନିଯୋଗ ଭିଆଇଲେ । ଷୋଳ ସାଆନ୍ତ ପଦମାନ ଦେଲେ । ଉତିଶହଖଣ୍ଡ ପଡ଼ିଆ ପେଣ୍ଠ କଲେ । ତିନିଶ ପଞ୍ଚାଶ ହାଟ ବସାଇଲେ । ଘାଇ ନଈ ବନ୍ଧାଇବାକୁ ଭିଆଇଲେ ୧ ଲକ୍ଷ ୮୦ ହଜାର କାହାଣ । ଏ ମହାରାଜାଙ୍କ କାଳେ ବ୍ରହ୍ମହତ୍ୟା କଲେ । ଏଥକୁ ପ୍ରାୟଚିତ କଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ହ ୧୦ ଜାର ସୁନିଆ ଦେଲେ । ତ୍ରିବିଧିପ୍ରମାଣେ ଭୋଗ ଭିଆଇଲେ । ମୋଣୋହି ହୋଇ ଅନ୍ନଛତ୍ରକୁ ହ୧୦ଜାର ଭରଣ ଦାନ ଭିଆଇଲେ । ଗୋ୮୪ଟା କୂଅ ଖୋଳାଇଲେ । ଗୋ ୬୦ ଟା ସାନ ଦେଉଳ ତୋଳାଇଲେ । ୪୫୬ ଶାସନ ବସାଇଲେ । ଏ ମହାରାଜା ଅଳ୍ପଦିନେ ବହୁତ କୀର୍ତ୍ତି କଲେ । ଏ ରାଜା ଭୋଗ କଲେ ବ ୨୭ ରସ ।

x x x

୨ୟ ପାଞ୍ଜି ମତେ- ଏ ଉତ୍ତାରୁ ଅନଙ୍କଭୀମ ଦେବ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଧାର୍ମିକ । ରାଜା ବଡ଼ ଦେଉଳ ତୋଳାଉଥଲେ । ଏଥରେ ମଧ୍ୟରେ ଉଡ଼ାସିଘଂ ବଙ୍କା ହୋଇ ବସିଲା । ଏଥିକି ବିନ୍ଧାଣୀ ସଳଖି ନ ପାରିଲେ । ଏ ରାଜା ବଡ଼ ବିସ୍ମୟ ହୋଇ ନିରାହାର କରି ଶୋଇଲେ । ଏ ଦିନ ମହାପ୍ରଭୁଙ୍କର ମଶାଣିଆ ହନୁମନ୍ତଙ୍କୁ ଆଗ୍ୟା ହୋଇଲେ । ସେ ଆସି ସିଘଂକୁ ସଳଖି ବସାଇଲେ ଏ ରାଜା ଦେଖି ବଡ଼ ଆନନ୍ଦ ହୋଇଲେ । ଏ ଉତ୍ତାରୁ ଶଏହାତ ପ୍ରମାଣେ ବଡ଼ ଦେଉଳ କଲେ । ମୁଖଶିଆଳି କଲେ । ପରହଂସ ବାଜପେୟୀ ଆଉ ଭଟ୍ଟ ମିଶ୍ରେମାନେ ଥାଇ ଦେଉଳ ପ୍ରତିଷ୍ଠା କଲେ । ଏ ଦିନ ଏ ରାଜାଙ୍କ ଅ ୧୮ଙ୍କ କୁମ୍ଭ ଦି ୨ ନେ ଏ ଦେଉଳକୁ ମଧୁପୁର ପଟଣା ଚୁଡ଼ଙ୍ଗ ସାହିରୁ ବିଜେ କରାଇଲେ । ମହାପ୍ରଭୁଙ୍କୁ ରତ୍ନ ସିଂହାସନେ ବିଜେ କରାଇଲା ଉତ୍ତାରୁ ୮୪ ମଢ଼ ଫୁଲି ସଙ୍ଖୁଡ଼ି ଭୋଗ ହେଲା । ଛାମୁରେ ବିଶ୍ୱମ୍ବର ପଟ୍ଟନାୟକ ଥାଇ ଏ ଚାରିଜଣେ ଦେବାର୍ଚ୍ଚନରେ ବସି ଶ୍ରୀ ଠାକୁରଙ୍କ ଆଜ୍ଞା ପ୍ରମାଣେ ଅଧିକ ଭୋଗ କଲେ । ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆରବଡୁ, ପତ୍ରୀବଡୁ, ଗରାବଡୁ, ସୁଆର, ମୁଦୁଲି, ପଢ଼ିଆରୀ, ଆଉ ସମସ୍ତ ସେବକ କରି ଛତିଶା ନିଯୋଗ କଲେ । ଶ୍ରୀ ନଗରରେ ଷୋଳ ସାଆନ୍ତ ବାସ୍ତରୀ ନିଯୋଗ କଲେ । ପଦମାନ ଦେଲେ । ଶ୍ରୀ ପୁରୁଷୋତ୍ତମପୁରେ ଦେଉଳ ଦୁଇପାଖରେ ବଳଭଦ୍ରପୁର, ଜଗନ୍ନାଥପୁର କରି ଦୁଇଶାସନ କଲେ । ଦ୍ୱାଦଶ ଯାତ୍ରା ପର୍ବପର୍ବାଣିମାନ ଭିଆଣ କଲେ । ନାରାୟଣ ମୂର୍ତ୍ତିକି ବିଜେ ପ୍ରତିମା କଲେ । ସେଠାରୁ କେତେଦିନ ଉତ୍ତାରୁ ରାଜାଙ୍କୁ ବ୍ରହ୍ମହତ୍ୟା ଲାଗିଲା । ଏ ସକାଶୁଁ ବ୍ରାହ୍ମଣମାନେ ନମସ୍କାର ନ ଘେନିଲେ । ଦେବାର୍ଚ୍ଚନା ନ କଲେ । ଏ ରାଜା ବହୁତ କାକୁସ୍ତ ହୋଇଲେ । ବ୍ରାହ୍ମଣ କହିଲେ ଏଥକୁ ପ୍ରାଶ୍ଚିତ୍ତ ନାହିଁ । କୀର୍ତ୍ତମାନ କର । ତହିଁକି ରାଜା ଜଗନ୍ନାଥ ମହାପ୍ରଭୁଙ୍କ ସେବାକୁ ବହୁତ ସୁନିଆ ଉତ୍ସର୍ଗ କଲାକୁ ବ୍ରାହ୍ମଣେ ଦେବାର୍ଚ୍ଚନ କଲେ । ନମସ୍କାର ଘେନିଲେ । ଏ ରାଜା ଜଗନ୍ନାଥ ମହାପ୍ରଭୁଙ୍କ ଅଳଙ୍କାର ପାଇଁ (୧୦,୦୦୦) ଦଶସହସ୍ର ସୁନିଆ ଦେଲେ । ତ୍ରିବିଧି ପ୍ରମାରେ ଭୋଗ ଭିଆଇଲେ । ମୁଣୋହିକି ମଣ୍ଡପ କଲେ ଆଉ ପ୍ରାଚୀନ ଦେବତାମାନଙ୍କ ଦେଉଳ ପାରୁଶରେ ତୋଳାଇଲେ । ଆଉ କ୍ଷେତ୍ର ଭିତରେ ଅଷ୍ଟଚଣ୍ଡୀ ଅଷ୍ଟଶମ୍ଭୁଙ୍କ ଦେଉଳମାନ କଲେ । ଏଥି ବାହାରେ ମୁଲକରେ ପ୍ରାଚୀନ ଦେବତାଙ୍କ ଦେଉଳ କଲେ । ଏ ତିନିଠାରେ ଗାଏ ଷାଠିଏ ଦେଉଳ କଲେ । ବଡ଼ ଦେଉଳ ଉତ୍ତର ପାଶରେ କୂପ କଲେ । ଏଥିଉତ୍ତାରୁ ସ୍ନାହାନ ପୂର୍ଣ୍ଣମୀ ଦିନକୁ ସୁନା କୂଅ କଲେ । ପୁରୁଷୋତ୍ତମ ଭିତରେ ବୟାଳିଶ ଗୋଟା କୂପ କଲେ । ଗାଏ ଚଉରାଶି କୂପ କଲେ । ଚାରିଶ ପଞ୍ଚାଶ ପୃଥ୍ୱୀ ଯାକରେ ଶାସନ କଲେ । କୋଡ଼ିଏ ଗୋଟା ପୋଖରୀ କଲେ । ଏମନ୍ତ କିଛିଦିନ ଗଲା ଉତ୍ତାର ବ୍ରାହ୍ମଣ ସାମନ୍ତ ଭଟ୍ଟ ମିଶ୍ରମାନେ ରାଜାଙ୍କୁ କହିଲେ ସୁମୂର୍ତ୍ତିମାନଙ୍କ... ପୃଥ୍ୱୀ ମଣିଲେ । ଗଙ୍ଗା କୂଳରୁ ଗୋଦାବରୀ ପର୍ଯ୍ୟନ୍ତ ଶୂରନଦୀ କୂଳରୁ ବେଣୁ ନଦୀଯାଏ ମଣିଭୂମି ମଣି ପାଇ ରାଜାଙ୍କୁ ଆୟେ କରାଇଲେ । ଭୂମି ବାଷଠିଲକ୍ଷ ଅଢ଼େଇ ସହସ୍ର ବାଟି ମଧ୍ୟେ ଦଣ୍ଡା, ଗୋପଥ, ଗଛ, ଲତା, ପର୍ବତ ମଧ୍ୟ ଦେଇ ଚଉଦ ଲକ୍ଷ ଅଠଚାଳିଶ ସହସ୍ର ଯାଇ ଏ ସ୍ମଧର ବାକୀ ରହଣୀ ସତଚାଳିଶ ଲକ୍ଷ ଅଠଚାଳିଶ ସହସ୍ର ମଧ୍ୟେ ଭୂମି ବଏ ଦେବା ଦାନ ଖଇରାତ କୋଠ ବର୍ତ୍ତନ ମଧ୍ୟ ଚବିଶଲକ୍ଷ ଅଠତିରିଶ ହଜାର ବାଟୀ ଯାଇ ଏ ସ୍ମଧର ବାକୀ ସରକାରୀ ଭୂମି... ଏ ଉତ୍ତାରୁ ତିନିଶ ପଞ୍ଚାଶ ହାଟ ବାସ୍ତରୀ ପେଣ୍ଠ କଲେ । ଘାଇ ନଈ ବନ୍ଧାଇବାକୁ ଭିଆଇଲେ କା ୧୦୮,୦୦୦୦୦ ହାଣ । ...ବାଣୁଆ ଧାନୁକି ଫଡ଼ିକାର ପାଇକ ମଧ୍ୟ ଷାଠିଏ ସହସ୍ର ଇଟଓ୍ୟାଲା ଜ ୨୦୦,୦୦୦ଣ । ଏ ରାଜା ଅଳ୍ପଦିନେ ବହୁତ କୀର୍ତ୍ତି କଲେ । ଏ ରାଜା ଭୋଗକଲେ ଅ୩୩ଙ୍କକୁ ବ ୨୭ ର୍ଷ ।

୩ୟ ପାଞ୍ଜି ମତେ- ଅନଙ୍ଗଭୀମ ଦେବ ରାଜତ୍ୱ କରି ଭୋଗକଲେ ବ୨୭ର୍ଷକୁ ଶ୧୧୨୪କାବ୍ଦ । ଏ ରାଜା ବଡ଼ ଦେଉଳ ତୋଳି ପ୍ରତିଷ୍ଠା କରି ମହାପ୍ରଭୁଙ୍କୁ ବିଜେ କରାଇ ଭୋଗ ମଢ଼ଫୁଲି ଭିଆଣ କରି ନାନା ବିଧିମାନଙ୍କୁ ଦେଲା ଯୋଗେ କୁ ୧ଏ ରାଜା ଯାଜପୁର ନଗର ଚଉଦ୍ୱାରେ କଟକେ ବିଜେ କରିଥାନ୍ତି ।

୧ମ ପାଞ୍ଜି ମତେ- ଏ ଉତ୍ତାରେ ରାଜରାଜେଶ୍ୱର ଭୋଗକଲେ ବ ୧୦ ର୍ଷ । ଗାଏ ଆଠ ରଜାକୁ ଭୋଗ କଲେ ବ ୧୮୨।୮।୧୬ ମଧ୍ୟେ ଅଭିଷେକ ନୋହିଲେ ଏ ରାଜା ଦୁଇଜଣଙ୍କୁ ବ ୪୮।୬।୭ ଦିନ । ଅଭିଷେକ ହୋଇଲେ ଜ୬ଣକୁ ବ ୧୩୪।୨୯ ଦିନ ।

୨ୟ ପାଞ୍ଜି ମତେ- (ଅନଙ୍ଗ ଭୀମଦେବଙ୍କ ପରେ) ଏ ଉତ୍ତାରୁ ଭୀମସେନ ଦେବେ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ପ୍ରତାପୀ, ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତେ ଏକଛତ୍ର କଲେ । ମହାପ୍ରଭୁଙ୍କଠାରେ ବଡ଼ ଭକ୍ତି, ବ୍ରାହ୍ମଣ ବୈଷ୍ଣବଙ୍କଠାରେ ବଡ଼ ଭକ୍ତି କଲେ । ଏ ରାଜା ଭୋଗ କଲେ ଅ ୩୧ଙ୍କକୁ ବ ୨୫ ର୍ଷ ।

୩ୟ ପାଞ୍ଜି ମତେ- ରାଜରାଜେଶ୍ୱର ଭୋଗ କଲେ ବ ୩୫ ର୍ଷକୁ ଶ ୧୧୫୯ କାବ୍ଦ ପର୍ଯ୍ୟନ୍ତ ।

      ୧ମ ପାଞ୍ଜି ମତେ- ଏଥି ଉତ୍ତାରେ ଲାଙ୍ଗୁଳା ନରସିଂହ ଦେବେ ରାଜା ହେଲେ । ଏ ମହାରାଜାଙ୍କ ଅ ୩ ଙ୍କେ କୋଣାର୍କ ଦେଉଳକୁ ଶୁଭ ଦେଲେ । ଶିବେଇ ସାମନ୍ତରା ମହାପାତ୍ର ମୂଳେ ଦେଉଳ ତୋଳାଇବାକୁ ଦେଇ ବ ୧୨ର୍ଷ ଦକ୍ଷିଣ କଟକାଇ କଲେ । ଅ ୨୩ଙ୍କେ ଦେଉଳ ପ୍ରତିଷ୍ଠା କଲେ । ଏ ରାଜା ଭୋଗ କଲେ ବ ୨୬ର୍ଷ ।

୨ୟ ପାଞ୍ଜି ମତେ- ଏ ଉତ୍ତାରୁ ଲାଙ୍ଗୁଡ଼ା ନରସିଂହ ଦେବ ରାଜା ରାଜ୍ୟ କଲେ । ଏ ମହାରାଜାଙ୍କ ଅ ୩ ଙ୍କେ କଣାରେଖ ଦେଉଳ ଶୁଭ ଦେଲେ । ଏ ଦେଉଳ ମେରୁ ମନ୍ଦିର ଘଟଣା କଲେ । ସିବାଇ ସାଆନ୍ତରା ମହାପାତ୍ରଙ୍କ ମୂଳେ ଦେଉଳ ତୋଳାଇବାକୁ ବୋଇଲେ । ବାରବର୍ଷ ଦକ୍ଷଣ କଟକାଇ କଲେ । ଏ ସେତୁବନ୍ଧ ରାମେଶ୍ୱରଠାରୁ ଗଉଡ଼ ଦେଶ ଜିଣିଲେ ।

ଜଣେ ବୃଦ୍ଧ ଶିବାଇ ସାମନ୍ତରାକୁ ବୋଇଲେ ବାବୁ ଠାକୁରାଣୀଙ୍କ ପ୍ରସାଦରୁ କିଛି ପାଇବ କି? ଏ ବୋଇଲେ ଦିଅ । ସେଠାରୁ ସେ ଖିରି ପତରେ ଦେଲେ । ଏ ସେ ଖିରି ମଝିରୁ ହାଥ ପୁରୋଇ ଖାଇଲା ବେଳକୁ ହାଥ ପୋଡ଼ିଲା । ଏଥିପାଇଁ ସେ ବୃଦ୍ଧ କହିଲେ ସିବାଇ ସାଆନ୍ତରା ଦେଉଳ ତୋଳା ପରି ତ କଲୁ । ସେ ବୋଇଲେ ଶିବାଇ ସାଆନ୍ତରା କି କରି ଦେଉଳ ତୋଳା ପରି ତ କଲୁ । ସେ ବୋଇଲେ ଶିବାଇ ସାଆନ୍ତରା କି କରି ଦେଉଳ ତୋଳାଇଲା କି? ତହିଁକି ସେ ବୋଇଲେ ପଥର ଖଣ୍ଡ ମଝିରୁ ପକାଇବାରୁ ରାଘବ ଗିଳୁଅଛି । ଏ ପଥର ଚାରି ପାଖରୁ ବସାଇ ମୁଦିଲେ ଏ ଦେଉଳ ହୋଇବ । ଏହା ଶୁଣି ଶିବାଇ ସାଆନ୍ତରା ଏହି ପ୍ରକାରେ ଚାରି ପାଖରୁ ମୁଦି ଏକଚକ କରି ଦେଉଳ କଲେ । ପଦ୍ମକେଶର ବୋଲି ଦେଉଳ କଲେ । ମୁଖଶାଳି କଲେ । ଏ ରାଜାଙ୍କ ଅ୨୨ଙ୍କ ମକର ପଞ୍ଚମୀ ଶୁକ୍ଳପକ୍ଷ ଗୁରୁବାର ଦିନ ଦେଉଳ ପ୍ରତିଷ୍ଠା କଲେ । ଏହି ରାଜା ଏହି ଅଙ୍କ ମେଷ ମାସେ ଆବାହନ ହୋଇଲେ । ଏ ଭୋଗ କଲେ ଅ୨୨ଙ୍କକୁ ବ୧୮ର୍ଷ ।

୩ୟ ପାଞ୍ଜି ମତେ- ନରସିଂହ ଦେବ ରାଜ୍ୟକଲେ ବ୪୫ର୍ଷକୁ ଶ୧୨୦୪ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ- ଏ ଉତ୍ତାରୁ କବି ନରସିଂହ ଦେବ ରାଜା ହୋଇଲେ । ଗୀତଗୋବିନ୍ଦ ଶିଲୋଉ କଲେ (ଶୁଭଦେଲେ) ଏ ରାଜା ବନ୍ତଳସିଂହ ଶାସନ ଦାନ ଦେଲେ । ନଖପୋଡ଼ୀ ନରେନ୍ଦ୍ର ମହାପାତ୍ର ଏ ରାଜାଙ୍କ ପାତ୍ର । ଏ ନରେନ୍ଦ୍ର ଶୌଚ ଖୋଳାଇଲେ । ନଈରେ ଅଠର ନଳା ବନ୍ଧ ପକାଇଲେ । ଏ ରାଜା ଭୋଗକଲେ ବ୨୫ର୍ଷ ।

୨ୟ ପାଞ୍ଜି ମତେ- ବାର ନରସିଂହ ଦେବ ରାଜା ରାଜ୍ୟ କଲେ । ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅରଥ ହେଉଥିଲା । ତାହା ରାଜା ନଈ ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚାଘର ଦେଉଳ କାଠ ମଣ୍ଡପ ହୋଇଥିଲା । ତାହା ପଥର ମଣ୍ଡପ କଲେ । ତାହା ଚାରିପାଖେ ବେଢା କଲେ । ଏଥରେ କୂଅ ଖୋଳାଇଲେ । ଅଠର ନଳା ବନ୍ଧାଇଲେ । ଅମୃତପୁର ନଈରେ ବନ୍ଧ କଲେ । ଏ ରାଜାଙ୍କ ପାତ୍ର ଲଖପୋଷା ନରେନ୍ଦ୍ର ଶୌଚ ପୋଖରୀ ଖୋଳାଇଲେ । ଏ ରାଜା ଭୋଗକଲେ ଅ ୩୧ ଙ୍କକୁ ବ ୨୫ର୍ଷ ।

୩ୟ ପାଞ୍ଜି ମତେ- କବି ନରସିଂହ ଦେବ ବ ୨୫ ର୍ଷକୁ ଶ ୧୨୨୯ କାବ୍ଦ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ- ଏଥି ଉତ୍ତାରେ ପ୍ରତାପ ନରସିଂହ ଦେବ ଭୋଗକଲେ ବ ୩୧।୧ମାସ । ଏ ରାଜା ବନ୍ତମାଳ ଶାସନ ବସାଇଲେ । ଗୋପୀନାଥ ଭଟ୍ଟେ ପାତ୍ର ହୋଇଥିଲେ । ଏ ରାଜା ବଡ଼ ବୈଷ୍ଣବ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତହିଁ ଡୋରିଆ ଲଗାଇଲେ ।

୨ୟ ପାଞ୍ଜି ମତେ- ଏ ଉତ୍ତାରୁ ପ୍ରତାପ ନରସିଂହ ଦେବ ରାଜା ରାଜ୍ୟ କଲେ । ଏ ରାଜା ବନ୍ତଳ ଶାସନ କଲେ । ଏ ରାଜା ଗୋପୀନାଥ ଭଟ୍ଟଙ୍କୁ ପାତ୍ର କରିଥିଲେ । ଏ ପାତ୍ରଙ୍କୁ ସଙ୍ଗେ ନେଇ ଝାଡ଼ଖଣ୍ଡରେ କେନ୍ଦୁଝରି ମାରିଲେ । କେନ୍ଦୁଝରି ନେଉଟାଣୀ ଆଉ ରାଜ୍ୟମାନଙ୍କେ ନିରଂଶ ଖଣ୍ଡାଇତ ହୋଇଥିଲେ । ଏହାଙ୍କୁ ବାହାର କରିଦେଇ ପହୀଲିଆଙ୍କୁ ଜମିଦାର କଲେ । ଡମପଡ଼ା ଡମଙ୍କ ତଳେ କଲେ ଘାସିଙ୍କ ତଳେ ଘାସିପଡ଼ା ଖଞ୍ଜିଲେ । କଟକ ତଳେ.....

୩ୟ ପାଞ୍ଜି ମତେ- ଏ ରାଜା ଭୋଗକଲେ ବ ୨୦- ଶ ୧୨୪୯ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ- ଏଥି ଉତ୍ତାରେ ବୀରଖରକାଳ ନରସିଂହଦେବ ରାଜା ହୋଇଲେ । ଏ ରାଜା ଭୋଗକଲେ ବ ୧ ।୧ମାସ ।

୨ୟ ପାଞ୍ଜି ମତେ- ପ୍ରତାପ ନରସିଂହଙ୍କ ପରେ କବିକାନ୍ତଦେବ ରାଜା ରାଜ୍ୟ କଲେ । ଏ ରାଜା ବଡ଼ କବି ପଣ କଲେ । ସଙ୍ଗୀତ ବିଦ୍ୟାରେ ବଡ଼ ପରିପୂର୍ଣ୍ଣ ହେଲେ । ମହାପ୍ରଭୂଙ୍କଠାରେ ବହୁତ ରଙ୍ଗ ରାଗ କରି ବଡ଼ ନିଶ୍ଚିନ୍ତରେ ଅନୁସରଣ କଲେ । ଏ ରାଜାଙ୍କ ଅ ୭ ଙ୍କ ମେଷ ଦି ୨୦ ନ କୁମ୍ଭାରପଡ଼ା ଲୋକନାଥଙ୍କ ପଦା ଉତ୍ତରକୁ ଥିଲେ । ଏ ନୀଳୀ କୁମ୍ଭାରୁଣୀ ଘରକୁ କୁଣୁଆ ଆସିଥିଲେ । ସେ ତାହାକୁ କହିଲେ ଆମ୍ଭେ ତୋହୋ ସଙ୍ଗେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବୁ । ସେ କହିଲା ମୁଁ ଜଗନ୍ନାଥଙ୍କୁ ନ ଜାଣଇଁ । ମୋହ ଜଗନ୍ନାଥେ ଏ କୁଡ଼ିଆ ବୋଝଟି । ଏହା ସେ କହିଲାକୁ ଅନ୍ତର୍ଯ୍ୟାମୀ ଏ ଦିନ ରାତ୍ର ରାଜାଙ୍କୁ ଆଗ୍ୟାଂ ହୋଇଲା । ନୀଳୀ କୁମ୍ଭାରୁଣୀ ତ ଆମ୍ଭଙ୍କୁ ଦରଶନ ନ କଲା ଏହାକୁ ଆମ୍ଭେ ଦେଖିବୁ । ଆଜ ରାତ୍ର ଯଉଁଠାରୁ ଘର ପୋଡ଼ିଯିବ ଗୁଣ୍ଡିଚା ଘର ପଶ୍ଚିମ ଅଠର ନଳା ପୂର୍ବକୁ ଏହାକୁ ଥାନ ଦେଇ ରଖିବୁ । ଆମ୍ଭେ ରଥ ଉପରେ ବିଜେ କରିଥିବୁ । ସେ କୁଡୁଆ ବୋଝ ଆଣି ଆମ୍ଭଙ୍କୁ ଦେଖିବ । ଗୋଦାବରୀରେ ସ୍ନାନ କଲେ, ଏଠାରେ ଅନ୍ନଛତ୍ର କଲେ । କଳାହାଣ୍ଡି ବସ୍ତରେ ପାତ୍ରଙ୍କୁ ରଖାଇ ରାଜ୍ୟ ଭୋଗ କଲେ । ରାଜା ଭୋଗ କଲେ ଅ ୧୧ଙ୍କକୁ ବ ୯ ର୍ଷ ।

୩ୟ ପାଞ୍ଜି ମତେ- (ପ୍ରତାପ ନରସିଂହ ଦେବଙ୍କ ପରେ) କବିକାନ୍ତ ନରସିଂହ ଦେବ ୨ ବର୍ଷ-ଶ ୧୨୫୧ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-(ବୀର ଖରବାଳ ନରସିଂହ ଦେବଙ୍କ ପରେ) କଜଳା ନରସିଂହ ଦେବ ଭୋଗକଲେ ମା ୧।୧୩ ଦିନ ।

୨ୟ ପାଞ୍ଜି ମତେ-(କବିକାନ୍ତଙ୍କ ପରେ) ସଖି ନରସିଂହ ଦେବ ରାଜା ରାଜ୍ୟ କଲେ ।

୩ୟ ପାଞ୍ଜି ମତେ-କଜଳା ନରସିଂହ ଦେବ ଭୋଗ କଲେ ବ ୧-ଶ ୧୨୫୨ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-(କଜଳା ନରସିଂହଙ୍କ ପରେ) ଶଙ୍ଖଭାଣୁ ନରସିଂହ ରାଜା ହୋଇଲେ । ଏ ଭୋଗକଲେ ବ ୨୭ର୍ଷ । ଛଅ ନରସିଂହ ଦେବ ରାଜାରେ ଭୋଗ କଲେ ବ ୧୧୦।୩।୧୩ ଦିନ ।

୨ୟ ପାଞ୍ଜି ମତେ-(ସଖି ନରସିଂହ ଦେବଙ୍କ ପରେ) ଶଙ୍ଖଭାଣୁ ଦେବ ରାଜା ହେଲେ ।

୩ୟ ପାଞ୍ଜି ମତେ-(କଜଳା ନରସିଂହଙ୍କ ପରେ) ଶଙ୍ଖଭାଣ ନରସିଂହ ଦେବ ଭୋଗ କଲେ ବ ୭ର୍ଷ-୧୨୫୯ ଶକାବ୍ଦ ପର୍ଯ୍ୟନ୍ତ ।

୧ମ ଓ ୨ୟ ପାଞ୍ଜି ମତେ-ଏଥି ଉତ୍ତାରେ ଭାନୁମାନ ଭୋଗ କଲେ । ପାଟ ରହି ନିଶଙ୍କ ଭାନୁଦେବ ରାଜା ହେଲେ । ଏ ରାଜାଙ୍କ ପାତ୍ର ଶ୍ରୀଧର ରାୟ । ଏ ରାଜା ଦିନେ ଦରଶନକୁ ଆସିଥିଲେ । ଫୁଲ ମହାପ୍ରସାଦ ପରମେଶ୍ୱରଙ୍କ ଲାଗିରେ ନ ଥିଲା । ରାଜାଙ୍କୁ ପ୍ରସାଦ ଦେବାକୁ କିଛି ନ ମିଳିଲା । ଏ ପଶୁପାଳକ ମୁଣ୍ଡରେ ଦୟଣାମାଳ ଥିଲା । ଏହା ମଥାରୁ ଆଣି ରାଜାଙ୍କୁ ପ୍ରସାଦ କରିଦେଲେ । ରାଜା ଦେଖିଲେ ଏ ଫୁଲ ମହାପ୍ରସାଦରେ ବାଳ ଅଛି । ରାଜା ସେବକକୁ ବୋଇଲେ ଏ ଫୁଲ ମହାପ୍ରସାଦରେ ବାଳ କାହୁଁ ଅଇଲା । ଡରେ ପଶୁପାଳକ ବୋଇଲା ପରମେଶ୍ୱରଙ୍କ ତ୍ରିମୁଣ୍ଡିରେ ବାଳ ଥିଲା । ଏହା ରାଜା ଶୁଣି ପଶୁପାଳକକୁ କୋପ କରି ଧରାଇଦେଇ ବୋଇଲେ ଠାକୁରଙ୍କ ତ୍ରିମୁଣ୍ଡିରେ ବାଳ ଦେଖାଇବ । ଏମନ୍ତ ବୋଲି ରାଜା ନଅର ବିଜେକଲେ । ମହାପ୍ରଭୁ ସେବକଙ୍କ ଆତଙ୍କ ଜାଣିଲେ । ରାତ୍ର ରାଜାଙ୍କୁ ସପନରେ ଆଜ୍ଞା ହୋଇଲା । ଆମ୍ଭ ସେବକଙ୍କୁ କିଁଆ ଦୁଃଖ ଦେଉଅଛ । କାଲି ପାହାନ୍ତୀ ଅବକାଶ ଉଲାଗି ବେଳେ ଆମ୍ଭ ତ୍ରିମୁଣ୍ଡରେ ବାଳ ଦେଖିବ । ସପନ ଚେତି ରାଜା ଉଠି ପାହାନ୍ତୀ ଅବକାଶ ମଇଲମ ବେଳକୁ ଦରଶନକୁ ଅଇଲେ । ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଦେଖିଲେ ବାଳ ଓଲମୁ ଅଛି । ଦେଖି ସେ ରାଜା ଆଶ୍ଚର୍ଯ୍ୟ ପାଇ ପାଏ ପଡ଼ି ଶୋଇଲେ । ପଶୁପାଳକକୁ ହକରା କରି ଅନେକ ପ୍ରବୋଧିଲେ । ସେହି ଦିନୁ ରାଜା ବାଳଧୂପ ଭିଆଇଲେ । ଏ ରାଜାଙ୍କର ଅ ୧୭ ଙ୍କ ଓଢ଼ଣଷଷ୍ଠୀ ଦିନ ବଡ଼ ବତାସ କଲା । ବଡ଼ଦେଉଳ ନୀଳଚକ୍ର ଆଡ଼ ହୋଇ ପଡ଼ିଲା । ଶଏ କୋଡ଼ିଏ କାହାଣ ଧାନ ଭରଣ ହୋଇଲା । ବହୁତ ଲୋକ ସେ ମହରଗରେ ମଲେ । କନ୍ୟା ଦି ୧୯ ନେ ମହଲା ଅମାବାସ୍ୟାକୁ ସୂର୍ଯ୍ୟ ପରାଗ ପଡ଼ିଲା । ଊର୍ଦ୍ଧକୁ ଆକାଶରୁତୀ ଏହି ଅଙ୍କେ ଆବାହନ ହେଲେ । ଏ ଭୋଗ କଲେ ଅ ୧୯କୁ ବ ୧୬ ବର୍ଷ । ଏ ଭୋଗ କଲେ ବ ୨୪ର୍ଷ (୧ମ ପାଞ୍ଜି ମତେ)

୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୨୪ର୍ଷ-ଶ ୧୨୮୩ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ ବଳିଭାନୁ ଦେବ ରାଜା ହେଲେ । ଏ ରାଜାଙ୍କର ଶିଖରଶର ବାହିନୀପତି ପାତ୍ର । ଏ ଚନ୍ଦ୍ର ଚୋରାଇଲେ ପୂର୍ଣ୍ଣିମା ରାତି । ସେଦିନୁ ପଦ ହୋଇଳା ଚନ୍ଦ୍ରଚୋର ବାହିନୀପତି । ଏ ନୂଆହାଟ ଶାସନ ବସାଇଲେ ଏ ରାଜା ଭୋଗ କଲେ ବ ୨୭ ର୍ଷ ।

୨ୟ ପାଞ୍ଜି ମତେ-ରାଜାଙ୍କର ପାତ୍ର ଚନ୍ଦ୍ରଶେଖର ବାହିନୀପତି ଏ ରାଜାଙ୍କ ସଭାରେ ପୂର୍ଣ୍ଣମୀକୁ ଅମାବାସ୍ୟା ବୋଲି କହିଲେ । ଏ କଥା ବହୁତ ଲୋକେ ହାସ୍ୟ କଲେ । ଏହା ଶୁଣି .....

୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ୨୧ର୍ଷ ଶ ୧୩୦୪ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ତହୁଁ(ଏ ଉତ୍ତାରୁ) ବୀରଭାନୁ ଦେବ ରାଜା ହେଲେ । ଏ ରାଜା ଝାଡ଼ଖଣ୍ଡ ମାରି ଜୟ କଲେ । ଗଙ୍ଗା ପାରିହୋଇ ଜଗନ୍ନାଥ ପ୍ରସାଦ ଘାଟ ବନ୍ଧାଇଲେ । ଏ ରାଜା ଭୋଗ କଲେ ବ ୨।୪।୯ ଦିନ ।

୨ୟ ପାଞ୍ଜି ମତେ-ଏ ଝାଡଖଣ୍ଡ ମାଡ଼ି ଜଏ କଲେ । ଗଙ୍ଗା ପାରି ହୋଇ ଜଗନ୍ନାଥପ୍ରସାଦ... । ଏ ରାଜାଙ୍କ ଅ୮ଙ୍କେ ମିଥୁନ ଦି ୨୪ ନେ ଦଇତା ଘରୁ ଅନ୍ଧ ଦାସେ ଯେ ନିତ୍ୟ ପହୁଡ଼ ଦର୍ଶନ କଲେ ଘରକୁ ଆସଇ । ଏ ଦିନ ଏ ପହୁଡ଼ ଦର୍ଶନକୁ ଯିବାବେଳେ ରଥ କାଠ ଝୁଣ୍ଟି ପଡ଼ିଲା ଆଣ୍ଠୁଗଣ୍ଠି ଛିଡ଼ିଯାଇ ରକ୍ତ ବୋହିଲା । ଅନ୍ଧ ବଡ଼ ବ୍ୟାକୁଳ ହୋଇ ବଡ଼ ବେଦନା ପାଇଲା । ଏହା ଜାଣି ଅନ୍ତର୍ଯ୍ୟାମୀ ପୁରୁଷ ଏ ଦିନ ରାତ୍ରରେ ରାଜାଙ୍କୁ ଆଜ୍ଞା ହୋଇଲା । ଅନ୍ଧ ଦଇତା ଦାସ ତ ନିତ୍ୟ ଆମ୍ଭ ପହୁଡ଼ ଦର୍ଶନ କରଇ । ଏ ବାଟେ ଆସୁ ଆସୁ କାଠ ଝୁଣ୍ଟିପଡ଼ି ବହୁତ ବ୍ୟାକୁଳ ହୋଇଲା । ଏବେ ଆଜ ରାତ୍ରରେ ଦେଉଳ ନିଜିକ ପୂର୍ବରେ ନାରାୟଣୀଙ୍କ ପାଖରୁ ଯେତେ ବଖୁରି ଘର ପୋଡ଼ିଯିବ ଏହାକୁ ଏହିଠାରେ ସ୍ଥାନ ଦେବୁ । ଆରଦିନ ସକାଳୁ ରାଜା ତାକୁ ଡ଼କାଇ ଯେତେ ବଖୁରି ପୋଡ଼ି ଯାଇଥିଲା ତାକୁ ସେହିଠାରେ ରଖିଲେ । ଏ ଉତ୍ତାରୁ କିଛିଦିନ ଉତ୍ତାରେ ରାଜା ଆବାହନ ହେଲେ । ଏ ରାଜା ଭୋଗ କଲେ ଅ ୧୪ କୁ ବ ୧୨ ର୍ଷ ।

୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୧୯ ର୍ଷ-ଶ ୧୩୨୩ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ କଳିଭାନୁ ରାଜା ହୋଇଲେ । ସୋନପୁର ଭୁଆଁ ସଙ୍ଗେ ଯୁଦ୍ଧ କରି

ତାହାର ମୁଣ୍ଡ କାଟି ପକାଇଲେ । ଏ ଭୋଗ କଲେ ବ ୧୪ର୍ଷ ।

୨ୟ ପାଞ୍ଜି ମତେ-ଏ ରାଜା ସୁନୁପୁର ଭୂୟାଁ ସଙ୍ଗେ ଯୁଦ୍ଧ କରି ତାହା ମୁଣ୍ଡ କାଟି ଆଣିଲେ । ପଦ୍ମତୁଳା ଘାଟୀରେ ପୋଖରୀ ଖୋଳାଇଲେ । ଏ ରାଜା କିଛି ଦିନ ଉତ୍ତାରୁ ଆବାହନ ହେଲେ । ଏ ରାଜା ଭୋଗକଲେ ଅ ୧୨ କୁ ବ ୧୦ ।

୩ୟ ପାଞ୍ଜି ମତେ-ଏ ଭୋଗକଲେ ବ ୧୩ ର୍ଷ-ଶ ୧୩୩୬ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ଏ ଉତ୍ତାରୁ ଅକଟା ଅବଟା ଭାନିଦେବ ଭୋଗକଲେ ବ ୧୪ର୍ଷ ।

୨ୟ ପାଞ୍ଜି ମତେ (କଳିଭାନୁଦେବଙ୍କ ପରେ) ମତ୍ତାଭାନୁଦେବ ରାଜା ରାଜ୍ୟକଲେ, ଏ ରାଜା ଏକଦିନ ... ବିସ୍ମୟ ହୋଇ ଦେଉଳକୁ ଯାଇ ସ୍ୱାରକୁ ଡ଼କାଇ ଏମାନ କହିଲେ । ଏଥକୁ ସ୍ୱାର କହିଲେ କୁସୁମାଣ୍ଡ ଯେ ପାଣି କଖାରୁ ଏହାକୁ ଅଣାଅ । ଏହି ସୋଲା.... ଏମାନେ ରାଜାଙ୍କୁ କହିଲେ । ତାହା ଶୁଣି ରାଜା କାନେ ହାତ ଦେଇ ନିର୍ବେଦ ହୋଇ ରହିଲେ । ଦରଶନକୁ ଯାଇ ଶ୍ରୀ ଛାମୁରେ ଜଣାଇଲେ । ମୋହର ଏ ରାଜତ୍ୱରେ ସମ୍ବନ୍ଧ ନାହିଁ । ଆଉ କାହାକୁ ଆଗାଁ ହେଉ । ଏ ଦିନ ରାତ୍ର ଠାକୁରଙ୍କର ଆଗାଁ ହୋଇଲା । ତୁ ଅନିତୀ କାମ କଲୁ ବୋଲି ଆମ୍ଭ ଶାଢ଼ୀ ତ ଅନିତୀ ନୁହଇ । ଏ ଦିନ ଆଦ୍ୟରୁ ବଡ଼ ଦେଉଳରେ ବ୍ରାହ୍ମଣ ପରିକ୍ଷା କଲେ । ଏ ରାଜା ଭୋଗକଲେ ଅ୧୭ଙ୍କ-ବ୧୪ର୍ଷ ।

୩ୟ ପାଞ୍ଜି ମତେ-(କଳିଭାନୁଙ୍କ ପରେ) ଅକଟା ଅବଟା ଭାନୁଦେବ ଭୋଗକଲେ ବ୧୫ଷଁ-ଶକାବ୍ଦ ୧୩୫୧ ପର୍ଯ୍ୟନ୍ତ ।

 

ମତ୍ତଭାନୁ କପିଳେନ୍ଦ୍ର ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରୁ ମତ୍ତଭାନୁ ଦେବ ରାଜା ହେଲେ । ମତ୍ତ ଭୋଳ ହୋଇ ରାଜା ଦିନ ନେଲେ । ସେ ରାଜା ଭୋଗକଲେ ବ ୨୩୬ ମାସ । ମତ୍ତଭାନୁ ଦେବ ଦିନେ ପରମେଶ୍ୱରଙ୍କୁ ଜଣାଇଲେ ମୋହ ଉତ୍ତାରୁ କାହାକୁ କରିଅଛ ଗୋସାଇଁ । ଏଥକୁ ସପନେ ଆଗ୍ୟାଂ ହୋଇଲେ କାଲି ଦରଶନ ବେଳେ ବିମ୍ବଳାଈଙ୍କ ଆଗେ ଖପରା ଖଣ୍ଡେ କୋରୁଥିବ, ତତେ ଦେଖି ପଳାଇଯିବ, ସେହି ତାକୁ କରିଅଛୁଁ । ଏମନ୍ତକୁ ସୂର୍ଯ୍ୟବଂଶୀ ରାଉତ କପିଳି ବ୍ରାହ୍ମଣ ଘରେ ବାଛୁରୀ ରଖିଥାନ୍ତି । ଏକ ଦିନକରେ ବ୍ରାହ୍ମଣ ଦେଖିଲା ବାଛୁରୀ ଚରୁଅଛନ୍ତି । କପିଳ ଗଛମୂଳେ ଶୋଇ ଅଛନ୍ତି । ମୁହଁରେ ଖରା ପଡ଼ିଲାକୁ ନାଗ ସାପ ଫେଣ ଟେକିଅଛି । ଏମନ୍ତ ଦେଖି କପିଳିକି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । (ବାଦ ନାହିଁ) ସେ ଦିନ ବ୍ରାହ୍ମଣ କପିଳିଠାରେ ବଡ଼ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣଘରୁ କପିଳ ବାହାର ହୋଇ ତେରଟିଆଙ୍କ ସାଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରୀ ହୋଇ ଶ୍ରୀପୁରୁଷୋତ୍ତମକ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଈଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳି ରାଉତ ଚାକର ରହିଲେ ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳି ରାଉତକୁ ରାଜା କରି ଶାଢ଼ି ଆଗ୍ୟାଂ ଦେଲେ । ଏଥକୁ ବେଢ଼ା କାଳିକା ଜଣାଇଲେ ମହାପ୍ରଭୁ ବାଇକି ରାଜପଣ ଆଗ୍ୟାଂ ହୋଇଲେ । ଏଥକୁ ବିମ୍ବଳାକ୍ଷୀ ଜଣାଇ ସପନେ ଶାଢ଼ି ପ୍ରସାଦ କପିଳ ରାଉତକୁ ଦେଇ ବେଢ଼ା କାଳିକାଙ୍କ କଥା କହିଲେ । କେତେଦିନ ଉତ୍ତାରୁ ଓଡ଼ିଶାକୁ ସୁବା ଅଇଲା । ଏହାକୁ ଭେଟିଯିବା ପ୍ରସଙ୍ଗ ପଡ଼ିଲା । ସମସ୍ତେ କହିଲେ କପିଳ ରାଉତ କହିଲେ ରାଜା ଯିବେ-ରଜା ଭାଇ ଯିବେ ନୋହିଲେ ପାତ୍ର ଯିବ । ଏଥକୁ ରଜା ଏହାଙ୍କୁ କପିଳି ଭ୍ରମରବର ପଦ ଦେଲେ । ଭାଇ ବୋଲନ୍ତେ ସମସ୍ତ ପାତ୍ରଙ୍କ ପୁଅମାନଙ୍କ ସାଙ୍ଗେ ପଠିଆଇଲେ । ଏ ନବାବଙ୍କ ଭେଟକୁ ଗଲେ । ନବାବ ଭେଟରେ ସୁଖ କଲେ । ଏଣେ ମତ୍ତଭାଣୁ ଦେବ ଆବାହନ ହୋଇଲେ । ସେହିଠାରେ ନବାବ ତାଙ୍କୁ ରଜା କଲେ । ଏ ରାଜା ହୋଇ ବେଢ଼ା କାଳିକାଙ୍କ ଆଗେ ପଥର ପାଚେରି ଗୋଟାଏ ଦେଲେ । ଗାଏ ଭାଣୁ ୬ଛାରେ ଭୋଗ କଲେ ବ ୧୨୪।୬।୯ ଗାଏ ଗଙ୍ଗବଂଶ ପାଟ ୨୦ ରେ ଭୋଗ କଲେ ବ୪୧୭।୬।୮ ।

ଆଦିପାଟ ସୂର୍ଯ୍ୟବଂଶରେ ଶ୍ରୀଜଗନ୍ନାଥ ଦେବ ଅବତାର ବୈବସ୍ୱତ ମନୁକୁଳେ ଗଙ୍ଗବଂଶ ମତ୍ତଭାଣୁଦେବ ଉଚ୍ଛାଦି ସୂର୍ଯ୍ୟବଂଶକୁ ଆଦିପାଟ ବୈବସ୍ୱତ ମନୁକୁଳେ ବିରାଧିବୀର କପିଳେଶ୍ୱର ଦେବ ମହାରାଜାଙ୍କର ପାଟ କକଡ଼ା ଦି୨ନ ଶୁକଳ ଚଉଠୀ ବୁଧବାର କୃତ୍ତିବାସ କଟକେ ଏ କ୍ଷେତ୍ରେ ଅଭିଷେନ ହୋଇ ରାଜା ହୋଇଲେ ତହୁଁ ହିମ ସେତୁବନ୍ଧ ଯାଏ ଚମକ ପଡ଼ଇ। ସେ ରାଜାଙ୍କ ଅ୨ଙ୍କେ ସିଂହରେ ବୃହସ୍ପତି । ଅ୩ଙ୍କେ ରାଜା ଗଙ୍ଗା ସ୍ନାହାନକୁ ଗଲେ । ତୁଳସୀପୁର ଶାସନ ସେଠାରେ ଦାନ ଦେଲେ । ଜଳେଶ୍ୱର ନରୀନ୍ଦ୍ର ମହାପାତ୍ର ପାତ୍ର । ସର୍ବଦା କଟକାଇ ସେ ରାଜା କରିନ୍ତି । ଅ୮ଙ୍କେ ଛତ୍ରଗଡ଼ କଟକାଇ କଲେ । ଅ୯ଙ୍କେ ପଶ୍ଚିମ କଟକାଇ କଲେ । ଅ୧୦ଙ୍କେ ରାଜା ଖିମୁଡ଼ି ମାଇଲେ । ଅ୧୧ଙ୍କେ ରାଇଜେ ମହରଗ କରି ଧାନ ଭରଣ କା୧୦୫ ହାଣ ହୋଇଲା । ସେ ମହରଗରେ ବହୁତ ଲୋକ ମଲେ । ଅ୧୪ଙ୍କେ ରାଜା ମହୀନ୍ଦ୍ର କଟକାଇ କଲେ । ଅ୧୫ଙ୍କେ ରାଜାଙ୍କୁ ସିଂହ ବୃହସ୍ପତି ହୋଇଲା । ଏ ଅଙ୍କେ ଶ୍ରୀପୁରୁଷୋତ୍ତମ ବଡ଼ ଦେଉଳ ବାହାର ବେଢ଼ା ବନ୍ଧାଇଲେ । ଅ୧୮ଙ୍କେ ରାଜା ବାହୁଡ଼ ଗଙ୍ଗା ଗଲେ । ସେ ଦିନେ କପିଳେଶ୍ୱର ପୁର ଶାସନ ବସାଇଲେ । ଅ୧୯ଙ୍କେ କୁଣ୍ଡ ମେରୁ ଗଲେ । ଅ୨୧ଙ୍କେ ମଲକାକୁ ମାଇଲେ । ଅ୨୩ଙ୍କେ ଉଦେଗିରି ଚନ୍ଦ୍ରେଗିରି ମାରି ବିରୂପାକ୍ଷ ରାଜାଙ୍କୁ ବନ୍ଦୀ କରି ଧଇଲେ । ଅ୨୪ଙ୍କେ ରାଜା ବିଦ୍ୟାନଗର ଗଲେ । ଗୋପୀ ମଙ୍ଗରାଜକୁ ବନ୍ଦୀ ତହିଁ କଲେ । ଅ୨୭ଙ୍କେ ରାଇଜେ ଅପାଳକ କଲା । ଧାନଭରଣ କା୧୦୦ ହାଣ ହୋଇଲା । ଅ୨୯ଙ୍କେ ରାଇଜେ ଗଲା ଧୋଇ । ଅ୩୩ଙ୍କେ ଯେ ବତାଶି ପୁଣି କଲା ଅନେକ ଲୋକ ସେ ମହରଗରେ ମଲେ । ସେହିଲାଗେ ରାଜା କୁଣ୍ଡମେରୁ ମାଇଲେ । ଚନ୍ଦ୍ରାବତୀ ଦେଈକି ବନ୍ଦୀ କରି ଆଣିଲେ । ନରସିଂହ ରାଏକୁ ରାଜା ଆଣି କଲେ । ଅ୩୫ଙ୍କେ ସରିକି ହିମ ସେତୁବନ୍ଧ ଯାଏ କପିଳେନ୍ଦ୍ର ଦେବ ମହାରାଜାଙ୍କ ଆଗ୍ୟାଂରେ ଆତଯାତ ହୁଏ । ଅ୩୭ଙ୍କ ପୁଷମାସ କୃଷ୍ଣ ତୃତୀୟା ମଙ୍ଗଳବାର ଦିବସେ କୃଷ୍ଣବେଣୀ ନଦୀକୂଳେ ଆବାହନ ହୋଇଲେ । ଏ ରାଜା ଭୋଗକଲେ ବ୩୨ର୍ଷ।

୨ୟ ପାଞ୍ଜି ମତେ-ମତ୍ତଭାନୁଙ୍କ ପରେ ଅକଟା ଅବଟା ଭାନୁଦେବ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଧର୍ମିଷ୍ଠ କର୍ମିଷ୍ଠ। ଏ ରାଜା ଦିନେ ଶ୍ରୀଛାମୁରେ ଦରଶନବେଳେ ଠାକୁରଙ୍କ ଛାମୁରେ ଜଣାଇଲେ ମୋହର ପୁଅ ନାହିଁ, ଭାଇ ନାହିଁ, ଏ ପୃଥୀ କାହାକୁ ଆଗ୍ୟାଂ ହେଉ x x x ଏହା ରାଜା ଶୁଣି ଚେତୋଇ ଆରଦିନ ପାହାନ୍ତି ଅବକାଶ ଆଳତି ଦେଖିଲା ଉତ୍ତାରୁ ବିମ୍ବଳାଙ୍କ ଆଗରେ ଦେଖିଲେ ଗୁଡ଼ହାଡ଼ ପାଖେ ବସିଅଛି ତାହା ରାଜା ଦେଖି ବଡ଼ ହୃଷ୍ଟ ହୋଇ ତାହାକୁ ହାତ ଧରି ଆଣିଲେ ଶ୍ରୀନବରକୁ ଘେନିଗଲେ । ପାଟମହାଦେଈଙ୍କି କହିଲେ ଏହାଙ୍କୁ ଠାକୁରଙ୍କର ଗୁପୁତି ଆଗ୍ୟାଂ ହୋଇଅଛି । ଏହାଙ୍କୁ ପୁଅ କରି ପାଳ । ତାହାଙ୍କୁ କପିଳ ସାନ୍ତରା ବୋଲି ପଦ ଦେଇ ଶ୍ରୀନଅରରେ ରଖିଲେ । ଏ କେତେଦିନ ଗଲା ଉତ୍ତାରେ ମୁଲକକୁ ଦମନ ଅଇଲେ । ପେସ୍କସ୍ ପାଇଁ ରାଜାଙ୍କ ସହିତ ବହୁତ ଯୁଦ୍ଧ କଲେ । ସେଠାରୁ ରାଜା ଅଧେ ପେସ୍କସ୍ ବନ୍ଦବସ୍ତ କରିଦେଲେ-ଆଉ ଅଧିକ ପାଇଁ କପିଳି ଭ୍ରମରବର କରି ଶାଢ଼ି ଦେଲେ x x x । ଗାଏ ଗଙ୍ଗବଂଶ ଅଠର ପାଟକୁ ଭୋଗ କଲେ ବ୨୯୦ର୍ଷ । ଏ ଉତ୍ତାରୁ କପିଳେନ୍ଦ୍ରେ ଦେବେ ରାଜା ରାଜ୍ୟ କଲେ । କଟକରୁ ଓଲାବନ୍ଦିରୁ ରାଜା ଶାଢ଼ି ବାନ୍ଧି ରାଜା ଶ୍ରୀପୁରୁଷୋତ୍ତମଠାରେ ଶ୍ରୀ ମହାପ୍ରଭୁଙ୍କୁ ଦର୍ଶନ କଲେ । ଏଠାରେ ଦୋଅଙ୍କ କଲେ । ଏହି ଅଙ୍କେ ରାଜା ବିଭା ହୋଇଲେ । ତିନିଅଙ୍କ କକଡ଼ା ଦି୧୦ ନେ ବନମାଳୀ ଦାସ ପୁଅ କାଶିଦାସ ପୂର୍ବ ଚୋରିବିଦ୍ୟାରେ ରାଜାଙ୍କ ସଙ୍ଗ ଥିଲେ । ଏ ରାଜା ଜାଙ୍କୁ ନ ପଚାରିଲେ ବୋଲି ନଅରେ ସନ୍ଧି କଲା । ବହୁତ ପଦାର୍ଥ ନେଲା । ରାଜା ପ୍ରଭାତୁ ଉଠି ସିନ୍ଧି ଗାତ ଦେଖିଲେ । ଦେଖି ଏ ସିନ୍ଧିଗାତ ମାପିଲେ । ୧୨ ଆଙ୍ଗୁଳ ରାଜା ବୋଇଲେ । ଏ ତ ଆମ୍ଭ ସଙ୍ଗ । ଏ ସିଘଂଦ୍ୱାରେ ଉଭା ହୋଇ କାଶିଦାସଙ୍କୁ ଡ଼ାକି ପଚାରିଲେ । ବୋଇଲେ ଏ ପଦାର୍ଥ କଉଁଠାରେ ରଖିଅଛ ଆମ୍ଭ ଶ୍ରୀଛାମୁରେ କହ । ତହିଁକି କହିଲା x - x ଏହାଙ୍କୁ ପୁରୋହିତ କଲେ । ବଛସ ସେ ଊଣା କାର୍ଯ୍ୟମାନଙ୍କେ ଥିଲେ ତାହାଙ୍କୁ ପହରାଜା କରି ଶାଢ଼ୀ ଦେଲେ । ଏ ରାଜାଙ୍କ ତିନି ଅଙ୍କରେ ଶ୍ରୀପୁରୁଷୋତ୍ତମ ବଡ଼ ବାହାର ବେଢ଼ା କଲେ । ଅ୪ଙ୍କରେ ରାଜ ଗଙ୍ଗା ସ୍ନାହାନ କରିଗଲେ, ତୁଳସୀପୁର ଶାସନ ସେଠାରେ ଦାନ କଲେ । ଜଳେଶ୍ୱର ନରିନ୍ଦ୍ର ମହାପାତ୍ରେ ଏହାଙ୍କର ପାତ୍ର । ସର୍ବଦା କଟକାଇ ସେ ରାଜା କରନ୍ତି । ଅ୮ଙ୍କରେ ଛତ୍ରଗଡ଼ରେ କଟକାଇ କଲେ । ଅ୯ଙ୍କରେ ପଶ୍ଚିମ କଟକାଇ କଲେ । ଅ୧୦ଙ୍କରେ ରାଜା ଖେମଣ୍ଡି ମାଇଲେ । ଅ୧୧ଙ୍କରେ ରାଜ୍ୟରେ ମହରଗ ପଡ଼ିଲା । ଧାନ ଭରଣ ଶଏ ପାଞ୍ଚକାହାଣ ହୋଇଲା । ସେ ମହର୍ଗରେ ବହୁତ ଲୋକ ମଲେ ଅ୧୪ଙ୍କରେ ରାଜା ମହେନ୍ଦ୍ରଗଡ଼କୁ କଟକାଇ କଲେ । ଅ୧୮ଙ୍କରେ ରାଜା କପିଳିଶ୍ୱରପୁର ଶାସନ କଲେ । ଏହି ଅ୧୮ଙ୍କେ ରାଜା ଆଳି ମାଇଲେ ।

କନିକା, କେରଡ଼ା, କୁଜଙ୍ଗକୁ ମାଇଲେ । ଆଳିରେ ଏହାଙ୍କ ପୁଅ ମଧୁସୂଦନ ରାଏଙ୍କୁ ରଖିଲେ କେରଡ଼ା କୁଜଙ୍ଗ କନିକା ଅ୩୨ଙ୍କରେ ରାଜ୍ୟ ସଭା ଧୋଇ ହୋଇଲା । ଅ୨୩ଙ୍କରେ ବତାସ କଲା । ଅନେକ ଲୋକ ମହର୍ଗରେ ମଲେ । ସେହି ଅଙ୍କରେ ରାଜା କୁଣ୍ଡଜୋରି ମାଇଲେ । ଚନ୍ଦ୍ରବତୀ ଦେଈକି ବନ୍ଦି କରି ଆଣିଲେ ନରସିଂଘ ରାଏଙ୍କୁ ପରୀକ୍ଷା କରି ସେ ରାଜ୍ୟେ ସ୍ଥାପିଲେ । ଏ ଅ୩୫ଙ୍କ ସରିକି ସମସ୍ତ ରାଜ୍ୟରେ ସେତୁବନ୍ଧ ସରିକି ଆତଯାତ ହୋଇଲେ । ନରସିଂଘରାଏଙ୍କୁ ପରୀକ୍ଷା କରି ସେ ରାଜ୍ୟେ ସ୍ଥାପିଲେ । ଏ ଅ୩୫ଙ୍କେ ରାଜ ଶ୍ରୀପୁରୁଷୋତ୍ତମ ଆସି ଶ୍ରୀମହାପ୍ରଭୁଙ୍କୁ ଦରଶନ କଲେ । ଶ୍ରୀଛାମୁରେ ଜଣାଇଲେ ମୋହର ତ ବହୁତ ହମ୍ମିରରାଏମାନେ ଅଛନ୍ତି । ଏ ପୃଥ୍ୱୀ କାହାକୁ ଆଗ୍ୟାଂ ହେବ । ମୁଁ ତାହା ଜାଣିବି । ଦିନେ ରାତ୍ର ଆଗ୍ୟାଂ ହୋଇଲା । ପୁରୁଷୋତ୍ତମ ରାଏ ରାଜା ହେବ । ତାହା ଶୁଣି ରାଜ ବଡ଼ ବିସ୍ମୟ ହୋଇ ତବଦ ହୋଇଲେ । ଅଙ୍କେ ବଡ଼ ଦେଉଳ ଉପରେ ଆକାଶବାଣୀ ହୋଇଲା । ଆପଣ ଆବାହନ ହୋଇଲେ । ଏ ରାଜା ଭୋଗ କଲେ ଅ୩୯ଙ୍କକୁ ୩୦ ବର୍ଷ ।

୩ୟ ପାଞ୍ଜି ମତେ-ଏ ରାଜା ରାଜ୍ୟ କଲେ ବ୨୩ର୍ଷ-ଶକାବ୍ଦ ୧୩୭୪ ପର୍ଯ୍ୟନ୍ତ ।

୩ୟ ପାଞ୍ଜି ମତେ-ଏ ରାଜା (କପିଳେନ୍ଦ୍ର ଦେବ) (ଭୋଗକଲେ) ବ ୨୭ବର୍ଷ-ଶ୧୪୦୧ ପର୍ଯ୍ୟନ୍ତ ।

ପୁରୁଷୋତ୍ତମ ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରୁ ଏହାଙ୍କ ପୁଅ ପୁରୁଷୋତ୍ତମ ଦେବ ରାଜା ହୋଇଲେ । ସେ କୃଷ୍ଣବେଣୀ ନଦୀକୂଳେ ସେ ରାଜା ହୋଇଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଆସି ଦରଶନ କଲେ । କଟକ ଶ୍ରୀନଅରେ ଯାଇ ବିଜେ କଲେ । ହମୀରଙ୍କୁ ଯାଇ ଡଗରା ବାରତା କହିଲେ ତାହା ଶୁଣି ହମୀରେ ଅଇଲେ । ବେଗଧାଇଁ ବୋଇଲେ ଆମ୍ଭ ଥାଉଁ ପୁରିଆ ରାଜା ହୋଇଲା । ବୈଶାଖ ଶୁକ୍ଳ ନବମୀ ଦିନ ଶ୍ରୀପୁରୁଷୋତ୍ତମ ହମୀରେ ପ୍ରବେଶ ହୋଇଲେ ଦରଶନ କରି ପ୍ରତିଗାଁ କରି ବୋଇଲେ ପୁରିଆକୁ ଆଉ ତୁମ୍ଭେ ରଖି ନ ପାରିବ ଶଙ୍ଖେ ପୂରୋଇ ଚକ୍ରେ ଉହାଡ଼ିଲେ ଅବଶ୍ୟ ମାରିବୁ ଗୋସାଇଁ । ଏତେ ବୋଲି ହମୀରେ କଟକକୁ ଗଲେ । ପୁରୁଷୋତ୍ତମ ଦେବଙ୍କୁ ବାରତା ବୋଇଲେ । କପାଟ ପାଡ଼ି ସେ ଶ୍ରୀନଅର ଭିତରେ ରହିଲେ । ସିଂହ ଦ୍ୱାର ମାଡ଼ି ହମୀରେ ରହିଲେ । ଆଣ୍ଟେ କବାଟ ଫେଡ଼ି ଦିଅରେ ବୋଲି ଡାକିଲେ । ଜୀବନେ ଯେବେ ଆଶ ଅଛି ତେବେ ଫେଅ ସିଘଂଦ୍ୱାର। ପଢ଼ିଆରି ବୋଇଲା ଠାକୁରଙ୍କ ଆଗ୍ୟାଁ ନାହିଁ କେମନ୍ତ କବାଟ ଫେଡ଼ିବୁ ଗୋସାଇଁ । ଶୁଣି ରୋଷଭରେ ଘୋଡ଼ା ଢୁଆଇ ସାବେଳି ଡ଼ିଆଇଁ ବୋଇଲେ ପୁରିଆକୁ କହ ରାଜା ହୋଇବାକୁ ଯେବେ ଅଛି ସ୍ନେହ ଏ ସାବେଳି ଡ଼ିଆଇଁ ବୋଇଲେ ପୁରିଆକୁ କହ ରାଜା ହୋଇବାକୁ ଯେବେ ଅଛି ସ୍ନେହ ଏ ସାବେଳି ମୁଠି ଯେବେ ବଞ୍ଚାଇ ପାରିବୁ ତେବେ ସେ ଏ ରାଜ୍ୟେ ରାଜା ହୋଇବୁ । ଏତେ ବୋଲି ହମୀରେ କୋପ କଲେ । କବାଟ ଫେଡ଼ି ଯେ ପୁରୁଷୋତ୍ତମ ଦେବ ଅନାଇଲେ ।

ପୁରିଆ ଅନାଉଛି ବୋଳି ହମୀରେ ବୋଇଲେ । କୋପେଣ ସାବେଳି ମାଇଲେ ତାହା ଜାଣି ପୁରୁଷୋତ୍ତମ ଦେବ ସମ୍ଭାଳିଲେ । ହମୀରେ ବୋଇଲେ ସାବେଳି ଗଲା ଭଳି ବୋଲି ବୋଇଲେ । ପୁରିଆ ରଖବଲେ ବନମାଳୀ । ଏତେ ଦେଖି ସେ ବିସ୍ମୟେ କରି ମତି ପଶ୍ଚିମ ଦିଗକୁ ବାହାର ହୋଇଯାନ୍ତି । ଗୋବିନ୍ଦ ହରିଚନ୍ଦନେ ଯେ ହମୀରଙ୍କ ବୋଲେ ଥିଲେ ତାହାଙ୍କୁ ପୁରୁଷୋତ୍ତମ ଦେବ ମରାଇ ପକାଇଲେ । ତହୁଁ ଏ ରାଜା ହୋଇଲେ ।

ପୁରୁଷୋତ୍ତମ ଦେଉଳେ ଏ ରାଜାଙ୍କ ଅ୭ଙ୍କେ ଭୋଗ ମୋଣ୍ଡୋଅ ତୋଳାଇଲେ ଅ୯ଙ୍କେ ମଝି କୁରୁମ ବେଢ଼ା ଗଢ଼ାଇଲେ । ଅ୧୧ଙ୍କେ ଏ ରାଜା କାଞ୍ଚୀ କାବେରୀ ମାଇଲେ । କାଞ୍ଚୀ ଶାସନରୁ ସତ୍ୟବାଦୀ ଗୋପୀନାଥଙ୍କୁ ଆଣି ନଗର ଚୌଦ୍ୱାର ନବରକୁ ବସାଇଲେ । ଏ ରାଜା ଭୋଗ କଲେ ବ୩୦।୧ମାସ ।

୨ୟ ପାଞ୍ଜି ମତେ- ଏ କୃଷ୍ଣବେଣୀ କୂଳେ ରାଜାହୋଇ ଶ୍ରୀପୁରୁଷୋତ୍ତମେ ଆସି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି କଟକ ଶ୍ରୀନଅରରେ ରହିଲେ, ହମୀରମାନଙ୍କୁ ଯାଇ ଡଗର କହିଲା । ତାହା ଶୁଣି ହମୀରମାନେ ଅଇଲେ । ବୋଇଲେ ଆମ୍ଭେ ଥାଉ ପୃଥିରେ ପୁରିଆ ରାଜା ହେଲା । ବୈଶାଖ ଶୁକ୍ଳ ନବମୀ ଦିନ ଶ୍ରୀ ପୁରୁଷୋତ୍ତମେ ପ୍ରବେଶ ହୋଇଲେ । ପରମେଶ୍ୱରଙ୍କୁ ଦର୍ଶନ କରି ପ୍ରତିଗ୍ୟାଂ କରି ବୋଇଲେ ପୁରିଆକୁ ତୁମ୍ଭେ ଆଉ ରଖି ନ ପାରିବ । ଶଙ୍ଖେ ପୂରାଇ ଚକ୍ରେ ଉଢ଼ାଳ କଲେ ଅବଶ୍ୟ ମାରିବୁ । ଏତେ ବୋଲି ହମୀରମାନେ କଟକୁ ... । ପୁରୁଷୋତ୍ତମେ ଦେବଙ୍କୁ ବାରତା ହୋଇଲା । ସେ କବାଟ ପାତି ଶ୍ରୀନଅରରେ ରହିଲେ । ସିଂଘଦ୍ୱାର ହମୀର ମାଡ଼ିଅଛି ରହିଲେ । ଆଣ୍ଟେ କବାଟ ଫେଡ଼ିଦିଅ ବୋଲି ଡାକିଲେ । ଜୀବନେ ଯେବେ ଆଶ ଅଛି ତେବେ... ସହି ଯେବେ ବଞ୍ଚାଇ ପାରିବୁ ତେବେ ସେ ଏ ରାଜ୍ୟରେ ରାଜା ହୋଇବୁ । ଏତେ ବୋଲି ହମୀରେ କୋପକଲେ । କବାଟ ଫେଡ଼ି ପୁରୁଷୋତ୍ତମ ଦେବ ଅନାଉଥିଲେ । ପୁରିଆ ଅନାଉଥିଲେ-। ପୁରିଆ ଅନାଉଚି ବୋଲି ହମୀରେ ବୋଇଲେ । କୋପେଣ ସାବେଳୀ ମୁଠାଏ ମାଇଲେ । ତାହା ଜାଣି ପୁରୁଷୋତ୍ତମଦେବେ ସମ୍ଭାଳିଲେ । ହମୀରମାନେ ବୋଇଲେ ସାବେଳୀ ଗଲା ଭଳି! ବୋଇଲେ ପୁରିଆକୁ ରଖିଲେ ବନମାଳୀ । ଏତେ ବୋଲି ବିସ୍ମଏ ହୋଇ ଯେ ଯାହା ରାଜ୍ୟମାନଙ୍କୁ ବାହାର ହୋଇଗଲେ । ଗୋବିନ୍ଦ ହରିଚନ୍ଦନେ ଯେ ହମୀରଙ୍କ ବୋଲେ ଥିଲେ ତାହାଙ୍କ ପୁରୁଷୋତ୍ତମ ଦେବ ମରାଇଲେ । ଏଥି ଉତ୍ତାର ପୁରୁଷୋତ୍ତମ ଆଇଲେ । ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କୁ ଦର୍ଶନ କଲେ । ଏହାଙ୍କ ଅ୭ଙ୍କରେ ଭୋ x x x ନଅ ଅଙ୍କରେ ରୋଷ x x x x ମହାପ୍ରଭୁରୁ କିଛି ଅଙ୍ଗୀକାର ନାହିଁ । ଏଥିକି ଏ ରାଜା କହିଲେ ମୁଁ ଏହାଙ୍କୁ କରି ନାହିଁ । ଏ ପୂର୍ବରୁ ଅଛନ୍ତି । ପୁନର୍ବାର ରାଜା କହିଲେ ଆମ୍ଭେ ଏକଥା ବୁଝିବା । ରାଜା ବୁଝିବାରେ ସେବକଙ୍କର କିଛି କ୍ରିୟା ଶୁଦ୍ଧି ନ ଦେଖିଲେ । ଏଥିକି ରାଜା ସେବକଙ୍କୁ କହିଲେ ତୁମ୍ଭର ତ କିଛି କ୍ରିୟା ଶୁଦ୍ଧି ନାହିଁ ଗୋସାଇଁ ଯେଉଁ ରୂପେ କହିବେ ସେହି କଥା ହୋଇବ । ଏଥିକି ସେବକେ ମହାପ୍ରଭୁଙ୍କ ଛାମୁରେ କାକୁସ୍ଥ ହୋଇ ଜଣାଇଲେ । ଏ ଦିନ ରାତ୍ର ଆଚାର୍ଯ୍ୟଙ୍କୁ ଆଜ୍ଞା ହୋଇଲା । ଏ କ୍ଷେତ୍ରରେ ସେ ସେବକଙ୍କ ବିଷୟରେ କିଛି କହିବୁ ନାହିଁ । ଆଜ ଦିନ ଆଦ୍ୟୁଁ ତୁମ୍ଭଙ୍କୁ କୁରୁମ କ୍ଷେତ୍ର ଦିଆଗଲା । ତୁ ସେହିଠାରେ ରହିବୁ । ଏ ଆରଦିନ କୁରିମକ୍ଷେତ୍ରକୁ ଗଲେ । ଏ ଦିନ ରାତ୍ରୀ ରାଜାଙ୍କୁ ଆଜ୍ଞା ହୋଇଲା । ଏ ସେବକେ ତ ମୋହୋର ପାରୁଶଲୋକ କୃଷ୍ଣାବତାରରେ ଏ ଗୋପୀ ଗୋପାଳ ହୋଇ ଆସ ସଙ୍ଗେ ବିହାର କରୁଥିଲେ । ସେଦିନେ ଏହାଙ୍କର କି କ୍ରିୟାଶୁଦ୍ଧି ଥିଲା । ଏ ମୋହର ତ୍ୟାଜ୍ୟ ନୁହନ୍ତି ଏହା ଶୁଣି ରାଜା .... ରାଜାଙ୍କୁ ଦେଖାଇଲେ । ରାଜା ତାଙ୍କ ହସ୍ତରେ ପିଠା ଦେଖି ବହୁତ କୋପ କଲେ । ଏ ଦାସ ମୁଦୁଲିକି ଧରାଇ ରଖିଲେ । ତହିଁ ଆରଦିନ ଆଉ ସ୍ୱାର ହାତେ ଭୋଗ କରାଇଲେ । ଏ ଦିନ ରାତ୍ର ମହାପ୍ରଭୁଙ୍କର ଆଜ୍ଞା ହୋଇଲା । ତୁ ମୋହର ମହାସ୍ୱାରକୁ ଧରାଇଲୁ । ଆମ୍ଭେ ସେ ପୋଡ଼ପିଠା ନଖାଇଲାକୁ ମନବୋଧ ନୋହିଲା । ରାଜା ସ୍ୱପନ ଚେତି ଏ ଦାସ ମୁଦୁଲିକୁ ଅଣାଇଁ ବହୁତ ଗଉରବ କରି ମହାସ୍ୱାର ଶାଢ଼ୀ ଦେଇ ରାଜା ଆଜ୍ଞା ଦେଲେ । ଯଉଁରୂପେ ପୋଡ଼ପିଠା କରୁଥିଲ ସେ ରୂପେ କରିବ । ଶ୍ରୀଛାମୁରେ ଭୋଗ ସଙ୍ଗେ ରଖିବ । ସେ ଭୋଗ ସରିବା ଉତ୍ତାରୁ ସେ ପିଠା ଗୋଟିକ ପନ୍ତିରୁ ଦେଇ ତାହା ...ପ । ଦଶ ଅଙ୍କରେ ରାଜା ଶୁଣିଲେ କାଞ୍ଚିନଗରେ ପଦ୍ମିନୀ...ତହିଁକି ରାଜା ମଧ୍ୟସ୍ଥ ପଠିଆଇ....ନ କଲା । ରାଜା ଶୁଣି କୋପକରି ତୁମ୍ଭେ ଆମ୍ଭ ପାଇଁ ଥରେ ଶ୍ରୀଛାମୁରେ ଜଣାଇବ । ସେହିଦିନ ରାତ୍ରରେ ମହାସ୍ୱାର ବହୁତ କାକୁସ୍ତ ହୋଇ ମହାପ୍ରଭୁଙ୍କ ଶ୍ରୀଛାମୁରେ ଜଣାଇଲେ । ପ୍ରଭୁଙ୍କର ସେହି ରାତ୍ରେ ଆଜ୍ଞା ହୋଇଲା । ସେ ତ ନ ମରିବ । ଆମ୍ଭେ ବିଜେକଲେ ସେ ଗଡ଼ ମରିବ । ଆମ୍ଭେ କଳାବାରୁଁ ଧଳାବାରୁ ଚଢ଼ି ଆଗେ ବିଜେକଲୁ । ତୁ ଯାଇଁ ରାଜାଙ୍କୁ କହ । ଆମ୍ଭ ଦକ୍ଷିଣ ପାଚେରୀ କଣରେ ଦୁର୍ଗା ମାଧବ ବୂର୍ତ୍ତି ଦରଶନ କରି ଆମ୍ଭ ପଛେ ଯିବୁ । ଏହିରୂପେ ମହାସ୍ୱାର କହିଲେ । ପାତ୍ରମାନେ ବହୁତ ଭଗାଂଇ ରାଜାଙ୍କୁ କହିଲେ । ସେ ତାହା ମାନି ଦକ୍ଷିଣ କୋଣେ ଦୁର୍ଗାମାଧବ ମୂର୍ତ୍ତିଙ୍କି ଦରଶନ କରି ବିଜେ କରିଗଲେ । କିଛିଦୂର ଗଲା ଉତ୍ତାରୁ ମନେ ବିଚାରିଲେ ମହାପ୍ରଭୁଙ୍କର କିଛି ସଙ୍କେତ ନ ପାଇଲି । ଏହା ପ୍ରଭୁ ଜାଣି ଗଉଡ଼ୁଣୀଠାରେ ବଛ ମୁଦି ଦେଇଗଲେ । ସେ ମୁଦି ରାଜା ପାଇ ବହୁତ କାକୁସ୍ତ ହୋଇ ମଥାରେ ଲଗାଇଲେ ।

ଆଉ ଯେତେ ଆଶ୍ଚର୍ଯ୍ୟପଦାର୍ଥ ଧନ ବହୁତ ଆଣିଲେ । ଏମାନେ ଆଣିଲାକୁ ସେ ମୁଲକ ରାଜା ନସ୍କର ଘେନି ଗୋଡ଼ାଇଲା । ପାତ୍ରେ ଜଣାଇଲେ, ଏ ରାଜା ନସ୍କର ଘେନି ପଛେ ଗୋଡ଼ାଇଅଛି । ତହିଁକି ବ୍ରାହ୍ମଣ କହିଲେ ଆପଣେ ବିଜେକର । ମୁଁ ଏଠାରେ ଜପ କରି ଗୋଦାବରୀ ବଢ଼ାଇବି । ସେ ରାଜା ଫେରିଯିବ । ସେହିରୂପେ ସେଠାରେ ରହି କର୍ମ କରି ଗୋଦାବରୀ ବଢ଼ାଇଲେ । ଏହା ଦେଖି ସେ ରାଜା ଫେରିଗଲା । ଏହା ଦେଖି ରାଜା ଆନନ୍ଦ ହୋଇ ଏହାଙ୍କୁ ଗୋଦାବରୀ ମହାପାତ୍ର ବୋଲି ପଦ ଦେଲେ । ରାଜା ବହୁତ ତୁଷ୍ଟ ହୋଇ ମନେ କଲେ ମହାପ୍ରଭୁ ଆଗେ ଗଲେ କି ପଛେ ରହିଲେ । ଏ ମହାପ୍ରଭୁ ଜାଣି ଦେଉଳ ପାଚେରି କଣେ ଗୁଡ଼ିଆ ଘର ଥିଲା ତାହାକୁ ଡ଼ାକି ପଣା ପିଇ ଗଲେ । ତାହା ଶୁଣି ରାଜା ଗୁଡ଼ିଆକୁ ବ୍ରାହ୍ମଣମାନଙ୍କୁ କହି ପାଣି ସ୍ପରଶ କଲେ । ସେଠୋରୁ ରାଜା ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀନଅରକୁ ବିଜେ କରିଗଲେ । ସତ୍ୟବାଦୀ ଠାକୁରଙ୍କୁ ଭୋଗ ମଣ୍ଡୋଅରେ ବିଜେ କରାଇଲେ । ସଙ୍ଖୁଡ଼ି ଭୋଗ କରିବାପାଇଁ ମନେ କଲେ । ସେ ଦିନ ସତ୍ୟବାଦୀଙ୍କର ରାଜାଙ୍କୁ ଆଗ୍ୟାଂ ହୋଇଲା । ଏ ତ ଦାରୁବ୍ରହ୍ମ ଆମ୍ଭେ ଶିଳାବ୍ରହ୍ମ । ଏହାଙ୍କ ନିବାସ ଆମ୍ଭର ପ୍ରବାସ । ଆମ୍ଭେ ସ୍ଥାନକୁ ଯିବୁ । ଯେତେଦିନ ଥିବୁ ସେତେଦିନୁ ତୁ ଯେଉଁଠାରେ ନଅର କରିବୁ ଆମ୍ଭଙ୍କୁ ସେହିଠାରେ ବିଜେ କରାଇବୁ । ସେହିଦିନୁଂ ସତ୍ୟବାଦୀ ଠାକୁରଙ୍କଠାରେ ନିସଙ୍ଖୁଡ଼ି ଭୋଗ ହୋଇଲା । ସତ୍ୟବାଦୀ ଠାକୁରଙ୍କୁ ଚଉଦ୍ୱାର ନଅର ଆଗେ ବିଜେ କରାଇଲେ । ଏ ଉତ୍ତାରୁ ସେ ପଦ୍ମିନୀ କନ୍ୟାକୁ ରାଜା ବିଭା ହେବାକୁ ରାଜା ସ୍ୱୀକାର ନ କଲେ । ବହୁତ ଲୋକେ ରାଜାଙ୍କୁ ପ୍ରବୋଧ କରି ସେ କନ୍ୟାକୁ ବିଭା କରାଇଲେ । x x x x ରାଇ ଏ ତ ଆମ୍ଭର ପାର୍ବତୀ । ଆମ୍ଭେ ବିଜେ କରିଥିଲୁ ଏହା ଗର୍ଭେ ଯେଉର୍ ପୁଅ ହେବ ସେ ପୃଥୀରେ ରାଜା ହେବ । ଏହା ରାଜା ଶୁଣି ସେ କନ୍ୟାକୁ ବହୁତ କାକୁସ୍ତ ହୋଇଲେ । ପ୍ରମୋଦ କରି ରଖିଲେ । ଏ କନ୍ୟା ଗର୍ଭ ହୋଇଅଛି । ଶ୍ରୀନଅରରୁ ଶୁଣିଲେ । ଏ ଉତ୍ତାରୁ ଗର୍ଭରୁ ପୁଅ ଜନ୍ମ ହୋଇଲା । ସେ ପୁଅକୁ ପ୍ରତାପ ଜେନାମଣି ପଦ ଦେଲେ । ସେଠାରୁ ଶ୍ରୀପୁରୁଷୋତ୍ତମ ବିଜେ କଲେ । ବହୁତ ପଣ୍ଡିତମାନଙ୍କୁ ସମ୍ପାଦିଲେ । ବେଦ ଶାସ୍ତ୍ରମାନଙ୍କରେ ପଣ୍ଡିତ ହେଲେ । ଏ ରାଜା ଆଭାନ ହେଲେ । ଏ ଭୋଗକଲେ ଅ୩୧କୁ ବ୨୫ର୍ଷ ।

୩ୟ ପାଞ୍ଜି ମତେ-ଏ ଭୋଗକଲେ ବ୨୫ର୍ଷ-ଶ୧୪୨୬ ପର୍ଯ୍ୟନ୍ତ ।

 

ପ୍ରତାପରୁଦ୍ର ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରୁ ପ୍ରତାପରୁଦ୍ର ଦେବ ରାଜା ହୋଇଲେ ଏ ରାଜାଙ୍କ ୩ ଅଙ୍କେ ଧବଳେଶ୍ୱର ଦେଉଳ ତୋଳାଇଲେ । ଯାଜପୁର କ୍ଷେତ୍ରେ ବାରେହାନାଥ ଦେଉଳ ତୋଳାଇଲେ । ଏ ରାଜାଙ୍କ ୮ ଅଙ୍କେ ସେତୁବନ୍ଧ କଟକାଇ କଲେ । ବିଦ୍ୟାନଗର ଗଡ଼ ଭାଙ୍ଗି ଘଉଡ଼ାଇ ଦେଲେ ଏକ ଛତ୍ର କ୍ଷେତ୍ର କରି ରାଜ୍ୟ ସାଧିଲେ । ଏ ମହାରାଜାଙ୍କ ୧୩ ଅଙ୍କରେ ମହରଗ ଗଲା । ଧାନ ଭରଣ ବିଶାଶଏ କାହାଣ ହୋଇଲା । ଏ ରାଜାଙ୍କ ୧୭ଅଙ୍କେ ଗଉଡ଼ ନଗରୁ ମୁଗଲ ବାହିଲେ । କଟକ ନିକଟେ ସେ ଟାରା ପ୍ରକାଇଲେ । କଟକ ରଖିଆ ହୋଇଥିଲେ ଭୋଇ ବିଦ୍ୟାଧର । ସେ ଯାଇଁ ଧଇଲେ ସାରଙ୍ଗଗଡ଼ । ପରମେଶ୍ୱରଙ୍କୁ ଚକା ଛଡ଼ାଇ ଚାପରେ ବସାଇ ଚଡ଼ାଇ ଗୁହା ପର୍ବତେ ବିଜେ କରାଲେ । ଶ୍ରୀପୁରୁଷୋତ୍ତମେ ଆସି ଗୌଡ଼ ପାତିଶା ଅମୁରା ସୁରଥାନ ପ୍ରବେଶ ହୋଇଲେ । ବଡ଼ ଦେଉଳ ଯେତେ ପିତୁଳାମାନ ଥିଲେ ସବୁକୁହିଁ ଖୁଣ କଲେ । ଦେଖିଣ କଟକାଇରେ ଯେ ରଜା ଯାଇଥିଲେ ସେଠାରେ ରଜା ବାରତା ପାଇଲେ । ବଡ଼ କ୍ରୋଧ କରି ମାସକ ବାଟ ଦଶଦିନେ ଅଇଲେ । ବାରତା ପାଇ ଅଲାପତି ସୁରଥାନ ଶ୍ରୀ ପୁରୁଷୋତ୍ତମରୁ ଭାଙ୍ଗିଲା । ରଜା ଯାହାଙ୍କ ପଛେ ଲାଗି କଟକେ ନ ରହି ଗଙ୍ଗା ପରିଯନ୍ତେ ଅଲାପତି ସୁରନାଥକୁ ଗୋଡ଼ାଇ ଚଉମୁହଁଠାରେ ରହି ମହୁତ ଯୁଝ କଲେ । ଏଠାରୁ ଭାଙ୍ଗି ସୁରଥାନ ମନ୍ଦାରୁଣୀ ରହିଲେ । ମନ୍ଦାରୁଣୀ ଛଡ଼ାଇ ରଜାଏ ଆବୋରି ରହିଲେ । ଗୋବିନ୍ଦ ବିଦ୍ୟାଧର ଯାଇ ସୁରଥାନକୁ ଯାଇ ପେଷିଲେ । ରଜାଙ୍କୁ ସେ ଦୋରେହା ହୋଇଲେ । ସୁରଥାନକୁ ଘେନି ବାହୁଡ଼ି ଅଇଲେ । ମନ୍ଦାରୁଣୀ ଗଡ଼ଠାଇଁ ବହୁତ ଯୁଝ ରହି କଲେ । ରାଜା ବାରୁ ଲାଗି ହୋଇଁ ହାଥୀ ଦଣ୍ଡ ଘେନି ବହୁତ ଗୋଳ ଯୁଝ କଲେ । ଗୋବିନ୍ଦ ଭୋଇ ବିଦ୍ୟାଧର ଯୁଝରେ ରଜାଙ୍କୁ ଭଙ୍ଗାଇଲେ । ହାଥୀଦଣ୍ଡ ଘେନି ରାଜା ଭାଙ୍ଗିଅଇଲେ । ସେଠାରେ ତାଙ୍କୁ ଲୋକ ପଠିଆଇଲେ । ଆମ୍ଭଉତ୍ତାରୁ କାହାକୁ କରିଚ ପଚାର ବୋଇଲେ ଏହା ଶୁଣି ଗୋବିନ୍ଦ ଭୋଇ ବିଦ୍ୟାଧର ରାଜାଙ୍କୁ ଆସି ଦରଶନ କଲେ । ବହୁତ ସୁକୃତ ତାହାଙ୍କୁ ରାଜା କଲେ । କନକ ସ୍ନାହାନ କରାଇଲେ, ବିଦ୍ୟାଧର ପଦରେ ରାଜା ତାହାଙ୍କୁ ଶାଢ଼ି ଦେଲେ, ପାତ୍ର କଲେ । ତାହାଙ୍କୁ ମୂଳେ ରାଜା ରାଜ୍ୟ ଭାର ଦେଲେ । ସେହିଠାରେ ସୁରଥାନ ତାଙ୍କ ରାଜ୍ୟରେ ରହିଲେ । ଅ୩୧ଙ୍କେ ରାଜା ଖେମୁଣ୍ଡି ମାଇଲେ । ଅ୩୨ଙ୍କେ ପୁଣି ରାଜମହେନ୍ଦ୍ର କଟକାଇ କଲେ । ମଲିକା ପାତିସାଙ୍କ ସଙ୍ଗେ ବହୁତ ଯୁଝ କଲେ । ବହୁତ ଲୋକ ସେ ଯୁଝରେ ପଡ଼ିଲେ । ପୁଣି ରାଜା ପାତିସାପୀରତି ହୋଇଲେ । ତହୁଁ ରାଜା ବାହୁଡ଼ି ଆସି କଟକ ପ୍ରବେଶ ହୋଇଲେ । ଅ୩୮ଙ୍କେ କାରତିକ ଶୁକଳ ଚଉଠି ମଙ୍ଗଳ ବାରଦିନ ଧବଳେଶ୍ୱରଠାରେ ରାଜା ଆବାହନ ହୋଇଲେ । ଏ ରାଜା ଭୋଗ କଲେ ବ ୩୬।୬ ମାସ ।

୩ୟ ପାଞ୍ଜି ମତେ-ଏ ରାଜା ଭୋଗକଲେ ବ୨୮ର୍ଷ-ଶ୧୪୫୪ ପର୍ଯ୍ୟନ୍ତ ।

୨ୟ ପାଞ୍ଜି ମତେ-ଏ ଉତ୍ତାରୁ ପ୍ରତାପରୁଦ୍ର ଦେବେ ରାଜା ରାଜତ୍ୱ କଲେ । ଏ ରାଜାଙ୍କ ଅ୨ଙ୍କରେ ଧବଳେଶ୍ୱରଙ୍କ ଦେଉଳ ତୋଳାଇଲେ । ଯାଜପୁର .......

ରାଜା ବିଦ୍ୟାନଗରୁ ଆସି ମହାପ୍ରଭୁଙ୍କ ଦରଶନ କରି ଶ୍ରୀନବରେ ବିଜେ କରିଥିଲେ । ତହିଁ କେତେଦିନ ଗଲାଉତ୍ତାରୁ ଶ୍ରୀନବରେ ଚୋରିଗଲା । ଏ ରାଜା ବ୍ରାହ୍ମଣମାନଙ୍କୁ ବଉଧମାନଙ୍କୁ ହକରାଇ ଆଣିଲେ । ଆମ୍ଭ ଶ୍ରୀନବର ଚୋରିଗଲା ଏହା କହିଦେବ । ତାହା ବ୍ରାହ୍ମଣ କହି ନ ପାରିଲେ । ବଉଧ ସର୍ବଜ୍ଞ ଶକ୍ତିରେ ସେ ପଦାର୍ଥ କହି ବାହାର କରିଦେଲେ । ତହିଁକି ରାଜ କହିଲେ ବଉଧେ ବଡ଼ । ରାଣୀ କହିଲେ ବ୍ରାହ୍ମଣ ବଡ଼ । ରାଜା କହିଲେ ଏ ଦୁହିଁକି ପରୀକ୍ଷା କରିବା । ଏମନ୍ତ ବୋଲି ଶ୍ରୀନବରେ ସର୍ପ ଗୋଟିଏ ମାଠିଆରେ ପୂରାଇ ଆଣି ଅଇଲେ । ବଉଧଙ୍କୁ ପଚାରିଲେ ଏ ମାଠିଆରେ କି ଅଛି । ବଉଧେ କହିଲେ ଏଥିରେ ସର୍ପ ଅଛି । ବ୍ରାହ୍ମଣଙ୍କୁ କହିଲେ ତୁମେ କହ । ବ୍ରାହ୍ମଣ କହିଲେ ଭସ୍ମ ଅଛି ।

ସେ ମାଠିଆ ଫେଡ଼ିଦେଲା ବେଳକୁ ତହିଁ ଭସ୍ମ ବାହାର ହୋଇଲା । ଏ ସକାଶୁଁ ବଉଦଙ୍କୁ ରାଜା ବାହାର କରିଦେଲେ ସ ତାହାଙ୍କ ଯେତେ ....

ରାଜା ଶ୍ରୀନବରେ ବିଜେ କରି ରହିଥିଲେ । ଗଉଡ଼ଦେଶରୁ ନଦୀୟା ନବଦୀପରୁ ସନ୍ନ୍ୟାସ ଦୀକ୍ଷା କରି ଶ୍ରୀ ଚୈତନ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଅବଲୋକନ କରିବେ ବୋଲି ଅଇଲେ । ରାଜାଙ୍କୁ ଷଡ଼ଭୁଜ ଦେଖାଇଲେ । ସେ ସମୟେ ଅଚୁତାନନ୍ଦ ଗୋସାଇଁ ଅନନ୍ତ ଶିଶୁ ଗୋସାଇଁ ଥିଲେ । ଅତିବଡ଼ ଜଗନ୍ନାଥ ଗୋସାଇଁ ଥିଲେ । ରଘୁନାଥ ଅର୍ଖିତେ ଭଉଁରୀ ଗୋସାଇଁ ଥିଲେ । ଏ ଗୋସାଇଁମାନେ ରାଜାଙ୍କୁ ଭଗବନ୍ତ ଦୀକ୍ଷାରେ ଭୋଳ କଲେ । ଏମନ୍ତେ ବଳରାମ ଦାସ ଭଜନେ ଗଲେ । ଗହଣେ ଲଙ୍କାଭଉଁରୀ ଗୋସାଇଁ ଭଜନେ କ୍ଷମକଲାକ ଲଙ୍କା ଯଶୋବନ୍ତ ଦାସ ଭଜନେ ଦେଲେ । ଶ୍ରୀହସ୍ତୁ ବେତ ଅରଖିତ ରଘୁ ଭଜନେ କଲେ । ଅମୃତ ଜଗନ୍ନାଥ ଦାସ ଭଜନେ ସ୍ତ୍ରୀ ଅଙ୍ଗ ହୋଇ ..... ଧାନଙ୍କ ଅଳି ଗଲା । ଶିଶୁ ଗୋସାଇଁ ଠାରେ ଜଗନ୍ନାଥ ଦାସ ବିବାଦେ ମିଶିଗଲେ । ଏ ମହାରାଜାଙ୍କ ଅ୧୭ଙ୍କରେ ଦକ୍ଷିଣ କଟକାଇ କଲେ ।

x x x x

ଜଗିଆକରି ରଖିଯାଇଥିଲେ । ଏ ସମ୍ଭାଳି ନ ପାରି ଶାରଙ୍ଗ ଗଡ଼ ରହିଲେ । ପରମେଶ୍ୱରଙ୍କୁ ଚକା ଚଢ଼ାଇ ଗୁହାପର୍ବତରେ ରଖିଲେ । ଏହି ସମୟରେ ରଥିପୁର ନଅର କରି ପାଟମହାଦେଈଙ୍କୁ ରଖିଲେ । ଗଉଡ଼ପାତିଶା ଅମୁରାସୁରଥାନୁ ଆସି ଶ୍ରୀ ପୁରୁଷୋତ୍ତମରେ ପ୍ରବେଶ ହୋଇଲା । ବଡ଼ ଦେଉଳରେ ଯେତେ ପ୍ରତିମା ଥିଲେ ସବୁଙ୍କୁହି ଖୁଣ କଲା । ଦଖିର କଟକାଇରେ ଯେ ରାଜା ଥିଲେ ସେଠାରେ ବାରତା ପାଇ ବଡ଼ କ୍ରୋଧକରି ଦଶମାସବାଟ ତିନିମାସ ଆସିଲେ । ଏହା ବାରତା ପାଇ ସୁରଥାନ ଶ୍ରୀପୁରୁଷୋତ୍ତମରୁ ଛାଡ଼ି ପାଇଲା । ରାଜା ତାହାଙ୍କ ପଛେ କଟକ ନ ରହିଁ ଗଙ୍ଗାପର୍ଯ୍ୟନ୍ତ ସୁରଥାନକୁ ଗୋଡ଼ାଇ ଚଉମୁହିଁଠାରେ ଅଟକାଇ ବହୁତ ଯୁଦ୍ଧକଲେ । ସେଠାରୁ ଭାଙ୍ଗି ସୁରଥାନ ମନ୍ଦାଋଣୀ ଗଡ଼ରେ ରହିଲା । ମନ୍ଦାଋଣୀଗଡ଼ ଛଡ଼ାଇ ରାଜା ଏ ଗଡ଼ ଆବୋରି ରହିଲେ । ଗୋବିନ୍ଦବିଦ୍ୟାଧର ଯାଇ ସୁରଥାନକୁ ଭେଟିଲେ । ରାଜାଙ୍କୁ ସେ ଦୋରେହା ହୋଇଲା । ଏହାଙ୍କୁ ରାଜ୍ୟରୁ ସାହାର କରିଦେଲେ । ଏ ଉତ୍ତାରୁ ରାଜା ସୁରଥାନ ସଙ୍କେ ମନ୍ଦାଋଣୀ ଗଡ଼ଠାରେ ବହୁତ ଯୁଦ୍ଧ (କଲେ) x x x ମୂଲକରେ ସର୍ବ ଅଧିକାରୀ କରି ପାତ୍ର କରି ଶାଢ଼ୀ ଦେଲେ । ତାହାଙ୍କ ମୂଳେ ରାଜା ରାଜ୍ୟଭାର ଦେଲେ । ସେଠାରୁ ସୁରଥାନ ତାଙ୍କ ରାଜ୍ୟକୁ ଗଲେ । ଅ୩୧ଙ୍କେ ରାଜା ଖେମଣ୍ଡି ମାଇଲେ । ଅ୩୨ଙ୍କେ ରାଜ ମହୀନ୍ଦ୍ର କଟକାଇ କଲେ । ମଲାକା ପାତିଶା ସଙ୍ଗେ ରାଜା ବହୁତ ଯୁଦ୍ଧ କଲେ । ବହୁତ ଲୋକେ ଯୁଦ୍ଧରେ ପଡ଼ିଲେ । ପୁଣି ରାଜା ଏ ପାତିଶା ସଙ୍ଗେ ପ୍ରୀତି ହୋଇଲେ । ତହୁଁ ରାଜା ବାହୁଡ଼ି ଆସି କଟକରେ ପ୍ରବେଶ ହୋଇଲେ । ଏ ରାଜା ଅ୩୪ଙ୍କରେ ଆଭାନ ହେଲେ । କାର୍ତ୍ତିକ ଶୁକ୍ଳ ଚଉଠି ମଙ୍ଗଳବାର ଧବଳେଶ୍ୱରଙ୍କଠାରେ ରାତ୍ର ଦୁଇପ୍ରହର ସରିକି ଏ ରାଜା ଭୋଗକଲେ ଅ୩୪ଙ୍କକୁ ବ୨୮ର୍ଷ ।

 

କାଳୁଆ ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରୁ ତାଙ୍କ (ପ୍ରତାପରୁଦ୍ରଦେଙ୍କ) ପୁଅ କାଳୁଆ ହୋଇଲେ ରାଜା । ଗୋବିନ୍ଦବିଦ୍ୟାଧର ତାହାଙ୍କୁ ମେଳିଆ ହୋଇଲେ । ହିଙ୍ଗିଡ଼ି ଖେଳରେ ସେ ଘୋଡ଼ାମଡ଼ାଇ ମାଇଲେ । ଏ ରାଜା ଭୋଗ କଲେ ୧ ୧।୫।୩ ଦିନ ।

୨ୟ ପାଞ୍ଜି ମତେ-ଏହାଙ୍କ (ପ୍ରତାପରୁଦ୍ରଦେଙ୍କ) ପୁଅ କଖାରୁଆ ଦେବେ ରାଜା ରାଜ୍ୟ..... କାଳୁଆ ରାଜଙ୍କଠାରୁ ପାଟ ବିଶୋଧନ

୩ୟ ପାଞ୍ଜି ମତେ-ଏ ରାଜା ଭୋଗକଲେ ବ୧ର୍ଷ-ଶ୧୪୫୫ ପର୍ଯ୍ୟନ୍ତ ।

କଖାରୁଆ ପ୍ରତାପ

୧ମ ପାଞ୍ଜି ମତେ-ଏ ଉତ୍ତାରୁ ଏହାଙ୍କ ପୁଅ କଖାରୁଆ ପ୍ରତାପ ହୋଇଲେ । ମା୩ସ ଅନ୍ତରେ ଏହାଙ୍କୁ ଆଡ଼େ କଲେ ଏ ରାଜା ଭୋଗକଲେ ମା୩ସ । ଏ ସୂର୍ଯ୍ୟବଂଶ ରାଜା ପାଞ୍ଚପାଟକୁ ଭୋଗକଲେ ବ୧୦୦।୬।୩ ଦିନ ।

୩ୟ ପାଞ୍ଜି ମତେ-ଏ ରାଜା ଭୋଗକଲେ ବ୧ର୍ଷ-ଶ୧୪୫୬ ପର୍ଯ୍ୟନ୍ତ ।

ଗୋବିନ୍ଦ ବିଦ୍ୟାଧର

୧ମ ଓ ୨ୟ ପାଞ୍ଜିମତେ-ଏ ଉତ୍ତାରୁ ଗୋବିନ୍ଦ ଭୋଇ ବିଦ୍ୟାଧର ମହାରାଜା ହୋଇଲେ । ପ୍ରତାପରୁଦ୍ର ଦେବ ମହାରାଜାଙ୍କର ବତିଶ ପୁଅ ଥିଲେ । ତାହାଙ୍କୁ ଗୋବିନ୍ଦ ଦେବ ମହାରାଜାଏ ମରାଇ ପକାଇଲେ କଟକ ସିଂହଦ୍ୱାରେ ମଧୁ ଶ୍ରୀଚନ୍ଦନ ମହାପାତ୍ର ଥାଇଁ ମରାଇ ପକାଇଲେ । ଏତେଦିନରେ ଭଲ ଭଲ ଲୋକମାନଙ୍କୁ ମରାଇ ପକାଇଲେ । ରାମଚନ୍ଦ୍ର ସାନ୍ତରା ମୁଣ୍ଡ ଛେଚାଇ ମାଇଲେ । ଏହାଙ୍କ ପାତ୍ର ହୋଇଲେ ଦନାଇ ବିଦ୍ୟାଧର । ଏ ରାଜା ବୀର ଗୋବିନ୍ଦପୁର ପୋଖରୀ ଖୋଳାଇଲେ । ଏ (ଏଠାରେ) ଶାସନ (ବସାଇ ବ୍ରାହ୍ମଣ ସାଆନ୍ତମାନଙ୍କୁ) ଦାନ (କରି) ଦେଲେ । ଏ ମହାରାଜାଙ୍କ ସାତ ୭ ଅଙ୍କେ ଗଏଲକୁଣ୍ଡା କଟକାଇ କଲେ । ଅଠର ମାସ ସେଠାରେ ରହିଲେ । ଏହାଙ୍କ ଭଣଞ୍ଜା ରଘୁଭଞ୍ଜ ଛୋଟରାଏ ବାଲୁଙ୍କି ଶ୍ରୀଚନ୍ଦନ ମହାପାତ୍ର ଏ ରାଜାଙ୍କୁ ନ ମାନି ଗୋଳ କଲେ । ଶ୍ରୀପୁରୁଷୋତ୍ତମ ଯାଏ ଚଳାଇ ଅଇଲେ । ବଡ଼ ଦେଉଳ ପରୀକ୍ଷା ମୁଣ୍ଡ ଜଗିଆ ହୋଇଥିଲେ ସେ ମାଣିଖଣ୍ଡି ଶ୍ରୀନବର ଆବୋରି ରହିଲେ । ଏହା ଦଖିଣେ ରାଜା ବାରତା ପାଇ ଦଖିଣେ ଦନାଇ ବିଦ୍ୟାଧରକୁ ରୁହଇ ଅଇଲେ । ପନ୍ଦର ଦିନେ ରାଜା ଆସି ପରମେଶ୍ୱରଙ୍କୁ ଦରଶନ କଲେ । ଏହା ରଘୁଭଞ୍ଜ ଛୋଟରାଏ ବାରତା ପାଇ ଅବଦୁଲୀ ସାହାଙ୍କୁ ଘେନି ବାଲୁଙ୍କି ଶ୍ରୀଚନ୍ଦନକୁ ଘେନି ମହାନଦୀ ପାରି ହୋଇ ମୁରାଟି ରହିଲେ । ସଙ୍ଗତେ ଷାଠିଏ ସହସ୍ର ଲୋକ ଘେନି ଚିତ୍ରପୁରଠାରେ ପଟୁଆର ଯୁଝ ହୋଇଲା । ଦୁଇ ଆଡ଼ରୁ ସୈନ୍ୟ ଅପାର ପଡ଼ିଲେ । ସେଠାରୁ ତିନି ଲୋକେ ଭାଙ୍ଗିଲେ । ଗଙ୍ଗା କୂଳଯାଏ ରାଜା ଗୋଡ଼ାଇଲେ । କେହି ରହି ନ ପାରି ପଳାଇଲେ । ରାଜା ସେଠାରୁ ବାହୁଡ଼ି ଅଇଲେ । ଦଶାଶ୍ୱମେଧ ଘାଟେ ରାଜା ଆବାହନ ହୋଇଲେ । ଏ ରାଜା ଭୋଗକଲେ ବ୧୧।୬ମାସ ଅନ୍ୟ ପାଞ୍ଜି ମତେ ଏ ରାଜା ଭୋଗ କଲେ ବ୭ର୍ଷ ୧୪୫୬ରୁ ୧୪୬୩ ଶକାବ୍ଦ ।

୩ୟ ପାଞ୍ଜି ମତେ-ଏ ଭୋଗକଲେ ବ୭ର୍ଷ-ଶ୧୪୭୩ ପର୍ଯ୍ୟନ୍ତ ।

ଚକ୍ରପ୍ରତାପ ଦେବ

୧ମ ଓ ୨ୟ ପାଞ୍ଜି ମତେ-ଏହାଙ୍କ ପୁଅ ଚକାପ୍ରତାପ (୨ୟ ପାଞ୍ଜି ମତେ-କଟକ ଶ୍ରୀନବରଠାରେ ରାଜା ହୋଇ ରାଜ୍ୟ କଲେ)।

ରାଜା ହୋଇଲେ । ଦଖିଣେ ଥିଲେ ଯେ ଦନାଇ ବିଦ୍ୟାଧର ତାହାକୁ ଆଣିଲେ ତାହାଙ୍କୁ ରାଜା ସମସ୍ତ ସମର୍ପିଲେ । ଏ ରାଜାଙ୍କ ପାଞ୍ଚଅଙ୍କେ ଦଶମ।।ଣ ନଉତି ଧାନ ଭରଣ ତିନି କାହାଣ ଦଶପର ହୋଇଲା । ଦଖିଣକୁ ଦନାଇ ବିଦ୍ୟାଧରଙ୍କୁ ପଠିଆଇଲେ । ଅନେକ ଅନ୍ୟାୟ ସେ ରାଜା କଲେ । ବ୍ରାହ୍ମଣକୁ ବାଡ଼ିଘାସ କଟାଇଲେ । ରାଜ୍ୟରେ ସମସ୍ତ ଲୋକ ଆରତ ହୋଇଲେ । ଏ ରାଜା ହେଲେ ଭଲ ନୋହିବ ବୋଇଲେ । ଅ୧୫ଙ୍କ ମେଷମାସ କୃଷ୍ଣ ତ୍ରୟୋଦଶୀଦିନ ଶ୍ରୀପୁରୁଷୋତ୍ତମ ବାଡ଼ି ଯାଇ ଆବାହନ ହୋଇଲେ । ଏ ରାଜା ଭୋଗକଲେ ବ ୧୨।୬ ମାସ ।

୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ୮-ଶ ୧୪୭୧ ପର୍ଯ୍ୟନ୍ତ ।

ନରସିଂହ ଜେନା

ଏହାଙ୍କ (ଚକ୍ରପ୍ରତାପଙ୍କ) ପୁଅ ପରସିଂହ ରାଏ ଜେନା ହୋଇ ରାଜା ହୋଇଲେ । ପାତ୍ର ଦନାଇ ବିଦ୍ୟାଧରଙ୍କୁ ଦଖିଣୁ ଅଣାଇ ପଠିଆଇଲେ । ଏ ମୁକୁନ୍ଦ ହରିଚନ୍ଦନ ଚାରିଭାଇ ରାଜାଙ୍କୁ ମେଳିଆ ହୋଇଲେ । ରାଜାଙ୍କୁ ଶ୍ରୀନବରେ କୁଟୁମ୍ଭ ଯାଉଛନ୍ତି ବୋଲି ଦୋଳି ଭିତରେ ଯାଇ ଭୂଷି ମାଇଲେ । ସେ ରାଜା ଭୋଗ କଲେ ବ୧।୨।୧୨ ଦିନ ।

୩ୟ ପାଞ୍ଜି ମତେ-ବ୧-ଶ୧୪୭୨ ପର୍ଯ୍ୟନ୍ତ ।

ରଘୁରାମ ଛୋଟରାଏ

ଏହାଙ୍କ ଭାଇ ରଘୁରାମ ଜେନାଙ୍କୁ ନୃପତି କରିଥିଲେ । ଏମନ୍ତେ ଦଖିଣ ଦନାଇ ବିଦ୍ୟାଧର ଅଇଲେ । ମଙ୍ଗଳା ଯେଡ଼ିଠାରେ ସେ ରହିଲେ । ସେଠାରେ ମୁକୁନ୍ଦ ହରିଚନ୍ଦନ ବେଢ଼ିଲେ । ଦନାଇ ବିଦ୍ୟାଧରଙ୍କୁ ବିଶ୍ୱାସି ନେଲେ । କଟକ ନେଇ ଶାଙ୍କୁଳି ଦେଲେ । ରଘୁଭଞ୍ଜ ଛୋଟରାଏ ଯେ ଭିତର ଦିଗେ ଥିଲେ ସେ ତହୁଁ ଫଉଜ ଘେନି ଓଡ଼ିଶାକୁ ଅଇଲେ । ମୁକୁନ୍ଦ ହରିଚନ୍ଦନ ତାହାଙ୍କ ସଙ୍ଗେ ବହୁତ ଯୁଝ କଲେ । ବହୁତ ଲୋକ ମାଇଲେ । ରଘୁଭଞ୍ଜ ଛୋଟରାଏଙ୍କୁ ବନ୍ଦୀ କଲେ । ଛୋଟରାଏ ବିଦ୍ୟାଧରଙ୍କୁ ବନ୍ଦୀ କରି ରଘୁଦେବଙ୍କୁ ମାରି ପକାଇଲେ । ଏ ରାଜା ଭୋଗ କଲେ ବ୧।୭।୧୪ ଦିନ । ଗାଏ ଭୋଇ ବଂଶ ରାଜ୍ୟ ୪ ପାଟରେ ରାଜ୍ୟ ଭୋଗ କଲେ ବ୨୫।୧୦ ମାସ ।

୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ୧ର୍ଷ-ଶ୧୪୭୨ ପର୍ଯ୍ୟନ୍ତ ।

ମୁକୁନ୍ଦ ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରେ ଚାଲୁକି ବଂଶ ରାଜା ହେଲେ । ମୁକୁନ୍ଦ ହରିଚନ୍ଦନ ରାଜା ହୋଇଲେ । ମୁକୁନ୍ଦ ହରିଚନ୍ଦନ ରାଜା ହୋଇଲେ । ଦେବତା ବ୍ରାହ୍ମଣଙ୍କୁ ବହୁତ ସେବା କଲେ । ଶ୍ରୀ ପୁରୁଷୋତ୍ତମ ବଡ଼ ଦେଉଳ ଜଗମୋହନ କଲେ । ମୁକୁନ୍ଦପୁର ପୋଖରୀ ଖୋଳାଇଲେ । ମୁକୁନ୍ଦପୁର ଶାସନ ଦାନ ଦେଲେ । ଏ ଶାସନରେ ଗୋପଳ ଦେବଙ୍କୁ ଦେଉଳ କରି ବସାଇଲେ । ଶ୍ରୀପୁରୁଷୋତ୍ତମ ବଡ଼ଦେଉଳ ସିଘଂଦ୍ୱାରଠାରୁ ଗୁଣ୍ଡିଚାଘର ଦ୍ୱାର ସରିକି ରଥ ବିଜେ ନିମନ୍ତେ ଗଏମାନ ପୋତି ଆକାଶ ମଣ୍ଡରା କଲେ । ଏ ମହାରାଜାଙ୍କ ଅ୮ଙ୍କେ ପରମେଶ୍ୱରଙ୍କୁ ବାହାର ବେଢ଼ା ଦକ୍ଷିଣ ବାଡ଼େ ଜଗଦୋଳ କଲେ । ଅ୧୦ଙ୍କେ ଗଙ୍ଗା କଟକାଇ କଲେ । ଡିଲି ପାତିସା ସଙ୍ଗେ ପୀରତି ହୋଇଲେ । ଗଉଡ଼ ପାତିସା ସଙ୍ଗେ ଅପ୍ରୀତି ହୋଇଲେ । ଗଙ୍ଗାରେ ନାବକେଳି କଲେ । ଏହା ଗୌଡ଼ ପାତିସା ବାରତା ପାଇଲେ । ବହୁତ ସନ୍ୟ ଘେନି ସେ ବାହି ଅଇଲେ । ତାହା ଜାଣି ରାଜା କୋଟିସାମୀଗଡ଼ ଆବୋରି ରହିଲେ । ସେଠାରେ ରାଜାଙ୍କର ପାତିସାଙ୍କର ବହୁତ ଯୁଝ ହୋଇଲା । ଅନେକ ଫଉଜ ଦୁଇଆଡୁ ମଲେ । କେହି କାହାରିକୁ ଘୁଞ୍ଚାଇ ନ ପାରିଲେ । ଏମନ୍ତେ କଳାପାହାଡ଼ ପଛିମ ଆଉ କାଂସାବାଂସା ଦେଇ କଟକ ଆସି ବେଢ଼ିଲେ । କଟକେ ଥିଲେ ଯେ କୋନିସାଆନ୍ତ ସିଂହାର । ଏ ବହୁତ ଯୁଝ କଲେ । ସେ ଯୁଝରେ ପଡ଼ିଲେ । ତେତେବେଳେ ଶ୍ରୀନବରେ ଜୁର କଲେ । ରାମଚନ୍ଦ୍ରଭଞ୍ଜ ଯେ ସାରଂଗଡ଼ ଧରିଥିଲେ ସେ ପୁଣି ଗୋଳରେ ରଜା ହୋଇଲେ । କୋଟିସାମୀଗଡ଼ରେ ଯେ ମୁକୁନ୍ଦ ଦେବ ଥିଲେ ଶ୍ରୀନବର ଜୁର ଯିବାରେ ସେ ବାରତା ପାଇଲେ । ରାମଚନ୍ଦଭଞ୍ଜ ରଜା ହୋଇବା ବାରତା ପାଇଲେ । ସେ ପାତିଶାଙ୍କୁ ପଇଠ ପଶିଲେ । ରାମଚନ୍ଦ୍ର ଦେବ ଯେ ସାରଙ୍ଗଗଡ଼ ଥିଲେ ମୁକୁନ୍ଦଦେବେ ତହିଁ ଯୁଝ କଲେ । ତହୁଁ ସେ ଦୁଇ ରଜା ଯୁଝ କଲେ । ମୁକୁନ୍ଦ ଦେବଙ୍କୁ ରାମ ଚନ୍ଦ୍ରଦେବେ ମାଇଲେ । ସେ ରାମଚନ୍ଦ୍ର ଦେବଙ୍କୁ ପାତିଶାଙ୍କ ଲୋକେ ମାଇଲେ । ଏ ଦୁଇ ରାଜା ଏକାଦିନେ ମଲେ । ମୁକୁନ୍ଦଦେବ ଭୋଗ କଲେ ବ୮।୫ ମାସ । ରାମଚନ୍ଦ୍ର ଦେବ ଗୋଳରେ ଭୋଗକଲେ ମା ୬।୧୬ ଦିନ ।

୩ୟ ପାଞ୍ଜି ମତେ-(ରଘୁରାମ ଛୋଟରାଏଙ୍କ ପରେ) ତେଲେଙ୍ଗା ମୁକୁନ୍ଦ ଦେବ ରାଜା ହୋଇଲେ ବ୮ର୍ଷ-ଶ୧୪୮୧ ପର୍ଯ୍ୟନ୍ତ ।

୧ମ ପାଞ୍ଜି ମତେ-ପୁଣି ରଘୁବଂଶ ଛୋଟରାଏ ରାଜା ହୋଇଲେ । ତାହାଙ୍କୁହିଁ ପଠାଣେ ନିଶ୍ୱାସ ମାଇଲେ । ସେ ରାଜା ଭୋଗ କଲେ ମା ୪।୧୦ ଦିନ । ଗାଏ ଚାଲୁକି ବଂଶରେ ଭୋଗ କଲେ ବ୧।୩।୨୬ ଦିନ ।

୩ୟ ପାଞ୍ଜି ମତେ-(ତେଲେଙ୍ଗା ମୁକୁନ୍ଦ ଦେବଙ୍କ ପରେ) ଗଉଡ଼ିଆ ଗୋବିନ୍ଦ ଦେବ ରାଜା ହେଲେ ବ୨ର୍ଷ-ଶ ୧୪୮୩ ପର୍ଯ୍ୟନ୍ତ । ଏ ରଜାଙ୍କ ଦିନରେ ଦୋଳ ବେଦୀ ଉପରେ ଦୋଳୀ ଛିଡ଼ି ପଡ଼ିଲା । ବଡ଼ ଠାକୁରଙ୍କ ଭୂଜ ଭାଙ୍ଗିଗଲା । ଦେଉଳ ଭିତରେ ବିଜେ କଲା ଉତ୍ତାରୁ ଶ୍ରୀଭୁଜ ନିର୍ମାଣ ମହାସ୍ନାନ ହୋଇ ଏହିଠାରୁ ଦୋଳ ଯାତ୍ରାକୁ ଦୋଳଗୋବିନ୍ଦ ବିଜେ କଲେ ।

୧ମ ପାଞ୍ଜି ମତେ-ସେଦିନୁ (ରଘୁବଂଶ ଛୋଟରାୟଙ୍କ ପରେ) କଟକେ ରାଜା କେହି ରହି ନ ପାରିଲେ । ମୋଗଲେ ପୀଢ଼ କରି ମାଡ଼ି ରହିଲେ । ପରୀକ୍ଷା ଦିବ୍ୟସିଂଘ ପଟ୍ଟନାୟକ ଠାକୁରଙ୍କୁ ଘେନିଗଲେ ଏ ଗୋଳରେ ପରମେଶ୍ୱରଙ୍କ ଛପଲିହାଥୀ ପଡ଼ାରେ ପାତାଳି କରିଥିଲେ । ତହିଁକି ବୋଲି କଳାପାହାଡ଼ ଯାଇ ଠାବ କଲା, ମୁହାଣ ପାରହୋଇ ଗଲା । ଭେଉଁଆ କଢ଼ାଇ ଅଣ୍ଟାକ ପାଣିରେ ନେଲା । ସେଠାରୁ ପରମେଶ୍ୱରଙ୍କୁ ହାଥୀରେ ପକାଇ ଆଣିଲା । ବାନକୋଟି ଭଣ୍ଡାର ସେଠାରେ ଜୁର କଲା । ବଡ଼ଦେଉଳ ଅଏଂଳା ସରିଯାଏ ଭଙ୍ଗାଇଲା । ଯେତେ ଦେବତାମାନ ପିତୁଳାମାନ ସବୁଙ୍କୁହିଁ ଖୁଣ କଲା । କଳପବଟ ଖୋଳାଇ ପକାଇଲା । ଘୋଡ଼ାନଣ୍ଡି ପୂରୋଇ ନିଆ ଲଗାଇଲା । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଗଙ୍ଗାକୂଳ ତଣ୍ଡାଯାଏ ନେଲା । କାଠ କୁଢ଼ାଇ ଅଗ୍ନିରେ ପୂରୋଇ ଜାଳିଦେଲା । ତେଣେ ପଠାଣର ଦେହ ଖଣ୍ଡ ଖଣ୍ଡ ହୋଇ ଫାଟିଲା । କାଜି କହିଲା-ଓଡ଼ିଶାରେ ଦେବତା ଜଳାଇଦେଲୁ ତେଣୁ ତୋହର ଦେହ ଫାଟିଲା । ଏହା ଶୁଣି ତାହାର ପୁଅ ପରମେଶ୍ୱରଙ୍କୁ ଗଙ୍ଗାରେ ମେଲି ଦେଲା । ସେ ଦାରୁ ଭାସି ଆସନ୍ତେ ଅମୁରା ଗୋଟିଏ ଜାଳି କାଠ ବୋଲି ଧରି ତାହା ବାରିରେ ପକାଇଲା । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ନେବାବେଳେ ବିଣର ମହାନ୍ତି ଯାଇଥିଲା । ବୈଷ୍ଣବ ହୋଇ ସାଙ୍ଗେ ଗୋଡ଼ାଇଥିଲା । ଆଠମାସ ରହି ବାଦ୍ୟପଣ କରି ଦାରୁ ମାଗଲା । ବ୍ରହ୍ମ ଖୋଳକରି ମୃଦଙ୍ଗେ ପୂରୋଇ ଘେନିଅଇଲା । କୁଜଙ୍ଗ ଗଡ଼ରେ ଆଣି ପ୍ରବେଶ କଲା । ଖଣ୍ଡାଇତ ଓଳିଆ ଉପରେ ଦୁଇଠାକୁରେ ରହିଲେ ।

୩ୟ ପାଞ୍ଜି ମତେ-କଳାପାହାଡ଼ ସକାଶୁ ଅରାଜକ ହେଲା ବ୧୯ରଷ ଶକାବ୍ଦ ୧୫୦୨ ।

 

ମାଦଳା ପାଞ୍ଜି

ଭୋଇବଂଶ

ରାମଚନ୍ଦ୍ର ଦେବ

ଯଦୁବଂଶ ରାଜାଏ ଏଣେ ଉଦିତ ହୋଇଲେ । ଦନେଇ ବିଦ୍ୟାଧରଙ୍କ ପୁଅ କୋଟାମୀ ଗଡ଼ରେ ଥିଲେ । ରାମଚନ୍ଦ୍ର ଦେବ ରାଜା ହୋଇଲେ । ବଡ଼ ପ୍ରତାପୀ ରାଜା ହୋଇଲେ । ଖୁରୁଧା ନା ଆଦରେ ଜଗନ୍ନାଥପୁରେ କଟକ କରି ରହିଲେ ବରୁଣାଇ ପର୍ବତ ତଳେ । ଏ ରାଜାଙ୍କ ଅ୪ଙ୍କ ପାତିଶାଙ୍କ ତୋଡ଼ରମଲ୍ଲ ଅଇଲେ । ଏ ଦିନେ ଓଡ଼ିଶାରେ ମହରଗ କଲା । ବିଶାଶଏ କାହାଣ ଧାନ ଭରଣ ହୋଇଲା । ସେ ତୋଡ଼ରମଲ୍ଲ ନିଉଛାଳି କଲେ । ଅ୯ଙ୍କେ ରାଜା କୁଜଙ୍ଗ ଗଡ଼ରୁ ବ୍ରହ୍ମ ଅଣାଇଲେ । ଖୁରୁଧା କଟକେ ବନଯୋଗ କରି ସୁମୁରୁତି କରାଇଲେ । ଅ୧୧ଙ୍କ କକଡ଼ା ଦି୧୮ନ ଶ୍ରାବଣ ଶୁକ୍ଳନବମୀ ଦିନ ଶ୍ରୀ ପୁରୁଷୋତ୍ତମ ବଡ଼ଦେଉଳେ ରତ୍ନ ସିଂହାସନେ ବିଜେ କରାଇଲେ । ବ୍ରହ୍ମ ଆଣିଲା ବିଶର ମହାନ୍ତିଙ୍କି ପୋର ନାଏକ କଲେ । ଏ ଦାରୁବ୍ରହ୍ମ ଘେନି ଅଇଲା । ଏ ତାଟି ଭିତରେ ପଶିବ ବୋଲି ଶାଢ଼ି ଦେଲେ । ପରମେଶ୍ୱର ମା୪ସ ଯାଏ ନିସଙ୍ଖୁଡ଼ି ମଣୋହି କରୁଥିଲେ । ଭୟରେ ରାଜା ସଙ୍ଖୁଡ଼ି ନ କରାଇଲେ । ବ୍ରାହ୍ମଣ ସାଆନ୍ତ ଭଟ୍ଟ ମିଶ୍ରମାନଙ୍କୁ ସ୍ୱଦେଶୀ ପ୍ରଦେଶୀ ପଣ୍ଡିତମାନଙ୍କୁ ଘେନି ବିଚାରି ବିଚାରି ପରମେଶ୍ୱରଙ୍କ ଗହଣେ ଉପସ୍ଥିତ ହୋଇଲା । ସେ ସେବକମାନଙ୍କୁ ଘେନି ସଙ୍ଖୁଡ଼ି ଭୋଗ ମଣୋହି କରାଇଲେ । ସକାଳ ଧୂପ ମଣୋହି ବଢ଼ିଲା ଉତ୍ତାରେ ଖେଚଡ଼ି ମହାପ୍ରସାଦ କାଖରେ କରି ଶ୍ରୀ ରାମଚନ୍ଦ୍ରଦେବ ମହାରାଜା ଜଏ ବିଜଏ ଦ୍ୱାରା କଳାପାହାଚ ଉପରେ ଉଭା ହୋଇ ସମସ୍ତ ଭଟ୍ଟ ମିଶ୍ରମାନେ ପଟୋଆର କରୁଥିଲେ । ସମସ୍ତଙ୍କୁ ଚାହିଁଲେ । ରାମଚନ୍ଦ୍ର ଭଟ୍ଟ, ଗୋବର୍ଦ୍ଧନ ପ୍ରହରାଜେ, ମିଶ୍ର ଗୋସାଇଁ ତିନିଲୋକେ ରାଜାଙ୍କ ହାଥରୁ ଉଛୁଡ଼ି ମହାପ୍ରସାଦ ସେବା କରି ମୁଣ୍ଡରେ ହାଥ ବୋଳିଲେ । ହରି ଶବଦ କରି ସମସ୍ତ ସନ୍ନ୍ୟାସୀ ବ୍ରହ୍ମଚାରୀ ଭଟ୍ଟ ମିଶ୍ରମାନେ ମହାପ୍ରସାଦ ପାଇଲେ । ସମସ୍ତ ସନ୍ନ୍ୟାସୀ ବ୍ରହ୍ମଚାରୀମାନେ ବ୍ରାହ୍ମଣମାନେ ଶ୍ରୀ ରାମଚନ୍ଦ୍ର ଦେବ ମହାରାଜାଙ୍କୁ ଦୂତୀ ଇନ୍ଦ୍ରଦୁମନ ବୋଲି ଶାଢ଼ି ଦେଲେ । ଏ ମହାରାଜାଙ୍କ ଅ୧୨ଙ୍କେ ତେଲେଙ୍ଗା ମୁକୁନ୍ଦ ଦେବଙ୍କ ପୁଅ ଡିଲି ପାତିଶା ହଜୂରେ ଫେରାଦ ହୋଇଲେ । ପାତିଶା ରାଜା ମାନସିଘଂଙ୍କୁ ଓଡ଼ିଶାକୁ ପଠିଆଇଲେ, କହିଲେ ଓଡ଼ିଶାକୁ ଯେ ନାୟକ ହୋଇବ ତାହାକୁ ରାଜା କରିବ । ରାଜା ମାନସିଘେଂ ଅଇଲେ । ଏହାଙ୍କ ସଙ୍ଗେ ମୁକୁନ୍ଦ ଦେବଙ୍କ ପୁଅ ଥିଲେ । ସେ ପୁରୁଷୋତ୍ତମ ବୋଲି ଅଇଲେ । ତାହାକୁ ରାମଚନ୍ଦ୍ରଦେବେ ଭେଟିଲେ । ଏ ଉତ୍ତାରୁ ଚନ୍ଦନ ଯାତ୍ରା ହୋଇଲେ । ଖଦି ପ୍ରସାଦ କାହାକୁ ଦେବୁ ଏମନ୍ତ ବୋଲି ସେବକେ ମାନସିଂଘକୁ ପଚାରିଲେ । ମାନସିଂହଙ୍କ ସାଙ୍ଗେ ରାମଚନ୍ଦ୍ର ଦେବ ଥିଲେ, ମୁକୁନ୍ଦ ଦେବଙ୍କ ପୁଅ ଥିଲେ ମାନସିଘେଂ ପଛକୁ ଏ ଦୁହିଙ୍କି ଚାହିଁଲେ । ସେବକଙ୍କୁ ବୋଇଲେ ଖଦି ପ୍ରସାଦ ଆଣ । ସେବକେ ଖଦି ପ୍ରସାଦ ଆଣିଲେ ବିମ୍ବଳାଇଙ୍କ ଆଗେ ରାଜା ମାନସିଘେଂ ରାମଚନ୍ଦ୍ର ଦେବଙ୍କୁ ଖଦି ପ୍ରସାଦ ଲାଗି କରାଇଲେ; ଓଡ଼ିଶା ରାଜ୍ରରେ ରାଜା କଲେ । ମୁକୁନ୍ଦ ଦେବ ପୁଅକୁ ଆଳିରେ ରଖାଇଲେ । ଏରୂପେ ରାଜ୍ୟ ବାଣ୍ଟି ଦେଲେ । ଅ୧୪ଙ୍କେ ମାନସିଂଘଙ୍କ ଭାରିଯା ଗୌରା ରାଣୀ ବଡ଼ ଦେଉଳ ମୁକୁତ ମୋଣ୍ଡପ ଗଢ଼ାଇଲେ । ରାଜା ମାନସିଘେଂ ଅମେର ଗଲେ । ଏ ମହାରାଜାଙ୍କ ୧୮ ଅଙ୍କେ ପରୀକ୍ଷା ବଡ଼ଜେନା ମହାପାତ୍ର ପଟନାୟକ ମୁକୁନ୍ଦ ପଟନାୟକ କଳାରାଏଟା ମୋଣ୍ଡପରେ ପରମେଶ୍ୱରଙ୍କ ସେବକ ଘେନିଲେ । ନାନାବିଧ ପ୍ରମାଣେ କୋଠ ରୋଗ ଭିଆଇଲେ । ବୀର ରାମଚନ୍ଦ୍ରପୁର ଶାସନ ଦାନ ଦେଲେ । ଏ ମହାରାଜାଙ୍କ ଅ୩୪ଙ୍କ କୁମ୍ଭ ଦି୧୬ନେ ପରୀକ୍ଷା ବଡ଼ ଜେନା ମହାପାତ୍ର ପୁଅ ଦାମୋଦର ଚମ୍ପତିରାଏ ଉଦିଷ୍ଠାଣିରେ ବଡ଼ ଦେଉଳ ନୀଳଚକ୍ର ବସାଇଲେ । ଅ୩୮ଙ୍କେ ରାଜା ଆବାହନ ହୋଇଲେ । ଏ ରାଜା ଭୋଗକଲେ ବ୩୨ର୍ଷ ।

୩ୟ ପାଞ୍ଜି ମତେ- (କଳାପାହାଡ଼ ସକାଶୁ ଅରାଜକ ହେବାରେ) ପାତ୍ରମାନେ ବିଚାରିଲେ ଏ ପୃଥ୍ୱୀରେ କାହାକୁ ରାଜା କରିବ । ଏମନ୍ତକୁ ଭୋଇବଂଶର ବୀର ବେହେରା ପୁଅ ରମାର ରାଉତରାଙ୍କୁ ସମସ୍ତେ ବିଚାରି ରାଜା ରାମଚନ୍ଦ୍ର ଦେବେ ବୋଲି ରାଜା କରିଥିଲେ । ଏ ରାଜା ଭୋଗକଲେ ବ୨୯ର୍ଷ - ୧୫୩୧ ପର୍ଯ୍ୟନ୍ତ ଏ ରାଜା ଶ୍ରୀ ରାମଚନ୍ଦ୍ରପୁର ଶାସନ କଲେ । ବୀର ରାମଚନ୍ଦ୍ରପୁର ଶାସନ କଳେ । ଉଭୟ ମୁଖୀ ରାମଚନ୍ଦ୍ରପୁର ଶାସନ କଲେ । ବୀର ରାମଚନ୍ଦ୍ରପୁର ଶାସନ କଲେ । ବିଜେ ରାମଚନ୍ଦ୍ରପୁର ଶାସନ କଲେ । ବତାସରେ ବଡ଼ଦେଉଳ ଚକ୍ର ଭାଙ୍ଗି ପଡ଼ିଥିଲା, ବସାଇଲେ । ଏହାଙ୍କ ୧୨ ଅଙ୍କରେ ମୁକୁନ୍ଦଦେବଙ୍କ ପୁଅ ଡିଲିରେ ଫେଜ କରି ମାନସିଘଂଙ୍କୁ ଶ୍ରୀପୁରୁଷୋତ୍ତମକ୍ଷେତ୍ରକୁ ଘେନି ଆଣିଲେ । x x x ଏ ମାନସିଘେଂ ଏ ରାମଚନ୍ଦ୍ର ଦେବଙ୍କୁ ଯୋଗ୍ୟ ଦେଖି ଏଠାରେ ରାଜତ୍ୱ ଦେଇ ଗଲେ । ମୁକୁନ୍ଦଦେବ ପୁଅକୁ ଆଳିରେ ରଖାଇଲେ । ଛକିଭ୍ରମରବରଙ୍କୁ ପଟିଆରେ ରଖିଲେ । ଏ ରୂପେ ଏ ତିନିକି ବାଣ୍ଟି ଦେଲେ । ଏ ରାଜାଙ୍କ ପାତ୍ର ଦାସ ବିଦ୍ୟାଧରଙ୍କୁ ରଜାଙ୍କୁ ସମର୍ପି ଦେଲେ । ଏ ମାନସିଘେଂ ଲେଉଟି ଗଲେ । ଏ ଦାସ ବିଦ୍ୟାଧରପୁର ଶାସନ କଲେ । ଛକି ବିଦ୍ୟାଧରେ ଚକ୍ରଧରପୁର ଶାସନ କଲେ ।

ପୁରୁଷୋତ୍ତମ ଦେବ

୧ମ ପାଞ୍ଜି ମତେ- ଏଥି ଉତ୍ତାରେ ଏହାଙ୍କ ପୁଅ ପୁରୁଷୋତ୍ତମ ଦେବ ରାଜା ହୋଇଲେ । ଏ ମହାରାଜାଙ୍କ ୮ଅଙ୍କେ ଖୁରୁମୁ ଅଇଲା । ପରମେଶ୍ୱରଙ୍କୁ ଜକା ଛଡ଼ାଇ ଚଉଦୋଳ ବିଜେ କରାଇ କପିଳେଶ୍ୱର ପୁର ଶାସନ ପଞ୍ଚମୁଖୀ ଗୋସାଣୀଙ୍କ ଯାଏ ନେଲେ । ସେଠାରେ ଦୋଳଯାତ୍ରା ହୋଇ ବାହୁଡ଼ା ବିଜେ କଲେ । ଏ ମହାରାଜାଙ୍କ ଯାତ୍ରୀପଣେ କେସୋମାରୁ ଆସି ଗୁଣ୍ଡିଚାଯାତ୍ରା ଦେଖି ଦୁଇ ଦେଉଳ ଧଇଲା । ପରମେଶ୍ୱରେ ଗୁଣ୍ଡିଚାଘରେ ବିଜେ କରିଥିଲେ । ତିନିରଥେ ପୋଡ଼ି ଦେଲା ପରମେଶ୍ୱରଙ୍କୁ ଚଉଦୋଳରେ ବିଜେ କରିଥିଲେ । ତିନିରଥେ ପୋଡ଼ି ଦେଲା ପରମେଶ୍ୱରଙ୍କୁ ଚଉଦୋଳରେ ବିଜେ କରାଇ କାହାରିଙ୍କ କାନେ୍ଧ ଦେଇ ବଡ଼ଦେଉଳେ ବିଜେ କରାଇଲେ । ୮ ମାସ ପରିଯନ୍ତେ ଦରବନ୍ଧାରେ ରହିଲା । ପରମେଶ୍ୱରଙ୍କୁ ଶୀତଳ ଭୋଗ ମୁଣୋହି ହୋଉଥିଲେ । ରାଜାଙ୍କ ସଙ୍ଗେ ପୀରତି ହୋଇଗଳା । ଗୁଣ୍ଡିଚା ଘରଠାରେ ଅନେକ ମାଇଲା । ଏ ମହାରାଜାଙ୍କ ଅ୧୪ଙ୍କେ ହାସିମ ଅଇଲା । ସେବକେ ପରମେଶ୍ୱରଙ୍କୁ ନେଇ ଖୁରୁଧାରେ ଗୋପାଳ ଦେଉଳେ ବିଜେ କରାଇଥିଲେ । ଅ୧୫ଙ୍କେ ଶ୍ରୀପୁରୁଷୋତ୍ତମ ବଡ଼ ଦେଉଳେ ବିଜେ କରାଇଲେ । ଅ୧୭ଙ୍କେ ରାଜା କଲ୍ୟାଣ ଅଇଲେ । ଦାସ ବିଦ୍ୟାଧରଙ୍କୁ କପଟେ ଗାଡ଼ିଲେ, ଘଟଚିଲ ଟାଙ୍ଗିରେ ଭେଟ କରାଇଲେ । ଭେଟରେ ଡେରା ଭିତରେ ବିଦ୍ୟାଧରଙ୍କୁ ଧରାଇଲେ । ଷୋହଳ ସେନାପତିଙ୍କି ମରାଇ ପକାଇଲେ । ଏ ଦିନେ ପରମେଶ୍ୱରେ ମହିଷା ନାସିରେ ଥିଲେ । ଏ ଗୋଳ ଶୁଣି ଗୁରୁବାଦାଇ ଗଡ଼ଦ୍ୱାରେ ଚାପରେ ଚାପରେ ବିଜେ କରିଥିଲେ । ଅ୧୮ଙ୍କେ ରଜା କଲ୍ୟାଣକୁ ବେଢ଼ି ମାଇଲେ । ପଳାଇବା ବେଳକୁ ବାଘସରପୁରଠାରେ ମାରି ପକାଇଲେ । କଟକ ପରିଯନ୍ତେ ସବୁ ଘେନିଲେ ଛଡ଼ାଇ । ଅ୨୧ଙ୍କେ ମକରମ ଖାଁ ଆଇଲେ । ଧନୁ ୨୨ଦିନେ ଖୁରୁଧା ଘେନିଲେ । ସାକ୍ଷୀଗୋପାଳଙ୍କୁ ଖୁଣ କଲେ । ପରମେଶ୍ୱର ଗୁରୁଦାଇଠାରୁ ଯାଇ ବାଣପୁର ସୀମା ଗବପଦର ଠାଇ ନଈ ଭିତରେ ଚାପରେ ବିଜେ କରିଥିଲେ । ଶୀତଳ ମୁଣୋହି କରୁଥିଲେ । ରାଜା ଯାଇ କୁଟୁମ୍ବ ଘେନି ରଣପୁର ସୀମାରେ ମାଣତ୍ରି ଗ୍ରାମରେ କଟକ କରିଥିଲେ ଏ ମହାରାଜାଙ୍କ ଅ୨୩ଙ୍କେ ମକରମ ଖାଁ ଗଲେ । ପରମେଶ୍ୱରଙ୍କୁ ଗବପଦଠାରୁ ଆଣି ଶ୍ରୀପୁରୁଷୋତ୍ତମ ବଡ଼ଦେଉଳେ ବିଜେ କରାଇଲେ । ଅ୨୫ଙ୍କେ ସୁବା ଅହମଦବେଗ ଅଇଲେ । ଦକ୍ଷିଣକୁ ମହିମ ବାଣପୁର ଯାଏ କଲେ । ଅ୨୭ଙ୍କେ ମାଣନ୍ତ୍ରି ଗ୍ରାମରେ ରାଜା ଆବାହନ ହୋଇଲେ । ଏ ରାଜା ଭୋଗକଲେ ୨୨ର୍ଷ ଅନ୍ୟ ପାଞ୍ଜିମତେ ଶକାବ୍ଦ ୧୫୫୨ ପର୍ଯ୍ୟନ୍ତ ୨୧ ବର୍ଷ ରାଜତ୍ୱ କଲେ ।

୩ୟ ପାଞ୍ଜି ମତେ- ଏ ରାଜା ଭୋଗକଲେ ୨୧ ବର୍ଷ - ୧୫୫୨ ପର୍ଯ୍ୟନ୍ତ । ଏ ରାଜା ବୀରପୁରୁଷୋତ୍ତମପୁର ଶାସନ କଲେ । ଶ୍ରୀପୁରୁଷୋତ୍ତମପୁର ଶାସନ କଲେ । ପ୍ରତାପପୁରୁଷୋତ୍ତମପୁର ଶାସନ କଲେ ।

ନରସିଂହ ଦେବ

୧ମ ପାଞ୍ଜି ମତେ- ଏଥି ଉତ୍ତାରେ ଏହାଙ୍କ ପୁଅ ନରସିଘଂଦେବ ମହାରାଜା ହୋଇଲେ । ଏ ମହାରାଜାଙ୍କ ଜାରିଅଙ୍କେ ଅହମଦବେଗ ବୋଇଲା କୁଟୁମ୍ବ ରାଜାଙ୍କର କଟକ ନେଅ । ଏଥକୁ ରଜା ଅନ୍ଧାରି ମହିମଠାରୁ ଭାଙ୍ଗି ମାଣତ୍ରି କଟକକୁ ବିଜେ କରିଗଲେ । ତାଟି ଭିତରୁ ପରମେଶ୍ୱରଙ୍କଠାରୁ ବ୍ରହ୍ମମାନ ବାହାର କରି ଦଇତାପତି ଲୁଗାରେ ପୂରାଇ ମାଣତ୍ରିର କଟକେ ଶ୍ରୀନଅରେ ବିଜେ କରାଇ ଥିଲେ । ଏ ମହାରାଜା ଏ ଅହମଦବେଗକୁ ଦରବନ୍ଧା କରିଥିଲେ । ମଙ୍ଗଳା ଯୋଡ଼ିଠାରେ ଦରବନ୍ଧାରୁ ପେଲି ବାହାର ହୋଇ କଟକ ଗଲେ ।

ଅ୫ଙ୍କେ ଦକ୍ଷିଣରୁ ସାହାଜାନ ପାତିଶା ଅଇଳେ । ରାଜାଙ୍କ ଭେଟ ହୋଇଲା । ପାତିଶାଙ୍କ ସଙ୍ଗେ ୮୦୦ ହାଥୀ ଥିଲେ । ୧୪,୦୦୦ଘୋଡ଼ା, ୧୦୦,୦୦୦ ପାଦାନ୍ତି ଥିଳେ । ରାଜା ଏହାଙ୍କ ସଙ୍ଗେ ଯାଯପୁର ଯାଏ ଗଲେ । ସେଠାରୁ ହାଥୀ-ଶ୍ରୀପା ହୋଇ ବାହୁଡ଼ିଲେ । ପାତିଶା ପାଟଣା ଗଲେ । ପରମେଶ୍ୱର ଯେ ମାଣତିରି ବ୍ରହ୍ମବିଜେ କରିଥିଲେ ଏଠାରେ ଶୀତଳ ଭୋଗ ମୁଣୋହି ହେଉଥିଲେ । ରଜାଭୀମ ଶ୍ରୀପୁରୁଷୋତ୍ତମ ଅଇଲାକୁ ରାତି ରାତି ବ୍ରହ୍ମଆଣି ବିଜେ କରାଇ ସଙ୍ଖୁଡ଼ି ଭୋଗ ମୁଣୋହି ହୋଇଲେ । ଏଦିନେ ସାହାକୁଳି ଖାଁ ନବାବ ହୋଇଥିଳେ । ଏ ମହାରାଜାଙ୍କ ଅ୧୨ଙ୍କେ ସାହାଜାଦା ପାତିଶା ପଟଣାରୁ ଭାଗି ଅଇଲାକୁ ପରମେଶ୍ୱରଙ୍କୁ ଖୁରୁଧା କଟକେ ଦେଇ ମେରଦାରେ ବିଜେ କରାଇଲେ । ସାହାଜାନ ପାତିଶା ଭାଗି ଆସି ଦକ୍ଷିଣ ଗଲାଉତ୍ତାରେ ଶ୍ରୀପୁରୁଷୋତ୍ତମ ପରମେଶ୍ୱରଙ୍କୁ ନିଚଳ ସିଘାଂସନେ ବିଜେ କରାଇଲେ । ଏ ମହାରାଜା ନରସିଂହପୁର ଶାସନ ଦାନ ଦେଲେ । ଏ ମହାରାଜାଙ୍କ ଅ୧୯ଙ୍କେ ବଡ଼ଦେଉଳକୁ ଚୂନ କଲେ । ବଡ଼ଦେଉଳ ଚୂନ ଭିଆଣକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ଦଖିଣ ପାରୁଶେ ଶ୍ରୀନଅରେ ଛାମୁରେ ନରଣିରାୟେ, ପୂରି ମହାପାତ୍ର, କହ୍ନାଇ ବିଦ୍ୟାଧର ମହାପାତ୍ର, ବନମାଳି ପାଇକରା ମହାପାତ୍ର ମଙ୍ଗାଇ (ବା ମଧ୍ୟ ଥାଇ) ନୀଳ ପଟନାୟକ ଭିଆଣ କରିଦେଲା । ପ୍ରମାଣେ ଦେଉଳ ଦୁଇଗୋଟା ଚୂନ ହୋଇବାକୁ ଦେଲେ କଉଡ଼ି କା୯୧୫୩୮ହାଣ ପ୨ଣ ଗ୧୦ଣ୍ଡା । ଏ ମହାରାଜାଙ୍କ ଅ୩୨ଙ୍କ ମିଥୁନ ୭ଦିନ ରାତ୍ର ପାହିବାକୁ ନବାବ ମତମତିଙ୍ଖାର ଅମରା ଫତେ ଖାଁ ଆସି ଶ୍ରୀପୁରୁଷୋତ୍ତମ ଦକ୍ଷିଣ ପାରୁଶ ନଅରେ ରଜାଙ୍କର ଅନିରୁଦ୍ଧରାଏ ପିତାମହଙ୍କ ସାଙ୍ଗ କରି ରାଜାଠାକୁରଙ୍କ ମୁଣ୍ଡ କାଟିଦେଲା । ଶ୍ରୀନଅର ଦ୍ରବ୍ୟଯାକ ନେଲା ପରମେଶ୍ୱରଙ୍କ ଭଣ୍ଡାର ସବୁନେଲା । ଏରାଜା ଭୋଗ କଲେ ବ୨୬ର୍ଷ ।

୩ୟ ପାଞ୍ଜିମତେ- ନରସିଘଂ ଦେବ ବ୨୫ର୍ଷ ଶକାବ୍ଦ ୧୫୭୭ ପର୍ଯ୍ୟନ୍ତ । ଏ ରାଜା ନରସିଂହପୁର ଶାସନ କଲେ । ଏ ରାଜା ଶାସନମାନଙ୍କରେ ଟଙ୍କି କଲେ । ଏ ରାଜା ବଡ଼ଦେଉଳକୁ ଚୂନ ଦେଲେ । ଏ ରାଜାଙ୍କ ଦିନରେ କୋଣାରଖ କ୍ଷେତ୍ରରୁ ଚନ୍ଦ୍ର ସୂର୍ଯ୍ୟଙ୍କୁ ଆଣି ଦେଉଳ ଭିତରେ ଇନ୍ଦ୍ରଙ୍କ ଦେଉଳ ବସାଇଲେ । ଏ ରାଜା ଦେବତା ବ୍ରାହ୍ମଣଙ୍କ ପାଇଁ ମୁଣ୍ଡ ଦେଲେ । ଏ ରାଜାଙ୍କ ପାତ୍ର କହ୍ନାଇ ବିଦ୍ୟାଧରେ କହ୍ନାଇ ବିଦ୍ୟାଧରପୁର ଶାସନ କଲେ । ଏ ରଜାଙ୍କ ପାତ୍ର ଦାମୋଦର ଛୋଟରାଏ ଦାମୋଦରପୁର ଶାସନ କଲେ । ଏ ରାଜାଙ୍କ ପାତ୍ର ବାସୁ ସାନ୍ତରା ବାସୁଦେବପୁର ଶାସନ କଲେ । ଏ ରାଜାଙ୍କ ସାନଭାଇ ବିଶ୍ୱନାଥ ରାଏ ବିଶ୍ୱନାଥପୁର ଶାସନ କଲେ । ଏ ରାଜାଙ୍କ ପାତ୍ର ନୀଳ ପଟନାୟକ ନୀଳମାଧବଙ୍କ ଦେଉଳ ମଣ୍ଡପ କଲେ ।

ଗଙ୍ଗାଧର ଦେବ

ଏଥିଉତ୍ତାରୁ ରାଜା ହୋଇଲେ ନରସିଂଘଦେବଙ୍କ ଭାଇ ଗୋକୁଳ ରାଏଙ୍କ ପୁଅ ଗଙ୍ଗାଧରଦେବ ମହାରାଜା । ଏ ରାଜ୍ୟ ଭୋଗକଲେ ମା ୩।୨୧ ଦିନ ୩ୟ ପାଞ୍ଜି ମତେ ଏ ଭୋଗକଲେ ବ୧ର୍ଷ ଶକାବ୍ଦ ୧୫୭୮ ପର୍ଯ୍ୟନ୍ତ ।

ବଳଭଦ୍ର ଦେବ

ଏହାଙ୍କ ଉତ୍ତାରୁ ବଳଭଦ୍ର ଦେବେ ରାଜା ହୋଇଲେ । ଏ ରାଜାଙ୍କ ଅ୨ଙ୍କରେ ଏ ଗଙ୍ଗାଧରଦେବଙ୍କୁ ଭସାଇ ବା ଭୁଷାଇ ମାଇଲେ । ଏ ରାଜାଙ୍କ ଅ୪ଙ୍କରେ ବଣରୁ ଏକ ଦନ୍ତା ଗୋପାଳ ଦାସ ହାଥୀ ଅଇଲା । ଶ୍ରୀପୁରୁଷୋତ୍ତମଠାରୁ ମହାନୁଆଜ ଖାଁ ଧରି ଡିଲି ନେଲା । ଏ ବଳଭଦ୍ରପୁର ଶାସନ ଦାନ ଦେଲେ । ଏ ରାଜା ଭୋଗ କଲେ ବ୯ର୍ଷ ।

୩ୟ ପାଞ୍ଜି ମତେ- ବଳଭଦ୍ରଦେବ ୮ ବର୍ଷ ଶ ୧୫୮୬ ପର୍ଯ୍ୟନ୍ତ । ଏ ରାଜା ବଳଭଦ୍ରପୁର ଶାସନ କଲେ । ଏ ରାଜା ବଡ଼ଦେଉଳ ବାହାର ବେଢ଼ାତଳେ ଲଖିଭଦର ସନ୍ୱ୍ୟାସୀଙ୍କି ରଖିଲେ ।

ମୁକୁନ୍ଦ ଦେବ

ଏ ଉତ୍ତାରୁ ଏହାଙ୍କ ପୁଅ ମୁକୁନ୍ଦଦେବ ମହାରାଜା ହୋଇଲେ । ଏ ମହାରାଜାଙ୍କ ରାଜ୍ୟ କରିବା ଭିତରେ ମହାଳିଆ ଗଙ୍ଗାଧର ଦେବ ରାଜା ହୋଇଲେ ମା ୧।୧୭ ଦିନ । ଏ ଧବଳେଶ୍ୱରଙ୍କଠାରେ ମାରାଗଲେ । ଏଥି ଭିତରେ ମୁକୁନ୍ଦ ଦେବ ମହାରାଜାଙ୍କ ସାନଭାଇ କପିଳ ଭ୍ରମରବର ରାଏ ରାଜା ହୋଇଲେ ବ ୧।୭ ମାସ । ଏ ଉତ୍ତାରେ ଏହାଙ୍କୁ ମୁକୁନ୍ଦଦେବ ରାଜା ଧରାଇ ରଖିଲେ । ଏ ମହାରାଜାଙ୍କ ଅ୧୮ଙ୍କେ ମହରଗ ହୋଇଲା । ଧାନ ଭରଣକୁ ୪୫ କାହାଣ ହୋଇଲା । ମନିଷ ମାଂସ ମନିଷ ଖାଇଲେ । ଏ ମହାରାଜାଙ୍କ ୩୮ ଅଙ୍କେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଆବିଳ? କରିବା ବିଚାରି ନବାବ ଅବଦୁଲ ନସରଖାଁ ପିପିଲି ଯାଏ ଅଇଲା । ଏହାଙ୍କ ସହିତରାଜା କୁଟୁମ୍ବ ଘେନି ଦାଣ୍ଡମୁକୁନ୍ଦପୁର ନଅରେ ବିଜେ କଲେ । ଚଇତ ମାସେ ପିପିଲି ଠାରେ ଚଡ଼କ ପଡ଼ିବାରେ ଆରଦିନ ରାଜାଙ୍କ ସଙ୍ଗେ ପ୍ରୀତି ହୋଇ କଟକ ବାହୁଡ଼ା କଲା । ଅ୪୧ ଙ୍କେ ତୁଳା ଦି୨୪ନ ବଡ଼ ଦେଉଳ ଉପରେ ଆକାଶବାଣୀ ଶୁଭିଲା । ୪୨ ଅଙ୍କ ବିଛା ୨୧ ଦିନ ଯାଜପୁର ନଅରେ ବସନ୍ତ ହୋଇ ରାଜା ଆବାହନ ହୋଇଲେ । ସେହିଠାରେ ଦାଦା ହୋଇଲେ ବଡ଼ ପାଟମହାଦେଈ ସହଗମନ କଲେ । ଏ ରାଜା ଭୋଗକଲେ ବ୩୩।୧୦ ମାସ ।

୩ୟ ପାଞ୍ଜି ମତେ- ବ୨୮ର୍ଷ- ଶକାବ୍ଦ ୧୬୧୪ ପର୍ଯ୍ୟନ୍ତ - ରାଜାଙ୍କ ପାତ୍ର ପିତାମ୍ବର ବିଦ୍ୟାଧର ମହାପାତ୍ରେ ଶ୍ରୀଲକ୍ଷ୍ମୀଠାକୁରାଣୀ ଜଗମୋହନ କଲେ । ଏ ରାଜାଙ୍କ ପାତ୍ର ଭରଥ ପଟନାୟକ ଯମେଶ୍ୱର ଦେଉଳ ଜଗମୋହନ କଲେ । ତଳୁଛୋ ବନମାଳୀ ମହାପାତ୍ର ମଦନ ଗୋପାଳ ଦେବଙ୍କ ମୋହନ କଲେ । ଜଳ କ୍ରୀଡ଼ା ମଣ୍ଡପ କଲେ । ଏ ଭରତ ପଟନାୟକ ବାଲିସାହି ସୁଦରଶନ ଦେବଙ୍କ ଦେଉଳ ପଥର ଚାନ୍ଦନୀ କଲେ ।

ଦିବ୍ୟସିଂହ ଦେବ

ଏଥିଉତ୍ତାରେ ଏହାଙ୍କ ପୁଅ ଦିବ୍ୟସିଂହ ରାଏ ଗୋସାଇଁ ରାଜା ହୋଇଲେ । ବିଛା ୨୩ ଦିନେ ଦିଆନ ପରମାନନ୍ଦ ପଟନାୟକଙ୍କ ପୁଅ ରାମଚନ୍ଦ୍ର ପଟନାୟକେ ଯାଇ ଦିବ୍ୟସିଘଂ ରାଏ ଗୋସାଇଂଙ୍କି ବରପଦା ଗଡ଼ରୁ ଆଣି ରଥିପୁର କଟକେ ବିଜେ କରାଇ ରାତ୍ର ୫ଖୁରିଠାରେ ଅଭିଷେକ ହୋଇ ଦେବାର୍ଚ୍ଚନ କଲେ । କଟକ ବୁଲି ଶ୍ରୀନଅରେ ବିଜେ କଲେ । ଏଦିନୁ ଅ୨ଙ୍କ ହୋଇଲା । ଏ ମହାରାଜାଙ୍କ ଅ୭ଙ୍କ ଋଷଭ ୧୮ ଦିନ ମୁଗଲ ଗୋଳରେ ଏଦିନ ପଳାଉଣି ନିମନ୍ତେ ରାତ୍ର ତିନି ପ୍ରହରଠାରେ ପରମେଶ୍ୱରେ ଚତୁର୍ଦ୍ଧାମୂରତି ପହଣ୍ଡି ବିଜେ କଲେ । ଭିତର ବେଢ଼ାରେ ବିମ୍ବଳାଈଙ୍କ ପଛଆଡ଼ ବେଢ଼ାରେ ବିଜେକଲେ । ଦକ୍ଷିଣ ଘରୁ ଦେବତାମାନେ ପୋକଲ ବା (କୋକିଲ) ଗଡ଼କୁ ବିଜେ କଲେ । ଏ ଦିନ ପାହାନ୍ତା ଅବକାଶେ ଦୁଇ ପ୍ରହର ଧୂପ ବଢ଼ିଲା ଉତ୍ତାରୁ ବଡ଼ ଠାକୁରଙ୍କ ବାଡ଼ରୁ ଆଗ୍ୟାଂ ମାନ ହୋଇଲେ । ଏ ଦୁଇ ମାଳି ଘଣ୍ଟ ଛଡ଼ା ନୋହି । ଚନ୍ଦନପୁର ନଅରକୁ ବିଜେ କଲେ । ଋଷଭ ୧୯ ଦିନେ ହରଣ ଏକାଦଶୀ ଦିନ ପାତିଶା ଆଉରଙ୍ଗ ସାହାଙ୍କ ନବାବ ଏକରାମଖାଂ ଏହାଙ୍କ ଠାରୁ ଅଇଲା । ଏହା ଭାଇଂମରମସ୍ତ ଖାଁ ଜମାଉଲା । ଏ ସଙ୍ଗତେ ଇମାମ କୋଲି ଅସୁଆର ୫୦ ଗୋଟା ଘେନି ରାଜା ଦିବ୍ୟସିଘଂ ଦେବେ ବାରୁ ଲାଗି ହୋଇ ଥାଇ ସିଂହଦ୍ୱାର ଗୁମୁଟ ଭାଙ୍ଗିଲେ । ଭୋଗମଣ୍ଡପରୁ ଚକ୍ର ନେଲେ । କାଠର ଜଗନ୍ନାଥ ପ୍ରତିମାକୁ ମୁଗଲେ ନେଲେ ଦେଉଳ ସିଘାଂସନ ଉପରକୁ ନବାବ ଭାଇ ଗଲା । ଦେଉଳ ସିଘଂଦ୍ୱାର ଦକ୍ଷିଣ ଦ୍ୱାର ମଧ୍ୟ ମୁଦ କଲା । ପରମେଶ୍ୱରେ ବିମ୍ବଳାଇଙ୍କ ପିଠିଆଡ଼ ବେଢ଼ାରେ ବିଜେ କରିଥିଲେ । ବେଳ ଦ୍ୱିପ୍ରହର ସରିକି ନବାବ ଭାଇ ଜମାଉଲା ମଧ୍ୟ ଗଦାଧର ରାଏଙ୍କ ଉଆସେ ଥିଲେ । ରାଜା ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କ ଉଆସେ ବିଜେ କରିଥିଲେ । ସମସ୍ତେ ବେଳ ବୁଡ଼ ସରିକି ଚନ୍ଦନପୁର ଗଲେ । ଏ ଦିନୁ ଚନ୍ଦନ ଯାତ୍ରା ନୋହିଲେ ଏଦିନୁ ଋକ୍ମିଣୀ ହରଣ ନୋହିଲେ । ଏକାଦଶୀ ମହାଦୀପ ନୋହିଲେ ବିଭା ଜାତ ନୋହିଲେ । ଋଷଭ ଦି୩୧ନେ ଭିତର ବେଢ଼ାରେ ଉତ୍ତର ବାଡ଼େ ଜନମ ଚକଡ଼ାରେ କାଠି ସିଘାଂସନରେ ଦେବସ୍ନାହାନ ଯାତ୍ରା ହୋଇଲେ । ଧୂପମାନଙ୍କରେ ଘଣ୍ଟା ନ ବାଜିଲା ଗୁଣ୍ଡିଚା ଯାତ୍ରା ଭୋଗ ମଣ୍ଡପରେ ହୋଇଲେ । ଅ୯ଙ୍କ ତୁଳା ଦି୭୦ନେ ଶନିବାରେ ବଡ଼ ବତାସ କଲା । ବଡ଼ ଦେଉଳ ଉପରୁ ନୀଳଚକ୍ର ଭାଙ୍ଗି ଭଣ୍ଡଗଣପତିଙ୍କ ଆଗେ ତଳେ ପଡ଼ିଲା । ସବୁ ଦେଉଳ ମାନରୁ ପଥର ଚକ୍ରମାନ ପଡ଼ିଲା । ଦୁଇ ବେଢ଼ାରୁ କାଙ୍ଗୁଲାମାନ ପଡ଼ିଲା । ସବୁ ଦେଉଳ ମାନରୁ ପଥର ଚକ୍ରମାନ ପଡ଼ିଲା । ଦୁଇ ବେଢ଼ାରୁ କାଙ୍ଗୁଲାମାନ ପଡ଼ିଲା । ବଟ ଗଛରୁ ଡାଳ ମାନ ଭାଙ୍ଗିଲା ସବୁ ଲୋକମାନଙ୍କ ଘାରଦ୍ୱାର ଭାଙ୍ଗିଲା । ଗାଈ ମହିଂଷି ଅନେକ ମଲେ । ମନିଷ ମଲେ । ଅ୧୦ଙ୍କରେ ମହରଗ କଲା । ଧାନ ଭରଣ କା୨୫ହାଣ ହୋଇଲା । ମନିଷ ମାଂଅସ ମନିଷ ଖାଇଲା । ଅ୨୪ଙ୍କେ ନବାବ ସୁଜାଖାଁ ସଙ୍ଗେ ଗୋଳ କରି ଲଢ଼ାଇ କଲେ । ଅ୨୫ଙ୍କ କନ୍ୟା ଦି୧୦ନ କୃଷ୍ଣ ଏକାଦଶୀ ଗୁରୁବାର ଏ ମହାରାଜାଙ୍କ ଆଗ୍ୟାଂ ପ୍ରମାଣେ ଗ୧୮ଡ଼ ଖଣ୍ଡାଏତଙ୍କୁ ଘେନାଇ ଅରାରାମପିତାମହ? ଆସି ବଡ଼ଦେଉଳ ସିଂହଦ୍ୱାର ଫିଟାଇ ଦେଲା । ପଥର ବାହି ମୁହଁ ଭାଙ୍ଗି ପକାଇଲା । ଏ ଦିନ ପୁରୁଷୋତ୍ତମ ବଲ୍ଲଭ ଅବକାଶ ବେଶ ବଢ଼ିଲା ଉତ୍ତାରୁ ପରମେଶ୍ୱରଙ୍କ ବାଡ଼ୁ ଆଗ୍ୟାଂମାନ ହୋଇଲେ । ଏ ଦିନ ସଞ୍ଜଧୂପରେ ଘଣ୍ଟ ବାଜିଲା । ବଡ଼ଦେଉଳ ଉପରେ ମହାଦୀପ ଜଳିଲା । ଏ ଅଙ୍କେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଲେ । ଅ୩୩ଙ୍କ କୁମ୍ଭ ଦି୪ନେ ପାତ୍ର ପରମାନନ୍ଦ ପଟନାୟକଙ୍କ ପୁଅ ଧରମୁ ହରିଚନ୍ଦନ ମହାପାତ୍ରଙ୍କ ଉଦିଷ୍ଠାନେ ବଡ଼ଦେଉଳ ଉପରେ ନୂଆ ହୋଇ ଗଢ଼ାହୋଇ ବସିଲା ନୀଳଚକ୍ର ଏକଗୋଟା । ଅ୩୪ଙ୍କ ମେଷ ଦି୩୧ନେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ଉତ୍ତର ପାରୁଶେ ବଡ଼ ସନ୍ଥ ଦାସଙ୍କ ମଠ ନଅରେ ଆବାହନ ହୋଇଲାକୁ ଏ ରାଜା ଭୋଗ କଲେ ବ୨୭ର୍ଷ ମା ୫।ଦି୧୧ନ ।

୩ୟ ପାଞ୍ଜି ମତେ- ବ ୨୩ର୍ଷ ଶକାବ୍ଦ ୧୬୩୭ ପର୍ଯ୍ୟନ୍ତ । ଏ ରାଜା ଖର୍ହିକଟା ମଣ୍ଡପ କଲେ । ଜଗନ୍ନାଥ ରାଉତରାଏ ମହାପାତ୍ରେ ରୋହୁଁ ଆଡୁଁ ଚୂନମଣ୍ଡପ କଲେ । ଗୋବିନ୍ଦ ତଳୁଛୋ କ୍ଷେତ୍ରପାଳଙ୍କ ଦେଉଳ ମଣ୍ଡପ କଲେ । ବିମ୍ବଳାକ୍ଷୀଙ୍କ ପାଖମଣ୍ଡପ କଲେ । ଦକ୍ଷିଣ ଘର ମଦନଗୋପାଳ ଦେବଙ୍କ ପାଭାଗ କଲେ । ତରଳା ଖଣ୍ଡାଇତ ସରସ୍ୱତୀଙ୍କ ମୋହନ କଲେ । ରାଜେନ୍ଦ୍ର ମହାଶୟ ରୋଷ ଆଡ଼ରେ ଭେଟମଣ୍ଡପ କଲେ । ଖୋଜା ବେନୁ ଛୋଟରାଏ ସ୍ରାହାନ ମଣ୍ଡପ ଦଖିଣେ ଚାହାଣି ମଣ୍ଡପ କଲେ । ଏ ରାଜାଙ୍କ ଦିନରେ ମୁଗଲେ ଆସି କଟକ ଅମଳ କଲେ । ଏହିଠାରେ ମୁଗଲ ବନ୍ଦୀ ହେଲା । ରାଜା ରାଜଜୋଡ଼ା ଅମଳ କଲେ ।

ହରେକୃଷ୍ଣ ଦେବ

ଏ ଉତ୍ତାରେ ଏହାଙ୍କ ସାନଭାଇ ହରେକୃଷ୍ଣ ଭ୍ରମରବରରାଏ ମହାରାଜା ହୋଇଲେ । ଋଷଭ ଦି୧୧ନେ ଦିଆନ ପରମାନନ୍ଦ ପଟନାୟକ ପଣନାତି, ଦିଆନ ରାମଚନ୍ଦ୍ର ପଟନାୟକ, ନାତି ଦିଆନ ଭଗବାନ ଭ୍ରମରବରଙ୍କ ପୁଅ ଦିଆନ ଗୋପୀନାଥ ବିଦ୍ୟାଧର ମହାପାତ୍ରେ ହରେକୃଷ୍ଣ ଭ୍ରମରବର ରାଏଙ୍କୁ ତାଙ୍କ ନଅରୁ ବିଜେ କରାଇ ନେଇ ରାଜନଅରରେ ବିଜେ କରାଇଲେ । ଏ ରାଜା ଅଭିଷେକ ହୋଇ ହରେକୃଷ୍ଣ ଦେବ ମହାରାଜା ହୋଇଲେ । ଏ ଦିନୁ ଦୁଇଅଙ୍କ ହୋଇଲା । ଏ ମହାରାଜାଙ୍କ ଅ୩ଙ୍କରେ ହରେକୃଷ୍ଣପୁର ଶାସନ ଦେଲେ । ଧରମୁ ହରିଚନ୍ଦନ ମହାପାତ୍ରଙ୍କ ଚରଚାରେ ବଡ଼ଦେଉଳ ଚୂନକଲେ । ଭଗବାନ ଭ୍ରମରବର ଭୋଗ ଆସିବାକୁ ରୋଷ ଆଡ଼େ ଭିତର ବେଢ଼ା ଦୁଆର ଜଗମୋହନ ପାବଚ୍ଛ ସରିକି ଅଚିନ୍ତା ପହଣ୍ଡ ଗଢ଼ାଇ ପ୍ରତିଷ୍ଠା କଲେ । ଏହାଙ୍କ ଖୁଡୁତା ଧରମୁ ହରିଚନ୍ଦନ ମହାପାତ୍ର ଯମେଶ୍ୱର ଦେଉଳ ଜଗମୋହନ ଗଢ଼ାଇଲେ । ଏ ମହାରାଜାଙ୍କ ଅ୭ଙ୍କ ମୀନ ଦି୧୯ନେ ଆବାହନ ହୋଇଲେ । ଏ ରାଜା ଭୋଗ କଲେ ବ୪।୧୦।୨୦ଦିନ- ୧୬୪୨ ପର୍ଯ୍ୟନ୍ତ ।

୩ୟ ପାଞ୍ଜି ମତେ- ହରେକୃଷ୍ଣ ଦେବ- ବ୫ର୍ଷ-ଶକାବ୍ଦ ୧୬୪୨ ପର୍ଯ୍ୟନ୍ତ ଏ ରାଜା ହରେକୃଷ୍ଣପୁର ଶାସନ କଲେ । ଏ ରାଜା ବଡ଼ ଦେଉଳକୁ ଚୂନ ଦେଲେ ଏହାଙ୍କ ପାତ୍ର ଭଗବାନ ଭ୍ରମବରର ଭୋଗ ଆସିବାକୁ ଅଚିନ୍ତା ପହଣ୍ଡ କଲେ । ଏହାଙ୍କ ଖୁଡୁତା ଗୁଣ୍ଡିଚାଘର ମୁଖୁଶାଳି କଲେ । ବେନୁଛୋଟରାଏ ରାଜେନ୍ଦ୍ର ମହାଶୟଙ୍କ ରୋଷଆଡୁ ଭୋଗ ମଣ୍ଡପ ପାଷାଣରେ କଲେ । ଏ ରାଜାଙ୍କ ପାତ୍ର ଧରମୁ ହରିଚନ୍ଦନ ଯମେଶ୍ୱର ଦେବଙ୍କ ଦେଉଳ ପାଷାଣରେ କଲେ ।

ଗୋପୀନାଥ ଦେବ

ଏ ଉତ୍ତାରେ ଏହାଙ୍କ ପୁଅ ଗୋପୀନାଥ ରାଏ ଗୋସାଇଁ ରାଜା ହେଲେ । ଏ ମହାରାଜା ଅ୧୦ଙ୍କ ମେଷ ଦି୨୮ନେ ଦିଆନ ସୟଦ୍ବେଗ, ଖୋଳା କୃଷ୍ଣନରିନ୍ଦ୍ର, ବେନୁ ଭ୍ରମରବର ରାଏ ଏ ତିନି ଜଣେ ସୂର୍ଯ୍ୟଉଦୟକୁ ଖୁରୁଧା ନଅରେ ପଶି ଏ ରାଜାଙ୍କୁ ମାରି ପକାଇଲେ । ଏ ରାଜା ଭୋଗ କଲେ ବ ୬।୧୦।୮ ଦିନ ।

୩ୟ ପାଞ୍ଜିମତେ- ଗୋପୀନାଥ ଦେବ- ବ୭ର୍ଷ ଶକାବ୍ଦ ୧୬୪୯ ପର୍ଯ୍ୟନ୍ତ- ଏ ରାଜା ଗୋପିନାଥପୁର ଶାସନ କଲେ । ଏ ରାଜାଙ୍କ ପାଞ୍ଜିଆ ଗୋପୀନାଥ ପଟ୍ଟନାଏକ ପାଷାଣରେ ସମନାଥ ଚୌକି କଲେ । ମରହଟ୍ଟା ଜଣେ କୋଣାର୍କ ଦେବଙ୍କ ଦେଉଳ ପୂର୍ଣ୍ଣକୁ ଦେଉଳ ମୁଖୁଶିଆଳି କରିଥିଲେ ।

ରାମଚନ୍ଦ୍ର ଦେବ

ଏ ଉତ୍ତାରୁ ଏହାଙ୍କ ସାନଭାଇ କେଶବ ରାଏ ଗୋସାଈଙ୍କି ରଜା କଲେ । ଏହାଙ୍କ ନାଆଁ ରାମଚନ୍ଦ୍ର ଦେବ ହୋଇଲେ । ମେଷ ଦି୨୮ ନେ ଖୁରୁଧା କଟକେ ଅଭିଷେକ ହୋଇ ରାଜା ହୋଇଲେ । ଏ ଦିନେ ଅ୨ଙ୍କ ହୋଇଲା । ଏ ମହାରାଜାଙ୍କ ଅ୪ଙ୍କେ ଖୋଜାବକ୍ସି ବେଣୁ ଭ୍ରମରବର ରାୟେ ଗୁଣ୍ଡିଚା ଘର ଜଗମୋହନ ଗଢ଼ାଇଲେ । ଏଥି ଗୋଟା ମୁଗୁନିଖମ୍ବ ଗୋ୪ଟା ତେଲଙ୍ଗା ମୁକୁନ୍ଦ ଦେବ ଅଣାଇ ଗୁଣ୍ଡିଚା ଘରଠାରେ ପକାଇଲେ । ଏ ଚାରିଖମ୍ବ ବସାଇ ଜଗମୋହନ ଗଢ଼ାଇଲେ । ଏ ମହାରାଜାଙ୍କ ଅ୮ଙ୍କ ଧନୁ ଦି ୨୨ନେ କଟକ ସୁବା ସୁଜା ଖାଁ ପୁଅ ମହମ୍ମଦ ତକିଖାଁ ନସ୍କର ଘେନି ଶିଶୁପାଳଗଡ଼ ଖେଳାଇ (ଖୋଳାଇ) ଦେଲା । ଧଉଳିଗଡ଼ ଘେନି ରଥିପୁର ଘେନିଲା । ଖୋଜା ବକ୍ସି ବେଣୁ ଭ୍ରମରବର ରାଏଙ୍କୁ ଏହାଙ୍କ ପୁଅ ଦିଆନ ନୀଳାମ୍ବର ହରିଚନ୍ଦନଙ୍କୁ ମଧ୍ୟ ସିପାହି ପାଇକେ ମେଳିଆ ହୋଇଲେ । କେହି ଲଢ଼େଇ ନ କଲେ । ବକ୍ସି ଦିଆନ ରଥିପୁରଠାରୁ ପଳାଇଗଲେ । ଶ୍ରୀଠାକୁରେ ଖୁରୁଧା ବିଜେ କରିଥିଲେ । ଏ ପଳାଇଯିବା ବାରତା ପାଇ ସେକ୍ ଅବଦୁଲା ସଲାମ ସାନ ପୁଅ ଲୋଧୁ ମିଆଙ୍କୁ ଦିଆନ କଲେ । ଖଲିପା ଗଦାଧର ମଙ୍ଗରାଜଙ୍କୁ ବକ୍ସି କଲେ । ଏ ଦୁଇଜଣଙ୍କୁ ଦିଆନ ବକ୍ସିକରି ନବାବକୁ ରଥିପୁରଠାରେ ଭେଟ ହୋଇଲେ । ଭେଟରେ ନବାବ ସୁଖ କଲେ । ବକ୍ସି ବେଣୁ ଭ୍ରମରବର ରାଏଙ୍କୁ ମାଗିଲେ । ଶ୍ରୀଠାକୁରରେ ଆଜ୍ଞା ଦେଲେ । ଏ ପଳାଇଅଛି ଧରାପଡ଼ିଲେ ଦେବୁ । ଏମନ୍ତ କହି ବିଜେ କରି ଅଇଲେ । ଧନୁ ୨୦ଦିନେ ବକ୍ସିମୁଣ୍ଡ ଓ ଦିଆନ ମୁଣ୍ଡ କଟାଇ ଆଜ ନବାବକୁ ଦେଇ ପଠିଆଇଲେ । ନବାବ ରଥୀପୁର ରହି ଖୁରୁଧା ଗଙ୍ଗପଡ଼ାଠାରେ ଲଢ଼ାଇ କଲେ । ମକର ୫ ଦିନେ ଶ୍ରୀଠାକୁରେ ନବାବଙ୍କ ଭେଟକୁ ଗଲେ । ଭେଟରେ ନବାବ ଶ୍ରୀଠାକୁରଙ୍କୁ ଦିଆନ ବକ୍ସି ଭଲ ଭଲ ଲୋକଙ୍କୁ ସମସ୍ତ ଧଇଲା, ଥୋକାଏ ମରାଗଲେ ଥୋକାଏ ଲୋକ ପଳାଇ ଅଇଲେ । ମକର ୬ ଦିନେ ରାମଚନ୍ଦ୍ର ଦେବ ମହାରାଜଙ୍କ ବଡ଼ପୁଅ କୃଷ୍ଣରାଏ ଜେନା ଏହାଙ୍କ ବଡ଼ପୁଅ ନରହରି କୁମାରେ, ଏହାଙ୍କ ପୁଅ ମୁକୁନ୍ଦ କୁମାରେ, ଏହାଙ୍କ ପୁଅ ମଧୁସୂଦନ କୁମାରେ, ଏହାଙ୍କ ପୁଅ ଭାଗୀରଥୀ କୁମାରେ ଥାଠ ରାଜା ହୋଇ ନାଉସିଂହ ଗଡ଼ରେ ରହିଲେ । ଖୁରୁଧା ଛାଡ଼ିଗଲେ । ମୀନ ୩୦ ଦିନ କୁମାରେ ନାଉସିଂହକୁ ଛାଡ଼ି ଦକ୍ଷିଣେ କୋଦଳା ଆଠଗଡ଼େ ନଗୁତି ଗହଣ ଘେନି ରହିଲେ । ନବାବ ବାଣପୁର ଘେନିଲେ । ସେଠାରୁ ନବାବ ଲେଉଟି ରଜାଙ୍କୁ ଆପଣ ନସ୍କର ଦେଇ ରଥୀପୁରଠାରେ ଧରି ନବାବ କଟକ ଗଲେ । ଋଷଭ ୨୫ଦିନେ ରଜାଙ୍କୁ କଟକ ଦେଲା । ନସ୍କର ଉଠିଗଲେ । ମିଥୁନ ମାସରେ ପରମଶ୍ୱରଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ହୋଇଲେ । ଶ୍ରୀ ଗୁଣ୍ଡିଚା ଯାତ୍ରା ବଢ଼ିଲା ଉତ୍ତାରେ କୁମାରେ ଦକ୍ଷିଣ ଦିଗରୁ ନସ୍କର ଘେନାଇ ଅଇଲେ । ପରମେଶ୍ୱରଙ୍କୁ ଦରଶନ କରି ଶାଢ଼ି ବାନ୍ଧି ଖୁରୁଧା ଗଲେ । ଅ୯ଙ୍କ ବିଛା ମାସେ ନବାବ ମହମ୍ମଦ ତକି ଖାଁ ଶ୍ରୀ ଠାକୁରଙ୍କୁ ଘେନି ଖୁରୁଧା ଗଙ୍ଗପଡ଼ା ଠାରେ କୁମାରଙ୍କ ସଙ୍ଗେ ଯୁଝାଇଲା । କୁମାରେ ନଗୁତି ଗହଣ ଘେନି ପଳାଇ ଦଶପଲା ରହିଲେ । ନବାବ ଏହି ଦିଗରୁ ରାଜାଙ୍କ ସଙ୍ଗେ ନସ୍କର ଦେଇ ଖୁରୁଧାରେ ରାଜାଙ୍କୁ ରଖି କଟକ ଗଲେ । ରାଜା ଦୋଳ ଯାତ୍ରାକୁ ଶ୍ରୀ ପୁରୁଷୋତ୍ତମ ବିଜେ କରି ଶ୍ରୀ ଗୁଣ୍ଡିଚା ଯାତ୍ରା ବଢ଼ିବାଯାଏ ବିଜେ କରିଥିଲେ । ଏ ଉତ୍ତାରେ ନବାବଙ୍କ ଲୋକେ ନ ଜାଣିବାରେ ଖୁରୁଧା ଶ୍ରୀ ନବରକୁ ରାତି ରାତି ବିଜେ କଲେ । ନବାବଙ୍କ ଲୋକେ କଟକେ ଗଲେ । ସିଂହ ୧୨ ଦିନେ ଶ୍ରୀଛାମୁ ଚିଟାଉ ପ୍ରମାଣେ ବଡ଼ ପରୀକ୍ଷା ପରମାନନ୍ଦ କୁଆଁର ମହାପାତ୍ର ସାନ ପରୀକ୍ଷା ବିଷ୍ଣୁ ପଶ୍ଚିମ କବାଟ ମହାପାତ୍ର ଦୁଇଜଣ ଅଧିକାରେ ପରମେଶ୍ୱରଙ୍କୁ ନିଳାଦ୍ରି ସିଘାଂସନ ଛଡ଼ାଇ ଚଉଦୋଳରେ ବିଜେ କରାଇ ଦୋବନ୍ଧାଠାରେ ଚାପରେ ବିଜେ କରାଇ ଚିଲିକା ପାର ହୋଇ ବାଣପୁର ନଈଠାରେ ହରୀଶ୍ୱରଙ୍କ ମଣ୍ଡପରେ ବିଜେ କରାଇଲେ । ୧୦ଅଙ୍କ କୁମ୍ଭ ୧୭ ଦିନେ ନବାବ ମହମ୍ମଦ ଖାଁ ଖୁରୁଧା ଘେନିଲାକୁ ନୂଆଗଡ଼ ବିଜେ କଲେ । ଏଠାରୁ ବିଜେ କରି ଖଣ୍ଡିଆପଡ଼ା ବୋଲଗଡ଼ ବିଜେ କଲେ । ପରମେଶ୍ୱରଙ୍କୁ ନଈରୁ ହରୀଶ୍ୱରଙ୍କ ମଣ୍ଡପରୁ ବିଜେ କରାଇ ଚଉଦୋଳ ସହିତ କରି ଚାପରେ ବିଜେ କରାଇଲେ । ଖଲିକୋଟ ସୀମା ଟିକିଲି ବିଜେ କରାଇଲେ । ନବାବ ଭାଗୀରଥୀ କୁମାରଙ୍କୁ ଦଶପଲାଠାରୁ ଅଣାଇ ରଜା କରି ଆପଣ ନସ୍କର ଦେଇ କଟକ ଉଠିଗଲେ । ମୁକୁସୁଦାବାଦ ଗଲେ । କୁମାର ରାଜା ହୋଇ ମହା ଅଣସର ନିମନ୍ତେ ଦାରୁ ଅଣାଇ ଶ୍ରୀପୁରୁଷୋତ୍ତମ ବିଜେ କରାଇଲେ । ମିଥୁନ ୩୦ ଦିନେ ଶ୍ରୀଠାକୁରେ ବୋଲଗଡ଼ରୁ ବିଜେ କରି ଆସି ଖୁରୁଧା ବିଜେ କଲେ । ଭାଗୀରଥି କୁମାରେ ନବାବଙ୍କ ନସକର ଘେନି କଟକ ପଳାଇଗଲେ । ଶ୍ରୀଠାକୁରେ ପରମେଶ୍ୱରଙ୍କୁ ଟିକିଲିଠାରୁ ବିଜେ କରାଇ ଆସି ଶ୍ରୀଗୁଣ୍ଡିଚା ଯାତ୍ରା କଲେ । କଟକରୁ ନବାବ ଦଶରଥ ଖାଁ ଅଇଲେ । ଏ ମହାରାଜାଙ୍କ ୧୧ଅଙ୍କ ବିଛା ୨୪ ଦିନ ପରମେଶ୍ୱରଙ୍କୁ ନୀଳାଦ୍ରି ସିଂହାସନ ଛଡ଼ାଇ ନଈରୁ ହରୀଶ୍ୱରଙ୍କ ମଣ୍ଡପରେ ବିଜେ କରାଉଲେ । ଧନୁ ୨୯ ଦିନେ ନବାବ ରସିଣ ଖାଁ ଆସି ଖୁରୁଧା ଘେନିଲାକୁ ପରମେଶ୍ୱରଙ୍କୁ ନଈରୁ ଆଠଗଡ଼ ସୀମାରେ ମାରଦା ବିଜେ କରାଇଲେ । ରଜା ଖୁରୁଧା ନଟାରେ ବିଜେ କଲେ । ମୀନ ୧୫ ଦିନ କୃଷ୍ଣ ପଞ୍ଚମୀ ଗୁରୁବାରେ ସୁବା ମହମ୍ମଦ ତକିଖାଁ ମୁକୁସାବାଦଠାରୁ ଆସି ଖୁରୁଧା ପ୍ରବେଶ ହୋଇଲେ । ସୁବା ଦଶରଥଖାଁ, ସୁବା ରସୁଣ ଖାଁ ଦୁଇଜଣ ମୁକୁସୁଦାବାଦ ଗଲେ । ଏ ମହାରାଜାଙ୍କ ଅ୧୨ଙ୍କରେ କଟକ ସୁବା ମହମ୍ମଦ ତକି ଖାଁ କଟକରେ ମୂଢ଼ା କରି ମଲେ । ଅ୧୩ରେ ନବାବ ମୁଶସ୍ତ ଖାଁ ଅଇଲେ । ଏହା ନାଏବ ମିର୍ହବି ଆସି ଖୁରୁଧା ଘେନିଲା । ରାଜା ଝାଡ଼ଖଣ୍ଡ ବିଜେ କରିଗଲେ । ଏ ନବାବଙ୍କ ନାଏବ ସୁବା ମିର୍ହବି ଋଷଭ ଦି୫ନେ ଦକ୍ଷିଣ ନବାବଙ୍କୁ ସଲା କରି ପିମ୍ପୋଲ ଫଉଦାର ଛୋଟନାଥଙ୍କୁ ସାଙ୍ଗେ ଘେନି ମାରଦାଠାରେ ପଟିଆ ପଦ୍ମନାଭ ଦେବଙ୍କୁ ରଜା କରି ପରମେଶ୍ୱରଙ୍କୁ ବିଜେ କରାଇ ଆଣି ଶ୍ରୀପୁରୁଷୋତ୍ତମ ବଡ଼ ଦେଉଳେ ଅଣସର ପିଣ୍ଡିରେ ବିଜେ କରି ସଙ୍ଖୁଡ଼ି ଭୋଗ ମୁଣୋହି ହୋଇଥିଲେ । ମିଥୁନ ଦି୧୪ନେ ସ୍ନାନହାନ ମଣ୍ଡପ ଉପରେ ସ୍ନାନଯାତ୍ରା ବଢ଼ାଇ ଅଣସର ପିଣ୍ଡିରେ ଅଣସର ଯାତ୍ରାରେ ବିଜେ କଲେ । ଏ ମହାରାଜାଙ୍କ ଅ୧୪ଙ୍କ ଧନୁ ଦି୧୫ନେ ଗଡ଼ ନରସିଂହପୁର ଠାରେ ରାଜା ଆବାହନ ହେଲେ । ଏ ରାଜା ଭୋଗ କଲେ ବ୧୦।୭।୧୮ ଦିନ ।

୩ୟ ପାଞ୍ଜି ମତେ-ବ୧୧ର୍ଷ-୧୬୬୦ ପର୍ଯ୍ୟନ୍ତ-ଏ ରାଜାଙ୍କ ପାତ୍ର ଖୋଜା ବକ୍ସି ଗୁଣ୍ଡିଚା ମନ୍ଦିର ଜଗମୋହନ ନିର୍ମାଣ କରିଥିଲେ । ମୁକୁନ୍ଦଦେବ ଅଣାଇଥିଲେ । ବଡ଼ଦେଉଳ ଜଗମୋହନ ଉପରେ ଏକାକୀ ମଣ୍ଡପ କରାଇବେ ବୋଲି ମୁଗୁନିଖମ୍ବ: ମୁଗୁନିଖମ୍ବ ନେଇ ଏ ଜଗମୋହନରେ ବସାଇଲେ । ମରହଟ୍ଟା ଜଣେ ଦେଉଳ ମୁଖୁଶିଆଳି ଶ୍ରୀ ଗୋପୀନାଥ ଦେବ ମହାରାଜାଙ୍କ ଦିନରୁ କରିଥିଲେ । ଏବେ ଥିଲେ ଏଥିରେ ଗୋପୀନାଥେ । ଦଧିବାବନେ ମଧ୍ୟ ମୂର୍ତ୍ତି ଘଟଣା କରି ବସାଇଲା ।

ଏ ରାଜାଙ୍କ ଦିନରେ କଟକ ସୁବା ସୁଜାଖାଁ ନସକର ଘେନି ରାଜାଙ୍କ ସଙ୍ଗେ ଯୁଝ କରି ରାଜାଙ୍କୁ ଧରିଆଣି କଟକ ରଖିଲେ । ଏ ଉତ୍ତାରୁ କେତେକ ଦିନ ଗଲା ଉତ୍ତାରୁ ଏ ରାଜା ନବାବଙ୍କ ଝିଅକୁ ହାରିଲେ । ଜାତିଭ୍ରଷ୍ଟ ହୋଇଲେ । ପଠାଣଙ୍କ ସଙ୍ଗେ ଆତଯାତ ହେଲେ । ଏ ରାଜା ଏକାଦିନକେ ଏ ମୁଗଲକୁ ମୋଗଲବନ୍ଦିରୁ ଉଠାଇ ଦେଇ ଗ୧୮ଡ଼ ଅମଳ କଲେ । ଏ ରୂପେ ରାମଚନ୍ଦ୍ର ଦେବେ କଟକେ ରହିଲେ x x x ଭାଗୀରଥି କୁମାରକୁ x x x ଘେନି କୋଦାଳ ଆଠଗଡ଼ ସୀମାରେ ରହିଲେ । ଖରୁଧା ଛାଡ଼ି ଗଲେ । ଏ ଉତ୍ତାରୁ କେତେଦିନ ଗଲା ଉତ୍ତାରୁ ରାମଚନ୍ଦ୍ର ଦେବ ଆବାହନ ହେଲେ ।

 

ବୀରକେଶରୀ ଦେବ

ଏ ଉତ୍ତାରେ ରାମଚନ୍ଦ୍ର ଦେବଙ୍କମ ପୁଅ ବୀରକେଶରୀ ଦେବେ ରାଜା ହୋଇଲେ । ଅନୁଗୁଳ ସୀମା ରାଣୀଭୁଇଁରେ ଏ ବୀରକେଶରୀ ଦେବେ ମହାରାଜାଙ୍କ ଅ୪ଙ୍କ ଋଷଭ ଦି୧ନକେ ନବାବ ମୁସସ୍ତକୁଲିଖାଁଙ୍କ ଠାରୁ ମୁଖରସ୍ଅଲିଖାଁ ଆସି ବଡ଼ମ୍ବା ସୀମା ବୈଦ୍ୟେଶ୍ୱରଠାରେ ଟୀକା ଶିରୋପା ଦେଇ ଖୁରୁଧା ଶ୍ରୀନଗର ବିଜେ କରାଇଲେ । ପଟିଆ ପଦ୍ମଲାଭ ଦେବେ ପଳାଇ ପଟିଆରେ ରହିଲେ । ଏ ପଦ୍ମଲାଭ ଦେବେ ଭୋଗ କଲେ ବ୩ର୍ଷ । ଏ ବୀରକେଶରୀ ଦେବ ମହାରାଜାଙ୍କ ଦିଆନ ନବାବ ମୁସସ୍ତକୁଲିଖାଁକୁ ପାତିଶାହି ଟଙ୍କା ଲ୧୮କ୍ଷେ ବନ୍ଦବସ୍ତ ପତର ଲେଖାଇ ଶ୍ରୀଠାକୁରଙ୍କଠାରୁ ଦିଆଇ ବ୪ଋଷ ଚଉତରା ଯାତ୍ରୀ ହାସିଲି ମଧ୍ୟ ଏ ଟଙ୍କାକୁ ଦେଲେ । ଏ ମହାରାଜାଙ୍କର ଅ୭ଙ୍କରେ ପଶ୍ଚିମ ଦ୍ୱାର ପରୀକ୍ଷା ବୃନ୍ଦାବନ କୁଅଁର ଗୁରୁମହାପାତ୍ର କଟକ ଯାଇ ନବାବ ମୁସସ୍ତକୁଲିଖାଁକୁ କଟକ ନାଲବାଗ ଭିତରେ ଭେଟ କଲେ, ନବାବ ଏହାଙ୍କୁ ଦେଖି ଏହାଙ୍କଠାରେ ବଡ଼ ସରଫରାଜ ହୋଇଲା । ଚାରିପରଗଣା ଚଉତରା ଯାତ୍ରୀ ହାସିଲି ଶ୍ରୀଠାକୁରଙ୍କ ଶ୍ରୀହସ୍ତ ଲେଖାପତ୍ର ମଧ୍ୟ ଦେଲା । ଶ୍ରୀ ଠାକୁରେ ଦେଖି ପଶ୍ଚିମଦ୍ୱାର ପରୀକ୍ଷା ବୃନ୍ଦାବନ କୁଅଂର ଗୁରୁମାହାପାତ୍ରଙ୍କୁ ପୁରୀ ବଡ଼ ଅନୁଗ୍ରହ କଲେ । ସୁନାଖଡ଼ୁ ମୁକୁତା ସୁନା କଡ଼ା ପାଲିଙ୍କି ମଧ୍ୟ ଆଜ୍ଞାକଲେ । ଏ ମହାରାଜାଙ୍କ ଅ୮ଙ୍କେ ମୁକୁସୁଦାବାଦ ନବାବ ଆଲିବର୍ଦ୍ଦିଖାଁ ଅଇଲା । ସାଙ୍ଗେ ୫୦୦ ହାଥୀ ଥିଲେ । ୪୦୦୦୦ ଘୋଡ଼ା ଏକଲକ୍ଷ ଲୋକ ଏରୂପେ ଆସି ରଥିପୁର ରହିଲେ । ଏ ନବାବଙ୍କୁ ଦିଆନ ପଶ୍ଚିମ ଦ୍ୱାର ପରୀକ୍ଷା ବୃନ୍ଦାବନ ପୁରୀ କୁଅଂର ଗୁରୁ ଭେଟ ହୋଇଲେ । ନବାବ କହିଲେ ରାଜାଙ୍କୁ ଭେଟ କରାଅ । ପୁରୀ ଏମନ୍ତ ଶୁଣି ବୃନ୍ଦାବନ କୁଅଂର ଗୁରୁ ଶ୍ରୀଠାକୁରଙ୍କୁ ବିଜେ କରାଇ ରଥିପୁର ନବାବଙ୍କୁ ଭେଟ କରାଇଲେ । ନବାବ ଶ୍ରୀଠାକୁରଙ୍କୁ ହାଥୀ ଶିରୋପା ଦେଇ ମୁକୁସୁଦାବାଦ ଉଠିଗଲେ । ଏ ରାଜା ରାଜଗାଦିରେ ଅଭିଷେକ ହେବା ସମୟେ ଖେମଣ୍ଡି ରାଜା ଓଡ଼ିଶାର ଉତ୍ତରାଧିକାରୀ ବୋଲି ବୀରକେଶରୀ ଦେବଙ୍କ ସଙ୍ଗେ ଯୁଜ କରି ଓଡ଼ିଶା ଛଡ଼ାଇ ନେଲେ । ବୀରକେଶରୀ ଦେବ ମରହଟ୍ଟାଙ୍କୁ ଆଶ୍ରୟ କରିବାରୁ ମରହଟା ଖେମୁଣ୍ଡି ରାଜାଙ୍କୁ ପରାଜୟ କଲେ ଓ ଖୁରୁଧାରୁ ତଡ଼ି ଦେଲେ । ମରହଟ୍ଟାଙ୍କୁ ବୀରକେଶରୀ ଦେବ ଏକଲକ୍ଷ ଟଙ୍କା ଦେବାକୁ ସ୍ୱୀକ।।ର କରି ନ ଦେବାରୁ ଲେମ୍ବାଇ, ରାହାଙ୍ଗ, ପୁରୁଷୋତ୍ତମ ଓ ୧୪ ଗଡ଼ଜାତ ମରହଟ୍ଟା ସତ୍ତ୍ୱଦାନ କଲେ । ରାଜରାମଙ୍କ ସମୟରେ ବୀରକେଶରୀ ଦେବ ପାଗଳ ହୋଇ ମରହଟ୍ଟାମାନଙ୍କ ଦ୍ୱରା ବନ୍ଦୀ ହେଲେ । ଏହାଙ୍କ ପୁଅ ଦିବ୍ୟସିଘଂ ଦେବ ସହସ୍ର ଟଙ୍କା ଦେବାପାଇଁ ସ୍ୱୀକାର କରିବାକୁ ତାଙ୍କୁ ଖୋରଧା ଛାଡ଼ି ଦେଲେ । ଏ ରାଜା ବୀରକେଶରୀପୁର ଶାସନ କଲେ । ଏ ରାଜାଙ୍କ ଠାକୁରମା ବଡ଼ଦେଉଳ ଭିତରେ ନିର୍ମାଲ୍ୟମଣ୍ଡପ ଜୀର୍ଣ୍ଣ ହୋଇଥିଲାକୁ କନକ ମଣ୍ଡପ ତୋଳାଇଲେ । ଦୋଳଯାତ୍ରା ମଣ୍ଡପ ଜୀର୍ଣ୍ଣ ହୋଇଥିଲାକୁ ଦୋଳମଣ୍ଡପ କଲେ । ଏ ମହାରାଜାଙ୍କର ପାଟମହାଦେଈ ବଡ଼ଦେଉଳକୁ ଚୂନ ଦେଲେ । ଏ ମହାରାଜାଙ୍କ ଅ୫ଙ୍କ ମରହଟ୍ଟା ଆସି ମୁଗଲଙ୍କୁ ଉଠାଇ ଦେଲେ । କଟକ ଅମଳ କଲେ । ମୋଗଲବନ୍ଦୀ ଦଖଲ କଲେ । ଅଷ୍ଟଗ୍ରାସୀ ଗୋସାଇଁ ଉତ୍ତରଦ୍ୱାର ଗୁମୁଟ ବୈତମ ହୋଇଥିଲା, ରାଜାଙ୍କ ଆଗ୍ୟାଂରେ ତୋଳାଇଲେ । ସ୍ନାନ ଯାତ୍ରାକୁ ବିଜେ ପହଣ୍ଡ ପଥର ବସାଇଲେ । ଏ ଉତ୍ତାରୁ ଖଟଶେଯ ଘର, ଶୟନଗର, ଫୁଲବଟା ଚାଙ୍ଗଡ଼ାଘର ନୂଆକରି କଲେ । ଡ଼ମଣସିଂ ଦେଉଳ ଚାରିପାଖ ପଥର ବସାଇଲେ, ଚକଡ଼ା କଲେ । ଏ ରାଜାଙ୍କ ପାତ୍ର ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ସାନ ଦେଉଳ ଗୋଟିଏ କରି ପାଷାଣରେ ବାଳମୁକୁନ୍ଦଙ୍କୁ ବିଜେ କରିଇଲେ । ବର୍ଦ୍ଧମାନକୀର୍ତ୍ତିଚନ୍ଦ୍ରମା ମାର୍କଣ୍ଡରେ ପଥର ବନ୍ଧାଇଲେ । ଏ ରାଜା ଭୋଗକଲେ ବ୪୩ର୍ଷ।

୨ୟ ପାଞ୍ଜି ମତେ-ପାତ୍ରମାନେ କୋଦଳା ଆଠଗଡ଼ଠାରୁ ଭାଗୀରଥି କୁମାରକୁ ଆଣି ରାଜା କଲେ । ଏ ତ ବୀରକେଶରୀ ଦେବ ହୋଇ ରାଜା ହେଲେ । ଖୁରୁଧା ଝାଡ଼ରେ ରହିଲେ । ଏ ଉତ୍ତାରୁ ନବାକ୍ ମିରହବିବ୍ ପଟିୃା ପଦ୍ମଲାଭ ଦେବଙ୍କୁ ରଜା କଲେ । ଏ ଉତ୍ତାରୁ କେତେକାଳ ଗଲା ଉତ୍ତାରୁ ପାତ୍ରମାନେ ମିରହବିବ୍ଙ୍କ ସଙ୍ଗେ ସଲା କରି ବୀରକେଶରୀ ଦେବଙ୍କୁ ଭେଟ କରାଇଲେ ନବାବ୍ ଏ ବୀରକେଶରୀ ଦେବଙ୍କୁ ଓଡ଼ିଶାରେ ରଜା କରି ଟୀକା ଶିରୋପା ଦେଇ ଖୁରୁଧା ଗଡ଼ରେ ରହିଲେ । ପଦ୍ମଲାଭ ଦେବେ ପଟିଆରେ ରହିଲେ । ଏ ଉତ୍ତାରୁ ବୀରକେଶରୀ ଦେବ ପୃଥି ଭୋଗ କଲେ ବ୪୩ ଶକାଦ୍ଦ ୧୭୦୩ ପର୍ଯ୍ୟନ୍ତ ।

ଦିବ୍ୟସିଂହ ଦେବ

୧ମ ପାଞ୍ଜି ମତେ-ଏ ଉତ୍ତାରେ ଏହାଙ୍କ ନାତି ଜଗନ୍ନାଥ ରାଏଙ୍କ ପୁଅକୁ ଦିବ୍ୟସିଂହ ବୋଲି ରାଜା କରି ମରହଟ୍ଟାଏ ଟୀକା ସିରୂପା ଦେଇ ପୃଥୀ ଭୋଗକଲେ । ଏ ରାଜା ଖୋରଧା ପଥରଗଡ଼ ଛାଡ଼ି ବରୁଣାଈ ପଥର ଖୋଲରେ ଘାଟୀ ନାମକ ଗଡ଼ କରି ରହିଲେ । ବାଣପୁର, ଖୋରଧା, ଲେମ୍ବାଇ ଅମଳ କଲେ । ମରହଟ୍ଟାଙ୍କୁ ପେସିକିସି ଦେଉଥିଲେ । ମରହଟ୍ଟାଙ୍କ ଗୁରୁ ବ୍ରହ୍ମଚାରୀ ଗୋସାଇଁ ସୁବର୍ଣ୍ଣରେ ଶ୍ରୀଲକ୍ଷ୍ମୀ ଠାକୁରାଣୀଙ୍କି ନିର୍ମାଣ କରାଇ ପ୍ରତିଷ୍ଠା କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମପାଶ୍ୱର୍ ସିଘାଂସନ ଉପରୁ ପାଦପଦ୍ମଠାରୁ ବିଜେ କରାଇଲେ । ପୁରୁଣା ଲକ୍ଷ୍ମୀଙ୍କୁ ଭଣ୍ଡାରେ ରଖାଇଲେ । ଝୁଲଣଯାତ୍ରା କରାଥଲେ, ଅମବାସ୍ୟା ନାରାୟଣ ଦେବଙ୍କୁ ରୌପ୍ୟରେ ନିର୍ମାଣ କରି ଦକ୍ଷିଣ ଘରେ ବିଜେ କରାଇଲେ । ସୁବର୍ଣ୍ଣରେ ଶୟନ ପ୍ରତିମାମାନଙ୍କୁ କରି ଭଣ୍ଡାରେ ରଖାଇଲେ । ମହାପ୍ରଭୁଙ୍କୁ ବହୁତ ପଦାର୍ଥମାନ ଦେଲେ । ପଶ୍ଚିମ ଦ୍ୱାର ଫିଟାଇଲେ । ନରିନ୍ଦ୍ର ୩ୟ ପଶ୍ଚିମଦ୍ୱାର ଗଢ଼ାଇ ଦ୍ୱାର ଫିଟାଇଲେ । ଇନ୍ଦ୍ରଦ୍ୟୁମ୍ନ ସର ମଧ୍ୟ ପଥର ବନ୍ଧାଇଳେ । କୋଣାର୍କ କ୍ଷେତ୍ରରୁ ମୁଗୁନି ପଥର ଖମ୍ବ ଆଣି ସିଘଂଦ୍ୱାର ଚକଡ଼ାରେ ରଖାଇଲେ । ଶକାବ୍ଦ୧୭୨୨ରେ ବଡ଼ ଦେଉଳକୁ ଚୂନ ଦେଲେ । ରତ୍ନସିଂହାସନ ପଥର କାନ୍ଥ ବସାଇଲେ । ଏଥିରୁ ଶଙ୍କରାଚାର୍ଯ୍ୟଙ୍କୁ ପଦ୍ମାଚାର୍ଯ୍ୟଙ୍କୁ ବାହାର କରି ଦଖିଣ ଘରେ ରଖିଥିଲେ । ପୁନଶ୍ଚ କେତେଦିନ ଉତ୍ତାରୁ ଏହାଙ୍କୁ ନେଇ ସିଘାଂସନେ ବିଜେ କରାଇଲେ । ବୈଷ୍ଣବେ ଭାଙ୍ଗିଲେ-ଏ ମହାରାଜ ଭୋଗ କଲେ ବ୧୮ର୍ଷ ୧୭୨୧ ।

ମୁକୁନ୍ଦ ଦେବ

୧ମ ଓ ୨ୟ ମତେ-ଏ ଉତ୍ତାରୁ ମୁକୁନ୍ଦ ଦେବ ମହାରାଜା ହୋଇଲେ । ନାଗପୁର ରାଜା ଦେବଗ୍ରାମ ଇଂଗ୍ରାଜିଙ୍କ ସଙ୍ଗେ ଯୁଦ୍ଧକରି ହାରିଗଲେ । ସେଠାରୁ ମହାରାଜାଙ୍କ ୯ଅଙ୍କ ୧୮୦୩ ମସିହାରେ ହୁଣ ନାମକ ଇଂରାଜୀ ବାହାଦୂର ସାହେବ ଦକ୍ଷିଣରୁ ମିଲି ମିଲି ସାହେବ କଲିକତାରୁ ବଡ଼ ଜନରଲ ହାରକୋଟ୍ ସାହେବ ବହୁତ ସନ୍ୟ ଘେନି ଓଡ଼ିଶାକୁ ଆକ୍ରମଣ କଲେ । ମରହଟ୍ଟାମାନେ କଟକରେ ସାମାନ୍ୟ ଯୁଦ୍ଧ କରି ଇଂଗ୍ରାଜିଙ୍କୁ ଓଡ଼ିଶା ଛାଡ଼ିଦେଇ ଗଲେ । ଖୋରଧା ରାଜା ମୁକୁନ୍ଦ ଦେବଙ୍କ ନିକଟକୁ ଇଂରେଜମାନେ ସଂସ୍କାର କରିବା ସକାଶେ ଦୂତ ପଠାଇଲେ । ମୁକୁନ୍ଦ ଦେବ ଶାସନ କରିବା ସକାଶେ ହୃଷ୍ଟ ଥିଲେ । ଏହାଙ୍କ ଦେବାନ ଜୟିରାଜଗୁରୁଙ୍କ ଯୋଗେ ୧୦ଅଙ୍କ ସ୍ନ ୧୮୦୪ ମସିହାରେ ଇଂଗ୍ରାଜୀଙ୍କ ସଙ୍ଗେ ବିରୋଧୀ ହୋଇ ଯୁଦ୍ଧ କଲେ । ମାତ୍ର ଜୟ କରି ନ ପାରି ଗହଣ ସମେତ କଟକ ବାରବାଟିରେ ମୁକୁନ୍ଦଦେବ ବନ୍ଦୀ ହେଲେ । ଇଂଗ୍ରାଜୀ ଜଇ ରାଜଗୁରୁଙ୍କ ପରାମର୍ଶରେ ଯୁଦ୍ଧ ହେବାର ଜାଣି ଏହାଙ୍କୁ ଫାସୀ ଦେଲେ । କେତେକ ଦିନ ଉତ୍ତାରୁ ରାଜାଙ୍କୁ ମେଦିନୀପୁରରେ ରଖିଲେ । ୧୨ଅଙ୍କରେ ମୁକୁନ୍ଦ ଦେବଙ୍କୁ ଖଲାସ ଦେଲେ । ଏହି ରାଜା ଦେଶ ବିଦେଶ ବୁଲି ବହୁତ କଷ୍ଟ ପାଇଲେ ମାତ୍ର ଆଠଗଡ଼ ରାଜାଙ୍କ ଆଶ୍ରୀତ ରହିଲେ । ଏପର ଇଂଗ୍ରାଜିମାନେ ୧୮୧୮ ମସିହାରେ ଖୋରଧା ଓଡ଼ିଶାରେ ସମ୍ପୂର୍ଣ୍ଣ ଅଧିକାର କଲେ । ଶ୍ରୀ ଜଗନ୍ନାଥ ଦେବଙ୍କ ସକାଶେ ଛପନ ହଜାର ଟଙ୍କା ଟ୫୬୦୦୦ ଖଞ୍ଜା କଲେ । ପରୀକ୍ଷାମାନେ ଭୋଗ ଦେଇ ଦେଉଳ ଚଳାଉ ଥିଲେ । ଇଂଗ୍ରାଜୀମାନେ କଟକରେ କଚେରୀ ସ୍ଥାପନ କରି ପୁଲିସ ମୁତାୟନ କରିଥିଲେ । ୨୪ଅଙ୍କ ସ୍ନ ୧୮୧୬ ମସିହାରେ ଏହାଙ୍କ ପାତ୍ର ଜଗବନ୍ଧୁ ଭ୍ରମରବର ରାଏଙ୍କ ସକାଶ ରାଜାଙ୍କୁ ଜେନାମଣିଙ୍କି ମଧ୍ୟ କଟକ ବାରବାଟିରେ ରଖାଇ ଥିଲେ । କାରଣ ଇଂରେଜ କର୍ମଚାରୀଙ୍କ ଶାସନ ନ ମାନି ପାଇକମାନଙ୍କୁ ସାହାର୍ଯ୍ୟ କରି ଇଂରେଜୀଙ୍କ ସଙ୍ଗେ ଯୁଦ୍ଧ ନ କରି ଲୁଚିକରି ଅନେକ ଲୋକ ମାରି ଖଞ୍ଜଣାଖାନା ଲୁଟିକଲେ । ଇଂଗ୍ରାଜ ସନ୍ୟ ସାଜି ଆସିବାରୁ ପଳାଇ ଯାଇ କୁଜଙ୍ଗ କନିକା ରାଜାଙ୍କ ସଙ୍ଗେ ପରାମର୍ଶ କରି ଥିବାରୁ ଇଂଗ୍ରାଜ ଜାଣି ସେ ଦୁଇ ରାଜାଙ୍କ କିଲା ଭାଙ୍ଗି ଜୁରକରି କୁଜଙ୍ଗ ରାଜାଙ୍କୁ ଏକବର୍ଷ ବାରବାଟି କିଲାରେ ବନ୍ଦୀ କରି ରଖିଲେ । ଜଗବନ୍ଧୁ ବିଦ୍ୟାଧରଙ୍କ ସାହାର୍ଯ୍ୟ ବୋଲି ମୁକୁନ୍ଦଦେବକୁ ବନ୍ଦୀ କରି କଟକ ନେଲେ । ମାତ୍ର ସେ ନିର୍ଦ୍ଦୋଷୀ ବୋଲି ପ୍ରମାଣ ପାଇବାରୁ ତାହାଙ୍କୁ ଜଗନ୍ନାଥ ଦେବଙ୍କ ସେବା ପୂଜା ବୁଝିବା ସକାଶେ ମାସକୁ ଟ୨୩୩ଙ୍କା ଖୋରଧା ମାଲିକାନା ସୂତ୍ରେ ଦେଇ ପୁରୁଷାନୁକ୍ରମେ ପୁରୀଠାରେ ରହିବା ସକାଶେ ଗଭର୍ଣ୍ଣମେଣ୍ଟ ଆଜ୍ଞା ଦେଲେ । ଏ ବାରବାଟିରେ ମୁକୁନ୍ଦ ଦେବ ଆବାହନ ହୋଇଲେ । ଏ ରାଜା ଭୋଗକଲେ ବ୧୯ର୍ଷ ।

୩ୟ ପାଞ୍ଜି ମତେ – x x ଦଶ ଅଙ୍କରେ ରାଜାଙ୍କୁ ଘାଟି ଉପରେ ଯୁଦ୍ଧ କରି ଗହଣ ସମେତ ରାଜାଙ୍କୁ ଆଣି କଟକ ବାରବାଟିରେ ରଖିଲେ । କେତେ ଦିନ ଗଲା ଉତ୍ତାରୁ ରାଜାଙ୍କୁ ମେଦିକୀପୁର କିଲାରେ ରଖିଲେ । ଅ ୧୨ ଙ୍କରେ ଛାଡ଼ ହୋଇ ହୋଇ ଶ୍ରୀ ନଅର ସଙ୍ଗେ ଥାଇ ବାଲି ନବରେ ବିଜେ କଲେ । x x x x

 


ପୂଜାବିଧି
କୃତ୍ତିକା ଦୀପାବଳି

ମାର୍ଗଶିର ୪ ଦିନ କୃତ୍ତିକା ଦୀପାବଳି ଯାତ୍ରା ନିମନ୍ତେ ଏ ଦିନ ପୁରୁଷୋତ୍ତମ ବଲ୍ଲଭ ଅବକାଶ ବଢ଼ିଲା ଉତ୍ତାରେ ସଂଝ ଧୂପକୁ ତିନିବାଡ଼େ ବେଶ ହୋଇଲେ, ତଡ଼ାଉ ନାଗି ହୋଇଲେ, ମାଳ ନାଗି ହୋଇଲେ, ଶ୍ରୀମୁଖ କର୍ପୂର ନାଗି ହୋଇଲେ । ଏ ବେଶ ବଢ଼ିଲା ଉତ୍ତାରେ ଭିତରେ ପାଣି ପଡ଼ି ଧୋପଖାଳ ହୋଇ ପାହାଡ଼ ପଡ଼ି ଟେରା ବନ୍ଧା ହୋଇ ସଂଝ ଧୂପ ଭୋଗ କୃତିକା ଦୀପାବଳି ଯାତ୍ରା ଭୋଗ ମଧ୍ୟ ରୋଷରୁ ଛାମୁକୁ ଆସିଲେ । ଏ ଉତ୍ତାରେ ଏ ଭୋଗ ଷୋଡ଼ଶ ଉପଚାର ପୂଜାରେ ମଣୋହି ବାଢ଼ିଲେ । ଧୂପ ଆଳତିମାନ ହୋଇଲେ । ଏ ଉତ୍ତାରେ ଭିତରେ ପାଣି ପଡ଼ି ଧୋପଖାଳ ହୋଇ ପୋଛା ମାରି ସିଘାଂସନ ତଳେ ଉଆଚାଉଳରେ କଦମ୍ବ ଗଛ ୧ ଗୋଟିଏ ହୋଇବ । ଏ ଗଛର ମୂଳ ବଡ଼ ଠାକୁରଙ୍କ ବାଡ଼କୁ ହୋଇବ । ଆଗ ପରମେଶ୍ୱରଙ୍କ ବାଡ଼କୁ ହୋଇବ । ଏ ଗଛ ମୂଳରେ ଘିଅ ଦୀପ ଗୋ ୯ ଟି ବସିବ । ମଧ୍ୟରେ ଗୋ ୯ ଟି ବସିବ । ଆଗରେ ଦୀପ ଗୋ୯ଟି ଗାଏ ଏରୂପେ ଦୀପ ଗୋ୨୭ଟି କର୍ପୂର ଆଳତି ଗୋ୩ଟି ଏରୂପେ ତିରିଶ ଗୋ୩୦ଟି ବସିବ । ଏ ଉତ୍ତାରେ ମୁଦରସ୍ତ ପରମେଶ୍ୱରଙ୍କ ଶ୍ରୀଅଙ୍ଗେ ନାଗି କରାଇଲେ ଦୟେଣା ମା ୩ ଚତୃସମ ଗୋ ୧ ଗାଏ ଏତେକ ନାଗି ବଢ଼ିଲା ଉତ୍ତାରୁ ପଣ୍ଡା ପୀଢ଼ାମାଡ଼ି ବସିୟେ ଦୀପକୁ ପାଣି ଛଡ଼ାଇବେ । ୟେ ସଂସକାର ବଢ଼ିଲା ଉତ୍ତାରେ ପଣ୍ଡା, ପତି, ମୁଦରସ୍ତ ମଧ୍ୟ ବନ୍ଦାପନା କର୍ପୂର ଆଳତି ଦୁର୍ବାକ୍ଷତ ସାତବତୀ ସଂଝ କାହାଳୀ ବନ୍ଦାପନା କରିବେ । ଏ ଉତ୍ତାରେ ତିନି ପାଳିଆ ପଣ୍ଡା ମହାଦୀପ କଳସମାନ ଘେନି ଜୟେ ବିଜେ ଦ୍ୱାରଠାରେ ଉଆଚାଉଳରେ କଦମ୍ବଗଛ ତିନି ଗୋଟି ଭିତର ପାଖେ ହୋଇଥିବ ସେଠାରେ ଏ ପଣ୍ଡା ଘିଅ ବଇଠା ଗୋ୨୭ଟି ସଂସକାର କରିବେ । ଏ ଉତ୍ତାରେ ଏ ମହାଦୀପମାନଙ୍କୁ ଚୂନରାଙ୍କ ହାଥରେ ଦେବେ । ଏ ଉତ୍ତାରେ ଚୂନରା ବଡ଼ ଦେଉଳ ଓଗେର ତିନି ଦେଉଳରେ ମହାଦୀପ ସୋରିଷ ପୁଡ଼ି ମଧ୍ୟ ଜାଳିଲେ । ଏ ଯାତ୍ରା ଏରୂପେ ସମ୍ପୂର୍ଣ୍ଣ ହୋଇଲା ।


ପ୍ରଳମ୍ବାସୁର ବଧ-ଏ ବେଶଯାତ୍ରା

ଭାଦ୍ରବ କୃଷ୍ଣ ଦଶମୀ ଏଦିନ ପାହାନ୍ତି ଆଳତିଠାରୁ ଦୁଇପହର ଧୂପ ସରିବେ । ନିତ୍ୟାନି ନିତି ପ୍ରମାଣେ ହୋଇବ । ଏ ଉତ୍ତାରୁ ପ୍ରଳମ୍ବାସୁର ବେଶ ନିମନ୍ତେ ଖୁଣ୍ଟିଆ ପଶୁପାଳକଙ୍କୁ ଡ଼ାକିବ । ଏମାନେ ଆସି ସିଘାଂସନେ ଉଠି ଗରାବଡୁ ଠାରୁ ହାତୁଆଣି ନେଇ ଭଣ୍ଡାରୁ ନୁଗାମାନ ଏ ମେକପଠାରୁ ନେଇ ଚାଙ୍ଗଡ଼ା ମେକାପଠାରୁ ନଈ ଠୁଳ କରିବେ, ବଳା କରିବେ, ଜାଉତି କରଡ଼ିଆମାନ କରିବେ । ମଧ୍ୟ ଭଣ୍ଡାରୁ ଏ ମେକାପ ଠାରୁ ପାଳିଆ ମେକାପ ନୁଗା, ପାଶ ସୂତା, ଜରି, ତଡ଼ାଇମାଳି, କୁଣ୍ଡଳ, ଓଡ଼ିଆଣୀ, ଚୂଳ, ପତ୍ରିକିଆ ଏମାନ ଦେବ । ଚାଙ୍ଗଡ଼ା ମେକାପ ମଧ୍ୟ ନୁଗା ପାଟ ସୂତା ମଧ୍ୟ ଦେବ । ପଶୁପାଳକ ନିଯୋଗ ବେଢ଼ାରେ ଚିତ୍ରକର ଚିତ୍ର କରିଥିଲା ।

ନିକୁଞ୍ଜ ଲୀଳା

ଭାଦ୍ରବ ଶୁକ୍ଳ ତୃତୀୟାଦିନ ନିକୁଞ୍ଜ ନୀଳା ପ୍ରସ୍ତାପକୁ ଏ ଦିନ ନିକୁଞ୍ଜନୀଳା ପ୍ରମାଣ । ସଂଝ ଧୂପକୁ ପ୍ରମେଶୋରେ ତଡ଼ାଉ ଲାଗି ହୋଇ ବେଶ ହୋଇବେ । ଏଉତ୍ତାରୁ ସଂଝ ଦୀପ ବଢ଼ିଲା ଉତ୍ତାରୁ ମଦନ ଗୋପାଳଦେବଙ୍କୁ ପ୍ରମେଶୋରଙ୍କ ଶ୍ରୀଅଙ୍ଗରୁ ଆଜ୍ଞା ମାଳ ହୋଇ ଲାହୀକଟା ମୋଣ୍ଡୋପେ ଖଟ ଉପରେ ବିଜେ କରାଇ ଏ ଦେବଙ୍କ ଛାମୁରେ ନିକୁଞ୍ଜନୀଳା ପ୍ରସ୍ତାପ ହୋଇ ଭିତରୁ ବିଜେ କରାଇବେ । ଏହା ହରଚଣ୍ଡୀସାହି ଲୋକେ କରିବେ । ଏ ଦିନ ଗୁରୁବାର ପଡ଼ିଲେ-ୟେକାନ୍ତ ପଡ଼ିଆ ।

ପାର୍ଶ୍ୱ ପରିବର୍ତ୍ତନ

ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଏ ସକାଳ ଧୂପ ଭୋଗ ମଣ୍ଡପ ସରିଲା ଉତ୍ତାରୁ ମଇଲମ ବଡ଼ ଏକାଦଶୀ ନିମନ୍ତେ । ବଡ଼ ମହାସ୍ରାହାନ ନିମନ୍ତେ ଘିଅ ୨୫ ପଳ ଲେଖାଏଁ ୭୫ ପଳ । ଦୁଧ ୨୫ ପଳ ଲେଖାଏଁ ୭୫ ପଳ । ଦହି ୨୫ ପଳ ଲେଖାଏଁ ୭୫ ପଳ । ଗୁଡ଼ ୨୫ ପଳ ଲେଖାଏଁ ୭୫ ପଳ । ଖଣ୍ଡ ୨୫ ପଳ ଲେଖାଏଁ ୭୫ ପଳ । ମହୁ ୨୫ ପଳ ଲେଖାଏଁ ୭୫ ପଳ ଗାଏ ଏତକରେ ମହାସ୍ରାହାନ ହୋଇ, ପାଣି ଲାଗି ହୋଇବେ । ଶ୍ରୀଅଙ୍ଗ ପୋଛା ହୋଇବେ । ଏ ମହାସ୍ରାହାନ ପଣ୍ଡା ଦେଖି ଘିଅ ଓଗର ମପାଇବେ ଶୁଦ୍ଧସୁଆର, ଗରାବଡ଼ୁ, ପତ୍ରୀବଡୁ ମଧ୍ୟ ଏମାନେ ମହାସ୍ରାହାନ ସାମଗ୍ରୀ ରୋଷ ମେକାପ ସରଘରଠାରୁ ଆଣିବେ । ଶୁଦ୍ଧସୁଆର ପାଣି ପକାଇ ପୂଜା ଠା କରି ଏ ସାମଗ୍ରୀ ଏମାନେ ବାଢ଼ିବେ । ଶୁଦ୍ଧସୁଆର ପଣ୍ଡାଙ୍କୁ ଡାକିବେ । ଏ ଆସି ପୂଜା ବସି ପଞ୍ଚଉପଚାର ପୂଜାରେ ପୂଜା କରି ଧୂପଦୀପ ଦେଇ ମହାସ୍ରାହାନ କରାଇବେ । ଏ ଉତ୍ତାରୁ ଖୁଣ୍ଟିଆ ମଇଲମକୁ ପଶୁପାଳକକୁ ଡାକିବ । ଏ ଆସି ସୁଘାଂସନେ ଉଠି ଗରାବଡୁଠାରୁ ହାତୁଆଣି ଦେଇ ମଇଲମ କରିବେ । ଏ ଉତ୍ତାରୁ ଖୁଣ୍ଟିଆ, ପଣ୍ଡା, ପତି,ମୁଦରସ୍ତଙ୍କୁ ଡକିବ । ଏମାନେ ଗରାବଡୁ ମଧ୍ୟ ଚନ୍ଦନ ପୂରୋଇ ଶ୍ରୀକପଡ଼ା ଘୋଡ଼ାଇ ବଢ଼ାଇ ଦେବ । ଏ ଉତ୍ତାରୁ ଛତା,ଘଣ୍ଟା, କାହାଳି ବାଜିବ । ଦ୍ୱାର ଦେଇ ଜଗମୋହନ ଗରୁଡ଼ଙ୍କ ଆଗ ଦେଇ ଜ, ବିଜେ ଦ୍ୱାର ବାଟେ କାଠ ବାହାରି ଭିତରକୁ ମିଜେ କରି ସିଘାଂସନେ ବିଜେ କରାଇବେ । ବସି ସଂସକାର କରି ପାଳିଆ ପଶୁପାଳକେ ମିଶି ସର୍ବାଙ୍ଗ ଲାଗି କରାଇଲେ ଏ ସର୍ବାଙ୍ଗକୁ ଘଟୁଆରି ନେବ । ଭଣ୍ଡାର ନୂଆ ନୁଗା ନାଗି ନୋହି ନିତ୍ୟାନି ନିତି ପ୍ରମାଣେ ବେଶ ହୋଠିବେ । ଏ ଉତ୍ତାରୁ ଦୁଇପହର ଧୂପ ସରି ପହୁଡ଼ିବେ । ଏ ଉତ୍ତାରୁ ଅପହୁଡ଼ ହୋଇ ନିତ୍ୟାନି ନିତି ପ୍ରମାଣେ ସଂଝ ଧୂପ ସରିବ । ଏ ଉତ୍ତାରୁ ପବିତ୍ର ଅଧିବାସ ନିମନ୍ତେ ଅନନ୍ତ ପୁରୁଷୋତ୍ତମଙ୍କଠାରେ ଦେଉଳ ପୁରୋହିତ ଏ ଅଧିବାସ ବିଧି କର୍ମ କରିବେ । ଏ ଉତ୍ତାରୁ ପର୍ବଯାତ୍ରୀ ଯୋଗାଣିଆ ଅଧିବାସ ସାମଗ୍ରୀ ଘେନି ଏଠାରେ ରହି ଶୁଦ୍ଧସୁଆର ଏ ସାମଗ୍ରୀ ଦେଉଥିବ । ଏ ଶୁଦ୍ଧସୁଆର ପୂର୍ଣ୍ଣକୁମ୍ଭ ଏକ ଗୋଟି ଥାପିବ । ଏ ଉତ୍ତାରୁ ଶୁଦ୍ଧସୁଆର ପୂଜା ଠା କରିବ । ଦେଉଳ ପୁରୋହିତ ବରୁଣ ପୂଜା କରିବେ । ଏ ଉତ୍ତାରୁ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇବ । ଏ ଉତ୍ତାରୁ ଶ୍ରୀଠାକୁରଙ୍କ ନାଗସଗୋତ୍ର ପ୍ରମାଣେ ସଂକଳ୍ପ କରିବେ । ଏ ଉତ୍ତାରୁ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇବ । ଏ ଉତ୍ତାରୁ ଗମ୍ଭାରି ସମିଧରେ ବିଧି ପ୍ରମାଣେ ହୋମ କରିବେ । ଏ ରୂପେ ଏଠାରେ ନିତି ହୋଇ ଥିବାର ଭିତର ପରମେଶ୍ୱରଙ୍କ ନିତ୍ୟ ନିତ୍ୟାନି ପ୍ରମାଣେ ଚନ୍ଦନ ଲାଗିଠାରୁ ବଡ଼ସିଘାଂର ଭୋଗ ସରିବେ । ଏ ସରିଲା ଉତ୍ତାରୁ ପବିତ୍ରା ଅଧିବାସ ନିମନ୍ତେ ଭଣ୍ଡାରେ ଏ ମେକାପ ମୂଳେ ପାଟରା ଦେଇଥିବା ମହାପ୍ରଭୁଙ୍କ ବାଡ଼କୁ ପବିତ୍ରା ଗୋଟା ହି ହା୬ତ ଗୋ୧ଟିଏ, ଏହା୫୍ୟତ ଗୋ୧ଟିଏ, ଏ ହା ୪ତ ଗୋ୧ଟିଏ ଏରୂପେ ମହାପ୍ରଭୁଙ୍କ ବାଡ଼କୁ ଗୋ୩ଟି । ବଡ଼ବାଡ଼କୁ ଏ ମହାପ୍ରଭୁଙ୍କ ସମାସା ଏ ଗୋ୩ଟି । ଠାକୁରାଣୀଙ୍କ ବାଡ଼କୁ ହା୫ତ ଗୋ୧ଟିଏ ଏ ହା୫ତ ଗୋ୧ଟିଏ, ଏ ହା୪ତ ଗୋ୧ଟିଏ ଏରୂପେ ଗୋ୩ଟି, ଏରୂପେ ଗାଏ ତିନି ବାଡ଼କୁ ନଅଗୋଟି । ବନମାଳା ତିନିବାଡ଼କୁ ତିନିଗୋଟି । ଏରୂପେ ଏମାନ ଭଣ୍ଡାର ଦ୍ୱାରଠାରେ ଏ ମେକାପମୂଳେ ଦେବ । ଏ ଉତ୍ତାରୁ ମେକାପ ମୂଳେ ପର୍ବଯାତ୍ରା ଯୋଗଣିଆ ବାଉଁଲ ଚାଙ୍ଗୁଡ଼ୀ ତିନି ଗୋ୩ଟି ଦେବ । ଏ ଉତ୍ତାରୁ ଆସ୍ଥାନି ପଢ଼ିଆରି ଚାଙ୍ଗଡ଼ାରୁ ନେବ । ଏ ଭଣ୍ଡାର ମେକାପକୁ ଦେବ । ଏ ତିନି ଚାଙ୍ଗୁଡ଼ିରେ ଚେମେଡ଼ି ପକାଇ ଏଥିରେ ବାଡ଼ ବାଡ଼ କରି ପବିତ୍ରା ବନମାଳ ମଧ୍ୟ ଚାଙ୍ଗୁଡ଼ୀ ଗୋଟି୧କେ ପବିତ୍ରା ଗୋ୩ଟି ବନମାଳ ଗୋ୧ଟିଏ ଏରୂପେ ଚାରିଗୋଟି ଲେଖାଏ ତିନି ଚାଙ୍ଗୁଡ଼ିରେ ବାର ଗୋ୧୨ଟି ସାଇତି ରଖିବ । ଏ ଉତ୍ତାରୁ ଖଟସେଜ ଘରୁ ଖଟ ସେଜ ମେକାପ ଖଟ ସେଜ ବାହାର କରି ଅରଗଳି କାଠଠାରେ ରଖିବେ । ଏ ଉତ୍ତାରୁ ଏ ଖଟସେଜ ଘରେ ଶୁଦ୍ଧ ସୁଆର ପାଣି ପକାଇ ପୂର୍ଣ୍ଣ କୁମ୍ଭ ଗୋଟିଏ ସ୍ଥାପି ରଖିବ ଉତ୍ତର ପାଖ କାନ୍ଥ ପାଖରେ । ଏତ୍ତାରୁ ଦେଉଳ ପୁରୋହିତ ଆସି ଏଠାରେ ମୁରୁଜ ପକାଇ ଦେବେ ତିନି ଚାଙ୍ଗୁଡ଼ି ରହିବାକୁ । ମୁରୁଜ ମଣ୍ଡଳ କାଟିବେ । ଏ ମୁରୁଜ ଶୁଦ୍ଧ ସୁଆରକୁ ପର୍ବଯାତ୍ରା ଯୋଗାଣିଆ ଦେଇଥିବ ଏ ଉତ୍ତାରୁ ଭଣ୍ଡାର ମେକାପ ଏ ମଣ୍ଡଳ ଉପରେ ରଖିବ । ଏ ଉତ୍ତାରୁ ଦେଉଳ ପୁରୋହିତ ଆସ୍ତାନ ପଢ଼ିଆରୀଠାରୁ ପତନି, ମାଳ, ଚନ୍ଦନ ବଢ଼ାଇଦେବେ । ଏ ସଂସକାର କରି ଏ ଚାଙ୍ଗୁଡ଼ୀରେ ପବିତ୍ର ବନମାଳ ଉପରେ ଲାଗି କରିବେ । ଏ ଉତ୍ତାରୁ ଶୁଦ୍ଧ ସୁଆର ପାଣି ପକାଇ ଏ ଚାଙ୍ଗୁଡ଼ୀରେ ପୂଜା ଠା କରି ତିନି ପନ୍ତି କରି କୋରା ତିନିସରା କଦଳୀ ପତ୍ର ଉପରେ ବାଢ଼ିବ । ଏ ଶୀତଳ ଭୋଗକୁ କୋରା ପର୍ବଯାତ୍ରା ଯୋଗାଣିଆ ଦେବ ତିନି ସରା । ଏ ଉତ୍ତାରୁ ଦେଉଳ ପୁରୋହିତ ପୂଜା ବସି ପଞ୍ଚ ଉପଚାର ପୂଜାରେ ଧୂପ ଦୀପ ଦେଇ ଶୀତଳ ଭୋଗ ମୁଣୋହିଂ କରାଇବେ । ଏ ମୁଣେହିଂ ବେଳକୁ ଆସ୍ତାନ ପଢ଼ୀଆରୀ ଟେରା ଧରିଥିବ । ଏ କୋରା ଶୁଦ୍ଧ ସୁଆର ଭଣ୍ଡାର ମେକାପ ଆସ୍ଥାନ ପଢ଼ୀଆରୀ ଦେବ । ଏ ଉତ୍ତାର ଭଣ୍ଡାର ମେକାପ ରୂପା ପିଙ୍ଗଣ ତିନିଗୋଟି ନେଇ ତିନି ଚାଙ୍ଗୁଡ଼ୀରେ ପବିତ୍ରା ବନମାଳକୁ ମଧ୍ୟ ଘୋଡ଼ାଇବ । ଏ ଉତ୍ତାରୁ ଏ ଦ୍ୱାର ମୁଦି ହୋଇବ । ମଦନ ମୋହନ ମୁଦରେ ଏ ଅଧିବାସ ନିତି ଏ ରୂପେ ସମ୍ପୂର୍ଣ୍ଣ ହୋଇଲେ । ଏ ଦିନ ଅନନ୍ତଙ୍କଠାରେ ବରଣ ହୋମକୁ ମଧ୍ୟ କୋଠ ସୁଆର ଶିଘଂ ପୀଢ଼ା ରୂଖା ଓଗର ଦେବ ।

X X X

ପାରୁଶ ପରିବର୍ତ୍ତନମନ୍ତେ ଏ ଦିନ ବଡ଼ ସିଘାଂର ଭୋଗ ସରି ଅଧିବାସ ବଢ଼ିଲା ଉତ୍ତରୁ ଭିତରେ ସିଗାଂସନ ତଳେ ଶୁଦ୍ଧ ସୁଆର ପାଣି ପକାଇ ମହାସ୍ରାହାନ ନିମନ୍ତେ ପୂଜା ଠା କରିବ । ଏ ଉତ୍ତାରୁ ସୁଆର ବଡୁ ଗରାବଡ଼ୁ ଶୁଦ୍ଧ ସୁଆର ରୋଷ ଆଡ଼ୁ ଯାଇ ପଣ୍ଡା ଥାଇ ଘିଅ ମପାଇବେ । ଏ ଉତ୍ତାରୁ ଏମାନେ ରୋଷ ମେକାପ ସରଘରଠାରୁ ବଡ଼ ମହାସ୍ରହାନ ସାମଗ୍ରୀ ଆଣିବେ । ଘିଅ ପ୍ଲ ୨୫ ଲେ ୭୫ ପ୍ଲ, ଗୁଡ଼ ପ୍ଲ ୨୫ ଲେ ୭୫ ପ୍ଲ , ଦହି ପ୍ଲ ୨୫ ଲେ ପ୍ଲ ୭୫, ଦୁଧ ପ୍ଲ ୨୫ ଲେ ପ୍ଲ ୭୫, ଖଣ୍ଡ ପ୍ଲ ୨୫ ଲେ ପ୍ଲ ୭୫ ଏହିରୂପେ ଓଳିମାନଙ୍କରେ ତିନିଓଳି ଲେଖାଏଁ ନଅଓଳି ଲେଖାଏ ଏ ବାଡ଼େକେ ବାଢ଼ିବେ । ତିନିବାଡ଼କୁ ୨୭ ଓଳି । ଏ ଉତ୍ତାରୁ ଶୁଦ୍ଧ ସୁଆର ପଣ୍ଡାକୁ ଡ଼ାକିବ । ଏ ଆସି ପୂଜାରେ ବସି ପଞ୍ଚ ଉପଚାର ପୂଜାରେ ମହାସ୍ରାହାନ କରିବେ । ଏ ମହାସ୍ରାହାନ ପୂଜା ଠା ବେଳେ ଖଟୁଲୀସେବକ ଅବକାଶ ଖଟୁଲୀ ନେଇ ଛାମୁରେ ରଖିବ । ଏ ଖଟୁଲୀକି ଚାଙ୍ଗଡ଼ା ମେକାପଠାରୁ ଶ୍ରୀକପଡ଼ା ନେଇ ପକାଇବ । ଏଥିରେ ଆବାହାନ ହୋଇବେ । ଏ ମହସ୍ରାହାନ ବଢ଼ିଲା ଉତ୍ତାରୁ ଖୁଣ୍ଟିଆ ମଇଲମକୁ ତିନିପାଳିଆ ପଶୁପାଳକକୁ ଡ଼ାକିବ । ଏ ଆସି ସିଂଘାସନ ଉପରେ ଉଠି ହାତୁଆଣୀ ନେଇ ମଇଲମ ନାଗି କରି ନୁଗା ନାଗି ହୋଇବେ । ଏ ଉତ୍ତାରୁ ଖୁଣ୍ଟିଆ ସର୍ବାଙ୍ଗ ନିମନ୍ତେ ପଣ୍ଡା ମଦରସ୍ତଙ୍କୁ ଡ଼ାକିବ । ଏମାନେ ଚନ୍ଦନ ଘରଠାକୁ ଯିବେ । ଗରାବଡ଼ୁଠାରୁ ହାତୁଆଣୀ ନେବେ । ଏ ଉତ୍ତାରୁ ଘଟୁଆରି ଭଣ୍ଡାରୁ ନେଇଥିଲା ରୂପା ପିଙ୍ଗଣ ଏଥିରେ ଚନ୍ଦନ ସାଇତି ରଖିବ ଚାଙ୍ଗଡ଼ା ମେକାପଠାରୁ ଶ୍ରୀକପଡ଼ା ନେଇ ଏ ପିଙ୍ଗଣ ଉପରେ ଘୋଡ଼ାଇବ । ଏ ପିଙ୍ଗଣ ପଣ୍ଡା ପତି ମୁଦରସ୍ତଙ୍କୁ ବଢ଼ାଇ ଦେବ । ଏ ସଙ୍ଗେ ପାଳିଆ ଖୁଣ୍ଟିଆ ଥାଇ ଛତା ଘଣ୍ଟା କାହାଳୀ ବାଜି ବଟ ମୂଳ ଦ୍ୱାର ଦେଇ ଜଗମୋହନ ବାଟେ ଜୟ ବିଜେ ଦ୍ୱାର ଦେଇ ଭଣ୍ଡାର ଦ୍ୱାରଠାରେ କାଠ ବାହାରି ଚନ୍ଦନ ଭିତରକୁ ବିଜେ କରାଇ ନେଇ ଅଖଣ୍ଡା ମେକାପ ବଇଠା ଦେଖାଇଥିବ । ସିଘାଂସନେ ବିଜେ କରାଇବେ । ଏ ଉତ୍ତାରୁ ସିଗାଂସନେ ଉଠି ସଂସକାର କରି ସର୍ବାଙ୍ଗ ନାଗି କରାଇ ପଶୁପାଳକେ ମିଲି ନାଗି କରାଇବେ । ଇତି ।

 

ବଡ଼ଦେଉଳ ଚୂନ ହୋଇବା ଯୋଗେ

ଶ୍ରୀ ନରସିଙ୍ଗ ଦେବ ମହାରାଜାଙ୍କ ଅ୧୯ଙ୍କ ଧନୁ ଦି୨୨ନଠାରୁ ଅ୨୧ଙ୍କ ଧନୁ ୨୫ ସରିକି ବରସେ । ୧।୦।୩ କୁ ଦି ୩୬୮ କୁ ଶ୍ରୀପୁରୁଷୋତ୍ତମ ନଅରେ ଦକ୍ଷିଣ ପାରୁଶେ ଛାମୁରେ ନାରଣ ରାଏଗୁରୁ ମହାପାତ୍ର କନାଇ ବିଦ୍ୟାଧର ମହାପାତ୍ର ବନମାଳୀ ରାଉତରା ମହାପାତ୍ର ମଧ୍ୟ ଥାଇ ନିଜ ପଟନାୟକ ଭିଆଣ କରିଦେବା ପ୍ରମାଣେ ବଡ଼ଦେଉଳ ଦୁଇଗୋଟି ଚୂନ ଲଗାଇବାକୁ ଜଗନ୍ନାଥ ମହାପାତ୍ର ମୂଳେ ଭିଆଣ କରି ଦେଲା –

 

ଚୂନ ସ୍ୱାସଁକୁ ଅନୁକୁଳ ମହାପ୍ରସାଦ ମୃ ୧୦୦୦କୁ

କା ୧୦୦

ସିପି ୯୦୦୦ କୁ ଏ ଭ ୧ କୁ କାଲେ

କା ୫୪୦୦

ଘିଅ କୁ ୪୫୦୦ କୁ ଏ କୁ ୧ କୁ କା ଲେ

କା ୪୫୦୦

ଯେନାପୁରୀ କୁଞ୍ଚାରେ ମଥା ଦହୀକୁ ୩୫୦୦ କୁ କା ଲେ

କା ୩୫୦୦

ବାଲି ଅରଯ ଗୁଡ଼ ବା ୩୮୯୦ କୁ ଏ ବି କୁ ପା ।/ଲେ

କା ୧୨୧୩

ମଳେ କଣ୍ଡ ବି ୨୦୦୦ କୁ ଏ ବା ୧ କୁ ପା ଲେ

କା ୪୫୦

ଗାଏ

କା ୫୧୬୩

ଅଙ୍ଗାର ଭ ୭୦୦୦ ଏ ଭ ୧ କୁ କା ୧ ଲେ

କା ୭୦୦୦

ନିକ ବାଲି ଭ ୨୦୦୦

କା ୨୫୦

ମଙ୍ଗରାଜ ଦଶମାଣ ନଉତିରେ ବିରୀ ଭ ୮ କୁ

 

      ଏ ଭ୧କୁ କା ୩୦ ଲେ

କା ୨୪୦

ମେଥି ଚାଳିଶ ମଅଣକୁ ଏ ମ ୧ କୁ କା ୭ୟ ଲେଖାଏ

କା ୩୦୦

ଅଏଁଳା ବି ୨୦୦୦ କୁ ଏ ବି ୧ କୁ ପ/୧୦ ଲେଖାଏ

କା ୧୮୭ୟ

ଚାଞ୍ଚ ପୁ ୧୯କୁ ଏ ପୁ ୧ କୁ କା ୪ ଲେଖାଏ

କା ୭୬

ନାଞ୍ଜୀ ବାଉଁଶ ଗୋ ୪୫୦୦୦ କୁ ଏ ଗୋ ୧୦୦ କୁ

 

                  କା ୩ ଲେଖାଏ

କା ୧୪୦୬ ।

ଚାରିପାଖ ଚାରବନ୍ଧାକୁ କାଠ ଓଗେର ଗୋକୁ

କା ୧୬୪୭୧୦-

ଗଏଳ ୪୫୦ କୁ କା ୯୫୧ ୧୦ହି

 

ଏକା ୩୨ ଲେ ଗୋ ୧୧୬କୁ ଏ ଗୋ ୧କୁ କା ୨ ୧୦ଲେ

କା ୩୩୧୩ ୧୦

ଏକା ୩୦ ଲେ ଗୋ ୧୧୦କୁ ଏ ଗୋ ୧ କୁ କା ୨। ଲେ

କା ୨୪୯ୟ

ଏକା ୨୮ ଲେ ଗୋ ୧୧୧କୁ ଏ ଗୋ ୧କୁ ୨ କା ଲେ କା ୨୨୨

 

ଏକା ୨୭ ଲେ ଗୋ ୧୧୧କୁ ଏ ଗୋ୧କୁ କା ୧ୟ ଲେ କା ୧୬୬ୟ

 

ଗାଏ କା ୪୫୦ କୁ

କା ୯୫୧ ୧୦

ଏ ଚାରିପଟାକୁ ମୁଣ୍ଡି କାଠ ଗୋ ୨୨୮ କୁ କା ୬୦୦

 

 

 

ଶ୍ରୀ ରାମଚନ୍ଦ୍ର ଦେବଙ୍କ ଅ ୯ ଙ୍କ ବଡ଼ଦେଉଳ ଚୂନ ହୋଇଲା ଯୋଗେ

ବିଛା ଦି ୬ନେ ମାର୍ଗସିର କୃ ୨ ବୁଧବାରେ ତଲପ କଲିକତା ରହଣି ବଙ୍ଗାଳି ନୁଣୀଆ ଚୌଧୁରୀ ବଡ଼ଦେଉଳରେ ଚୂନ ଆସି କଲାକୁ ଶ୍ରୀଠାକୁରଙ୍କ ଆଗ୍ୟାଂ ପ୍ରମାଣେ ଦୁଇ ପ୍ରହର ଧୂପ ବଢ଼ିଲା ଉତ୍ତାରୁ ପଣ୍ଡା ତିନି ପାଳିଆ ତିନିଗୋଟା ନେଇ ଜୟ ବିଜଏ ଦ୍ୱାର ଦେଇ ବଟଦ୍ୱାର ବାଟେ ବିଜେ କରାଇ ନେଇ ଦେଉଳ ପଶ୍ଚିମ ପାଖେ ପାହାଡ଼ା ଘର ପାଅଛ କଣରେ ଗାଡ଼ ହୋଇ ପଥର ଭରାଣ୍ଡିଆ ପଡ଼ି ତିନି ବଢ଼ାଇ ମହାରଣାଙ୍କ ହାଥକୁ ଦେଲେ । ଏ ମହାରଣାମାନେ ଖମ୍ବରେ ଦେଇ ଚାର ନିମନ୍ତେ ପୋତିଲେ । ଏଥିଆଗହୁଁ ଦେଉଳ ପୁରୋହିତ କୁସ ମହାପାତ୍ରେ ଓଗେର ବରଣ ପୂଜା କରି ବ୍ରହ୍ମା ଆଚାର୍ଯ୍ୟ ଜ୨ ସେସ୍ତିବାଚନ ଜ ୭ ଏରୂପେ ଜ୯ଣ ବରଣପୂଜା କରିଥିଲେ । ଏ ଉତ୍ତାରେ ଆଗ୍ୟାଁମାନ ହୋଇଲେ ଏହିଠାରୁ ସ୍ୱାସଁ ଲାଗିଲା ପଶ୍ଚିମଦ୍ୱାର କୋଇଲିଆଡ଼େ ଗାଢ଼ ଖୋଳା ଚନ ରହିଲା- ଚାର କପିକଳ ଲମ୍ବାଇ ଖମ୍ବ ବାଉଁସମାନ ଉପରକୁ ଉଠି ପିଢ଼ ପିଢ଼ ହୋଇ ଚାରପିଢ଼ ବନ୍ଧା ହୋଇଲା- ଏ ଦେଉଳ ପଦୁ ପୁଷ୍ଟି ତଳରେ ଇଟାକୁଣ୍ଡମାନ ହୋଇ ଚୂନ ପସିଲା । ଏ ବିଛା ଦି୬ନ ଠାରୁ କୁମ୍ଭ ଦି ୩୦ ସୁଧା ଚାର ଦହୀ ନଉତୀ ପରିଜନ୍ତେ ଚାର ଲାଗିଲା- ଏ ଉତ୍ତାରୁ

କନକ ମୁଣ୍ଡେଇ ରୂପା ଖମ୍ବ ହୋଇଲା ଯୋଗେ

ଶ୍ରୀ ମୁକୁନ୍ଦ ଦେବ ମହାରାଜାଙ୍କ ରାଜ୍ୟେ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ରାଜ୍ୟେ ସିଘାଂସନ କନକମୋଣ୍ଡପ ଆଗ ଖମ୍ବ ଖୋଳ ପଇଠକୁ ୧ ।

ଏ ଅ୧୯ଙ୍କ ମୁଥୁନ ଦି୧୩ନେ ଟିକିଲି ଜଗଦେବ ସିଂହାସନ କନକ ମୁଣ୍ଡେଇ ପଇଠ ଦେଳାକୁ୧ । ଏ କନକ ମୁଣ୍ଡେଇ ସିଂହାସନ ଆଗ ଦୁଇ କାଠ ଖମ୍ବରେ ରୂପା ଖୋଳ କରାଇ ଦେଲେ ମାନ ପରିଚ୍ଛା ତ୍ରିଲୋଚନ ପଟନାୟକେ ସରଦାର ଗୋର୍ଦ୍ଧନ ପଟନାୟକେ ସରଦାର ଗୋବର୍ଦ୍ଧନ ପଟନାୟକେ ମଧ୍ୟ ଯାଇ ଦଖିଣି ଘର ବେହରଣ ଠାରେ ଦସ ମସାକୁ କନ୍ଥ କରି ସେର ତରାଜୁରେ ତୋଳାଇଲେ - ବଣିଆ ବନମାଳୀ ସାଉ କଟାଳରେ ତୁଳ ଦୁଇ ଖମ୍ବକୁ ରୂପାନଳି ଗୋ୧୬.....କୁ ମା ୩୧୩୧ । ୯

 

ଏ ଗୋ ୧ କୁ                              ମା ୧୯୦ । ୨

ଏ ଗୋ୧ କୁ                              ମା ୨୦୩ । ୫

ଏ ଗୋ ୧ କୁ                              ମା ୧୯୧ । ୨

ଏ ଗୋ ୧ କୁ                              ମା ୨୧୨ । ୨

ଏ ଗୋ ୧ କୁ                              ମା ୨୦୫ । ୨

ଏ ଗୋ ୧ କୁ                              ମା ୧୯୬ । ୧

ଏ ଗୋ ୧ କୁ                              ମା ୧୮୭ । ୨

ଏ ଗୋ ୧ କୁ                              ମା ୨୦୭ । ୭

ଏ ଗୋ ୧ କୁ                              ମା ୨୦୧ । ୨

ଏ ଗୋ ୧ କୁ                               ମା ୧୮୮ । ୨

ଏ ଗୋ ୧ କୁ                              ମା ୧୯୬ । ୨

ଏ ଗୋ ୧ କୁ                              ମା ୧୯୩ । ୨

ଏ ଗୋ ୧ କୁ                              ମା ୧୯୮ । ୨

ଏ ଗୋ ୧ କୁ                              ମା ୧୯୧ । ୨

ଏ ଗୋ ୧ କୁ                              ମା ୧୮୬ । ୨

ଏ ଗୋ ୧ କୁ                              ମା ୧୮୪ । ୨

...ଗାଏ ଗୋ ୧କୁ                              ମା ୩୧୩୧ ।୯

ଏ ସିଂହାସନ ଆଗ ଉପର ଚନାଟ ପାଟିରେ ରୂପା ପାତିଆ ଅଧାପାତ୍ର ମା ୩୬୧ ।୪

ଏ ଖ ୨ କୁ ମା ୧୮୧ । ୨

ଏ ଖ ୨ କୁ ମା ୧୮୩ । ୨

...ଖ ୪ କୁ ମା ୩୩୬୧ । ୪

... ଗାଏ ପ ୨ ଦକୁ ନଳି ଓଗେର ମୃ ୨୦ ତୀକୁ ମା ୩୪୯୩ ।୩

ଏହା ମିଥୁନ ଦି୨୧ନେ ଦେଲେ । ଦଖିଣି ଖମ୍ବରେ ରୂପାବଳା ଗୋ୧ଟାକୁ ମା ୨୦ । ୭

ଚୌକ ସେଣୀରେ ରୂପା ପରତିଆ ଗ ୧କୁ ମା ୨୦

.. ଗାଏ ମା ୪୦ । ୭

ଉତ୍ତର ପାଣି ପାଟିଆରେ ମା ୨ ।୨

...ଗାଏ ମା ୪୨ । ୯

ଗାଏ ପଦ ୫ କୁ ମା ୩୫୩୬ । ୨

ଛାମୁ ଚିଟାଉର ନମୁନା

ରାମଚନ୍ଦ୍ର ଦେବଙ୍କ ଅ ୧୭ ଙ୍କ ଧନୁ ଦି୪ନ ଝାଡ଼ଖଣ୍ଡ ରାଜା ହରି ମହାପାତ୍ର ଝାଡ଼ଖଣ୍ଡ କରୋମାଳ ପାଟଣା ଗଡ଼ର ରାଜା ହରି ବିଦ୍ୟାଧର ମହାପାତ୍ର ଯେ ଦରଶନକୁ ଆସିଛନ୍ତି ସେ ଆମ୍ଭ ପିତା ଦନାଇ ବିଦ୍ୟାଧର ମହାପାତ୍ରଙ୍କର ପୂର୍ବ ମହାରାଜା ଗୋବିନ୍ଦ ବିଦ୍ୟାଧର ମହାପାତ୍ରଙ୍କର ମଧ୍ୟ ଭାଇ ହୁଅନ୍ତି ଏ ତିନି ଜଣ ଯଦୁବଂଶ ଛତ୍ରୀ । ଏହାଙ୍କ କୁଳ ପଦ୍ଧତି ସିଂହ ଥିଳା । ଏମାନେ ପଶ୍ଚିମରୁ ଆସି ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣ ତଳେ ଆଶ୍ରା କରିବାରୁ ଶ୍ରୀମହାପ୍ରଭୁଙ୍କ ଆଗ୍ୟା ପ୍ରମାଣେ ରହି ସାଢ଼ି ଦେଇ ବିଦ୍ୟାଧର ମହାପାତ୍ର ପଦ ଓଡ଼ିଶା ମହାରାଜାଙ୍କ ଦକ୍ଷିଣ କଟକାଇରେ ସାହାଯ୍ୟ କଲାରୁ ତାଙ୍କୁ ଅନୁଗ୍ରହ କରି ଝାଡ଼ଖଣ୍ଡ କରୋମାଳ ପଟଣା ପ୍ରଦାନ କରି ସେ ଝାଡ଼ଖଣ୍ଡରେ ରାଜା କରିଥିଲେ । ଏହି ହରି ବିଦ୍ୟାଧର ମହାପାତ୍ରଙ୍କୁ ମୀନକେତନ ଚିହ୍ନ କଟାଇ ପଗଡ଼ି ମଧ୍ୟ ସନ୍ତକ ଦିଆଗଲା ।

ଭୋଗମଣ୍ଡପର ରୋବକାରୀ ପରୋଓ୍ୟାନାର ନକଲ

ନାଏକ ଭଗ ମାହାସିଆର ଉପରେ ଏ ରବକାରି ମିସ୍ତର ହେନରୀ ଚାରଲସ ହମଲତନ ସାହେବ ମେଯଷ୍ଟରେ ଟ । କୀ । ଯନୋବୀ- ଜି- କଟକ ତା ୮ ରିଖ ଦିସମ୍ବର ସ୍ନ ୧୮୪୨ ମସିହା-

ଏହି ରୋବକାରୀରେ ହୁକୁମ ହେଲା କି ଏ ରୋବକାରୀ ନକଲ ମନ୍ଦିର ସଂପ୍ରଷ୍ଟ୍ରଙ୍କ ଠାକୁ ପରୋଓ୍ୟାନା ଜରୀଆରେ ବଟୀଆ ଯାଉ କି ଶ୍ରୀ ଜୀଉଙ୍କ ଧୂପମାନଙ୍କରେ ବହୁତ ଅଭଡ଼ା ନ ତୋଳାଇ ପଅତି ତିନି ଗୋଟା ୩ଟା ଲେଖାଏ ଭୋଗମଣ୍ଡପ କରାଇ ତହିଁରେ ଯଜମାନୀ ଅଭଡ଼ା ସବୁ ତୋଳାଇବେ- ଯଦ୍ୟପି ସେ ହେତୁରୁ କେହି ମନୀସ୍ୱ ଯଖମୀ କିମ୍ବା ଖରାପ ହୁଅଇ ଜବାବ ଦେହହୀ ଆପଣା ଉପରେ ଜାଣିବେ- ଓ ଥାନା ଦାରୋଗା ନାମରେ ପରୋଓ୍ୟାନା ହେଉ କି ସେ ଏ ହୁକୁମ ତାମିଳି ହେବା ବିଷୟରେ ନୀଘା ରଖିବ-

ଏ ରୋବକାରୀ ସଙ୍କେତେ ମହାରାଜା ସାହେବଙ୍କଠାରୁ ପରୋଓ୍ୟାନା ତା ୮ ରିଖ ଦିସମ୍ବର ସନ ୧୮୪୨ ମସିହା ଯିତୁ ସିଙ୍ଗଠାରୁ ପାଇଁ ଓ୍ୟାକବ ଧନୁ ଦି ୩୦ନେ ରୋବକାରୀ ପରୋଓ୍ୟାନା ଫେରସ୍ତ ।

ଏଦିନ ତଲପ ଶ୍ରୀ ଠାକୁରଙ୍କ ଆଗ୍ୟାଁ ପ୍ରମାଣେ ଏ ଦିନଠାରୁ ଧୂପରେ ତୋଳା ନୋହି ପ୍ରତ୍ୟହ ଭୋଗମଣ୍ଡପ ଗୋ ୩ଟା ହୋଇଥିଲା ।

 

ମାଦଳାପାଞ୍ଜିର ଅନୁରୂପ

ଅନ୍ୟ ଏକ ପାଞ୍ଜି

ଶ୍ରୀ ଶୁଭମସ୍ତୁ । ଶ୍ରୀ ଜମ୍ବୁଦ୍ୱୀପେ ମହୋଦଧି ଉତ୍ତର ଖଣ୍ଡେ ମେଦମେଦା ପୃଥିବୀରେ ବରାହ ସଂହିତାୟାଂ ଚୁଡ଼ଙ୍ଗ ବାଣରାଶୀ କ୍ଷେତ୍ର ମଧ୍ୟରେ ପଞ୍ଚୁ କଟକ ଉତ୍ତର ଦିଶେ ଅଖଣ୍ଡଳର ମଧ୍ୟେ ଶ୍ରୀ ମେଦାମେଦାୟା ବରତ ସଙ୍ଗେ ଶ୍ରୀ ଶାସ୍ତ୍ର ଉକ୍ତେ ବାଣରାଶୀ ମଧ୍ୟ ମଥୁରା ମଧ୍ୟେ ଶ୍ରୀ ନୀଳଗିରି କନ୍ଦରେ ବଡ଼ ଦେଉଳ ଦକ୍ଷିଣ ପାଶ୍ୱର୍ରେ ବାରବାଟି ମଣ୍ଡୋପରେ ଚୁଡ଼ଙ୍ଗ ମଣ୍ଡଳ ପାଖେ ଶ୍ରୀ ପୁରୁଷୋତ୍ତମ ନାମ ମୁକ୍ତିମଣ୍ଡପରେ ଶ୍ରୀ ଠାକୁରେ ଫାଲ୍ଗୁନ ଶୁକ୍ଳ ପୌର୍ଣ୍ଣମୀ ଦିନ ଦୋଳିରେ ବିଜୟ କରି ଅଛନ୍ତି । ତେତିଶକୋଟି ଦେବତାୟେ ବିଜୟେ କରି ଅଛନ୍ତି । ବ୍ରହ୍ମା ଆସି ଦେବଧୁନି କରୁଅଛନ୍ତି । ଇନ୍ଦ୍ରଦେବ ପହଣ୍ଡି ମଣୋହି ଧରି ଉଭା ହୋଇ ଅଛନ୍ତି । ବରୁଣ ଦେବତା ରତ୍ନଚାଙ୍ଗୁଡ଼ି ଧରି ଶ୍ରୀ ଛାମୁରେ ଉଭା ହୋଇ ଅଛନ୍ତି । ରତ୍ନଝରୀରେ ଗଙ୍ଗାଦେବୀ ନୀର ଧରି ଉଭା ହୋଇ ଅଛନ୍ତି । ଚନ୍ଦ୍ରଦେବତା ଶୀତଳ ମଣୋହି ଧରି ଉଭା ହୋଇଅଛନ୍ତି । ସୂର୍ଯ୍ୟଦେବତା ସୁବର୍ଣ୍ଣ ବେତ ଧରି ପଡ଼ିହାରୀ ଛାମୁରେ ଭଉା ହୋଇଅଛନ୍ତି । ଯମ ଦେବତା ଖଦି ଚାମର ପକାଉ ଅଛନ୍ତି । ନାରଦ ମହାମୁନି ବୀଣା ଯନ୍ତ୍ର ବଜାଉ ଅଛନ୍ତି । ଚିତ୍ରଗୁପ୍ତ ମାଦଳା ପାଞ୍ଜି କାଖେ ଧରି ଅଛନ୍ତି । ଜମେଶ୍ୱର ଲିଙ୍ଗ ଫୁଲ ଚାଙ୍ଗୁଡ଼ା ଧରି ଛାମୁରେ ଉଭା ହୋଇ ଅଛନ୍ତି । ମାରକଣ୍ଡେଶ୍ୱର ଲିଙ୍ଗ ଚଉଦଳ ପକାଉ ଅଛନ୍ତି । ମହାରୁଦ୍ର ଚନ୍ଦ୍ରଶେଖର ଉଭା ହୋଇଅଛନ୍ତି । ହି ପ୍ରମାଣେ ତେତ୍ରିଂଶ କୋଟି ଦେବତାୟେ ଶ୍ରୀ ଛାମୁରେ ଉଭା ହୋଇଅଛନ୍ତି । ଚଉଷଷ୍ଠି ଯୋଗିନୀ ନବ କୋଟି କାନ୍ତାନୀ ଯେ ଯାହାର ସେବାରେ କଟି ଅଛନ୍ତି । ନାରଦ ମହାମୁନି ବୀଣା ଯନ୍ତ୍ର ବଜାଉ ଅଛନ୍ତି । ପଞ୍ଚ ରତ୍ନର ପ୍ରତିମାମାନେ ଶ୍ରୀ ଅଙ୍ଗକୁ ଫଗୁ ପକାଉ ଅଛନ୍ତି । ଯେମନ୍ତ ସମୟେ ଶ୍ରୀଠାକୁରଙ୍କ ଠାକୁ ପୌର୍ଣ୍ଣମୀ ଯାତ୍ରା ଦେଖିବାକୁ ବୃହସ୍ପତି ଛାମୁରେ ଉଭା ହୋଇ ନବୀନ ପାଳକ ପାଞ୍ଜି ଘେନି ଶ୍ରୀ ଛାମୁକୁ ଅଇଲେ । ବୃହସ୍ପତିଙ୍କୁ ଦେଖି ଶ୍ରୀ ଠାକୁରେ ସନ୍ତୁଷ୍ଟ ହେଲେ । ବୃହସ୍ପତି ଛାମୁରେ ଉଭା ହୋଇ ଶ୍ଳୋକ ପଢ଼ିଲେ- ଜମ୍ବୁଦ୍ୱୀପଃ ପ୍ଳକ୍ଷଃ କ୍ରୌଞ୍ଚଃ ଶାକଃ ଶାଳ୍ମଳିରେବଚ । କୁଶଶ୍ଚ ପୁଷ୍କରଶ୍ଚୈବ ସପ୍ତଦ୍ଦୀପାଃ ଚ ମେଦିନୀ । ଶ୍ରୀ ଜଗନ୍ନାଥ ହରି ଭଗତ ନିସ୍ତାରଣ । ବୈକୁଣ୍ଠ ଉପେକ୍ଷି ଗୋପପୁରେ ଜନ୍ମ ହୋଇ କଂସ କେଶୀ ଜାମଳାକୁ ମାରି । ଗୋବର୍ଦ୍ଧନ ଗିରି ବାମକରେ ଧରି । ଇନ୍ଦ୍ରଗର୍ବ ଚୂର୍ଣ୍ଣ କରି ମହୀଭରା ନିବାରି । ବୃନ୍ଦାବନେ ଗୋପୀ ଗୋପାଳଙ୍କୁ ଘେନି ଫାଲ୍ଗୁନ ଶୁକ୍ଳପକ୍ଷେ ଚାଚେରିରେ ଖେଳି । ଅମରାଧି ବଅନ୍ଦ ଘେନି ପାଦପଦ୍ମେ ସେବା କରି । ଫଗୁ ଘେନି ଶ୍ରୀ ଅଙ୍ଗେ ଲେପନ କରି । ଦଣ୍ଡ ଛତ୍ର ଚାମର ଧରି । ସ୍ୱର୍ଗପୁର ଗମନ କରି । ବଉଦ ରୂପେ ଅବତରି । ଶ୍ରୀକରେ ଶଙ୍ଖ ଚକ୍ର ଧରି । ମୁକ୍ତିମଣ୍ଡପେ ଦୋଳିରେ ବିଜେ କରି । ତଣ୍ଡୁଳ ଅକ୍ଷତ ଜାଣି। ଶ୍ରୀ ଠାକୁରେ ବୃହସ୍ପତିଙ୍କି ବୋଇଲେ ଶ୍ରୀ ମୁଖ ଆଗ୍ୟାଁ ଦେଲେ । କହ ହେ ଦେବଗୁରୁ ନବୀନ ଜ୍ୟୋତିଷ ଶାସ୍ତ୍ର ଆଗମ ବର୍ତ୍ତମାନ । ଭବିଷ୍ୟ ଗ୍ରହଣ ଅନିଅତ ସଂଚାର । ଭଲ ମନ୍ଦ ବରଷା ଲକ୍ଷଣ । ରାଶି ଆୟ ବ୍ୟୟ ସକଳ କଥା ସଂଚପି କହ । ଶ୍ରୀ ମୁଖୁ ଏସନ ବଚନ ଶୁଣି ବଚନ ବୋଲୁ ଅଛନ୍ତି ଦେବଗୁରୁ ବାଣୀ । ଭୋ ଦେବ ଦେବ ସର୍ବୋପରି ଠାକୁର ଅନନ୍ତ କୋଟି ଠାକୁର ଆହେ ମହାପ୍ରଭୁ । ଏଥକୁ ସକଳ କଥା ଛାଡ଼ି ଏ ନବୀନ ପାଳକ ପାଞ୍ଜି ସାବଧାନ ହୋଇ ଶୁଣିବା ହେଉ । ସତ୍ୟ, ତ୍ରେତୟା, ଦ୍ୱାପର, କଳି ୟେ ଚାରିଯୁଗ ମଧ୍ୟରେ ଚାରି ଯୁଗରେ ମନୁଏ । ଚାରି ମନୁରେ କଳ୍ପେ । ଏକସ୍ତରୀ କଳ୍ପରେ ବ୍ରହ୍ମାଙ୍କୁ ଦିବସ ଗୋଟିଏ । ଦିଗ ଗୋଟିକେ ଚଉଦ ଇନ୍ଦ୍ର ନାଶ ଗଲେ ବିଷ୍ଣୁଙ୍କର ଦଣ୍ଡେ ୧ । ବଳାରାମଙ୍କୁ ଅର୍ଦ୍ଧଦଣ୍ଡେ । ଈଶ୍ୱରଙ୍କୁ ମୁହୂର୍ତ୍ତେ ନିରାକାରଙ୍କର କ୍ଷଣେ । ଏହିପରି ପୃଥିବୀରେ ଆତଯାତ ହେଉ ଅଛନ୍ତି । ଏଥକୁ ଶ୍ରୀ ଜମ୍ବୁଦ୍ୱୀପ ବିସ୍ତାର ଲକ୍ଷେ ଯୋଜନ ୧୦୦୦୦ । ଏଥକୁ ଲବଣ ସମୁଦ୍ର ବେଢ଼ି ରହିଅଛି ଚାଳିଶ ଲକ୍ଷ ଯୋଜନ ୪୦୦୦୦୦୦ । ଏଥିକୁ କୁଶଦ୍ୱୀପ ବିସ୍ତାର ତିନିଲକ୍ଷ କୋଡ଼ିଏ ସହସ୍ର ଯୋଜନ । ଏଥକୁ ଦଧି ସମୁଦ୍ର ବେଢ଼ି ରହିଛି ଲକ୍ଷେ ପଞ୍ଚାଶ ସହସ୍ର ଯୋଜନ । ଏମନ୍ତେ ସାତଦ୍ୱୀପକୁ ସାତ ସମୁଦ୍ର ବେଢ଼ି ରହିଅଛି । ଏଥିରେ ବିଷ୍ଣୁଙ୍କର ଅନନ୍ତ ଶଯ୍ୟା ବ୍ରହ୍ମଙ୍କର ସ୍ଥାନ । ପୃଥ୍ୱୀର ସ୍ଥାନ । ସୀମାବଳି ଅଷ୍ଟକଳା । ସମୁଦ୍ର ତିନି କୋଣ । ପୃଥିବୀ କୋଣେ । ଏହି ପୃଥ୍ୱୀ କୋଣ ମଧ୍ୟରେ ନବଖଣ୍ଡ ମେଦିନୀ । ବାର ଆଦିତ୍ୟ ୧୨ । ଷୋଳ ଚନ୍ଦ୍ର । ଧାରା ନବଧାରା । ଗଗନେ ଦୁତି ତାରା । ଛଡ଼ ଋତୁ । ଚଉଦ ଭୁବନ । ବ୍ରହ୍ମାଣ୍ଡ ଅଠର ଖଣ୍ଡ । ଆଠ ନାଗ । ଚନ୍ଦ୍ର ସୁର୍ଯ୍ୟ ଦୁଇ । ପୁଷ୍ପ ତିନି । ଯୁଗ ଚାରି । ନବଲକ୍ଷ ତାରା । ଶିବଶକ୍ତି ଦୁଇ । ଅଭୀଷ୍ଟ କୋଡ଼ିଏ । ବିଦ୍ୟା ଚଉଦ । ରୂପ ତିନି । ତମ ଚାରି । ଅଗ୍ନୀଧ୍ର ସାଧ୍ୟ ଅସାଧ୍ୟ ଘେନି ବିଷ୍ଣୁଅଂଶେ ଜାତ ହୋଇଲେ । ସେ ରାଜାର ନବସୂତ ହୋଇଲା । ସେ ରାଜା ପୃଥ୍ୱୀ ନବଖଣ୍ଡ କରି ନବ ପୁତ୍ରଙ୍କୁ ବାଣ୍ଟିଦେଲା । ଆକାଶ ଦେବତା ଅଙ୍ଗୁଳରେ ଦୁଇଶ ଛୟାଣୋଇ ଅଙ୍ଗୁଳି ଲେକା ୨୯୬ । ପଞ୍ଚରତ୍ନ ଆଭରଣ । ଅଷ୍ଟାଙ୍ଗ ଆକାର । ଲକ୍ଷଣ ବତିଶ ୩୨ । ରାଗ ବୟାଳିଶ ୪୨ । ଶ୍ରୌତ ରାଗ ଷୋହଳ । ବର୍ଣ୍ଣ ଆଠଲକ୍ଷ । ପକ୍ଷି ନବଲକ୍ଷ ସ୍ଥାନ ଆଠ । ଯୁଗ ଚାରି । ଧାରା ନଅ (୯) । ସତ୍ୟଯୁଗ ଆଦି ବ୍ରହ୍ମାଣ୍ଡ ଶୟନ ଏ ନବ ପୁତ୍ରଙ୍କୁ ବାଣ୍ଟି ଦେଲେ । ଜଣକେ ଏଗାର ସହସ୍ର ଯୋଜନ ଲେଖାରେ ୧୧ । ଏ ରାଜା ପଦ୍ମପାଦ ଆଶ୍ରେ କଲା । ବ୍ରହ୍ମା ସମୁଦ୍ର ଭିଆଇଲେ । ତିନି ତେତିଶ କୋଟି ଦେବତା ଭିଆଇଲେ । କୋଟିଏ ଲକ୍ଷେ ଯୋଜନରେ ଏଥିକି ଷଡ଼ଋତୁ ଭିଆଇଲେ । ହେମ ଶିଶିର ବସନ୍ତ ଗ୍ରୀଷ୍ମ ବରଷା ଶରତ ଭିଆଇଲେ । ଏ ଷଡ଼ଋତୁ ଦି ମାସ ଲେଖାରେ ବାରମାସରେ ବରଷେ କଲେ । ସୂର୍ଯ୍ୟ ଦେବତାଙ୍କୁ ରଖିଲେ ଲକ୍ଷେ ଯୋଜନରେ ୧୦୦୦୦୦ । ଚନ୍ଦ୍ର ଦେବତାଙ୍କୁ ରଖିଲେ ଦି ଲକ୍ଷ ଯୋଜନରେ ୨୦୦୦୦୦ । ନକ୍ଷତ୍ରମାନଙ୍କୁ ରଖିଲେ ତିନିଲକ୍ଷ ଯୋଜନରେ ୩୦୦୦୦୦ । ଏବେ ଯୁଗର ପ୍ରମାଣ କହିବା ।

ସତ୍ୟ ଯୁଗ ଯେ ସତର ଲକ୍ଷ ଅଠାଇଶ ସହସ୍ର ବର୍ଷ ୧୭୨୮୦୦୦ । ଏ ଯୁଗ ଜନ୍ମ ହେଲା ମାଘ ଶୁକ୍ଳ ସପ୍ତମୀ ଦିନ ଗୁରୁବାରେ । ସୂର୍ଯ୍ୟୋଦୟ ବେଳ ଦଶ ଦଣ୍ଡଠାରେ ମିଥୁନ ଲଗ୍ନରେ ରୋହିଣୀ ନକ୍ଷତ୍ରେ ଜନ୍ମ ହେଲା । ଏ ଯୁଗରେ ଧର୍ମ ଚାରିପାଦ ୪ । ମିଛ ନାହିଁ । ଏ ଯୁଗେ ମନୁଷ୍ୟମାନେ ବଢ଼ନ୍ତି ସତର ହାତ ୧୭ । ଏ ଯୁଗରେ ରାଜାମାନେ ଭୋଗକଲେ ୫ ଲକ୍ଷ ବର୍ଷ । ଏ ରାଜାଏ ବଡ଼ ଚକ୍ରବର୍ତ୍ତୀ ହେଲେ । ସ୍ୱର୍ଗକୁ ଧାଡ଼ି ଦେଲେ । ଇନ୍ଦ୍ରାଦି ଦେବତାମାନେ ଗୁହାରି କଲେ ମହାପ୍ରଭୁଙ୍କୁ । ଦେବତାମାନଙ୍କ ଦୁଃଖ ଦେଖି ମହାପ୍ରଭୁ ଅବତାର ହେଲେ । ବଳିରାଜାଙ୍କ ଦୁଆରକୁ ଗଲେ । ମଞ୍ଚପୁରକୁ ଆଚ୍ଛାଦିଲେ ପାଦେ । ତାହା ଦେଖି ରାଜା ତରସ୍ତ ହେଲା । ବୋଇଲେ ତୋହର ପାଦ ନାହିଁ ମୋହର ଭୂମି ନାହିଁ । ତହିଁକି ମହାପ୍ରଭୁ ନାଭିରୁ ପାଦେ ଜାତକଲେ । ସେ ପାଦ ଦେଖି ବଳିରାଜା ମସ୍ତକ ପୋତି ଦେଲେ । ସେହି ପାଦେ ବଳିରାଜାକୁ ପାତାଳ ଦିବ୍ୟପୁରେ ରଖିଲେ । ବେଣୁ ରାଜା ଭୋଗକଲେ ଲକ୍ଷେ ବର୍ଷ ୧୦୦୦୦୦ । ଏ ରାଜା ବେଣୁ ଲଗାଇଲେ । ବ୍ରହ୍ମା ଧନୁ ନିର୍ମିତ କଲେ । ଗଛ ପବଖଣ୍ଡି ବେଣୁ କଲେ । ପୁଷ୍ପକ ନନ୍ଦିନୀ ଯେ ରାଧିକା ତାହାକୁ ମୋହିବା ନିମିତ୍ୟେ ସେ ବେଣୁ କୃଷ୍ଣଙ୍କ ଦେଲେ । କୋଦଣ୍ଡ ଶ୍ରୀରାମଙ୍କୁ ଦେଲେ । ଶାରଙ୍ଗ ଧନୁ ଶ୍ରୀ ଜଗନ୍ନାଥଙ୍କୁ ଦେଲେ । ଗାଣ୍ଡିବ ଧନୁ ଇନ୍ଦ୍ରଙ୍କୁ ଦେଲେ । ରାଜା କୁଲା କୁଣ୍ଢେଇ ସିଇଁ କରି ଉଦର ପୋଷିଲେ । ପରଜାଙ୍କୁ ପୀଡ଼ା ନ କଲେ । ତାହାଙ୍କ ଭାରିଯା ପଦ୍ମିନୀ ପଦ୍ମପତ୍ରେ ଚାଲିଯାଇ ପାଣି ଆଣନ୍ତି । ତାହାଙ୍କ ପାଦ ନ ତିନ୍ତଇ । ଏ ରାଜା ମୁଣ୍ଡ କାଟିଲା ସହସ୍ରାର୍ଜୁନର । ଏ ଉତ୍ତାରୁ ମାନଧାତା ଭୋଗକଲେ ୩ ଲକ୍ଷ ବର୍ଷ । ଏ ରାଜା ଡାହାଣ ଗୋଡ଼େ ଘଣ୍ଟ ବାନ୍ଧିଲେ । ଜଗତ୍ର ବୁଲିଲେ । ପର୍ଶୁରାମ ଭୋଗକଲେ ଲକ୍ଷେ ବର୍ଷ । ଏ ରାଜା ପୃଥିବୀ ଏକଛତ୍ର କଲେ । ଶ୍ରୀରାମଙ୍କୁ ହାରିଲେ । ପିତା ବୋଲକରି ମାତା ମୁଣ୍ଡ କାଟିଲେ । ଶକ୍ୟ ଅନୁକ୍ରମେ ବିଶ୍ୱାମିତ୍ରଙ୍କୁ ଦାନ କଲେ । ଏ ଉତ୍ତାରେ ହରିଶ୍ଚନ୍ଦ୍ର ଦେବ ଭୋଗକଲେ ଦୁଇଲକ୍ଷ ଅଠାଇଶ ସହସ୍ର ବର୍ଷ । ଏ ବଡ଼ ଦାନୀ ଥିଲେ । ଦାନ ଦେଇ ବଡ଼ କଷ୍ଟ ପାଇଲେ । ସମସ୍ତ ସାମରାଜ୍ୟ ଯାଦବ ବଳ ଏ ସମସ୍ତଙ୍କୁ ଘେନି ସ୍ୱର୍ଗକୁ ଗଲେ । ଅଧା ସ୍ୱର୍ଗରେ ରହିଲେ । ଗାଏ ଛଅ ରାଜାରେ ଭୋଗ କଲେ ସତରଲକ୍ଷ ଅଠାଇଶ ସହସ୍ର ବର୍ଷ । ଏବେ ତ୍ରେତୟାଯୁଗ ପ୍ରବେଶ ହୋଇଲା । କାର୍ତ୍ତିକ ଶୁକ୍ଳପ୍ରତିପଦା ସୋମବାର ତୁଳ ସାତଦିନେ ତ୍ରେତୟା ଯୁଗ ଜନ୍ମ ହେଲା । ଏ ଯୁଗରେ ଧର୍ମ ୩ ପାଦ । ପାଦେ ପାପ । ମନୁଷ୍ୟମାନେ ବଢ଼ନ୍ତି ତେର ହାଥ । ଏ ଯୁଗରେ ରାଜାମାନେ ଭୋଗ କଲେ । ପ୍ରଥମେ ଶକମନୁ ଭୋଗକଲେ ଚାଳିଶ ସହସ୍ର ବର୍ଷ । ହରିମନୁ ଭୋଗକଲେ ଦୁଇଲକ୍ଷ ଚାଳିଶ ସହସ୍ର ବର୍ଷ । ଯୁଗମନୁ ଭୋଗ କଲେ ଦୁଇ ସହସ୍ର ବର୍ଷ । ତରଙ୍ଗ ଦେବ ଭୋଗକଲେ ଆଠଲକ୍ଷ ବର୍ଷ । ନୃପମନୁ ଭୋଗକଲେ ଦୁଇ ସହସ୍ର ବରଷ । କବିପଦ କେଶରୀ ଭୋଗକଲେ ଦୁଇ ସହସ୍ର ବରଷ । ଇଚ୍ଛାମନୁ ଭୋଗକଲେ ସହସ୍ରେ ବରଷ । ଭଗୀରଥ ଭୋଗକଲେ ଚାରି ସହସ୍ର ବରଷ । ଏ ରାଜା ଗଙ୍ଗାକୁ ବୁହାଇଲେ । ଅଜଦେବ ଭୋଗ କଲେ ୨ ଲକ୍ଷ ବର୍ଷ । ଦଶରଥ ଭୋଗ କଲେ ନଉ ସହସ୍ର ବର୍ଷ । ଶ୍ରୀ ରାମଚନ୍ଦ୍ର ଭୋଗ କଲେ ଏଗାର ସହସ୍ର ବର୍ଷ । ଏ ରାଜା ବନବାସ କଲେ । ସୀତାଙ୍କୁ ହରାଇଲେ । ରାବଣକୁ ମାଇଲେ । ଲବକୁଶ ଭୋଗ କଲେ ନଅ ସହସ୍ର ବରଷ । ଜନକ ଦେବ ଭୋଗ କଲେ ୧୦ ସହସ୍ର ବର୍ଷ । ଗାଏ ଅଠର ରାଜା ଭୋଗ କଲେ ବାରଲକ୍ଷ ଛୟାଣୋଇ ସହସ୍ର ବର୍ଷ । ଏବେ ଦ୍ୱାପର ଯୁଗ ପ୍ରବେଶ ହୋଇଲା । ଆଠ ଲକ୍ଷ ଚାଳିସ ସହସ୍ର ବର୍ଷ । ଏ ଯୁଗରେ ଧର୍ମ ଦୁଇ ପାଦ । ପାପ ଦୁଇ ପାଦ । ମନୁଷ୍ୟମାନେ ବଢ଼ନ୍ତି ନଅ ହାତ ଲେଖାରେ । ଏ ଯୁଗରେ ରାଜାମାନେ ଭୋଗ କଲେ । ନଗଦେବ ଭୋଗ କଲେ ତିନି ସହସ୍ର ବର୍ଷ । ଧ୍ରୁବଦେବ ଭୋଗ କଲେ ଦୁଇ ସହସ୍ର ବର୍ଷ । ଶ୍ରୀ ମଦନ ଦେବ ଭୋଗ କଲେ ଛଅ ସହସ୍ର ବର୍ଷ । ଶୁକ୍ରଦେବ ଭୋଗ କଲେ ଲକ୍ଷେ ପାଞ୍ଚ ସହସ୍ର ବର୍ଷ । ନକୁଳ ଦେବ ଭୋଗ କଲେ ୫ ସହସ୍ର ବର୍ଷ । ଶ୍ରୀପତି ଦେବ ଭୋଗ କଲେ ୫ ସହସ୍ର ବର୍ଷ । ଯଜ୍ଞଦେବ ଭୋଗ କଲେ ସହସ୍ରେ ବର୍ଷ । ଅକଳିତ ଦେବ ଭୋଗ କଲେ ଦୁଇ ସହସ୍ର ବର୍ଷ । ଦାଶରଥି ଦେବ ଭୋଗ କଲେ ଅୟୁତେ ପାଞ୍ଚ ସହସ୍ର ବର୍ଷ । ଯଯାତି ଦେବ ଭୋଗ କଲେ ଚାରି ଅୟୁତ ପାଞ୍ଚ ସହସ୍ର ବର୍ଷ । ରଘୁଦେବ ଭୋଗ କଲେ ପାଞ୍ଚଶ ପଞ୍ଚାଶ ବର୍ଷ । ମଦନ ଦେବ ଭୋଗ କଲେ ଚାରି ସହସ୍ର ବର୍ଷ । କଷ୍ୟପଦେବ ଭୋଗ କଲେ ଶଏ ଷାଠିଏ ୧୬୦ ବର୍ଷ । ବସନ୍ତ ଦେବ ଭୋଗ କଲେ ତିନିଶ କୋଡ଼ିଏ ବର୍ଷ । ସୁରଙ୍ଗ ଦେବ ଭୋଗ କଲେ ଚାରି ଅୟୁତ ବର୍ଷ । ପଣ୍ଡୁଦେବ ଭୋଗ କଲେ ଚାରିଶ ବୟାଅଶୀ ବର୍ଷ । ଧୃତରାଷ୍ଟ୍ର ଭୋଗ କଲେ ତିନିଶ ସତୁରି ବର୍ଷ । ଦୁର୍ଯ୍ୟୋଧନ ଭୋଗ କଲେ ଦୁଇଶ ନଉ ବର୍ଷ ୨୯୦ । ଯୁଧିଷ୍ଠିର ଭୋଗ କଲେ ଚାରିଶବର୍ଷ । ଗାଏ ଚଉବିଶି ରାଜା ଭୋଗ କଲେ ଦ୍ୱାପର ଯୁଗ ଆଠଲକ୍ଷ ଚଉଷଠି ସହସ୍ର ବର୍ଷ ।

ଏ ଉତ୍ତାରେ କଳିଯୁଗ ପ୍ରବେଶ ହେଲା । ଜ୍ୟେଷ୍ଠ ଶୁକ୍ଳ କୃଷ୍ଣପକ୍ଷ ବୃଷ ଅଣନ୍ତିରିସ ଦିନେ ରବିବାର ଦିନ ବେଳ ୨୩ ଦଣ୍ଡ ଠାରେ କୃତ୍ତିକା ନକ୍ଷତ୍ରେ କଳିଯୁଗ ପ୍ରବେଶ ହେଲା । କଳିଯୁଗ ଜନ୍ମାଦି ଚାରିଲକ୍ଷ ବତିଶ ସହସ୍ର ବର୍ଷ । ଏ ଯୁଗେ ରାଜାମାନେ ଭୋଗ କଲେ । ଏ ଯୁଗେ ଧର୍ମ ପାଦେ । ପାପ ତିନି ପାଦେ । ମନୁଷ୍ୟମାନେ ବଢ଼ନ୍ତି ତିନି ହାତ ଦିପା । କଳିଯୁଗ ରୂପ କେମନ୍ତ ଅଟଇ । ବିଭୂତି ବିଲେପନ ହୋଇଛି । ଭାର୍ଯ୍ୟାକୁ କାନ୍ଧରେ ବହିଅଛି । ମାତାକୁ ହାତ ଧରି ଓଟାରୁଅଛି । ଏହା ଦେଖି ଯୁଧିଷ୍ଠୀର ସହଦେବଙ୍କୁ ପଚାରିଲେ । ଆହେ ସହଦେବ ମନ୍ତ୍ରୀ, ଏ କିଏସେ ଅଟେ । ସହଦେବ ହୋଇଲେ ଭୋ ପ୍ରଭୁ! କଳିଯୁଗ ଅଟଇ । ଏହାକୁ ବାନ୍ଧ ବୋଲି ଭୀମକୁ ବୋଇଲେ । ଧାଇଁ ଯାଇଁ ଭୀମ ତାକୁ ଖଟ ଖୁରାରେ ବାନ୍ଧି ପକାଇଲେ । କଳିଯୁଗ ବାନ୍ଧିବାର ବାରବର୍ଷ ଭୋଗକଲେ । କଳିକି ବାନ୍ଧିବାଠାରେ କଳି ଦ୍ୱନ୍ଦ କରଇ । ଏହା ଦେଖି ଯୁଧିଷ୍ଠିର ସ୍ୱଦେହ ଘେନି ସ୍ୱର୍ଗକୁ ଗଲେ । ପରୀକ୍ଷିତ ରାଜା ଭୋଗକଲେ ପାଞ୍ଚଶ ତିରିସ ବରସ । ଏ ରାଜା ବଡ଼ ଭାଗ୍ୟବନ୍ତ ହେଲେ । ଜନ୍ମେଜୟ ଭୋଗକଲେ ଚାରି ସହସ୍ର ବରଷ । ଏ ରାଜା ପିତା ଛଳେ ସର୍ପଯଜ୍ଞ କରି ସର୍ପମାନଙ୍କୁ ମାଇଲେ । ଏ ରାଜାଙ୍କର ପୁଅ ଶଙ୍କର ଦେବ ଭୋଗ କଲେ ପାଞ୍ଚଶ କୋଡ଼ିଏ ବରଷ । ଏ ରାଜା ଗୌତମୀ ତୀର୍ଥକୁ ଗଲେ । କର୍ଣ୍ଣଦେବ ଭୋଗ କଲେ ତିନିଶ ତିରିସ ବର୍ଷ । ଦକୁଳ ଦେବ ଭୋଗ କଲେ ପାଞ୍ଚଶ ଦଶବର୍ଷ । ସଉରି ଦେବ ଭୋଗ କଲେ ଦୁଇଶ ବର୍ଷ । ମହିଦେବ ଭୋଗକଲେ ତିନି ସହସ୍ର ବର୍ଷ । ଏ ରାଜା ସବୁଠାରେ ମିତ୍ରପକ୍ଷ ହେଲ । ଶଶଙ୍କ ଦେବ ଭୋଗକଲେ ନଉବର୍ଷ । ଏ ରାଜା ଶଶିଠାର କଲେ । ତିମିର ଦେବ ଭୋଗ କଲେ ଅଶିୟେ ବର୍ଷ । ଭୋଜ ରାଜା ଭୋଗକଲେ ଶହେ ତିରିଶ ବର୍ଷ । ଏ ରାଜା ନାନା ଉପାୟ କଲେ । ଏ ରାଜା ଢେଙ୍କି କଲେ । କପାଖାଇ କଲେ । ଅରଟ କଲେ । ଅରଟ ପାଟି କଲେ । ବୀର ବିକ୍ରମାଦିତ୍ୟ ଭୋଗ କଲେ ଶହେ ବର୍ଷ । ଏ ରାଜାକୁ ଅଷ୍ଟବେତାଳ ସାହା ହେଲେ । ଏ ତିନିପୁର ବାରତା ଜାଣନ୍ତି । ବଟକେଶରୀ ଭୋଗକଲେ ନଉ ବରଷ । ଏ ରାଜା ଚାରି କଡ଼ାରେ ଗଣ୍ଡାଏ କଲେ । ୫ଗଣ୍ଡାରେ ବୋଡ଼ିଏ କଲେ । ଚାରି ବେଡ଼ିରେ ପଣେ କଲେ । ଷୋଳ ପଣରେ କାହାଣେ କଲେ । ଟଙ୍କାକୁ ଦି କାହାଣ ପଣ କଲେ । ଭୀମ ଦେବ ଭୋଗ କଲେ ପାଞ୍ଚଶ ବରଷ । ଚଣ୍ଡ ଦେବ ଭୋଗ କଲେ ନଉ ବରଷ । ଏ ରାଜା ଚଣ୍ଡିମାନଙ୍କୁ ବନ୍ଦୀ କଲେ । ସର୍ବଜ୍ଞ ଦେବ ଭୋଗ କଲେ ନଉ ବର୍ଷ । ଇନ୍ଦ୍ରଦ୍ୟୁମ୍ନ ଭୋଗ କଲେ ବାରବର୍ଷ ରାଜା ବଡ଼ ଦେଉଳ ତୋଳାଇଲେ । ଗାଲମାଧବ ଭୋଗ କଲେ ଛୟାଣୋଇ ବର୍ଷ । ଏ ବଡ଼ଦେଉଳ ବାଲି ଖୋଳାଇଲେ । ଇନ୍ଦ୍ରଦ୍ୟୁମ୍ନ ପୁଣି ଭୋଗ କଲେ ଦଶବର୍ଷ- ପାଞ୍ଚ ମାସ । ଏ ରାଜା ମହାପ୍ରଭୁଙ୍କୁ ବଡ଼ ଦେଉଳରେ ବସାଇଲେ । ଏଠାରୁ ପାଣ୍ଡବ ବଂଶ ନିଶୋଧନ ହେଲା । ଏବେ କେଶରୀ ବଂଶ ପ୍ରବେଶ ହେଲେ । ମରତ କେଶରୀ ଭୋଗ କଲେ ପାଞ୍ଚ ବର୍ଷ । କର୍ଣ୍ଣ କେଶରୀ ଭୋଗ କଲେ ଚଉବନ ବର୍ଷ । ନୃପ କେଶରୀ ଭୋଗ କଲେ ସତତିରିଶ ବର୍ଷ । ଧ୍ରୁବ କେଶରୀ ଭୋଗ କଲେ ପଞ୍ଚତିରିଶ ବର୍ଷ । ପଦ୍ମ କେଶରୀ ଭୋଗ କଲେ ପଞ୍ଚାବନ ବର୍ଷ । ଚଣ୍ଡ କେଶରୀ ଭୋଗ କଲେ ତେପନ ବର୍ଷ । ଏ ରାଜା ଭୁବନେଶ୍ୱର ଦେଉଳ ତୋଳାଇଲେ । ବି ରି ନାମେ ପେଖରୀ ଖୋଳାଇଲେ । ବକନୃସିଂହ ଭୋଗ କଲେ ପଞ୍ଚାବନ ବର୍ଷ । ଏଠାରୁ କେଶରୀ ବଂଶ ନିଶୋଧନ ହେଲେ । ଏବେ ଚୁଡ଼ଙ୍ଗ ବଂଶ ପ୍ରବେଶ ହେଲେ । ଚୁଡ଼ଙ୍କ ଦେବ ଭୋଗ କଲେ ଚଉଷଠି ବର୍ଷ । ଏ ରାଜା ସମସ୍ତ ଗୋସାଣୀମାନଙ୍କୁ ବନ୍ଦୀ କଲେ । ବିରଜା, ଗୋସାଣୀ, କାଳିକା, କାମଚଣ୍ଡୀ, ସର୍ବମଙ୍ଗଳା ଏ ପାଞ୍ଚଙ୍କୁ ବଡ଼୍ଦୀ କରି ନ ପାରିଲେ । ଏ ରାଜା ପ୍ରଥମେ କଟକ କଲେ ଦୁତୀୟ ଅମରାବତୀ ପୁର କଲେ । ୩ୟେ ଚାରି ଦ୍ୱାର କଲେ । ଚତୁର୍ଥେ ବାଣରାଶି କଟକ କଲେ । ପଞ୍ଚମେ ଅଙ୍ଗ ଦେଶ କଲେ । ଷଷ୍ଠେ କାଶୀ କ୍ଷେତ୍ର କଲେ । ଏ ଗଙ୍ଗାଠାରୁ ଗୌତମୀ ପର୍ଯ୍ୟନ୍ତ ଏକଛତ୍ର କଲେ । ଏକଜଟ ଭୋଗକଲେ ପଞ୍ଚଚାଳିଶ ବର୍ଷ । ଏ ରାଜା ବୀରଭଦ୍ର ଦେଉଳ ତୋଳାଇଲେ । ମଦନ ଦେବ ଭୋଗକଲେ ଚାଳିଶ ବର୍ଷ । ଆନନ୍ଦ ଦେବ ଭୋଗକଲେ କୋଡ଼ିଏ ବର୍ଷ । ତିଥିଦେବ ଭୋଗକଲେ ଦଶବର୍ଷ । ଏ ରାଜା ଯାଜପୁରଠାରେ ଦେଉଳ ତୋଳାଇଲେ । ଅଲାରନାଥଙ୍କୁ ବସାଇଲେ । ଏ ଦେଉଳକୁ ସ୍ୱର୍ଗର ମାଦକ ଶୁଭଇ । ମାଦଳ ଘାତେ ଦେଉଳ ଛିଡ଼ିଲା । ପଥର ପଡ଼ିବା ଘାତେ ମଦାଗ୍ନି ନଦୀ ବହିଲା । ପ୍ରତାପରୁଦ୍ର ଦେବ ଭୋଗକଲେ ସତାଇଶ ବରଷ । ଏ ରାଜା ମୁକୁନ୍ଦପୁର ପୋଖରୀ ଖୋଳାଇଲେ । ଏ ରାଜା ପଦ ଭିଆଇଲେ । ବ୍ରହ୍ମକଲେ । ରାଜଗୁରୁ କଲେ । ବଡ଼ ପଣ୍ଡା କଲେ । ନରେନ୍ଦ୍ର କଲେ । ଗୋପାଳ ବଡ଼ପଣ୍ଡାକୁ ଚକ୍ଷୁ ଶାସ୍ତି ଦେଲେ । ପୁରୁଷୋତ୍ତମ ଭୋଗ କଲେ ଦଶବର୍ଷ । ରାମଚନ୍ଦ୍ର ଦେବ ଭୋଗକଲେ ପନ୍ଦର ବର୍ଷ । ଲାଙ୍ଗୁଡ଼ା ନରସିଂହ ଦେବ ଭୋଗକଲେ ଚବିଶ ବର୍ଷ । ଏ ରାଜା ମୁକୁନ୍ଦପୁର ପୋଖରୀ ଖୋଳାଇଲେ । ରାଜପଦ ଭିଆଇଲେ । ନରେନ୍ଦ୍ର କଲେ । ଷୋଳ ସାଆନ୍ତ ବାସ୍ତୋରି ନିଯୋଗ କଲେ । ଡାହାଣ ବ୍ରତେକ ହୋଇ ବୁଲିଲା ମୁଗୁନି ପଥରେ ହାଥ କଚଟି ବସାଇଲେ । ପାତିଶାକୁ ବଶ କଲେ । ଶଙ୍କର ଦେବ ଭୋଗ କଲେ ଚବିଶ ବର୍ଷ । ଏ ରାଜା ପନ୍ଦର ଅଙ୍କେ ମଦିରାପାନ କଲେ । ଏ ରାଜା ଗୀତ ଗୋବିନ୍ଦ ଗାନ କରନ୍ତି । ଭାନୁଦେବ ଭୋଗକଲେ ଛତ୍ରିଶ ବରଷ । ଏ ରାଜା ଆସି ନିତ୍ର ଶ୍ରୀପୁରୁଷୋତ୍ତମ ଦର୍ଶନ କରନ୍ତି । ପୁଣି ପତିରା ଭାନୁ ଭୋଗ କଲେ ୩୦ ବର୍ଷ । ଦାନବେଶ୍ୱର ଭୋଗକଲେ ଛତିଶ ବର୍ଷ । ପୁଣି ମଦୁଆଭାନୁ ଭୋଗକଲେ ତେତିଶ ବର୍ଷ ।

ଏ ରାଜା ପନ୍ଦର ଅଙ୍କେ ମଦିରାପାନ କଲେ । ଏ ରାଜାଙ୍କଠାରୁ ଧର୍ମ ବୁଡ଼ିଲା । ଏ ରାଜା ସତର ଅଙ୍କେ ଦାନବମାନେ ଆସି ପୁତ୍ରକ୍ଷୟ କଲେ । ପାପ ଘୋଟିଲା । ଏଠାରୁ ଗଙ୍ଗାବଂଶ ଭୋଗକଳା । ଏବେ ସୂର୍ଯ୍ୟବଂଶ ପ୍ରବେଶ ହେଲା । କପିଳେଶ ଦେବ ଭୋଗ କଲେ ୩୦ ବର୍ଷ ଓ ଛଅ ମାସ । ଏ ରାଜା ବଡ଼ ପ୍ରତାପୀ ହେଲେ । ମାତାଙ୍କ ଅଙ୍ଗୁଳି ଟଙ୍ଗାଇଳେ । ଏ ରାଜା କାଳେ ଚାଉଳ ଅଡ଼ା ବାରପଣ ହେଲା । ଏ ରାଜାଙ୍କ ପୁଅ ପୁରୁଷୋତ୍ତମ ଦେବ ଭୋଗକଲେ ଅଠାଇଶବର୍ଷ । ଏ ରାଜା ୧୭ ଅଙ୍କେ ପୋଖରୀ ଖୋଳାଇଲେ । ଜଗମୋହନ ଘର ତୋଳାଇଲେ । ପରଶୁରାମ ଦେଉଳ ତୋଳାଇଲେ । ଗୋପାଳପୁର ଦେଉଳରେ ପାବଛ ବନ୍ଧାଇଲେ । କାଞ୍ଚିକାବେରୀ ମାଇଲେ । ମୁକତାଛତି ଆଣିଲେ । ବିଦ୍ୟାନଗର ଜିଣିଲେ । ସେ ରାଜାର ଝିଅ ପଦ୍ମିନୀକୁ ବିଭାଦେଲେ । ଛୁଇଁଲେ ଦେହ ଫାଟିଯିବ । ତାହାଶୁଣି ରାଜା ତାକୁ ହରିଲା । ତତ୍କ୍ଷଣାତ୍ ଦେହ ଫାଟିଗଲା । ପୋକ ଉଲସିଲା । ହରିବା ନିମିତ୍ତ ପ୍ରାୟଶ୍ଚିତ୍ତ କଲେ । ଦାଣ୍ଡ ମୁକୁନ୍ଦପୁର ଶାସନ ବସାଇଲେ । ପଦ୍ମାବତୀ ପୋଖରୀ ଖୋଳାଇଲେ । ପ୍ରତାପରୁଦ୍ର ଦେବ ଭୋଗକଲେ ୩୦ ବର୍ଷ ୬ ମାସ । ସମସ୍ତ ରାଜାମାନଙ୍ଗୁ ବନ୍ଦିକଲେ । ଏ ରାଜା କାଳେ ମହର୍ଗ ପଡ଼ିଲା । କାଳୁଆଦେବ ୫ବର୍ଷ ୨ ମାସ । ମନୁଷ୍ୟ ମାଉଁସ ମନୁଷ୍ୟ ଖାଇଲେ । ମହାପ୍ରଭୁଙ୍କ ସିଂହାସନ ତଳେ ପାଗଥୋଇ ଜଣାଇଲେ । ଚାଇଳ ବୃଷ୍ଟିକଲା । ସବୁଠାରେ ସୁଉଷ ହେଲା । ଗୋବିନ୍ଦ ଦେବ ଭୋଗକଲେ ୧୨ ବର୍ଷ ୬ ମାସ । ନୃସିଂହ ଦେବ ଭୋଗ କଲେ ଛଅ ମାସ ଓ ଚଉଦ ଦିନ । ଏ ରାଜା ପାତ୍ର ହାଥେ ମଲେ । ତେଲେଙ୍ଗା ମୁକୁନ୍ଦଦେବ ଭୋଗକଲେ ଏଗାର ବର୍ଷ । ଏ ରାଜା ଗଙ୍ଗାରେ ନାବକେଳି କଲେ । ନୀଳଚକ୍ର ବସାଇଲେ । ଦକ୍ଷିଣେ କଟକାଇ ବସାଇଲେ । ଏ ରାଜାଙ୍କ କାଳେ କଳାପାହାଡ଼ ଅଇଲା । ରାମଚନ୍ଦ୍ର ଦେବ ଭୋଗକଲେ ଆଠବର୍ଷ ଛମାସ । ପୁରୁଷୋତ୍ତମ ଦେବ ଭୋଗକଲେ ବାଇଶି ବର୍ଷ ଛମାସ । ମୁକୁନ୍ଦ ଦେବ ଭୋଗ କଲେ ବତିଶ ବର୍ଷ । ବଡ଼ ବତାସ ହେଲା । ନୀଳଚକ୍ର ଉଡ଼ି ପଡ଼ିଲା । ଏ ରାଜା ୧୭ ଅଙ୍କେ ଦିବ୍ୟସିଂହଦେବ ଭୋଗକଲେ କୋଡ଼ିଏ ବର୍ଷ ୭ ମାସ । ଏ ରାଜା ୧୭ ଅଙ୍କରେ ବୈଶାଖ ମାସରେ ବଡ଼ ବତାସ କଲା । ହରିକୃଷ୍ଣ ଦେବ ଭୋଗକଲେ ଆଠବର୍ଷ ଛ ମାସ । ଗୁର ଦେବ ଭୋଗକଲେ ସାତବର୍ଷ । ରାମଚନ୍ଦ୍ର ଦେବ ଭୋଗ କଲେ ବାରବର୍ଷ ଦୁଇ ମାସ । ରଣ ମାହାଳିଆ ପଦ୍ମ ଭୋଗକଲେ ବର୍ଷେ ଦିମାସ ଦଶସିନ । ଏବେ ପାଟରେ ଭୋଗକଲେ ବୀରକେଶରୀ ୭୪ ବର୍ଷ । ଦିବ୍ୟସିଂହଦେବ ଭୋଗ କଲେ ୨୩ ବର୍ଷ । ମୁକୁନ୍ଦଦେବ ଭୋଗକଲେ ବ ୪/୫/୯ । ଏ ରାଜାଙ୍କ ରାଜତ୍ୱରେ କୁମ୍ପୁନି ଘର ପୁରୁଷୋତ୍ତମ ଘେନିଲା । ରାଜାକୁ କଟକେ ବନ୍ଦିକଲା । ଜୟୀରାଜଗୁରୁଙ୍କୁ ଫାସି ଦେଲା । ଏବେ ରାମଚନ୍ଦ୍ରଦେବ ଭୋଗକଲେ ।୪୫/୯/୫ । ବୀରକେଶରୀ ଦେବ ଭୋଗକଲେ । ୭/୫/୨୫ ଦିବ୍ୟସିଂଦେବ ଭୋଗକଲେ ସତାଇଶ ବର୍ଷ । ଏହାଙ୍କ ୭ ଅଙ୍କରେ କପା ବିଶା ୧ଟଙ୍କେ ହେଲା । ଏ ରାଜା ରାଜତ୍ୱେ ରିମାରାଜା ଆସିଲା । କ୍ଷେତ୍ରଲୋକଙ୍କୁ ଘରକେ ଟଙ୍କାଏ ଲେଖାରେ ଦେଲା । ମହାପ୍ରଭୁଙ୍କୁ ଦୁଇହସ୍ତ ଦେଲା । କୁମ୍ପୁନିଘର କଥା କହି ନ ପାରିଲା । ଏ ରାଜା ରାଜତ୍ୱର କୁମ୍ପୁନିଘର ଘଟହାସୁଲ ମାରିଦେଲା । ପାନୁ ପକାଇଲା ଆସି ଜାଣି ପକାଇଲା । ଦ୍ୱାର ଭେଦାମାରି ଦେଲାକର । ୯ ଅଙ୍କ ସିଂହ ୧୨ ଦିନେ ଗୁପ୍ତ ମହର୍ଗ ପଡ଼ିଲା । ଟଙ୍କାକୁ ଚାଉଳ ୧୨ ଅଡ଼ା ହେଲା । ଏ ଅଙ୍କରେ ବସନ୍ତ ବିଶୁଚିକାରେ ଦେଶ ଦେଶାନ୍ତରେ କଲେ । ମହର୍ଗ ପଡ଼ିଲା । ଧାନଟଙ୍କାକୁ ତିନି ନଉତି ନ ମିଳିଲା । ବର୍ଷା ନାସ୍ତି । ଶସ୍ୟାଦି ନୋହିବାରୁ ସବୁ ମହର୍ଗ । ଦିବ୍ୟସିଂହ ଦେବ ୯ ଅଙ୍କରେ ୩୦୦୦୦୦ (ତିନିଲକ୍ଷ) ଲୋକ ମଲେ । ଟଙ୍କାକୁ ଚାଉଳ ଆଠଅଡ଼ା ହେଲା । ମାଣ୍ଡିଆ ୧୦ ଅଡ଼ା ହେଲା। କୁମ୍ପୁନି ଘର ଧର୍ମଛତ୍ର ହେଲା । ବୋଇତ ପାଞ୍ଚଘର ଅଣାଇଲା । ଛତ୍ରଭାତ ଖାଇବା ପାଇଁ ପାଟଲୋକ ମିଶିଗଲେ । ୩୪ ଅଙ୍କରେ ପୁଷ୍କରମେଘ ମହାବୃଷ୍ଟି କଲା । ଟଙ୍କାକୁ ଧାନ ଆଠ ନଉତି ଦରହେଲା । ଏବେ ପାଟକରେ ମୁକୁନ୍ଦ ଦେବ ଭୋଗ କରୁଅଛନ୍ତି ।